Categories
ଜାତୀୟ ଖବର ବିଶେଷ ଖବର

ରାଜସ୍ଥାନରେ ବିଜେପି ଗଢିବ ସରକାର, ଯଦି ବସୁନ୍ଧରା ମୁଖ୍ୟମନ୍ତ୍ରୀ ନ ହୁଏନ୍ତି ତେବେ କିଏ ?

ରାଜସ୍ଥାନ ନିର୍ବାଚନ ଫଳାଫଳ ୨୦୨୩: ରାଜସ୍ଥାନରେ ବିଜେପି ଜିତିଛି, ଯଦି ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। କାରଣ ନିର୍ବାଚନ ପ୍ରଚାର ବେଳେ ଦଳ ବସୁନ୍ଧରା ରାଜେଙ୍କୁ ସଂପୂର୍ଣ୍ଣ ଦାୟିତ୍ବ ଦେଇ ନ ଥିଲା। ସେଥିପାଇଁ ଅନେକ ତାଙ୍କ ମୁଖ୍ୟମନ୍ତ୍ରୀ ହେବା ନେଇ ସନ୍ଦେହ ପ୍ରକଟ କରିଛନ୍ତି।

ତେବେ ବିଜେପିରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀଙ୍କ ତାଲିକା ଲମ୍ବା। ଏହି ତାଲିକାରେ ପ୍ରାୟ ଏକ ଡଜନ ନାମ ଅଛି। ଆସନ୍ତୁ ଜାଣିବା ରାଜସ୍ଥାନରେ ବିଜେପିର ସିଏମ୍ ଚେହେରା ପାଇଁ ଦୈଡ଼ରେ କେଉଁ ନେତାମାନେ ଅଛନ୍ତି।

ବସୁନ୍ଧରା ରାଜେ

ଦୁଇଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିବା ବସୁନ୍ଧରା ରାଜେ ସିଏମ୍ ହେବା ଦୈଡ଼ରେ ଆଗରେ ଅଛନ୍ତି। ସରକାର ଚଳାଇବାରେ ତାଙ୍କର ଅଭିଜ୍ଞତା ରହିଛି। ଆହୁରି ମଧ୍ୟ, ରାଜସ୍ଥାନର ସମସ୍ତ ବିଭାଗ ସହିତ ସଂଯୋଗ ଏବଂ ବିରୋଧୀଙ୍କୁ ନିୟନ୍ତ୍ରଣ କରିବାର କଳା ରହିଛି। ରାଜ୍ୟରେ ଦଳର ଅନ୍ୟତମ ଲୋକପ୍ରିୟ ନେତା ବସୁନ୍ଧରା ରାଜେ।

ବାବା ବାଲାକ ନାଥ

ରାଜସ୍ଥାନରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପି ସାଂସଦ ମହନ୍ତ ବାଲକନାଥଙ୍କ ନାମ ମଧ୍ୟ ସିଏମ୍ ଦୈଡ଼ରେ ରହିଛି। ତାଙ୍କୁ ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ସହ ତୁଳନା କରି ତାଙ୍କୁ ରାଜସ୍ଥାନର ଯୋଗୀ କୁହାଯାଉଛି। କୁହାଯାଉଛି ଯେ ୟୁପି ଭଳି, ଯଦି ବିଜେପି ମଧ୍ୟ ଏଠାରେ ଜଣେ ସାଧୁଙ୍କୁ ମୁଖ୍ୟମନ୍ତ୍ରୀ କରେ ତେବେ କେହି ଆଶ୍ଚର୍ଯ୍ୟ ହେବା ଉଚିତ୍ ନୁହେଁ।

ଦିୟା କୁମାରୀ

ଜୟପୁର ରାଜପରିବାରର ଦିୟା କୁମାରୀ ବର୍ତ୍ତମାନ ବିଜେପି ସାଂସଦ। ତେବେ ବିଧାନସଭା ନିର୍ବାଚନରେ ​​ଦଳ ତାଙ୍କୁ ଏଥର ବିଧାନସଭା ମଇଦାନରେ ଛିଡା ରିଛି। ବିଜେପି ଦିୟା କୁମାରୀଙ୍କୁ ଜୟପୁରର ବିଦ୍ୟାଧରନଗର ଆସନରୁ ପ୍ରାର୍ଥୀ କରିଛି। ଏହି ସିଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଖାସ ଲୋକ ନରପତ ସିଂ ରାଜଭୀଙ୍କ ଟିକେଟ୍ କାଟି ଦିଆଯାଇଛି।

