Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସନ୍ତାକାଲି ହେବ ଭୋଟ ଗଣତି, ଆସନ୍ତୁ ଜାଣିବା ଏହି ଭୋଟ ଗଣତିର ପକ୍ରିୟା କେମିତି, ଭିଭିପାଟ ଚିରିକୁଟ ଗଣତି ପାଇଁ କଣ କରାଯାଇଛି ବ୍ୟବସ୍ଥା
ବିଶେଷ ଖବର

ଆସନ୍ତାକାଲି ହେବ ଭୋଟ ଗଣତି, ଆସନ୍ତୁ ଜାଣିବା ଏହି ଭୋଟ ଗଣତିର ପକ୍ରିୟା କେମିତି, ଭିଭିପାଟ ଚିରିକୁଟ ଗଣତି ପାଇଁ କଣ କରାଯାଇଛି ବ୍ୟବସ୍ଥା

May 22, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link
election counting begins from 8.00 am
election counting begins from 8.00 am

ସମୀକ୍ଷା ବ୍ୟୁରୋ

ଆସନ୍ତାକାଲିକୁ ସମସ୍ତଙ୍କର ଅପେକ୍ଷା। କେବଳ ନେତା ନୁହଁନ୍ତି ସାଧାରଣ ଜନତା ମଧ୍ୟ ଅପେକ୍ଷା କରିଛନ୍ତି ଏଥରର ଫଳାଫଳକୁ। କାରଣ ସେମାନେ ଯାହାକୁ ଭୋଟ ଦେଇଛନ୍ତି ସେ ଜିତୁଛନ୍ତି ନା ହାରୁଛନ୍ତି। ସେଥିପାଇଁ ଆସନ୍ତକାଲି ସମସ୍ତେ ଟିଭି ପାଖରେ ବସି ରହି ଦେଖିବେ ଫଳାଫଳ। ସେହିପରି ସମୀକ୍ଷା ଡଟ କମ ତରଫରୁ ମଧ୍ୟ ଫଳାଫଳ ଅପଡେଟ ଦେବାପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଆପଣମାନେ https://thesamikhsya.com ଲଗଅନ କରି ପ୍ରତି ମୂହୁର୍ତ୍ତର ଫଳାଫଳ ମଧ୍ୟ ଜାଣିପାରିବେ। ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ଏହି ଗଣତି କିପରି ହେବ। କାରଣ ଏଥର ଇଭିଏମ ସହିତ ପ୍ରତି ନିର୍ବାଚନ ମଣ୍ଡଳୀରେ 5ଟି ଭିଭିପାଟ ର ଚିରିକୂଟିକୁ ମଧ୍ୟ ଗଣତି କରାଯିବ।

