Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ସୁପ୍ରିମ୍‌କୋର୍ଟଠାରେ ଆୟୋଜିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ଆଜି ସୁପ୍ରିମ୍‌କୋର୍ଟଠାରେ ଆୟୋଜିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

November 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୦ଟା ବେଳେ ସୁପ୍ରିମ୍‌କୋର୍ଟଠାରେ ଆୟୋଜିତ ସମ୍ବିଧାନ ଦିବସ ପାଳନ ସମାରୋହରେ ଯୋଗ ଦେବେ। ୨୦୧୫ ମସିହାଠାରୁ ଏହି ଦିନଟିକୁ ସମ୍ବିଧାନ ଦିବସରୂପେ ପାଳନ କରାଯାଇ ଆସୁଛି । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ସମ୍ବିଧାନ ପ୍ରଣୟନ ସଭାରେ ଭାରତର ସମ୍ବିଧାନ ଗୃହିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ ଇ-କୋର୍ଟ କାର୍ଯ୍ୟକ୍ରମ ଅଧୀନରେ କେତେଗୁଡ଼ିଏ ନୂତନ ଉପକ୍ରମର ଶୁଭାରମ୍ଭ କରିବେ। ଏହି ପ୍ରକଳ୍ପ ବିବାଦୀୟ ପକ୍ଷ, ଆଇନଜୀବୀ ଏବଂ ବିଚାର ବିଭାଗକୁ ବିଚାରାଳୟର ଆଇସିଟି ସକ୍ଷମ ସେବା ଯୋଗାଇ ଦେବା ନିମନ୍ତେ ଉଦ୍ଦିଷ୍ଟ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଯେଉଁ ସବୁ ସେବାର ଶୁଭାରମ୍ଭ କରାଯିବାର ଅଛି ସେଥିମଧ୍ୟରେ ଭର୍ଚୁଆଲ୍ ନ୍ୟାୟିକ ଘଡ଼ି,  ଜଷ୍ଟ ଆଇଏସ ମୋବାଇଲ୍ ଆପ୍ ୨-୦, ଡିଜିଟାଲ କୋର୍ଟ ଏବଂ ଏସ୩ୱସ୍ ୱେବ୍‌ସାଇଟ୍ ଆଦି ଅନ୍ତର୍ଭୁକ୍ତ।

ଭର୍ଚୁଆଲ୍‌ କୋର୍ଟ ଘଡ଼ି ଏପରି ଏକ ଉପକ୍ରମ ଯାହା ବିଚାରାଳୟ ଗୁଡ଼ିକ ସ୍ତରରେ ନ୍ୟାୟ ପ୍ରଦାନ ବ୍ୟବସ୍ଥା ସମ୍ପର୍କୀତ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ବିସ୍ତୃତ ଭାବେ ପ୍ରଦାନ କରିଥାଏ। ସେଥିରେ କେତେ ସଂଖ୍ୟକ ମାମଲା ବିଚାରାଧୀନ ରହିଛି, କେତେ ସଂଖ୍ୟକ ମାମଲାର ଫଇସଲା ହୋଇଛି ଏବଂ କେତେ ସଂଖ୍ୟକ ମାମଲା ପ୍ରତିଦିନ/ ସପ୍ତାହ/ ମାସ ଭିତ୍ତିରେ ବିଚାରାଳୟସ୍ତରରେ ଫଇସଲା ପାଇଁ ପଡ଼ି ରହିଛି ତାହାର ବିସ୍ତୃତ ସୂଚନା ଦେଇଥାଏ। ବିଚାରାଳୟ ଗୁଡ଼ିକ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ କିପରି ଭାବେ ଉତ୍ତରଦାୟୀ  ଏବଂ ସ୍ୱଚ୍ଛ ଭାବେ ସେମାନଙ୍କର କାର୍ଯ୍ୟ କରୁଛନ୍ତି ଏବଂ ବିଭିନ୍ନ ବିଚାରାଳୟରେ ମାମଲାଗୁଡ଼ିକ ଫଇସଲା ହେବା ନିମନ୍ତେ କେଉଁ ପର୍ଯ୍ୟାୟରେ ରହିଛି ତାହାର ବିସ୍ତୃତ ସୂଚନା ଜନସାଧାରଣଙ୍କୁ ସୂଚାଇଥାଏ। ଜିଲ୍ଲା ନ୍ୟାୟାଳୟର ଯେକୌଣସି ବିଚାରାଳୟର ଜନସାଧାରଣ ଭର୍ଚୁଆଲ୍ ନ୍ୟାୟ ଘଡ଼ି ୱେବ୍‌ସାଇଟ୍‌କୁ ଯାଇ ଜନସାଧାରଣ ଏହି ସବୁ ସୂଚନା ପ୍ରାପ୍ତ ହୋଇପାରିବେ।

