Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆରମ୍ଭ ହେଲା ମଡେଲ ରାଜନୀତି: ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି
ଜାତୀୟ ଖବର

ଆରମ୍ଭ ହେଲା ମଡେଲ ରାଜନୀତି: ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି

December 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
Dr. Sasmit Patra
ଓଡିଶାରେ ମଡେଲ ରାଜନୀତି: ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି

ନୂଆଦିଲ୍ଲୀ : ଉପନିର୍ବାଚନ କଦାପି ରାଜନୀତି କିମ୍ବା ଶାସନ ପାଇଁ ମଡେଲ ନୁହେଁ । ବିଜୁ ଜନତା ଦଳ ପାଇଁ ଶାସନର ମଡେଲ ହେଉଛି ଓଡିଶାର ସାଢେ ୪କୋଟି ଲୋକଙ୍କର ସେବା କରିବା ସହିତ ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା । ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପନିର୍ବାଚନ ମଡେଲ ମନ୍ତବ୍ୟର ଜବାବରେ ଏହା କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଗଣମାଧ୍ୟମକୁ କହିଥିଲେ ଯେ ବିଜେଡିର ପଦ୍ମପୁର ମଡେଲ ଥିଲେ ବିଜେପିର ଧାମନଗର ମଡେଲ ଅଛି । ଶ୍ରୀ ପ୍ରଧାନଙ୍କର ଏଭଳି ମନ୍ତବ୍ୟ ଉପରେ କଡା ଟିପ୍ପଣୀ ଦେଇ ବିଜେଡି ସାଂସଦ ଡକ୍ଟର ପାତ୍ର କହିଛନ୍ତି ଯେ ଉପ-ନିର୍ବାଚନ କଦାପି ରାଜନୀତି କିମ୍ବା ଶାସନ ପାଇଁ ମଡେଲ ହୋଇପାରିବ ନାହିଁ ।

ବିଜୁ ଜନତା ଦଳ ପାଇଁ ଶାସନର ମଡେଲ ହେଉଛି ଓଡିଶାର ୪.୫ କୋଟି ଲୋକଙ୍କର ସେବା କରିବା । ବିଜେଡି ଉପରେ ଲୋକଙ୍କର ବିଶ୍ୱାସ ଓ ଭରସା ଥିବାରୁ ଓଡିଶାବାସୀଙ୍କ ପାଇଁ ଏହି ଦଳ ଭଲ କାମ କରୁଛି । ଗତ ୨୨ ବର୍ଷ ଧରି ଓଡିଶାରେ ନିର୍ବାଚନ ଜିତିବା ସତ୍ତ୍ୱେ ଲୋକଙ୍କ ସେବା ପାଇଁ ବିଜେଡି ନିର୍ବାଚନରେ ବିଜୟକୁ ଓଡିଶାର ମଡେଲ କରିନାହିଁ ।

ଆମର ମଡେଲ୍ ହେଉଛି ଉତ୍ତମ ପ୍ରଶାସନର ମଡେଲ ଏବଂ ୫-ଟି ଏବଂ ମୋ ସରକାର ଆଧାରରେ ଓଡିଶାକୁ ଭାରତର ଏକ ନମ୍ବର ରାଜ୍ୟରେ ପରିଣତ କରିବା । ଆମେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅନୁରୋଧ କରୁଛୁ ଯେ ଶାସନ ପାଇଁ ଉପ-ନିର୍ବାଚନର ମଡେଲ ବ୍ୟବହାର କରନ୍ତୁ ନାହିଁ, ଓଡିଶାର ଲୋକଙ୍କ ସେବା ପାଇଁ ଉତ୍ତମ ଶାସନର ମଡେଲ ବ୍ୟବହାର କରିବାକୁ ଦିଅନ୍ତୁ ବୋଲି ଡକ୍ଟର ପାତ୍ର କହିଛନ୍ତି ।

Dr Sasmit Patra ଡ ସସ୍ମିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026
Latest News

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.