Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଦ୍ମପୁରରେ “ବରିହା ରାଜ”: ଏ ପର୍ଯ୍ୟନ୍ତ ନଅ ଥର ‘ବରିହା’ ସାଙ୍ଗିଆ ହୋଇଛନ୍ତି ବିଧାୟକ
ଜାତୀୟ ଖବର

ପଦ୍ମପୁରରେ “ବରିହା ରାଜ”: ଏ ପର୍ଯ୍ୟନ୍ତ ନଅ ଥର ‘ବରିହା’ ସାଙ୍ଗିଆ ହୋଇଛନ୍ତି ବିଧାୟକ

November 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଦ୍ମପୁରରେ 'ବରିହା ରାଜ': ଏ ପର୍ଯ୍ୟନ୍ତ ନଅ ଜଣ ବରିହା ସାଙ୍ଗିଆ ହୋଇଛନ୍ତି ବିଧାୟକ

ଭୁବନେଶ୍ବର: ବର୍ତ୍ତମାନ ଓଡିଶା ରାଜନୀତିରେ ବେଶ ଚର୍ଚ୍ଚାରେ ଅଛି ପଦ୍ମପୁର ଉପନିର୍ବାଚନ। କାରଣ ଏହି ଉପନିର୍ବାଚିନରେ କାହାର ଜିତାପଟ ହେଉଛି ସେ ନେଇ ସବୁ ମହଲରେ ଚାଲିଛି ଅଙ୍କ କଷା। ନିକଟରେ ଧାମନଗର ଉପନିର୍ବାଚନରେ ହାରିବା ପରେ ଏଥର ପଦ୍ମପୁର ପାଇଁ ପୁରା ଜାଲ ବିଛେଇ ଦେଇଛି ବିଜେଡି।

ଏଥର ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି। କାରଣ ତାଙ୍କର ବାପା ବିଜୟ ରଂଜନ ସିଂ ବରିହାଙ୍କ ପରଲୋକ ପରେ ଦଳ ତାଙ୍କୁ ପ୍ରାର୍ଥୀ କରିଛି। ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜୟ ବରିହାଙ୍କ ଥିଲା ପୁରା ଦବଦବା। ସେଥିପାଇଁ ସେ ପାଞ୍ଚ ଥର ନିର୍ବାଚନରେ ଜିତି ବିଧାୟକ ହୋଇ ପାରିଥିଲେ। ସେ ଲଗାତର ତିନିଥର ବିଜୟ ହୋଇ ପଦ୍ମପୁରରେ ଏକ ଇତିହାସ ସୃଷ୍ଟି କରିଛନ୍ତି।

ତେବେ ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ତାଲିକାକୁ ପର୍ଯ୍ୟାଲୋଚନା କଲେ କେବଳ ବରିହା ସାଙ୍ଗିଆ ବିଧାୟକଙ୍କ ସଂଖ୍ୟା ହେଉଛି ସର୍ବାଧିକ। ବିଜୟ ରଂଜନ ସିଂ ବରିହା ପାଞ୍ଚଥର ବିଧାୟକ ହୋଇଥିବା ବେଳେ ବିକ୍ରମାଦିତ୍ୟ ସିଂ ବରିହା ମଧ୍ୟ ସେହିପରି ତିନିଥର ବିଧାୟକ ହୋଇଛନ୍ତି। ଫଳରେ ବରିହା ପରିବାର ପଦ୍ମପୁର ନିର୍ବାଚନ ନଅ ଥର ବିଜୟ ଟୀକା ପିନ୍ଧିବାରେ ସକ୍ଷମ ହୋଇଛନ୍ତି।

ଗତ ୨୦୧୯ ନିର୍ବାଚନରେ ବିଜୟ ରଂଜନ ସିଂ ବରିହା ବିଜେପିର ପ୍ରଦୀପ ପୁରୋହିତଙ୍କୁ ହରାଇ ବିଧାୟକ ହୋଇଥିଲେ। ଏହା ପୂର୍ବରୁ ୨୦୧୪ ନିର୍ବାଚନରେ ପ୍ରଦୀପଙ୍କଠାରୁ ବିଜୟ ବରିହା ହାରିଯାଇଥିଲେ। ହେଲେ ୨୦୦୯ ମସିହାରେ ବିଜୟ ବରିହା କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ହରାଇ ବିଧାୟକ ହୋଇଥିଲେ। ୨୦୦୪ ମସିହାରେ ବିଜୟ ବରିହା ସତ୍ୟଭୂଷଣଙ୍କଠାରୁ ହାରିଯାଇଥିଲେ।

