Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ବିଶେଷ ଖବର

ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

December 7, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅଜିଠୁ ସଂସଦରେ ଶୀତ କାଳୀନ ଅଧିବେଶନ ଆରମ୍ଭ ହୋଇଛି। ତେବେ ଏହା ପୂର୍ବରୁ ସମସ୍ତ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ବାର୍ତ୍ତା ଦେଇଛନ୍ତି। ସେ ତାଙ୍କ ଉଦବୋଧନରେ କହିଛନ୍ତି ଯେ, “ସଂସଦର ଶୀତକାଳୀନ ଅଧିବେଶନର ଆଜି ପ୍ରଥମ ଦିବସ। ଏହି ଅଧିବେଶନ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ କାରଣ ୧୫ ଅଗଷ୍ଟ ପୂର୍ବରୁ ଆମେ ଏକାଠି ହୋଇଥିଲେ। ୧୫ ଅଗଷ୍ଟରେ ସ୍ୱାଧୀନତାର ୭୫ ବର୍ଷ ପୂରଣ ହୋଇଥିଲା ଏବଂ ଏବେ ଆମେ ଅମୃତକାଳ ଯାତ୍ରାରେ ଆଗକୁ ଅଗ୍ରସର ହେଉଛେ। ଆଜି ଏଭଳି ଏକ ସମୟରେ ଆମେ ଏକତ୍ରିତ ହୋଇଛେ, ଯେତେବେଳେ ଭାରତକୁ ଜି-୨୦ ର ପରିଚାଳନା ସୁଯୋଗ ମିଳିଛି। ବିଶ୍ୱ ସମୁଦାୟରେ ଯେଉଁଭଳି ଭାବେ ଭାରତକୁ ସ୍ଥାନ ମିଳୁଛି, ଯେଉଁଭଳି ଭାରତକୁ ନେଇ ଆଶା ବଢ଼ୁଛି ଏବଂ ଯେଉଁଭଳି ଭାବେ ଭାରତ ବୈଶ୍ୱିକ ମଞ୍ଚରେ ନିଜ ଭାଗୀଦାରି ବଢ଼ାଇବାରେ ଲାଗିଛି, ଏଭଳି ସମୟରେ ଏହି ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିବା ଏକ ବହୁତ ବଡ଼ ସୁଯୋଗ।

ଏହି ଜି-୨୦ ସମ୍ମିଳନୀ କେବଳ ଏକ କୂଟନୈତିକ କାର୍ଯ୍ୟକ୍ରମ ନୁହେଁ। ବରଂ ଏହି ଜି-୨୦ ସମ୍ମିଳନୀ ଭାରତର ସାମର୍ଥ୍ୟକୁ ବିଶ୍ୱ ସାମ୍ନାରେ ପ୍ରସ୍ତୁତ କରିବାର ସୁଯୋଗ। ଏତେ ବଡ଼ ଦେଶ, ଗଣତନ୍ତ୍ରର ଜନନୀ, ଏତେ ବିବିଧତା, ଏତେ ସାମର୍ଥ୍ୟ; ପୁରା ବିଶ୍ୱ ଭାରତକୁ ଜାଣିବା ଏବଂ ଭାରତ ବିଶ୍ୱ ସମ୍ମୁଖରେ ନିଜ ସାମର୍ଥ୍ୟ ପ୍ରଦର୍ଶନ ନିମନ୍ତେ ଏହା ଏକ ବହୁତ ବଡ଼ ସୁଯୋଗ।

