Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରକେଟ୍ ପରି ଉଠିବ ଓଡିଶା ବିଧାୟକମାନଙ୍କ ଦରମା, ବାଚସ୍ପତିଙ୍କୁ ଦିଆଗଲା ପ୍ରସ୍ତାବ
ଜାତୀୟ ଖବର

ରକେଟ୍ ପରି ଉଠିବ ଓଡିଶା ବିଧାୟକମାନଙ୍କ ଦରମା, ବାଚସ୍ପତିଙ୍କୁ ଦିଆଗଲା ପ୍ରସ୍ତାବ

December 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha Assembly
ରକେଟ୍ ପରି ବଢିବ ଓଡିଶା ବିଧାୟକମାନଙ୍କ ଦରମା, ବାଚସ୍ପତିଙ୍କୁ ଦିଆଗଲା ପ୍ରସ୍ତାବ

ଭୁବନେଶ୍ବର: ଓଡିଶାର ବିଧାୟକଙ୍କ ଦରମା ବୃଦ୍ଧି ପାଇବ। ତେବ ଏକ ଗୁଣା ନୁହେଁ କି ଦୁଇ ଗୁଣା, ଏକା ଥରେ ତିନିଗୁଣା ବୃଦ୍ଧି ପାଇବ। ଅର୍ଥାତ ରକେଟ ପରି ଉଠିବ ସେମାନଙ୍କର ମାସିକିଆ ଦରମା। ସେତିକି ନୁହେଁ ଯେଉଁମାନେ ପୂର୍ବତନ ବିଧାୟକ ଅଛନ୍ତି ସେମାନଙ୍କର ପେନସନ ମଧ୍ୟ ଉପରକୁ ଉଠିବ। ଏ ନେଇ ବାଚସ୍ପତିଙ୍କୁ ବିଧାୟକ ଦରମା ପରାମର୍ଶଦାତା କମିଟ ଏକ ରିପୋର୍ଟ ଦେଇଛି।

ଏହି କମିଟର ଅଧ୍ୟକ୍ଷ ଥିବା ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି କମିଟରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝି, କଂଗ୍ରେସ ବିଧାୟକ ତାରା ବାହୀନିପତି, ମକରନ୍ଦ ମୁଦୁଲି, ନୃସିଂହ ସାହୁ ପ୍ରମୁଖ ଏଗାର ଜଣ ସଦସ୍ୟ ରହିଛନ୍ତି। ସେମାନେ ଏକ ନିଷ୍ପତି କରି ଏହି ରିପୋର୍ଟ ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି।

ତେବେ ବିଧାୟକ ଦରମା କେତେ ବୃଦ୍ଧି ଘଟିବ ସେ ନେଇ କମିଟ ସଦସ୍ୟ କେହି କିଛି କହି ନାହାଁନ୍ତି। ହେଲେ ବିଶେଷ ସୁତ୍ରରୁ ଜଣାପଡିଛି ଯେ, କମିଟ ବିଧାୟକଙ୍କ ଦରମା ମାସିକ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସୁପାରିଶ କରିଛନ୍ତି। ସେହିପରି ପୂର୍ବତନ ବିଧାୟକଙ୍କ ଦରମା ୯୦ ହଜାରକୁ ବୃଦ୍ଧି କରିବାକୁ ସୁପାରିଶ କରିଛନ୍ତି। ତେବେ ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ଏହି ସୁପାରିଶ ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମାକୁ ଦୃଷ୍ଟି ରଖି କରାଯାଇଛି।

ବର୍ତ୍ତମାନ ଓଡିଶାର ବିଧାୟକମାନେ ମାସିକ ୯୯ ହଜାର ଟଙ୍କା ଦରମା ପାଉଛନ୍ତି। ଏଥିରେ ମୂଳ ଦରମା ବାବଦକୁ ୩୫ ହଜାର ଟଙ୍କା, ଯାତାୟତ ପାଇଁ ୧୫ ହଜାର, ମେଡିକାଲ ଖର୍ଚ୍ଚ ପାଇଁ ୫ ହଜାର, ଟେଲିଫୋନ ପାଇଁ ୮ ହଜାର, ସେକ୍ରେଟେରିଆଲ ଖର୍ଚ୍ଚ ୨୦ ହଜାର, ବିଦ୍ୟୁତ ବିଲ ୫ ହଜାର ଓ ଅନ୍ୟାନ୍ୟ ବାବଦକୁ ମୋଟ ୯୯ ହଜାର ପାଉଛନ୍ତି।