ଗଜେନ୍ଦ୍ର ସିଂ ଶେଖୱାତ

ଜୟସଲମର ବାସିନ୍ଦା ଗଜେନ୍ଦ୍ର ସିଂ ଶେଖୱାତ ବର୍ତ୍ତମାନ କେନ୍ଦ୍ର ସରକାରରେ ଜଳ ଶକ୍ତି ମନ୍ତ୍ରୀ ଅଛନ୍ତି। ସେ ଯୋଧପୁର ଲୋକସଭା ଆସନରୁ ସାଂସଦ। ରାଜସ୍ଥାନରେ ଗଜେନ୍ଦ୍ର ସିଂ ଶେଖୱାତଙ୍କ ଭଲ ଲୋକପ୍ରିୟତା ରହିଛି। କୁହାଯାଏ ଯେ ରାଜସ୍ଥାନରେ ଟିକେଟ୍ ବଣ୍ଟନରେ ଶେଖୱାତଙ୍କର ମଧ୍ୟ ବଡ ଭୂମିକା ଥିଲା।

ସିପି ଯୋଶୀ

ସିପି ଯୋଶୀ ବର୍ତ୍ତମାନ ରାଜସ୍ଥାନରେ ବିଜେପିର ରାଜ୍ୟ ସଭାପତି ଅଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଭଲ ସଂପର୍କରେ ଅଛନ୍ତି। କୁହାଯାଉଛି ଯେ ଯୋଶୀ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି।

Categories
ବିଶେଷ ଖବର

ଇତିହାସ ରଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଓଡିଶାବାସୀଙ୍କ ନବୀନଙ୍କୁ ଭଲ ପାଇବା ରହିଛି ଅତୁଟ, ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ନେବେ ଶପଥ

ସମୀକ୍ଷା ବ୍ୟୁରୋ

ପୁଣି ଥରେ ଇତିହାସ ରଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାରଣ ସେ ପଞ୍ଚମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବର୍ତ୍ତମାନ ଯାହା ଫଳାଫଳ ମିଳିଛି ସେଥିରୁ ସ୍ପଷ୍ଟ ହୋଇଛି ଯେ, ନବୀନଙ୍କ ନେତୃତ୍ବକୁ ବର୍ତ୍ତମାନ ସୁଦ୍ଧା ଓଡିଶାର ଲୋକେ ସମର୍ଥନ କରିଛନ୍ତି। ୧୪୬ଟି ଆସନରୁ ବର୍ତ୍ତମାନ ବିଜେଡି ଶହେରୁ ଅଧିକ ଆସନ ଅକ୍ତିଆର କରିଛି। ସଂପୂର୍ଣ୍ଣ ଫଳାଫଳ ଆସି ନ ଥିଲେ ମଧ୍ୟ ବର୍ତ୍ତମାନ ବିଜେଡିକୁ ପ୍ରାୟ ୧୧୫ ଟି ଆସନ ମିଳୁଛି। ସେହିପରି ବିଜେପିକୁ ୨୩ଟି ଆସନ ମିଳିବାକୁଥିବା ବେଳେ କଂଗ୍ରେସକୁ ମିଳିଛି ମାତ୍ର ୮ଟି ଆସନ। ତେବେ ଲୋକସଭାରେ ନବୀନଙ୍କୁ ସମାନ୍ୟ ଝଟକ୍କା ଲାଗିଛି। କାରଣ ଏଥର ବିଜେପି ପ୍ରାୟ ୫ଟି ଆସନରେ ଜିତିବାକୁ ଯାଉଛି। ୨୦୧୪ ମସିହାରେ ବିଜେପିର ଏକମାତ୍ର ପ୍ରାର୍ଥୀ ଜୁଏଲ ଓରାମ ସୁନ୍ଦରଗଡରୁ ଜିତି ଦଳର ଇଜ୍ଜତ ରଖିଥିଲେ। ଏଥର ନିର୍ବାଚନରେ ବିଜେପି ପୂର୍ବ ଅପେକ୍ଷା ବେଶ ଭଲ କରିଛି।