ବିଗତ ଦିନଗୁଡ଼ିକରେ ମୋର ସମସ୍ତ ଦଳର ଅଧ୍ୟକ୍ଷଙ୍କ ସହ ସକାରାତ୍ମକ ବାତାବରଣରେ ଚର୍ଚ୍ଚା ହୋଇଛି। ଗୃହରେ ମଧ୍ୟ ଏହାର ପ୍ରତିଫଳନ ନିଶ୍ଚିତ ଦୃଶ୍ୟମାନ ହେବ। ଗୃହରେ ବି ସେହି ସ୍ୱର ଉଠିବ, ଯାହା ଭାରତର ସାମର୍ଥ୍ୟକୁ ବିଶ୍ୱରେ ପ୍ରସ୍ତୁତ କରିବା ଲାଗି କାମରେ ଆସିବ। ଏହି ଅଧିବେଶନରେ ଦେଶକୁ ବିକାଶର ନୂଆ ଉଚ୍ଚତାକୁ ନେଇଯିବା ଲାଗି ବର୍ତ୍ତମାନ ବୈଶ୍ୱିକ ପରିସ୍ଥିତିରେ ଭାରତକୁ ଆଗକୁ ବଢ଼ାଇବା ପାଇଁ ନୂଆ ସୁଯୋଗ ଆଦିକୁ ଧ୍ୟାନରେ ରଖି ଅନେକ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ଏହି ଅଧିବେଶନରେ ନେବା ପାଇଁ ଉଦ୍ୟମ ହେବ। ମୋର ବିଶ୍ୱାସ ଯେ ସମସ୍ତ ରାଜନୈତିକ ଦଳ ଆଲୋଚନାକୁ ଆହୁରି ସୁଦୃଢ଼ କରିବେ। ସଂସଦର ଏହି କାର୍ଯ୍ୟକାଳର ଯେଉଁ ସମୟ ଏବେ ବାକି ରହିଛି, ମୁଁ ସମସ୍ତ ଦଳର ନେତାମାନଙ୍କୁ ଏବଂ ସମସ୍ତ ଫ୍ଲୋର ଲିଡରଙ୍କୁ କହିବାକୁ ଚାହିଁବି ଯେ ପ୍ରଥମ ଥର ପାଇଁ ଯେଉଁମାନେ ସଂସଦ ଆସିଛନ୍ତି, ଯେଉଁ ନୂଆ ସାଂସଦ ଅଛନ୍ତି, ଯେଉଁ ଯୁବ ସାଂସଦ ଅଛନ୍ତି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଏବଂ ଗଣତନ୍ତ୍ରର ଭାବୀ ପିଢ଼ିକୁ ପ୍ରସ୍ତୁତ କରିବା ପାଇଁ ଆମେ ଅଧିକରୁ ଅଧିକ ସୁଯୋଗ ସେହିମାନଙ୍କୁ ଦେବା ଏବଂ ଆଲୋଚନାରେ ସେମାନଙ୍କର ଭାଗୀଦାରି ବଢ଼ାଇବା।

ବିଗତ ଦିନଗୁଡ଼ିକରେ ପାଖାପାଖି ସମସ୍ତ ଦଳର କୌଣସି ନା କୌଣସି ସାଂସଦଙ୍କ ସହିତ ମୋର ଔପଚାରିକ ସାକ୍ଷାତ ଯେବେ ବି ହୋଇଛି, ଗୋଟିଏ କଥା ନିଶ୍ଚିତ ସମସ୍ତ ସାଂସଦ କୁହନ୍ତି ଯେ ଗୃହରେ ହୋହଲ୍ଲା ଏବଂ ତା’ପରେ ଗୃହ ସ୍ଥଗିତ ହୋଇଯାଏ। ଏହାଦ୍ୱାରା ଆମ ସାଂସଦମାନଙ୍କର କ୍ଷତି ହୋଇଥାଏ। ଯୁବ ସାଂସଦମାନଙ୍କ କହିବା କଥା ହେଉଛି ଯେ ଅଧିବେଶନ ନ ଚାଲିବା କାରଣରୁ ଆଲୋଚନା ହୋଇ ନ ପାରିବା କାରଣରୁ ଆମେ ଯାହା ଏଠାରୁ ଶିଖିବାକୁ ଚାହୁଁ, ଆମେ ଯାହା ବୁଝିବାକୁ ଚାହୁଁ କାରଣ ଏହା ଗଣତନ୍ତ୍ରର ବହୁତ ବଡ଼ ବିଶ୍ୱବିଦ୍ୟାଳୟ। ଆମେ ତାହାଦ୍ୱାରା ପଛୁଆ ରହିଯାଉଥାଉ। ଆମକୁ ସେହି ସୌଭାଗ୍ୟ ମିଳୁନାହିଁ ଏବଂ ଏଥିପାଇଁ ଗୃହ ଚାଲିବା ବହୁତ ଜରୁରି। ଏହି ସମସ୍ତ ଦଳର ଯୁବ ସାଂସଦମାନଙ୍କର ବିଶେଷ ସ୍ୱର ବାହାରିଥାଏ।

ମୁଁ ବୁଝୁଛି ଯେ ଏବଂ ବିରୋଧୀ ଦଳର ଯେଉଁ ସାଂସଦ ଅଛନ୍ତି ସେମାନଙ୍କର ବି କହିବା କଥା ହେଉଛି ବିତର୍କରେ ଆମକୁ କହିବାକୁ ସୁଯୋଗ ମିଳୁନାହିଁ। ସେହି କାରଣରୁ ଗୃହ ସ୍ଥଗିତ ହୋଇଯାଏ। ସେହି କାରଣରୁ ହୋହଲ୍ଲା ହୋଇଥାଏ। ସେଥିଯୋଗୁ ଆମର ବହୁତ କ୍ଷତି ହୋଇଥାଏ। ମୁଁ ବୁଝୁଛି ଯେ ସମସ୍ତ ଫ୍ଲୋର ଲିଡର, ସମସ୍ତ ଦଳୀୟ ନେତା ଆମର ଏହି ସାଂସଦମାନଙ୍କ ଯନ୍ତ୍ରଣାକୁ ବୁଝିବେ। ସେମାନଙ୍କ ବିକାଶ ନିମନ୍ତେ, ଦେଶର ବିକାଶରେ ସେମାନଙ୍କ ସାମର୍ଥ୍ୟକୁ ଯୋଡ଼ିବା ଲାଗି ସେମାନଙ୍କର ଯେଉଁ ଉତ୍ସାହ ରହିଛି, ଉମଙ୍ଗ ରହିଛି, ସେମାନଙ୍କର ପ୍ରତିଭା ରହିଛି, ତାହାର ଲାଭ ଦେଶକୁ ମିଳୁ, ନିଷ୍ପତ୍ତିଗୁଡ଼ିକରେ ମିଳୁ, ନିଷ୍ପତ୍ତି ପ୍ରକ୍ରିୟାରେ ମିଳୁ, ଏହା ଗଣତନ୍ତ୍ରରେ ବହୁତ ଆବଶ୍ୟକ। ମୁଁ ଆହୁରି ସମସ୍ତ ଦଳଙ୍କୁ କହିବାକୁ ଚାହେଁ ଯେ ସମସ୍ତ ସାଂସଦ ଏହି ଅଧିବେଶନକୁ ଆହୁରି ଅଧିକ ସଫଳ ବନାଇବା ଦିଗରେ ସାମୂହିକ ଉଦ୍ୟମ କରିବେ।