ସେହିପରି ପୂର୍ବତନ ବିଧାୟକମାନେ ବର୍ତ୍ତମାନ ମାସିକ ୩୦ ହଜାର ଟଙ୍କା ଲେଖାଏଁ ପେନସନ ପାଉଛନ୍ତି। ଏହି ପେନସନ ଗତ ୨୦୧୭ ମସିହାରେ ବର୍ଦ୍ଧିତ କରାଯାଇଥିଲା। ତେବେ ଏତିକି ଟଙ୍କାର ସେମାନେ ଚଳିପାରିବେ ନାହିଁ ବୋଲି ଅନୁଭବ କରି କମିଟ ଏହାକୁ ବୃଦ୍ଧି ପାଇଁ ମଧ୍ୟ ସୁପାରିଶ କରିଛନ୍ତି।

ତେବେ କମିଟ କେତେ ଟଙ୍କା ବୃଦ୍ଧି ପାଇଁ ସୁପାରିଶ କରିଛନ୍ତି ତାହା କେହି କହି ନାହିଁନ୍ତି। ହେଲେ ସେମାନଙ୍କର ପେନସନ ପ୍ରାୟ ୯୦ ହଜାର ଟଙ୍କା ବୃଦ୍ଧି କରିବା ପାଇଁ କୁହାଯାଇଛି ବୋଲି ଜଣାପଡିଛି। ଏଥିରେ କମିଟ ସେମାନଙ୍କର ମେଡିକାଲ, ଯାତାୟତ ପରି ବିଭିନ୍ନ ଭତ୍ତା ବୃଦ୍ଧି କରିବା ପାଇଁ ପରାମର୍ଶଦାତା କମିଟ ସୁପାରିଶ କରିଛି।

ଗତ ବଜେଟ ଅଧିବେସନର ବିଧାୟକଙ୍କ ଦରମା ବୃଦ୍ଧି ନେଇ ଦାବୀ ହୋଇଥିଲା। ଏହି ଦାବୀକୁ ଦୃଷ୍ଟିରେ ରଖି ବାଚସ୍ପତି ଏକ କମିଟ ଗଠନ କରିଛନ୍ତି। ସେହି କମିଟ ତାହାର ସୁପାରିଶ ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି। ବାଚସ୍ପତି ଅନୁଧ୍ୟାନ କରିବା ପରେ ତାହାକୁ ଅର୍ଥ ବିଭାଗକୁ ପଠାଇବେ। ଅର୍ଥ ବିଭାଗର ଅନୁମୋଦନ ଆସିବା ପରେ ତାହା ଘୋଷଣା କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇବ।

ବାଚସ୍ପତି ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଟିମ୍ ଇଣ୍ଡିଆର ହେବ ପରିବର୍ତ୍ତନ?: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

February 18, 2026

‘ଅପରେସନ ସାଇବର କବଚ’ ଜାରି: ୨୩ ଅଭିଯୁକ୍ତ ଗିରଫ

February 18, 2026

ଜିଓ ଆରୋଗ୍ୟ ଏଆଇ ଦ୍ୱାରା କେବଳ କିଛି ମିନିଟ୍‌ରେ ସ୍ୱାସ୍ଥ୍ୟ ସ୍କ୍ରିନିଂ, ଏଆଇ କ୍ଲିନିକ୍ ମଡେଲ୍ ପ୍ରସ୍ତୁତ

February 18, 2026

ବାସ୍ତବ ଦୁନିଆର ଆହ୍ୱାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍‍ କ୍ରିଷ୍ଣନ୍‍

February 18, 2026
Latest News

ଆଜି ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଟିମ୍ ଇଣ୍ଡିଆର ହେବ ପରିବର୍ତ୍ତନ?: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

February 18, 2026

‘ଅପରେସନ ସାଇବର କବଚ’ ଜାରି: ୨୩ ଅଭିଯୁକ୍ତ ଗିରଫ

February 18, 2026

ଜିଓ ଆରୋଗ୍ୟ ଏଆଇ ଦ୍ୱାରା କେବଳ କିଛି ମିନିଟ୍‌ରେ ସ୍ୱାସ୍ଥ୍ୟ ସ୍କ୍ରିନିଂ, ଏଆଇ କ୍ଲିନିକ୍ ମଡେଲ୍ ପ୍ରସ୍ତୁତ

February 18, 2026

ବାସ୍ତବ ଦୁନିଆର ଆହ୍ୱାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍‍ କ୍ରିଷ୍ଣନ୍‍

February 18, 2026

ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.