ଜଷ୍ଟଆଇଏସ ମୋବାଇଲ୍ ଆପ୍ ୨.୦ ଏଭଳି ଏକ ସୂଚନା ସାଧନ ଯାହା ନ୍ୟାୟିକ ଅଧିକାରୀମାନଙ୍କ ନିମନ୍ତେ ଉପଲବ୍ଧ ଏବଂ ତାହା ମାଧ୍ୟମରେ ସଫଳତାର ସହିତ ସେମାନେ ବିଚାରାଳୟ ଏବଂ ମାମଲାର ପରିଚାଳନା କରିପାରିବେ। କେବଳ ନିଜ ବିଚାରାଳୟର ନୁହେଁ ବରଂ ବ୍ୟକ୍ତିଗତ ଭାବେ ସମସ୍ତ ବିଚାରପତି ଯେଉଁମାନେ କି ସେମାନଙ୍କ ଅଧୀନରେ ଥିବେ ସେମାନଙ୍କ କୋର୍ଟରେ ବିଚାର ପାଇଁ ପଡ଼ି ରହିଥିବା ମାମଲା ଏବଂ ସେସବୁର ଫଇସଲା ସମ୍ପର୍କୀତ ସୂଚନା ସହଜରେ ପାଇପାରିବେ । ଏହି ଆପ୍‌ ହାଇକୋର୍ଟ ଏବଂ ସୁପ୍ରିମ୍‌କୋର୍ଟର ବିଚାରପତିମାନଙ୍କ ପାଇଁ ଉପଲବ୍ଧ ଯେଉଁମାନେ ବର୍ତ୍ତମାନ ସେମାନଙ୍କ କାର୍ଯ୍ୟ ପରିସର ଅଧୀନରେ ଥିବା ସମସ୍ତ ରାଜ୍ୟ ଏବଂ ଜିଲ୍ଲା ନ୍ୟାୟାଳୟ ମାନଙ୍କରେ ବକେୟା ମାମଲାକୁ ଅନୁଧ୍ୟାନ କରିପାରିବେ।

ଡିଜିଟାଲ କୋର୍ଟ ଆଉ ଏକ ପ୍ରୟାସ ଯାହା କୋର୍ଟର ରେକର୍ଡକୁ ଡିଜିଟାଇଜ୍‌ ରୂପରେ ବିଚାରପତି ମାନଙ୍କ ପାଇଁ ଉପଲବ୍ଧ କରାଇଥାଏ ଏବଂ ଏହା କାଗଜ ହୀନ କୋର୍ଟ ବ୍ୟବସ୍ଥାକୁ ରୂପାନ୍ତରଣର ଏକ ପର୍ଯ୍ୟାୟ ।

ସେହିଭଳି ଏସ୩ୱାସ୍ ୱେବ୍‌ସାଇଟ୍‌ ଏଭଳି ଏକ ଢାଞ୍ଚା ଯାହା ଜିଲ୍ଲା ନ୍ୟାୟିକ ବ୍ୟବସ୍ଥା ସମ୍ପର୍କୀତ ନିର୍ଦ୍ଦିଷ୍ଟ ସୂଚନା ଓ ସେବାର ପ୍ରକାଶନ ନିମନ୍ତେ ୱେବ୍‌ସାଇଟ୍‌ ସୃଷ୍ଟି କରିବା, ଏହାର ମୁତୟନ ଏବଂ ପରିଚାଳନା କରିଥାଏ। ଏସ୩ୱାସ୍ ୱେବ୍‌ସାଇଟ୍ ଏକ କ୍ଲାଉଡ୍‌ ସେବା ଯାହା ସରକାରୀ ସଂସ୍ଥାମାନଙ୍କ ନିମନ୍ତେ ନିରାପଦ, ଆକଳନକ୍ଷମ ଏବଂ ସୁଗମ୍ୟ (ଉପଲବ୍ଧ) ୱେବ୍‌ସାଇଟ୍‌ର ବିକାଶ ଘଟାଇଥାଏ। ଏହା ବହୁଭାଷିକ, ନାଗରିକ ତଥା ଦିବ୍ୟାଙ୍ଗ ଅନୁକୂଳ।

ନରେନ୍ଦ୍ର ମୋଦୀ ସମ୍ବିଧାନ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’: ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କ ପାଇଁ ବଡ଼ ଖବର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

May 19, 2026

ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି

May 19, 2026
Latest News

ଓଡ଼ିଶାର ଆମ୍ବ କିସମ ଓ ଉତ୍ପାଦନକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପ୍ରଶଂସା

May 20, 2026

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା : ଆଉ ୨ଜଣ ଅଭିଯୁକ୍ତ ଗିରଫ

May 19, 2026

ବଦଳିଲା CRUTର ନାଁ

May 19, 2026

RBI ର ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ବ୍ୟାଙ୍କର ଲାଇସେନ୍ସ କଲା ବାତିଲ

May 19, 2026

ସମ୍ବଲପୁରରେ ପୁଣି ଏନକାଉଣ୍ଟର

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.