ଏହି ଅଧିବେଶନରେ ଆଉ ଏକ ସୌଭାଗ୍ୟ ଯେ ଆଜି ପ୍ରଥମ ଥର ପାଇଁ ଆମ ଉପରାଷ୍ଟ୍ରପତି ଜୀ, ରାଜ୍ୟସଭାର ଅଧ୍ୟକ୍ଷ ଭାବେ ନିଜ କାର୍ଯ୍ୟକାଳ ଆରମ୍ଭ କରିବେ, ତାଙ୍କର ଏହା ପ୍ରଥମ ଅଧିବେଶନ ହେବ ଏବଂ ପ୍ରଥମ ଦିନ ହେବ। ଯେଉଁ ପ୍ରକାରେ ଆମର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀ ଭାରତର ମହାନ ସଂସ୍କୃତି ଓ ଆମ ଆଦିବାସୀ ପରମ୍ପରା ସହ ଦେଶର ଗୌରବ ବଢ଼ାଇବାରେ ବଡ଼ ଭୂମିକା ନିଭାଇଛନ୍ତି, ସେହିଭଳି ଭାବେ ଜଣେ ଚାଷୀ ପୁତ୍ର ଉପରାଷ୍ଟ୍ରପତି ପଦରେ ଆଜି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଦେଶର ଗୌରବ ବଢ଼ାଇବେ, ସାଂସଦମାନଙ୍କୁ ପ୍ରେରଣା ଦେବେ, ପ୍ରୋତ୍ସାହିତ କରିବେ। ତାଙ୍କୁ ବି ମୋ ତରଫରୁ ଅନେକ ଅନେକ ଶୁଭକାମନା ଜଣାଉଛି।”

ବହୁତ ବହୁତ ଧନ୍ୟବାଦ ବନ୍ଧୁଗଣ।

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଶୀତ ଅଧିବେଶନ ସଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୭ ୟୁପି ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି: ୩୪୩ ଆସନରେ ଏକାକୀ ଲଢ଼ିବ ଦଳ

November 12, 2026

ଓଡ଼ିଶା-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ: ତୋତ୍ତୋରି ପ୍ରିଫେକ୍‌ଚର ସହ ଐତିହାସିକ ମୈତ୍ରୀ ଚୁକ୍ତି ସ୍ୱାକ୍ଷରିତ

November 12, 2026

ଭିସା ବ୍ୟବସ୍ଥାକୁ ସରଳୀକରଣ କଲେ ଭାରତ ସରକାର

November 12, 2026

ସ୍ୱଚ୍ଛତା ପୁରସ୍କାର: ଓଡ଼ିଶାର ପୁରୀ, ଭୁବନେଶ୍ୱର ଓ ଆସିକା ପୁରସ୍କୃତ

November 11, 2026
Latest News

ଏବେ OTT ରେ ରଜନୀକାନ୍ତଙ୍କ ‘ଜେଲର୍ 2’: ଜାଣନ୍ତୁ କେଉଁ ପ୍ଲାଟଫର୍ମରେ ଦେଖିବେ ଏହି ଚଳଚ୍ଚିତ୍ର?

November 12, 2026

ଫିଫା ବିଶ୍ୱକପ୍‌ରୁ ଓହରିଲା ଆମେରିକା

November 12, 2026

ଚିଲିକା ହାଟବରଡ଼ିହରେ ମାସ ବ୍ୟାପି ଭାଗବତ ପରାୟଣ: ପ୍ରତି ଘରେ ପହଞ୍ଚିବ ଭାଗବତ!

November 12, 2026

ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା

November 12, 2026

ଘର ଭିତରେ ଭୟଙ୍କର ବିସ୍ଫୋରଣ: ଗୋଟିଏ ପରିବାରର ତିନି ଗୁରୁତର

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.