କେଉଁଠି ହେବ ଗଣତି, ସେହି ସ୍ଥାନରେ କେଉଁମାନେ ଏବଂ କେତେଜଣ ଅଧିକାରୀ ଉପସ୍ଥିତ ରହିବେ

ସବୁ ନିିର୍ବାଚନ  ମଣ୍ଡଳୀର ଭୋଟ ଗଣତି କରିବା ପାଇଁ ଗୋଟିଏ ଗୋଟିଏ ଭୋଟ ଗଣତି କେନ୍ଦ୍ର କରାଯାଇଛି। ବର୍ତ୍ତମାନ ସାରା ଓଡିଶାରେ ଭୋଟ ଗଣତି ପାଇଁ 63ଟି କେନ୍ଦ୍ର କରାଯାଇଛି।  ଏହି କେନ୍ଦ୍ରରେ ଯେତୋଟି ନିର୍ବାଚନ ମଣ୍ଡଳୀର ଇଭିଏମ ରହିଛି ସେତେଟି ରୁମ କରାଯିବ। ଗୋଟିଏ ଗୋଟିଏ ଗଣତି କେନ୍ଦ୍ରରେ ପ୍ରାୟ 2 ରୁ 6ଟି ବିଧାନସଭା ଆସନର ଇଭିଏମ ଗଣତି କରାଯିବାର ବ୍ୟବସ୍ଥା କରାଯାଇଛି। ଗୋଟିଏ ଗୋଟିଏ ନିର୍ବାଚନ ମଣ୍ଡଳୀ ପାଇଁ ଗୋଟିଏ ଗୋଟିଏ ରୁମ କରାଯାଇଛି। ସେହି ରୁମରେ ସାତୋଟି ଲେଖାଏଁ ବିଧାନସଭା ଏବଂ ଲୋକସଭା ପାଇଁ ଟେବୁଲ କରାଯାଇଛି। ଗୋଟିଏ ଟେବୁଲରେ ଏକାଥରକେ ସାତୋଟି ଲେଖାଏଁ ଇଭିଏମ ଖୋଲି ଦେଖିବାର ବ୍ୟବସ୍ଥା କରାଯାଇଛି। ବିଧାନସଭାର ସାତୋଟି ଓ ଲୋକସଭାର ସାତୋଟି ଏହିପରି 14 ଜଣ ଅଧିକାରୀ ରହିବେ। ଏହି ଅଧିକାରୀଙ୍କ ପାଖରେ ସେହି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ଏଜେଣ୍ଟ ନିଜ ପ୍ରାର୍ଥୀର ଭୋଟ ଜାଣିବା ପାଇଁ ମଧ୍ୟ ଉପସ୍ଥିତ ରହିବେ। ଏହି 14 ଟି ଟେବଲୁ ବ୍ୟତିତ ଆଉ ଏକ ମାଷ୍ଟର ଟେବୁଲ ରହିବ। ଏଥିରେ 3 ଜଣ ଅଧିକାରୀ ରହିବେ। ମୋଟ 17 ଜଣ ଅଧିକାରୀ ଗୋଟିଏ ଗୋଟିଏ ରୁମରେ ରହିବେ। ଯଦି ସେହି ଗଣତି କେନ୍ଦ୍ରରେ 6ଟି ନିର୍ବାଚନ ମଣ୍ଡଳୀର ଗଣତି ହେଉଥାଏ ତେବେ ସେଠାରେ ମୋଟ 102 ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ମୋଟ 63 କେନ୍ଦ୍ରରେ 6 ହଜାର 7ଶହ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

