Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇତିହାସ ରଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଓଡିଶାବାସୀଙ୍କ ନବୀନଙ୍କୁ ଭଲ ପାଇବା ରହିଛି ଅତୁଟ, ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ନେବେ ଶପଥ
ବିଶେଷ ଖବର

ଇତିହାସ ରଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଓଡିଶାବାସୀଙ୍କ ନବୀନଙ୍କୁ ଭଲ ପାଇବା ରହିଛି ଅତୁଟ, ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ନେବେ ଶପଥ

May 23, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Naveen oath taking will be hold outside of Rajbhwan
Naveen oath taking will be hold outside of Rajbhwan

ସମୀକ୍ଷା ବ୍ୟୁରୋ

ପୁଣି ଥରେ ଇତିହାସ ରଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାରଣ ସେ ପଞ୍ଚମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବର୍ତ୍ତମାନ ଯାହା ଫଳାଫଳ ମିଳିଛି ସେଥିରୁ ସ୍ପଷ୍ଟ ହୋଇଛି ଯେ, ନବୀନଙ୍କ ନେତୃତ୍ବକୁ ବର୍ତ୍ତମାନ ସୁଦ୍ଧା ଓଡିଶାର ଲୋକେ ସମର୍ଥନ କରିଛନ୍ତି। ୧୪୬ଟି ଆସନରୁ ବର୍ତ୍ତମାନ ବିଜେଡି ଶହେରୁ ଅଧିକ ଆସନ ଅକ୍ତିଆର କରିଛି। ସଂପୂର୍ଣ୍ଣ ଫଳାଫଳ ଆସି ନ ଥିଲେ ମଧ୍ୟ ବର୍ତ୍ତମାନ ବିଜେଡିକୁ ପ୍ରାୟ ୧୧୫ ଟି ଆସନ ମିଳୁଛି। ସେହିପରି ବିଜେପିକୁ ୨୩ଟି ଆସନ ମିଳିବାକୁଥିବା ବେଳେ କଂଗ୍ରେସକୁ ମିଳିଛି ମାତ୍ର ୮ଟି ଆସନ। ତେବେ ଲୋକସଭାରେ ନବୀନଙ୍କୁ ସମାନ୍ୟ ଝଟକ୍କା ଲାଗିଛି। କାରଣ ଏଥର ବିଜେପି ପ୍ରାୟ ୫ଟି ଆସନରେ ଜିତିବାକୁ ଯାଉଛି। ୨୦୧୪ ମସିହାରେ ବିଜେପିର ଏକମାତ୍ର ପ୍ରାର୍ଥୀ ଜୁଏଲ ଓରାମ ସୁନ୍ଦରଗଡରୁ ଜିତି ଦଳର ଇଜ୍ଜତ ରଖିଥିଲେ। ଏଥର ନିର୍ବାଚନରେ ବିଜେପି ପୂର୍ବ ଅପେକ୍ଷା ବେଶ ଭଲ କରିଛି।

