Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇତିହାସ ରଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଓଡିଶାବାସୀଙ୍କ ନବୀନଙ୍କୁ ଭଲ ପାଇବା ରହିଛି ଅତୁଟ, ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ନେବେ ଶପଥ
ବିଶେଷ ଖବର

ଇତିହାସ ରଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଓଡିଶାବାସୀଙ୍କ ନବୀନଙ୍କୁ ଭଲ ପାଇବା ରହିଛି ଅତୁଟ, ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ନେବେ ଶପଥ

May 23, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Naveen oath taking will be hold outside of Rajbhwan
Naveen oath taking will be hold outside of Rajbhwan

ସମୀକ୍ଷା ବ୍ୟୁରୋ

ପୁଣି ଥରେ ଇତିହାସ ରଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାରଣ ସେ ପଞ୍ଚମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବର୍ତ୍ତମାନ ଯାହା ଫଳାଫଳ ମିଳିଛି ସେଥିରୁ ସ୍ପଷ୍ଟ ହୋଇଛି ଯେ, ନବୀନଙ୍କ ନେତୃତ୍ବକୁ ବର୍ତ୍ତମାନ ସୁଦ୍ଧା ଓଡିଶାର ଲୋକେ ସମର୍ଥନ କରିଛନ୍ତି। ୧୪୬ଟି ଆସନରୁ ବର୍ତ୍ତମାନ ବିଜେଡି ଶହେରୁ ଅଧିକ ଆସନ ଅକ୍ତିଆର କରିଛି। ସଂପୂର୍ଣ୍ଣ ଫଳାଫଳ ଆସି ନ ଥିଲେ ମଧ୍ୟ ବର୍ତ୍ତମାନ ବିଜେଡିକୁ ପ୍ରାୟ ୧୧୫ ଟି ଆସନ ମିଳୁଛି। ସେହିପରି ବିଜେପିକୁ ୨୩ଟି ଆସନ ମିଳିବାକୁଥିବା ବେଳେ କଂଗ୍ରେସକୁ ମିଳିଛି ମାତ୍ର ୮ଟି ଆସନ। ତେବେ ଲୋକସଭାରେ ନବୀନଙ୍କୁ ସମାନ୍ୟ ଝଟକ୍କା ଲାଗିଛି। କାରଣ ଏଥର ବିଜେପି ପ୍ରାୟ ୫ଟି ଆସନରେ ଜିତିବାକୁ ଯାଉଛି। ୨୦୧୪ ମସିହାରେ ବିଜେପିର ଏକମାତ୍ର ପ୍ରାର୍ଥୀ ଜୁଏଲ ଓରାମ ସୁନ୍ଦରଗଡରୁ ଜିତି ଦଳର ଇଜ୍ଜତ ରଖିଥିଲେ। ଏଥର ନିର୍ବାଚନରେ ବିଜେପି ପୂର୍ବ ଅପେକ୍ଷା ବେଶ ଭଲ କରିଛି।

