Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସମ୍ବାଦ ପ୍ରସାରଣରେ ଗତି ଅପେକ୍ଷା ସଠିକତା ଅଧିକ ଗୁରୁତ୍ୱପୂର୍ଣ୍ଣ: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର
ବିଶେଷ ଖବର

ସମ୍ବାଦ ପ୍ରସାରଣରେ ଗତି ଅପେକ୍ଷା ସଠିକତା ଅଧିକ ଗୁରୁତ୍ୱପୂର୍ଣ୍ଣ: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

November 29, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି କହିଛନ୍ତି ଯେ, “ପ୍ରାମାଣିକ ସୂଚନା ଓ ଖବର ପରିବେଷଣ କରିବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ ଏବଂ ସମାଚାରକୁ ସର୍ବସମ୍ମୁଖରେ ପ୍ରସାରଣ କରିବାବା ପୂର୍ବରୁ ଏହାକୁ ସଠିକ୍ ଭାବେ ଯାଞ୍ଚ କରାଯିବା ଉଚିତ୍”।

ଏସିଆ ପାସିଫିକ୍ ବ୍ରଡକାଷ୍ଟିଂ ୟୁନିୟନ ଜେନେରାଲ ଆସେମ୍ବଲି ୨୦୨୨ ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି ଅନୁରାଗ ଠାକୁର କହିଛନ୍ତି ଯେ ଯେଉଁ ଗତିରେ ସୂଚନାକୁ ପ୍ରସାରିତ କରାଯାଉଛି ତାହା ବହୁତ ମହତ୍ତ୍ବପୂର୍ଣ୍ଣ। କିନ୍ତୁ ସଠିକତା ଏହାଠାରୁ ମଧ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ ଏବଂ ଏହି ବିଷୟ ପ୍ରତି ସମାଚାର ପରିବେଷଣକାରୀମାନେ ଧ୍ୟାନ ଦେବା ଉଚିତ୍‌। ସେ କହିଛନ୍ତି ଯେ ସୋସିଆଲ୍ ମିଡିଆର ପ୍ରସାର ସହିତ ମିଛ ଖବର ବା ଫେକ୍‌ ନ୍ୟୁଜର ମଧ୍ୟ ପ୍ରସାର ହେଉଛି। ତେଣୁ ପ୍ରାମାଣିକ ଖବର ହୋଇନଥିଲେ ଏପରି ଖବରକୁ ବିଶ୍ବାସ ନକରିବା ଲାଗି ଶ୍ରୀ ଠାକୁର  ଏସୀୟ-ପ୍ରଶାନ୍ତ ମହାସାଗରୀୟ ଦର୍ଶକଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ମିଛ ଖବରର ଦାବିକୁ ପ୍ରତିହତ କରିବା ଏବଂ ଲୋକଙ୍କ ନିକଟରେ ସତ୍ୟ ଉପସ୍ଥାପନ କରିବା ପାଇଁ ଭାରତ ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଫ୍ୟାକ୍ଟ ଚେକ୍ ୟୁନିଟ୍ ପ୍ରତିଷ୍ଠା କରାଯାଇଛି।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଜନସାଧାରଣଙ୍କ ବିଶ୍ୱାସକୁ ବଜାୟ ରଖିବା ଦାୟିତ୍ବପ୍ରାପ୍ତ ଗଣମାଧ୍ୟମ ସଂଗଠନଗୁଡିକ ପାଇଁ ସର୍ବୋଚ୍ଚ ମାର୍ଗଦର୍ଶୀ ସିଦ୍ଧାନ୍ତ ହେବା ଉଚିତ୍। ଦେଶରେ ସାର୍ବଜନୀନ ଗଣମାଧ୍ୟମ ସଂସ୍ଥା ଦୂରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡିଓ ସର୍ବଦା ସତ୍ୟ ଖବର ପକ୍ଷରେ ରହିଛି। ସଠିକ୍ ଓ ପ୍ରାମାଣିକ ଖବର ପ୍ରସାରଣ ପାଇଁ ଲୋକଙ୍କ ବିଶ୍ୱାସ ହାସଲ କରିଥିବାରୁ ସେ ଏହି ଦୁଇ ଗଣମାଧ୍ୟମ ସଂସ୍ଥାକୁ ପ୍ରଶଂସା କରିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ସଙ୍କଟ ସମୟରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଗଣମାଧ୍ୟମ ସିଧାସଳଖ ଜୀବନ ରକ୍ଷା କରିବା ସହିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ଯୋଜନାର ପ୍ରମୁଖ ଭୂମିକା ନିର୍ବାହ କରିଥାଏ।