ତେବେ ଏହି ନିର୍ବାଚନରେ ଦୁଇଟି ବଡ କଥା ଦେଖିବାକୁ ମିଳିଛି। ତାହା ହେଲା ସାରା ଭାରତରେ ମୋଦୀ ଶାହା ଟିମ ଭଲ ପ୍ରଦର୍ଶନ କରିଥିବା ବେଳେ ତାହା ଓଡିଶାରେ କାମ ଦେଇ ନାହିଁ। ଦ୍ବିତୀୟ କଥା ହେଲା ଯେ, ଏଥର କଂଗ୍ରେସ ପାଇଁ ଏକ ଭଲ ସୁଯୋଗ ଥିଲେ ମଧ୍ୟ ତାହା ସେମାନେ ହାସଲ କରିବାରେ ସଫଳ ହେଲେ ନାହିଁ। ଆଶ୍ଚର୍ଯ୍ୟର କଥା ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଛିଡା ହୋଇଥିବା ଦୁଇଟି ଆସନରେ ତାଙ୍କର ନିକଟତମ ପ୍ରାର୍ଥୀଙ୍କଠାରୁ ପଛରେ ଅଛନ୍ତି। ସେହିପରି ବାଲେଶ୍ବର ଲୋକସଭାରୁ ପ୍ରାର୍ଥୀ ହୋଇଥିବା ତାଙ୍କର ପୁତ୍ର ନବଜ୍ୟୋତି ପଟ୍ଟନାୟକ ମଧ୍ୟ ତୃତୀୟ ସ୍ଥାନରେ ରହିଛନ୍ତି। କଂଗ୍ରେସ ଲୋକସଭାରେ ୨୦୧୪ରେ କୌଣସି ପ୍ରାର୍ଥୀ ପଠାଇବାରେ ସମର୍ଥ ହୋଇ ନ ଥିବା ବେଳେ ଏଥର ମଧ୍ୟ ସେହି ଅବସ୍ଥା ହୋଇଛି। ସେହିପରି ବିଧାନସଭାରେ ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିପାରି ନାହିଁ। ପୂର୍ବ ଅପେକ୍ଷା ଏଥର ସିଟ ସଂଖ୍ୟା ହ୍ରାସ ପାଇଛି। ଏପରିକି ବିରୋଧୀ ଦଳର ଭୂମିକାରେ ମଧ୍ୟ ଏଥର କଂଗ୍ରେସ ଆସିପାରିବ ନାହିଁ। ଗତଥର କଂଗ୍ରେସ ୧୬ଟି ଆସନ ପାଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ଅଧାକୁ ଖସିବାକୁ ଯାଉଛି। ଏହି ନିର୍ବାଚନ କଂଗ୍ରେସକୁ ଧରାଶାୟୀ କରିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ତେବେ ଚଳିତ ନିର୍ବାଚନରେ କଂଗ୍ରେସ ଅପେକ୍ଷା ବିଜେପିକୁ ଅଧିକ ଫାଇଦା ମିଳିଛି। କାରଣ ବିଜେପି ଏଥର ବିଧାନସଭାରେ ବିରୋଧୀ ଦଳର ଭୂମିକା ନେଉଥିବା ବେଳେ ଲୋକସଭାରେ ମଧ୍ୟ ଆସନ ସଂଖ୍ୟା ବଢିଛି। ବିଧାନସଭାରେ ବିଜେପି ଏଥର ପ୍ରାୟ ୨୩ଟି ଆସନ ମିଳିବାକୁ ଯାଉଛି।  ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଓଡିଶାରେ ମୋଦୀଶାହା ଟିମ ଯେପରି ମାରଥନ ପ୍ରଚାର କରିଥିଲେ, ସେହି ଅନୁସାରେ ଫଳ ମିଳିପାରିଲା ନାହିଁ। ନବୀନଙ୍କ କ୍ରେଜ ଆଗରେ ବିଜେପିର ଏହି ମାରଥନ ପ୍ରଚାର କୌଣସି କାମ କଲା ନାହିଁ। ବିଜେପି ମିଶନ ୧୨୦ ଅର୍ଥାତ ୧୪୭ଟି ଆସନରୁ ୧୨୦ଟି ଆସନ ହାସଲ କରିବ ବୋଲି ଲକ୍ଷ୍ୟ ରଖିଥିଲା। ତେବେ ମିଶନ ୧୨୦ ନୁହେଁ ମିଶନ ୨୦ ପ୍ଲସରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିଛି। ଯେତେବେଳେ ଏଗଜିଟ ପୋଲ ଆସିଥିଲା ସେତେବେଳେ ମଧ୍ୟ ରାଜ୍ୟ ବିଜେପି ବାହାସ୍ଫୋଟ ମାରିଥିଲେ ଯେ, ଓଡିଶାରେ ବିଜେପି ଶାସନ କରିବ। ନବୀନଙ୍କୁ ଲୋକମାନେ ଏଥର ନିର୍ବାଚନରେ ପରିବର୍ତ୍ତନ କରିଦେଇଛନ୍ତି ବୋଲି ବିଜେପି କହିଆସୁଥିଲା। ବର୍ତ୍ତମାନ୨୦ପ୍ଲସରେ ବିଜେପିକୁ ସନ୍ତୁଷ୍ଠ ହେବାକୁ ପଡିଛି।