ତେବେ ଏହି ନିର୍ବାଚନରେ ଦୁଇଟି ବଡ କଥା ଦେଖିବାକୁ ମିଳିଛି। ତାହା ହେଲା ସାରା ଭାରତରେ ମୋଦୀ ଶାହା ଟିମ ଭଲ ପ୍ରଦର୍ଶନ କରିଥିବା ବେଳେ ତାହା ଓଡିଶାରେ କାମ ଦେଇ ନାହିଁ। ଦ୍ବିତୀୟ କଥା ହେଲା ଯେ, ଏଥର କଂଗ୍ରେସ ପାଇଁ ଏକ ଭଲ ସୁଯୋଗ ଥିଲେ ମଧ୍ୟ ତାହା ସେମାନେ ହାସଲ କରିବାରେ ସଫଳ ହେଲେ ନାହିଁ। ଆଶ୍ଚର୍ଯ୍ୟର କଥା ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଛିଡା ହୋଇଥିବା ଦୁଇଟି ଆସନରେ ତାଙ୍କର ନିକଟତମ ପ୍ରାର୍ଥୀଙ୍କଠାରୁ ପଛରେ ଅଛନ୍ତି। ସେହିପରି ବାଲେଶ୍ବର ଲୋକସଭାରୁ ପ୍ରାର୍ଥୀ ହୋଇଥିବା ତାଙ୍କର ପୁତ୍ର ନବଜ୍ୟୋତି ପଟ୍ଟନାୟକ ମଧ୍ୟ ତୃତୀୟ ସ୍ଥାନରେ ରହିଛନ୍ତି। କଂଗ୍ରେସ ଲୋକସଭାରେ ୨୦୧୪ରେ କୌଣସି ପ୍ରାର୍ଥୀ ପଠାଇବାରେ ସମର୍ଥ ହୋଇ ନ ଥିବା ବେଳେ ଏଥର ମଧ୍ୟ ସେହି ଅବସ୍ଥା ହୋଇଛି। ସେହିପରି ବିଧାନସଭାରେ ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିପାରି ନାହିଁ। ପୂର୍ବ ଅପେକ୍ଷା ଏଥର ସିଟ ସଂଖ୍ୟା ହ୍ରାସ ପାଇଛି। ଏପରିକି ବିରୋଧୀ ଦଳର ଭୂମିକାରେ ମଧ୍ୟ ଏଥର କଂଗ୍ରେସ ଆସିପାରିବ ନାହିଁ। ଗତଥର କଂଗ୍ରେସ ୧୬ଟି ଆସନ ପାଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ଅଧାକୁ ଖସିବାକୁ ଯାଉଛି। ଏହି ନିର୍ବାଚନ କଂଗ୍ରେସକୁ ଧରାଶାୟୀ କରିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ତେବେ ଚଳିତ ନିର୍ବାଚନରେ କଂଗ୍ରେସ ଅପେକ୍ଷା ବିଜେପିକୁ ଅଧିକ ଫାଇଦା ମିଳିଛି। କାରଣ ବିଜେପି ଏଥର ବିଧାନସଭାରେ ବିରୋଧୀ ଦଳର ଭୂମିକା ନେଉଥିବା ବେଳେ ଲୋକସଭାରେ ମଧ୍ୟ ଆସନ ସଂଖ୍ୟା ବଢିଛି। ବିଧାନସଭାରେ ବିଜେପି ଏଥର ପ୍ରାୟ ୨୩ଟି ଆସନ ମିଳିବାକୁ ଯାଉଛି।  ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଓଡିଶାରେ ମୋଦୀଶାହା ଟିମ ଯେପରି ମାରଥନ ପ୍ରଚାର କରିଥିଲେ, ସେହି ଅନୁସାରେ ଫଳ ମିଳିପାରିଲା ନାହିଁ। ନବୀନଙ୍କ କ୍ରେଜ ଆଗରେ ବିଜେପିର ଏହି ମାରଥନ ପ୍ରଚାର କୌଣସି କାମ କଲା ନାହିଁ। ବିଜେପି ମିଶନ ୧୨୦ ଅର୍ଥାତ ୧୪୭ଟି ଆସନରୁ ୧୨୦ଟି ଆସନ ହାସଲ କରିବ ବୋଲି ଲକ୍ଷ୍ୟ ରଖିଥିଲା। ତେବେ ମିଶନ ୧୨୦ ନୁହେଁ ମିଶନ ୨୦ ପ୍ଲସରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିଛି। ଯେତେବେଳେ ଏଗଜିଟ ପୋଲ ଆସିଥିଲା ସେତେବେଳେ ମଧ୍ୟ ରାଜ୍ୟ ବିଜେପି ବାହାସ୍ଫୋଟ ମାରିଥିଲେ ଯେ, ଓଡିଶାରେ ବିଜେପି ଶାସନ କରିବ। ନବୀନଙ୍କୁ ଲୋକମାନେ ଏଥର ନିର୍ବାଚନରେ ପରିବର୍ତ୍ତନ କରିଦେଇଛନ୍ତି ବୋଲି ବିଜେପି କହିଆସୁଥିଲା। ବର୍ତ୍ତମାନ୨୦ପ୍ଲସରେ ବିଜେପିକୁ ସନ୍ତୁଷ୍ଠ ହେବାକୁ ପଡିଛି।

ଏହି ନିର୍ବାଚନରେ ସବୁଠୁ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡା, ପୁରୀ ଏବଂ ଭୁବନେଶ୍ବର ଲୋକସଭାରେ ମଧ୍ୟ ଆଶ୍ଚର୍ଯ୍ୟଜନକ ଜନମତ ମିଳିଛି। କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜେଡି ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କଠାରୁ ୪୯ ହଜାର ଭୋଟ ପଛରେ ଅଛନ୍ତି। ସେହିପରି ପୁରୀରେ ମଧ୍ୟ ପିନାକୀ ମିଶ୍ର ଖୁବ କମ ଭୋଟରେ ଆଗୁଆ ଅଛନ୍ତି। ହେଲେ ଭୁବନେଶ୍ବର ଲୋକସଭାରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ତାଙ୍କର ନିକଟତମ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କଠାରୁ ମଧ୍ୟ ଢେର ଅଧିକ ଭୋଟରେ ଆଗୁଆ ଅଛନ୍ତି।

BJD BJP cong electionresult
Share. Facebook Twitter LinkedIn Email WhatsApp Copy Link

Related Posts

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

September 27, 2026

ମହିଳା ସଶକ୍ତିକରଣ ଓ ସହକାରିତା ସମ୍ପର୍କିତ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 27, 2026

ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା: ନିର୍ବାଚନ ଆୟୋଗ

September 27, 2026
Latest News

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026

କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୧୨ ମୃତ, ୩୦ ଗୁରୁତର

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.