କୋଭିଡ୍ ମହାମାରୀ ସମୟରେ ଘରେ ଅଟକି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା କ୍ଷେତ୍ରରେ ଗଣମାଧ୍ୟମର ଭୂମିକାକୁ ଅନୁରାଗ ଠାକୁର ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ମିଡିଆ ସେହି ସମୟରେ ଲୋକଙ୍କୁ ବାହ୍ୟ ଜଗତ ସହିତ ଯୋଡି ରଖିଥିଲା। ବିଶେଷ ଭାବରେ ଦୂରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡିଓ ଏବଂ ସାଧାରଣତଃ ଭାରତୀୟ ଗଣମାଧ୍ୟମ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ବିଷୟରେ କେନ୍ଦ୍ର ମନ୍ତ୍ରୀ ଦର୍ଶକଙ୍କୁ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଦୂରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡିଓ, ଜନସେବା ଦିଗରେ ଅତ୍ୟନ୍ତ ସନ୍ତୋଷଜନକ ଭାବରେ କାର୍ଯ୍ୟ କରିଛନ୍ତି। ମହାମାରୀ ସମୟରେ ଲୋକଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଛନ୍ତି। ସେ କହିଛନ୍ତି ଯେ ସାଧାରଣତଃ ଭାରତୀୟ ଗଣମାଧ୍ୟମ ନିଶ୍ଚିତ କରିଛି ଯେ କୋଭିଡ୍ ସଚେତନତା ବାର୍ତ୍ତା, ଗୁରୁତ୍ୱପୂର୍ଣ୍ଣ ସରକାରୀ ନିର୍ଦ୍ଦେଶାବଳୀ ଏବଂ ଡାକ୍ତରଙ୍କ ସହ ମାଗଣା ଅନଲାଇନ୍ ପରାମର୍ଶ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚିଛି। ପ୍ରସାର ଭାରତୀ କୋଭିଡ୍ ରେ ଶହେରୁ ଅଧିକ ସଦସ୍ୟଙ୍କୁ ହରାଇଥିଲା। ତଥାପି ଏହି ସଂଗଠନ ଜନସେବା ଯୋଗାଇ ଦେବାରେ ଅବହେଳା କରିନଥିଲା ବୋଲି ମନ୍ତ୍ରୀ କହିଥିଲେ।

ଶ୍ରୀ ଠାକୁର ଗଣମାଧ୍ୟମକୁ ଶାସନର ଭାଗୀଦାର ହେବାକୁ ଆମନ୍ତ୍ରଣ କରିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଉକ୍ତି ସମ୍ପର୍କରେ କହିଥିଲେ। ତାହା ହେଉଛି ‘‘ସରକାର ଏବଂ ଜନତାଙ୍କ ମଧ୍ୟରେ ଏକ ସମ୍ପର୍କର ସେତୁ ଭାବରେ ଗଣମାଧ୍ୟମ କାର୍ଯ୍ୟ କରିବା ଉଚିତ୍। ରାଷ୍ଟ୍ରୀୟ ଏବଂ କ୍ଷେତ୍ରୀୟ ଉଭୟ ସ୍ତରରେ ଗଣମାଧ୍ୟମ ନିରନ୍ତର ମତାମତ ଦେବା ଆବଶ୍ୟକ।’’

ଏବିୟୁ ସଦସ୍ୟଙ୍କ ସହିତ ଭାରତର ସହଯୋଗ ଏବଂ ଭାଗିଦାରୀ ବିଷୟରେ ଆଲୋଚନା କରି ସେ କହିଥିଲେ ଯେ ପ୍ରସାର ଭାରତୀର ଶୀର୍ଷ ପ୍ରଶିକ୍ଷଣ ସଂସ୍ଥାନ ଏନଏବିଏମ୍ ପ୍ରସାରଣ ଉଦ୍ୟୋଗର ବିଭିନ୍ନ ଦିଗକୁ ସାମିଲ୍ କରି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନରେ ଏବିୟୁ ମିଡିଆ ଏକାଡେମୀ ସହିତ ମିଶି କରି କାମ କରୁଛି। ଭାରତ ପ୍ରାୟ ୪୦ ଦେଶ ସହିତ ସାମଗ୍ରୀ ଆଦାନ-ପ୍ରଦାନ, ସହ-ଉତ୍ପାଦନ, କ୍ଷମତା ନିର୍ମାଣ ଆଦି କ୍ଷେତ୍ରରେ ଦ୍ବିପାକ୍ଷିକ ରାଜିନାମା କରିଛି। ଏହି ଦେଶ ମାନଙ୍କ ମଧ୍ୟରେ ଅନେକ ସହଯୋଗୀ ଏବିୟୁ ଦେଶ – ଅଷ୍ଟ୍ରେଲିଆ, ବାଂଲାଦେଶ, ଭୁଟାନ, ଫିଜି, ମାଲଦ୍ୱୀପ, ନେପାଳ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ ଏବଂ ଭିଏତନାମ ସାମିଲ୍ ରହିଛନ୍ତି। କାର୍ଯ୍ୟକ୍ରମର ବିନିମୟ ପାଇଁ ମାର୍ଚ୍ଚ ୨୦୨୨ ରେ ପ୍ରସାରଣ କ୍ଷେତ୍ରରେ ଆମେ ଅଷ୍ଟ୍ରେଲିଆ ସହ ମଧ୍ୟ ଭାଗିଦାରୀ କରିଛୁ। ଦୁଇ ଦେଶର ପ୍ରସାରଣକାରୀମାନେ ଅନେକ ବିଧିରେ ବ୍ୟାପକ କାର୍ଯ୍ୟକ୍ରମର ସହ ନିର୍ମାଣ ଏବଂ ସଂଯୁକ୍ତ ପ୍ରସାରଣରେ ଥିବା ଅବସରର ଅନୁସନ୍ଧାନ କରୁଛନ୍ତି।