ଏହି ନିର୍ବାଚନରେ ସବୁଠୁ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡା, ପୁରୀ ଏବଂ ଭୁବନେଶ୍ବର ଲୋକସଭାରେ ମଧ୍ୟ ଆଶ୍ଚର୍ଯ୍ୟଜନକ ଜନମତ ମିଳିଛି। କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜେଡି ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କଠାରୁ ୪୯ ହଜାର ଭୋଟ ପଛରେ ଅଛନ୍ତି। ସେହିପରି ପୁରୀରେ ମଧ୍ୟ ପିନାକୀ ମିଶ୍ର ଖୁବ କମ ଭୋଟରେ ଆଗୁଆ ଅଛନ୍ତି। ହେଲେ ଭୁବନେଶ୍ବର ଲୋକସଭାରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ତାଙ୍କର ନିକଟତମ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କଠାରୁ ମଧ୍ୟ ଢେର ଅଧିକ ଭୋଟରେ ଆଗୁଆ ଅଛନ୍ତି।

BJD BJP cong electionresult
Share. Facebook Twitter LinkedIn Email WhatsApp Copy Link

Related Posts

ସି ଜିନପିଙ୍ଗଙ୍କ ସହ ସାକ୍ଷାତ ପରେ ଟ୍ରମ୍ପଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଚୀନ୍ ଉପରେ ହ୍ରାସ କଲେ ଶୁଳ୍କ

October 30, 2025

ନୂଆପଡା ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ଗସ୍ତ କାର୍ଯ୍ୟକ୍ରମ ହେଲା ଚୁଡାନ୍ତ

October 30, 2025

ନୂଆପଡ଼ା ଉପ ନିର୍ବାଚନ: ୩ ପ୍ରମୁଖ ରାଜନୈତିକ ଦଳର ଜୋର୍‌ସୋର୍‌ରେ ପ୍ରଚାର ଜାରି

October 30, 2025

ଶକ୍ତି କ୍ଷେତ୍ରରେ ଭାରତର ଐତିହାସିକ ମାଇଲଖୁଣ୍ଟ: ୫୦୦ ଗିଗାୱାଟ ଅତିକ୍ରମ କଲା ମୋଟ ବିଦ୍ୟୁତ୍‍ ଉତ୍ପାଦନ

October 29, 2025
Latest News

ବିଜେପି ନେତା ତଥା ସାହିତ୍ୟିକ ଶଙ୍କର ପରିଡାଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

October 30, 2025

ଟିମ୍ ଇଣ୍ଡିଆକୁ ବଡ଼ ଝଟକା!: ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ପଡ଼ିଲେ ଶ୍ରେୟସ ଆୟର

October 30, 2025

ଛଟ ପୂଜାରେ ଇତିହାସ ସୃଷ୍ଟି କଲା ସ୍ୱଦେଶୀ ବଜାର: ସାରା ଦେଶରେ ହେଲା ୫୦ ହଜାର କୋଟିର ବ୍ୟବସାୟ

October 30, 2025

କ୍ରମାଗତ କମିବାରେ ଲାଗିଛି ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ

October 30, 2025

ଆଜି ମହିଳା ବିଶ୍ଵକପରେ ଭାରତ-ଅଷ୍ଟ୍ରେଲିଆ ଲଢେଇ: ଜାଣନ୍ତୁ ଟିମ୍ ଇଣ୍ଡିଆର ସେମିଫାଇନାଲ୍ ରେକର୍ଡ

October 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.