ବିଜୟ ରଂଜନ ବରିହା କିନ୍ତୁ ୧୯୯୦ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ଲଗାତର ତିନିଥର ବିଜୟ ଲାଭ କରିଥିଲେ। ୧୯୯୦ ଏବଂ ୧୯୯୫ ମସିହା ନିର୍ବାଚନରେ ସେ ଜନତା ଦଳ ଟିକେଟରୁ ସେଠାରୁ ବିଜୟ ହୋଇଥିଲେ। ୨୦୦୦ ମସିହାରେ ସେ ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ଟିକେଟରୁ ଲଢି ବିଜୟ ହୋଇଥିଲେ।

ଏହି ପଦ୍ମପୁର ଆସନଟି ୧୯୮୦ ଏବଂ ୧୯୮୫ ନିର୍ବାଚନରେ କଂଗ୍ରେସ ହାତରେ ଥିଲା। ବର୍ତ୍ତମାନ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସତ୍ୟଭୂଷଣ ସାହୁ ଏହି ଦୁଇଟି ନିର୍ବାଚନରେ ବିଜୟ ଲାଭ କରି ବିଧାୟକ ହୋଇପାରିଥିଲେ। ସେହିପରି ୧୯୫୭, ୧୯୬୧, ୧୯୬୭ ନିର୍ବାଚନରେ କଂଗ୍ରେସରୁ ବିକ୍ରାମାଦିତ୍ୟ ବରିହା ବିଧାୟକ ହୋଇଥିଲେ। ସେ ୧୯୫୭ ଏବଂ ୧୯୬୧ ରେ କଂଗ୍ରେସରୁ ବିଧାୟକ ହୋଇଥିବା ବେଳେ ୧୯୬୭ ରେ ଓଡିଶା ଜନ କଂଗ୍ରେସରୁ ବିଧାୟକ ହୋଇଥିଲେ। ଫଳରେ ବରିହା ସାଙ୍ଗିଆ ର ଦବଦବା ଏହିଠାରୁ ଆରମ୍ଭ ହୋଇଥିଲା।

୧୯୭୧ରେ କଂଗ୍ରେସର ପ୍ରାର୍ଥୀ କୃପାସିନ୍ଧୁ ଭୋଇ ପ୍ରଥମ ଥର ପାଇଁ ବରିହା ରାଜକୁ ମାତ ମାରି ବିଧାୟକ ହେବାର ସକ୍ଷମ ହୋଇପାରି ଥିଲେ। ୧୯୯୦ ମସିହାରେ ବିଜୟ ରଂଜନ ସିଂ ବରିହା ପ୍ରଥମ ଥର ପାଇଁ ବିଧାୟକ ହୋଇ ତାଙ୍କର ବରିହା ସାଙ୍ଗିଆକୁ କ୍ଷମତାକୁ ଆଣିବାରେ ସକ୍ଷମ ହୋଇଥିଲେ।

ବର୍ତ୍ତମାନ ତାଙ୍କର ଝିଅ ବର୍ଷା ସିଂ ବରିହା ଉପନିର୍ବାଚନରେ ଅବତୀଣ୍ଣ ହୋଇଛନ୍ତି। ସେ ଜିତିଲେ ପଦ୍ମପୁରରେ ବରିହା ସାଙ୍ଗିଆ ବିଧାୟକ ସଂଖ୍ୟା ୧୦ କୁ ବୃଦ୍ଧି ପାଇବ।

Share. Facebook Twitter LinkedIn Email WhatsApp Copy Link

Related Posts

ରେଢ଼ାଖୋଲ ଢୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର: ୩ ସହଯୋଗୀ ଗିରଫ

March 18, 2026

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

“ଏହା ଲଜ୍ଜାଜନକ”: ଆସାମରେ କଂଗ୍ରେସ ସାଂସଦ ଦଳ ଛାଡିବା ପରେ କହିଲା ଶିବସେନା

March 18, 2026

RCB କୁ କିଣିବା ଦୌଡ଼ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ: ୧୬ ହଜାର କୋଟି ଅତିକ୍ରମ କରିପାରେ ନିଲାମ

March 18, 2026
Latest News

ରେଢ଼ାଖୋଲ ଢୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର: ୩ ସହଯୋଗୀ ଗିରଫ

March 18, 2026

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

“ଏହା ଲଜ୍ଜାଜନକ”: ଆସାମରେ କଂଗ୍ରେସ ସାଂସଦ ଦଳ ଛାଡିବା ପରେ କହିଲା ଶିବସେନା

March 18, 2026

RCB କୁ କିଣିବା ଦୌଡ଼ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ: ୧୬ ହଜାର କୋଟି ଅତିକ୍ରମ କରିପାରେ ନିଲାମ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.