Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଦ୍ମପୁରରେ ହାତ ହଲେଇ ହଲେଇ ପଦ୍ମତୋଳା ମନ୍ତ୍ର ଫୁଙ୍କି ଦେଲେ ନବୀନ, ଭୋଟର ଖୁସ୍
ଜାତୀୟ ଖବର

ପଦ୍ମପୁରରେ ହାତ ହଲେଇ ହଲେଇ ପଦ୍ମତୋଳା ମନ୍ତ୍ର ଫୁଙ୍କି ଦେଲେ ନବୀନ, ଭୋଟର ଖୁସ୍

December 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଦ୍ମପୁରରେ ହାତ ହଲେଇ ହଲେଇ ନବୀନ ଫୁଙ୍କିଦେଲେ ପଦ୍ମତୋଳା ମନ୍ତ୍ର, ଭୋଟର ଖୁସ୍

ବରଗଡ: ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନରେ ମାରଥନ ପ୍ରଚାର କରି ଫେରିଆସିଛନ୍ତି। ବହୁଦିନ ଧରି ବରଗଡ ବିଜେଡି ନବୀନଙ୍କ ଉପସ୍ଥିତିକୁ ଅପେକ୍ଷା କରିଥିଲେ। ସେ ଆଜି ତିନୋଟି ବ୍ଲକରେ ସଭା କରି ଲୋକଙ୍କୁ ହାତ ହଲାଇ ହଲାଇ ଯେଉଁ ଦୁଇପଦ କହିଛନ୍ତି ସେଥିରେ ଭୋଟର ବେଶ ଖୁସ।

Odisha CM in Padampur Election

ପୂର୍ବରୁ ନବୀନ ଯେତେ ପ୍ରଚାରରେ ଯାଇଛନ୍ତି ସେଠାରେ ସେ କେବଳ ହାତ ହଲାଇ ଦେଲେ ଭଟୋର ଖୁସି ହୋଇ ଭୋଟ ଦେଉଛନ୍ତି। ପଦ୍ମପୁରରେ ମଧ୍ୟ ସେହି କଥା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ପଦ୍ମପୁରରେ ପଦ୍ମତୋଳା ପରି ବଶିଭୂତ ମନ୍ତ୍ର ଫୁଙ୍କି ଦେଇଛନ୍ତି। ଫଳରେ ସେହି ଉପନିର୍ବାଚନରେ ବିଜେଡି ବାଜିମାତ ନିଶ୍ଚିତ କରିବ ବୋଲି ଦଳ ଆଶା ରଖିଛି।

ଆଜି ପୂର୍ବହ୍ନରେ ନବୀନ ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ହେଲିକ୍ୟାପଟରରେ ଓହ୍ଲାଇ ଝାରବନ୍ଧରେ ଆୟୋଜିତ ବିରାଟ ସମାବେଶରେ ଯୋଗ ଦେଇଥିଲେ। ସେ ହେଲିପ୍ୟାଡରେ ଓହ୍ଲାଇଲାବେଳେ ସେଠାରେ ଉପସ୍ଥିତ ଲୋକେ ହୁଳହୁଳି ଦେଇ ନବୀନଙ୍କୁ ସ୍ବାଗତ କରିଥିଲେ। ଏହାପରେ ସେ ସେଠାରେ ହୋଇଥିବା ପ୍ରଚାର ସଭାରେ ଯୋଗଦେଇଥିଲେ। ସେଥିରେ ବିଜେଡି ପ୍ରାର୍ଥୀ ବର୍ଷାଙ୍କ ସହିତ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଉପସ୍ଥିତ ଥିଲେ।

ଏହାପରେ ସେ ପାଇକମାଳ ଏବଂ ପଦମପୁର ସଭାକୁ ଯାଇଥିଲେ। ସେଠାରେ ମଧ୍ୟ ସେ ଉପସ୍ଥିତ ଜନତାକୁ ସମ୍ବୋଧିତ କରିଥିଲେ। ସେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷ ଉଦଗାର କରିବା ସହିତ ଆମେମାନେ ବହୁ ବର୍ଷ ଧରି ଆପଣଙ୍କ ସହିତ ରହିଛୁ ବୋଲି କହିଥିଲେ। ଆପଣମାନେ ବର୍ଷା ସିଂ ବରିହାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକାଡି କରାଯାଇଥିଲା। ତିନୋଟି ସଭାରେ କିପରି ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଭାବେ ଯୋଗଦେବେ ସେ ନେଇ ବିସ୍ତୁତ ବ୍ୟବସ୍ଥା କରାଯାଇଥିଲା ସେହିପରି ଦଳ ତରଫରୁ ସାଂଗଠିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରାଜେନ୍ଦ୍ର ଢୋଲକିଆ, ନିରଂଜନ ପୂଜାରୀ ପ୍ରମୁଖ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Padampur Byelection ଉପନିର୍ବାଚନରେ ନବୀନ ପଦ୍ମପୁର ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026
Latest News

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.