କେମିତି ହେବ ଗଣତି, କେମିତି ଖୋଲାଯିବ ଇଭିଏମ, କିଏ କରିବ ଘୋଷଣା  

ଇଭିଏମଗୁଡିକ ରଖାଯଇଥିବା ଷ୍ଟ୍ରଙ୍ଗ ରୁମକୁ ସମସ୍ତ ଅଧିକାରୀ ଏବଂ ଏଜେଣ୍ଟଙ୍କ ଉପସ୍ଥିତିରେ ଖୋଲା ଯିବ। ଏହାପରେ ଅଧିକାରୀମାନେ ଗୋଟିଏ ଲୋକସଭାର ସାତୋଟି ଏବଂ ସେହି ଅଧିନରେ ଥିବା ଗୋଟିଏ ବିଧାନସଭାର ସାତୋଟି ଇଭିଏମ ଗଣତି କେନ୍ଦ୍ରକୁ ଅଣାଯିବ। ଏହାପରେ ସେଠାରେ ଥିବା ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଆଗରେ ଇଭିଏମରେ ହୋଇଥିବା ସିଲକୁ ଯାଞ୍ଚ କରାଯିବ। ସବୁ ଏଜେଣ୍ଟ ଇଭିଏମ ଠିକ ଅଛି ବୋଲି କହିବା ପରେ ସେହି ସିଲକୁ ଖୋଲାଯିବ। ଇଭିଏମରେ କେଉଁ ଦଳକୁ କେତେ ଭୋଟ ଯାଇଛି ତାହାର ହିସାବ ଦେଖିବା ପାଇଁ ଇଭିଏମରେ ଏକ ବଟମ ରହିଛି। ସେହି ବଟମକୁ ଚିପିବା ପରେ ଇଭିଏମର ଡିସପ୍ଲେର ଦଳୀୟ ସ୍ଥିତି ଅନୁସାରେ ଭୋଟ ପ୍ରଦର୍ଶିତ ହେବ। ଏହାକୁ ସେଠାରେ ଥିବା ଏଜେଣ୍ଟ ଓ ଅଧିକାରୀ ଲେଖି ରଖିବେ। ଏହାପରେ ଅଧିକାରୀମାନେ ଏହାର ହିସାବ ମାଷ୍ଟର ଟେବୁଲେ ବସିଥିବା ଅଧିକାରୀଙ୍କୁ ଦେବେ। ସେଠାରେ ଥିବା ତିନି ଅଧିକାରୀଙ୍କ ମଧ୍ୟରୁ ଜଣେ ବିଧାନସଭା , ଜଣେ ଲୋକସଭା ଏବଂ ଆଉ ଜଣେ କାଲୁକେଲେଟର ଧରି ଭୋଟ ମିଶାଣ କରିବେ। ବିଧାନସଭା ଏବଂ ଲୋକସଭା ପାଇଁ କେତେ ଭୋଟ ପଡିଛି ତାହା ହିସାବ ହେବା ପରେ ଏକ ସ୍ବତନ୍ତ୍ର ଫର୍ମରେ ତାହା ଲେଖାଯାଇ ସମସ୍ତ ଅଧିକାରୀ ଦସ୍ତଖତ କରିବେ। ଏହି ପକ୍ରିୟା ସରିବା ପରେ ପ୍ରଥମ ରାଉଣ୍ଡରେ କେଉଁ ଦଳ କେତେ ଭୋଟ ପାଇଲା ତାହା ମୁଖ୍ୟ ଗଣତି ଅଧିକାରୀ ଘୋଷଣା କରିବା ସହିତ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ। ଏହାପରେ ଜିଲ୍ଲାପାଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବେ। ସମସ୍ତ ରାଉଣ୍ଡର ଫଳାଫଳ ସେହି ରୁମରେ ଥିବା ବ୍ଲାକବୋର୍ଡ କିମ୍ବା ଡିସପ୍ଲେ ବୋର୍ଡରେ ଲେଖି ରଖାଯିବ। ସମସ୍ତ ରାଉଣ୍ଡ ସରିବା ପରେ ବୋର୍ଡରେ ଲେଖାଥିବା ବିଭିନ୍ନ ପ୍ରାର୍ଥୀଙ୍କ ଭୋଟକୁ ମିଶା ଯାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ।