ତେବେ ଏହି ନିର୍ବାଚନରେ ଦୁଇଟି ବଡ କଥା ଦେଖିବାକୁ ମିଳିଛି। ତାହା ହେଲା ସାରା ଭାରତରେ ମୋଦୀ ଶାହା ଟିମ ଭଲ ପ୍ରଦର୍ଶନ କରିଥିବା ବେଳେ ତାହା ଓଡିଶାରେ କାମ ଦେଇ ନାହିଁ। ଦ୍ବିତୀୟ କଥା ହେଲା ଯେ, ଏଥର କଂଗ୍ରେସ ପାଇଁ ଏକ ଭଲ ସୁଯୋଗ ଥିଲେ ମଧ୍ୟ ତାହା ସେମାନେ ହାସଲ କରିବାରେ ସଫଳ ହେଲେ ନାହିଁ। ଆଶ୍ଚର୍ଯ୍ୟର କଥା ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଛିଡା ହୋଇଥିବା ଦୁଇଟି ଆସନରେ ତାଙ୍କର ନିକଟତମ ପ୍ରାର୍ଥୀଙ୍କଠାରୁ ପଛରେ ଅଛନ୍ତି। ସେହିପରି ବାଲେଶ୍ବର ଲୋକସଭାରୁ ପ୍ରାର୍ଥୀ ହୋଇଥିବା ତାଙ୍କର ପୁତ୍ର ନବଜ୍ୟୋତି ପଟ୍ଟନାୟକ ମଧ୍ୟ ତୃତୀୟ ସ୍ଥାନରେ ରହିଛନ୍ତି। କଂଗ୍ରେସ ଲୋକସଭାରେ ୨୦୧୪ରେ କୌଣସି ପ୍ରାର୍ଥୀ ପଠାଇବାରେ ସମର୍ଥ ହୋଇ ନ ଥିବା ବେଳେ ଏଥର ମଧ୍ୟ ସେହି ଅବସ୍ଥା ହୋଇଛି। ସେହିପରି ବିଧାନସଭାରେ ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିପାରି ନାହିଁ। ପୂର୍ବ ଅପେକ୍ଷା ଏଥର ସିଟ ସଂଖ୍ୟା ହ୍ରାସ ପାଇଛି। ଏପରିକି ବିରୋଧୀ ଦଳର ଭୂମିକାରେ ମଧ୍ୟ ଏଥର କଂଗ୍ରେସ ଆସିପାରିବ ନାହିଁ। ଗତଥର କଂଗ୍ରେସ ୧୬ଟି ଆସନ ପାଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ଅଧାକୁ ଖସିବାକୁ ଯାଉଛି। ଏହି ନିର୍ବାଚନ କଂଗ୍ରେସକୁ ଧରାଶାୟୀ କରିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ତେବେ ଚଳିତ ନିର୍ବାଚନରେ କଂଗ୍ରେସ ଅପେକ୍ଷା ବିଜେପିକୁ ଅଧିକ ଫାଇଦା ମିଳିଛି। କାରଣ ବିଜେପି ଏଥର ବିଧାନସଭାରେ ବିରୋଧୀ ଦଳର ଭୂମିକା ନେଉଥିବା ବେଳେ ଲୋକସଭାରେ ମଧ୍ୟ ଆସନ ସଂଖ୍ୟା ବଢିଛି। ବିଧାନସଭାରେ ବିଜେପି ଏଥର ପ୍ରାୟ ୨୩ଟି ଆସନ ମିଳିବାକୁ ଯାଉଛି।  ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଓଡିଶାରେ ମୋଦୀଶାହା ଟିମ ଯେପରି ମାରଥନ ପ୍ରଚାର କରିଥିଲେ, ସେହି ଅନୁସାରେ ଫଳ ମିଳିପାରିଲା ନାହିଁ। ନବୀନଙ୍କ କ୍ରେଜ ଆଗରେ ବିଜେପିର ଏହି ମାରଥନ ପ୍ରଚାର କୌଣସି କାମ କଲା ନାହିଁ। ବିଜେପି ମିଶନ ୧୨୦ ଅର୍ଥାତ ୧୪୭ଟି ଆସନରୁ ୧୨୦ଟି ଆସନ ହାସଲ କରିବ ବୋଲି ଲକ୍ଷ୍ୟ ରଖିଥିଲା। ତେବେ ମିଶନ ୧୨୦ ନୁହେଁ ମିଶନ ୨୦ ପ୍ଲସରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିଛି। ଯେତେବେଳେ ଏଗଜିଟ ପୋଲ ଆସିଥିଲା ସେତେବେଳେ ମଧ୍ୟ ରାଜ୍ୟ ବିଜେପି ବାହାସ୍ଫୋଟ ମାରିଥିଲେ ଯେ, ଓଡିଶାରେ ବିଜେପି ଶାସନ କରିବ। ନବୀନଙ୍କୁ ଲୋକମାନେ ଏଥର ନିର୍ବାଚନରେ ପରିବର୍ତ୍ତନ କରିଦେଇଛନ୍ତି ବୋଲି ବିଜେପି କହିଆସୁଥିଲା। ବର୍ତ୍ତମାନ୨୦ପ୍ଲସରେ ବିଜେପିକୁ ସନ୍ତୁଷ୍ଠ ହେବାକୁ ପଡିଛି।

ଏହି ନିର୍ବାଚନରେ ସବୁଠୁ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡା, ପୁରୀ ଏବଂ ଭୁବନେଶ୍ବର ଲୋକସଭାରେ ମଧ୍ୟ ଆଶ୍ଚର୍ଯ୍ୟଜନକ ଜନମତ ମିଳିଛି। କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜେଡି ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କଠାରୁ ୪୯ ହଜାର ଭୋଟ ପଛରେ ଅଛନ୍ତି। ସେହିପରି ପୁରୀରେ ମଧ୍ୟ ପିନାକୀ ମିଶ୍ର ଖୁବ କମ ଭୋଟରେ ଆଗୁଆ ଅଛନ୍ତି। ହେଲେ ଭୁବନେଶ୍ବର ଲୋକସଭାରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ତାଙ୍କର ନିକଟତମ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କଠାରୁ ମଧ୍ୟ ଢେର ଅଧିକ ଭୋଟରେ ଆଗୁଆ ଅଛନ୍ତି।