ଏହି ଅବସରରେ ଶ୍ରୀ ମାସାଗାକି ଏସିଆ ପ୍ରଶାନ୍ତ କ୍ଷେତ୍ରରେ ଏବିୟୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ। ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଖବର ବାଣ୍ଟିବାରେ ଏହି ଅଞ୍ଚଳର ସମସ୍ତ ସର୍ବସାଧାରଣ ପ୍ରସାରଣକାରୀଙ୍କ ସହଯୋଗକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଜାୱଦ ମୋତାଗି କହିଛନ୍ତି ଯେ ଏହି ଅଞ୍ଚଳ ବିବିଧତାରେ ପରିପୂର୍ଣ୍ଣ ତଥାପି ଆମେ ସମସ୍ତ ସଦସ୍ୟ ଦେଶ ଏଥିରେ ସମାନତା ପାଇଥାଉ। ଏପରି ଭାବେ ବିବିଧତାରେ ପ୍ରକୃତ ଏକତା ଆମେ ପ୍ରଦର୍ଶନ କରୁଛୁ।

ପ୍ରସାର ଭାରତୀ ସିଇଓ ଗୌରବ ଦ୍ୱିବେଦୀ ତାଙ୍କ ସ୍ୱାଗତ ଅଭିଭାଷଣରେ ଟେଲିଭିଜନ ଏବଂ ରେଡିଓ ପ୍ରସାରଣକାରୀଙ୍କ ସାମୂହିକ ସ୍ୱାର୍ଥ ତଥା ଏସିଆ ପ୍ରଶାନ୍ତ କ୍ଷେତ୍ରରେ ପ୍ରସାରଣକାରୀଙ୍କ ମଧ୍ୟରେ ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ସହଯୋଗରେ ଏବିୟୁର ଭୂମିକାକୁ ପ୍ରଶଂସା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ କରୁଛି ଏବଂ ଗଣମାଧ୍ୟମ ତଥା ଯୋଗାଯୋଗ କ୍ଷେତ୍ରରେ ଦେଶର ସଫଳତାକୁ ବାଣ୍ଟିବା ପାଇଁ ଏହି ସମ୍ମିଳନୀ ଏକ ଉତ୍ତମ ସୁଯୋଗ ଆଣି ଦେଇଛି। ସମୃଦ୍ଧ ଐତିହ୍ୟ, ବିସ୍ତୃତ ବିବିଧତା ଏବଂ ପ୍ରଗତିଶୀଳ ଭାରତକୁ ବିଶ୍ୱ ନିକଟରେ ପ୍ରଦର୍ଶିତ ଲାଗି ମଧ୍ୟ ଏକ ଅବସର ଜୁଟିଛି।

ସୂଚନାଯୋଗ୍ୟ ଯେ ଭାରତର ଲୋକ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ ପକ୍ଷରୁ ୫୯ତମ ଏବିୟୁ ମହାସଭା ଆୟୋଜନ କରାଯାଉଛି। ଚଳିତ ବର୍ଷର ମହାସଭାର ବିଷୟ ହେଉଛି – ‘‘ଲୋକମାନଙ୍କର ସେବା: ସଙ୍କଟ ସମୟରେ ମିଡିଆର ଭୂମିକା।’’ ଆଜି ନୂଆଦିଲ୍ଲୀରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏହି ମହାସଭାର ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ, ସୂଚନା ଏବଂ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ରା, ଏବିୟୁର ଅଧ୍ୟକ୍ଷ ମସାଗାକି ସଟୋରୁ ଏବଂ ଏବିୟୁର ମହାସଚିବ ଜାୱାଦ ମୋଟାଗ ମଧ୍ୟ ଉପସ୍ଥିତ ଥିଲେ। ଏବିୟୁ (ଏସିଆ ପାସିଫିକ୍ ବ୍ରଡକାଷ୍ଟିଂ ୟୁନିୟନ୍) ଏସିଆ ଏବଂ ପ୍ରଶାନ୍ତ କ୍ଷେତ୍ରର ପ୍ରସାରଣ ସଙ୍ଗଠନର ଏକ ଅଣ-ଲାଭକାରୀ ପେସାଦାର ସଂଘ ଅଟେ। ଚାଳିଶ ଦେଶର ୫୦ ସଙ୍ଗଠନର ପ୍ରତିନିଧିତ୍ବ କରୁଥିବା ୩୦୦ ରୁ ଅଧିକ ଅନ୍ତର୍ଜାତୀୟ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି।

ଅନୁରାଗ ଠାକୁର କେନ୍ଦ୍ର ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.