ଗୁପ୍ତ ଭାବରେ ଗଣତି ହେବ ଭିଭିପାଟ ରେ ପଡିଥିବା ଚିରିକୁଟି,ସେଥିପାଇଁ କଣ କରାଯାଇଛି ବ୍ୟବସ୍ଥା

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ନିର୍ବାଚନ ମଣ୍ଡଳୀର ପାଞ୍ଚୋଟି ଭିଭିପାଟରେ ପଡିଥିବା ଚିରିକୁଟକୁ ଗଣତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ନିର୍ବାଚନ କମିସନରଙ୍କ ତରଫରୁ ଏହି ଗଣତିକୁ ବେଶ ସୁରକ୍ଷିତ ଭାବେ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ଏହି ଚିରିକୁଟ ଗଣତି ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି, ଯାହାକୁ VCB ବା VVPAT COUNTING BOOTH  ବୋଲି ନାମକରଣ କରାଯାଇଛି। ଷ୍ଟ୍ରଙ୍ଗ ରୁମରୁ ଇଭିଏମ ଆଣିବା ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ଏଜେଣ୍ଟ ଏବଂ ଅଧିକାରୀଙ୍କ ଉପସ୍ଥିତିରେ ଏକ ଲଟେରୀ ବ୍ୟବସ୍ଥା କରାଯିବ। ଗୋଟିଏ ନିର୍ବାଚନ ମଣ୍ଡଳୀରେ ଯେତେଟି ବୁଥ ରହିଛି ସେହି ବୁଥ ନମ୍ବର ଲେଖି ଏକ କାଗଜ ଗୁଳା କରାଯିବ। ସେହି କାଗଜଗୁଳା ଏକାଠି କରି ଘାଣ୍ଟିବା ପରେ ସେଥିରୁ ପାଞ୍ଚୋଟି ବଛାଯିବ। ଯେଉଁ ପାଞ୍ଚୋଟି ବୁଥ ନମ୍ବର ବାହାରିବ ସେହି ବୁଥର ଇଭିଏମ ସହିତ ଭିଭିପାଟ ଚିରିକୂଟକୁ ମଧ୍ୟ ଗଣତି କରାଯିବ। ତେବେ ଏହି ଗଣତି ପାଇଁ ତିନିପଟୁ ନିବୁଜ ଥିବା ଏକ ଅସ୍ଥାୟୀ  ମଞ୍ଚ ନିର୍ମାଣ କରାଯିବ। ଯେପରି ସେହି ଚିରିକୁଟଗୁଡିକ କେହି ଦେଖିପାରିବେ ନାହିଁ, କି ବାହାରକୁ ଉଡି ଯାଇପାରିବ ନାହିଁ। ଭିଭିପାଟର ଚିରିକୁଟ ଗୁଡିକ ସେହିଠାରେ ଖୋଲାଯାଇ ଏଜେଣ୍ଟଙ୍କ ଆଗରେ ବିଭିନ୍ନ ଦଳ ପାଇଁ ତିଆରି ହୋଇଥିବା ଖୋପ ବା ବାକ୍ସ ଭିତରେ ବାଛି ରଖାଯିବ। ସେହି ନିର୍ବାଚନ ମଣ୍ଡଳୀରେ ଯେତେଜଣ ପ୍ରାର୍ଥୀ ଥିବେ ସେତେଟା ଖୋପଥିବା ଏକ ବାକ୍ସ ରଖାଯିବ। ବିଭିନ୍ନ ଦଳର ଚିରିକୁଟକୁ ସେହି ଦଳର ଖୋପରେ ପକାଯିବ। ଏହି ପକ୍ରିୟା ଶେଷ ହେବା ପରେ ଗୋଟିଏ ଗୋଟିଏ ଖୋପରୁ ଚିରିକୁଟ ବାହାର କରାଯାଇ ଏଜେଣ୍ଟ ସମ୍ମୁଖରେ ଗଣତି କରାଯିବ। ଏହାପରେ ସେହି ଇଭିଏମରୁ ମଧ୍ୟ ଆସିଥିବାଭୋଟ ଅନୁସାରେ ଭିଭିପାଟ ଗଣତିକୁ ସମାନ ରହିଛି କି ନାହିଁ ଯାଞ୍ଚ କରାଯିବ। ପ୍ରାୟତଃ ଚିରିକୁଟ ଏବଂ ଇଭିଏମ ଭୋଟ ସମାନ ରହିବ ବୋଲି ଆଶା କରାଯାଉଛି। ଯଦି ତାହା ନ ହୁଏ ତେବେ ତାହା ପରବର୍ତ୍ତି ସମୟରେ କଣ ହେବ ନିଷ୍ପତି କରାଯିବ।

