Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉଦ୍‌ଘାଟିତ ହେଲା ଓଡ଼ିଶା ଗବେଷଣା ସମ୍ମେଳନ-୨୦୨୨
ଜାତୀୟ ଖବର

ଉଦ୍‌ଘାଟିତ ହେଲା ଓଡ଼ିଶା ଗବେଷଣା ସମ୍ମେଳନ-୨୦୨୨

November 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉଦ୍‌ଘାଟିତ ହେଲା ଓଡ଼ିଶା ଗବେଷଣା ସମ୍ମେଳନ-୨୦୨୨

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟଠାରେ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟ ସହଯୋଗରେ ଓଡ଼ିଶା ଗବେଷଣା ସମ୍ମିଳନୀ (Odisha Research Conclave)) ଉଦ୍‌ଘାଟିତ ହୋଇଛି । ଏହି ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଥିଲେ ଯେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନାରେ ପିଏଚ୍‌ଡ଼ି ଗବେଷଣାରତ ତଥା ଯୁବ ଅଧ୍ୟାପକମାନଙ୍କ ଜ୍ଞାନ ପ୍ରଦର୍ଶନ କରିବାର ଏକ ଅପୂର୍ବ ସୁଯୋଗ ପ୍ରଦାନ କରୁଛି ।

ଏହା ରାଜ୍ୟର ଉଚ୍ଚଶିକ୍ଷାର ରୂପାନ୍ତରୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ବିଶ୍ୱବାତାୟନରେ ପ୍ରତିଷ୍ଠିତ କରିବାରେ ନିଶ୍ଚିତ ଭାବେ ମାଇଲଖୁଣ୍ଟ ହୋଇରହିବ । ପ୍ରୋତ୍ସାହନ ଓ ପ୍ରେରଣା ଜରିଆରେ ଓଡ଼ିଶାର ଯୁବପିଢ଼ି ନିଶ୍ଚିତ ରୂପେ ଗବେଷଣାମନସ୍କ ହୋଇପାରିବେ ।

ଭାରତୀୟ ରାଷ୍ଟ୍ରୀୟ ବିଜ୍ଞାନ ଏକାଡେମୀ ((INSA)ର ବରିଷ୍ଠ ବୈଜ୍ଞାନିକ ତଥା ପୁଣେଠାରେ ଅବସ୍ଥିତ ଭାରତୀୟ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ ((ISER)ର ପ୍ରଫେସର ସ୍ୱାମୀନାଥନ ଶିବରାମ୍‌ ତାଙ୍କର ବକ୍ତବ୍ୟରେ ଗବେଷଣାର ସଫଳତା ଅନେ୍ୱଷା, ଜିଜ୍ଞାସା, ଅଧ୍ୟବସାୟ ଓ ନିରନ୍ତର ପ୍ରୟାସ ଦ୍ୱାରା ସମ୍ଭବ ବୋଲି ମତପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଉଚ୍ଚଶିକ୍ଷା ବିଭାଗର ଗବେଷଣା ପ୍ରତି ଦୃଷ୍ଟିକୋଣ ତଥା ପ୍ରୋତ୍ସାହନ ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାଶ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ନାୟକ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ସ୍ନତକୋତ୍ତର ଶିକ୍ଷା ପରିଷଦ ଅଧ୍ୟକ୍ଷା ପ୍ରଫେସର ଅସୀମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡ଼ିଶାର ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନର ଅଧ୍ୟାପକ-ଅଧ୍ୟାପିକା ଓ ଗବେଷକ-ଗବେଷିକାମାନଙ୍କ ଦ୍ୱାରା ପ୍ରସ୍ତୁତ ଗବେଷଣାଭିତ୍ତିକ ଅନୁସନ୍ଧାନର ପ୍ରଦର୍ଶନ, ପ୍ରସାର ଓ ସମାଜସଂପୃକ୍ତି ଏହି ତିନିଦିନିଆ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଏହି ସମ୍ମିଳନୀରେ ପ୍ରତିଷ୍ଠିତ ଗବେଷକମାନଙ୍କ ଦ୍ୱାରା ବିବିଧ ବିଷୟଭିତ୍ତିକ ଗବେଷଣାର ସାରସଂକ୍ଷେପ ଉପସ୍ଥାପନ ଏବଂ ପ୍ରାୟ ୫୫୦ଟି ପୋଷ୍ଟର ସମ୍ବଳିତ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି । ବିଭିନ୍ନ ବିଷୟ ବିଶେଷଜ୍ଞମାନଙ୍କ ମୂଲ୍ୟାୟନ ପରେ ଶ୍ରେଷ୍ଠ ବିବେଚିତ ଗବେଷକମାନଙ୍କୁ ପୁରସ୍କୃତ କରାଯିବ । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଏହି ସମ୍ମିଳନୀରେ ବିବିଧ ସଂପାନ ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.