Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା
ବିଶେଷ ଖବର

ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

November 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଶୁକ୍ରବାର ଦିନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ସାରା ଦେଶର ଗୁଇନ୍ଦା କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଏକ ଜରୁରି ବୈଠକରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଆତଙ୍କବାଦ, ଉଗ୍ରବାଦ ବିପଦ, ସାଇବର ନିରାପତ୍ତା ପ୍ରସଙ୍ଗ, ସୀମା ସଂକ୍ରାନ୍ତ ଦିଗ ଏବଂ ସୀମାପାର ଆତଙ୍କବାଦୀ ତତ୍ତ୍ବଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରର ଅଖଣ୍ଡତା ଓ ସ୍ଥିରତା ସମେତ ଜାତୀୟ ସୁରକ୍ଷା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ଓ ବିଚାରବିମର୍ଶ କରାଯାଇଥିଲା।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଗତ ଆଠ ବର୍ଷ ମଧ୍ୟରେ ସବୁ ଦିଗରୁ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଜରିଆରେ ରାଷ୍ଟ୍ରର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ପ୍ରୟାସ କରି ଆସୁଛନ୍ତି। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।

ଅମିତ ଶାହା କହିଥିଲେ ଯେ, ସ୍ବାଧୀନତା ପରଠାରୁ ବିନା କୌଣସି ଆଶାରେ ଗୁଇନ୍ଦା ବ୍ୟୁରୋ ଗୋପନୀୟ ଭାବେ ଦେଶରେ ଶାନ୍ତି ବଜାୟ ରଖିବା ଦିଗରେ ଅତି ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇ ଆସୁଛି। ସେ କହିଥିଲେ ଯେ, ଆମେ ଆତଙ୍କବାଦ ଏବଂ ଏହାକୁ ସହାୟତା ଯୋଗାଇ ଦେଉଥିବା ବ୍ୟବସ୍ଥା ସହ ଲଢ଼େଇ କରୁଛୁ, ଉଭୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବିନା ଆତଙ୍କବାଦ ବିରୋଧରେ ବିଜୟ ହାସଲ ସମ୍ଭବ ନୁହେଁ।

ଅମିତ ଶାହା ଜୋର ଦେଇ କହିଥିଲେ ଯେ, ରାଜ୍ୟ ଆତଙ୍କବାଦ ନିରୋଧୀ ଏବଂ ନିଶା କାରବାର ନିରୋଧୀ ସଂସ୍ଥାଗୁଡ଼ିକ ମଧ୍ୟରେ ସୂଚନା ଆଦାନପ୍ରଦାନ ଏବଂ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ବାମପନ୍ଥୀ ଉଗ୍ରବାଦ ନିୟନ୍ତ୍ରଣ ଲାଗି, ଏହାର ଆର୍ଥିକ ଏବଂ ଲଜିଷ୍ଟିକ୍ସ ଜନିତ ସହାୟକ ବ୍ୟବସ୍ଥାକୁ ନିଷ୍କ୍ରିୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ, ଆମକୁ ଦେଶର ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଭେଦ୍ୟ କରିବାକୁ ହେବ। ଏଥିପାଇଁ ଆମକୁ ସବୁଠୁ ଛୋଟ ଓ ସବୁଠୁ ପୃଥକ ହୋଇଥିବା ବନ୍ଦର ଉପରେ ମଧ୍ୟ କଡ଼ା ନଜର ରଖିବାକୁ ପଡ଼ିବ। ଶ୍ରୀ ଶାହା କହିଥିଲେ ଯେ,  ନିଶା କେବଳ ଦେଶର ଯୁବକମାନଙ୍କୁ ବରବାଦ କରୁନାହିଁ, ବରଂ ଏଥିରୁ ଅର୍ଜିତ ଧନ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ମଧ୍ୟ ପ୍ରଭାବିତ କରୁଛି, ସେଥିପାଇଁ ଆମକୁ ଏହାର ସମୂଳ ବିନାଶ ପାଇଁ ମିଳିମିଶି କାମ କରିବାକୁ ହେବ। ଡ୍ରୋନ ଜରିଆରେ ସୀମାପାର ନିଶାଦ୍ରବ୍ୟ କାରବାରକୁ ବନ୍ଦ କରିବା ଲାଗି ଆମକୁ ଡ୍ରୋନ ନିରୋଧୀ ପ୍ରଯୁକ୍ତିର ସର୍ବାଧିକ ଉପଯୋଗ କରିବାକୁ ହେବ।

ଅମିତ ଶାହା ଆଭ୍ୟନ୍ତରୀଣ ସୁରକ୍ଷା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026
Latest News

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.