ଗଣତି ବେଳେ କଣ ରହିଛି ସୁରକ୍ଷା ବ୍ୟବସ୍ଥା, କଣ ସବୁ ରହିଛି କଟକଣା

ଗଣତିକୁ ଠିକ ଭାବେ କରିବା ପାଇଁ ନିର୍ବାଚନ କମିଶନର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଗଣତି କେନ୍ଦ୍ରକୁ ଯେଉଁ ଅଧିକାରୀ ଏବଂ ଯେଉଁ ଏଜେଣ୍ଟମାନେ ଯିବେ ସେମାନେ ସାଥିରେ କୌଣସି ଡିଭାଇସ ନେଇପାରିବେ ନାହିଁ। ଅର୍ଥାତ ମୋବାଇଲ, ଲାପଟପ ଏବଂ ଅନ୍ୟ କୌଣସି ଜିନିଷ ନେଇପାରିବେ ନାହିଁ। ଏଜେଣ୍ଟମାନେ କେନ୍ଦ୍ର ଭିତରକୁ ଯିବା ପାଇଁ ପୂର୍ବରୁ ନିର୍ବାଚନ ଅଧିକାରୀଙ୍କଠାରୁ ଅନୁମତି ପତ୍ର ଆଣିବାକୁ ପଡିବ। ଗଣତି କେନ୍ଦ୍ରକୁ ଏସି ଯୋଗାଇଦିଆଯିବା ସହିତ ସିସିଟିଭି ସହିତ ସଂଯୋଗ ମଧ୍ୟ କରାଯାଉଛି। ଗଣତି ପାଖରେ ଗୋଟିଏ ସ୍ତର ସୁରକ୍ଷା, ଗଣତି କେନ୍ଦ୍ର ବାହାରେ ଏବଂ ସଂପୂର୍ଣ୍ଣ ବାହାରେ ଏହିପରି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରତି କେନ୍ଦ୍ର ପାଇଁ କରାଯାଇଛି।

ଏହିପରି ଭାବେ ଭୋଟ ଗଣତି ପକ୍ରିୟା କରାଯିବ। ତେବେ ପ୍ରଥମେ ସେହି ନିର୍ବାଚନ ମଣ୍ଡଳୀ ପାଇଁ ଯେତେ ପୋଷ୍ଟାଲ ବାଲଟ ଆସିଥିବ ପ୍ରଥମେ ସେଗୁଡିକ ଗଣତି କରାଯିବ। ପୋଷ୍ଟାଲ ବାଲଟ ଗଣତି ଏବଂ ଇଭିଏମ ଗଣତି ମିଶାଯାଇ ଶେଷରେ କିଏ କେତେ ଭୋଟ ପାଇଲା ଘୋଷଣା କରାଯିବ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ପଦଯାତ୍ରା ଘୋଷଣା କଲେ କୃଷକ ସଂଗଠନ: ବିଳମ୍ବିତ ରାତିରେ ସିଲ୍ ହେଲା ସୀମା

August 16, 2026

ଚାକିରୀରୁ ବିଦାୟ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡିଜିପି ୱାଇ ବି ଖୁରାନିଆ

August 16, 2026

ଟିଏମସି କାର୍ଯ୍ୟାଳୟରୁ ଝୁଲନ୍ତା ଅବସ୍ଥାରେ ପୂର୍ବତନ ଉପବାଚସ୍ପତିଙ୍କ ମୃତଦେହ ଉଦ୍ଧାର

August 16, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026
Latest News

WTC ପଏଣ୍ଟ ଟେବୁଲ: ଭାରତକୁ ପଛରେ ପକାଇଲା ବାଂଲାଦେଶ, ଅଷ୍ଟ୍ରେଲିଆକୁ ବଡ଼ କ୍ଷତି

August 16, 2026

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026

ଦିଲ୍ଲୀ ପଦଯାତ୍ରା ଘୋଷଣା କଲେ କୃଷକ ସଂଗଠନ: ବିଳମ୍ବିତ ରାତିରେ ସିଲ୍ ହେଲା ସୀମା

August 16, 2026

ଚାକିରୀରୁ ବିଦାୟ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡିଜିପି ୱାଇ ବି ଖୁରାନିଆ

August 16, 2026

ବାଂଲାଦେଶର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ପରାସ୍ତ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.