Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଗବେଷକଙ୍କ ସତର୍କ ସୂଚନା, ଏଇ ଶୀତ ଋତୁରେ ପୁଣି ତିନୋଟି ପର୍ଯ୍ୟାୟରେ ଆସିବ କରୋନା
ଅନ୍ତରାଷ୍ଟ୍ରୀୟ

ଗବେଷକଙ୍କ ସତର୍କ ସୂଚନା, ଏଇ ଶୀତ ଋତୁରେ ପୁଣି ତିନୋଟି ପର୍ଯ୍ୟାୟରେ ଆସିବ କରୋନା

December 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

Corona Return: ପୁଣି ଥରେ କରୋନା ଲେଉଟିବ। ଏଇ ଶୀତ ଋତୁରେ ତିନୋଟି ପର‌୍ୟ୍ୟାୟରେ ଚୀନରେ କରୋନା କଲବଲ କରିବ। ଏ ନେଇ ପୂର୍ବାନୁମାନ କରିଛନ୍ତି ଚୀନର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ। ସେମାନଙ୍କର କହିବା କଥା ଯେ, ବର୍ତ୍ତମାନ ମଧ୍ୟ ଚୀନରେ କରୋନା କଲବଲ କରିବାରେ ଲାଗିଛି। ହେଲେ ଏହି ଶୀତରେ ତିନୋଟି ପର‌୍ୟ୍ୟାୟରେ ଏହି କରୋନା ଆକ୍ରମଣ କରିବ।

ସେମାନଙ୍କର କହିବା କଥା ହେଲା ଯେ, ଚଳିତ ମାସ ଆରମ୍ଭରେ ହୋଇଥିବା ଅତ୍ୟଧିକ ପ୍ରତିବନ୍ଧକ ପ୍ରତ୍ୟାହାର ପରେ ଦେଶରେ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସର୍ବଶେଷ ସରକାରୀ ଆକଳନଗୁଡ଼ିକ ଅପେକ୍ଷାକୃତ କମ୍ ସଂଖ୍ୟକ ନୂତନ ଦୈନିକ ମାମଲା ବୃଦ୍ଧି ପାଇବାରେ ଲାଗିଛି। ତେବେ, କୋଭିଡ ପରୀକ୍ଷଣରେ ସମ୍ପ୍ରତି ହ୍ରାସ ଯୋଗୁଁ ପ୍ରକୃତ ସଂଖ୍ୟା ଆକଳନ କରି ହେଉ ନାହିଁ ବୋଲି ସେମାନେ କହିଛନ୍ତି। ଗତକାଲି ସରକାରୀ ହିସାବରେ ବୈନିକ ୨,୦୯୭ ଟି ନୂଆ ମାମଲା ରିପୋର୍ଟ କରିଛନ୍ତି।

ଏପିଡେମୋଲୋଜିଷ୍ଟ୍ ଡ. ୱୁ ଜୁନିୟୋ କହିଛନ୍ତି ଯେ ସେ ବିଶ୍ବାସ କରନ୍ତି ଯେ ସଂକ୍ରମଣର ବର୍ତ୍ତମାନର ତୀବ୍ରତା ଜାନୁଆରୀ ମଧ୍ୟଭାଗ ପର‌୍ୟ୍ୟନ୍ତ ଚାଲିବ। ଦ୍ୱିତୀୟ ତରଙ୍ଗ ଆସନ୍ତା ଜାନୁୟାରୀ ୨୧ ତାରିଖରୁ ଆରମ୍ଭ ହେବ। କାରଣ ବିଭିନ୍ନ ସ୍ଥାନରେ ସପ୍ତାହ ବ୍ୟାପି ନୂଆ ବର୍ଷ ପାଳନ ପରେ ଏହି ତରଙ୍ଗ ଆସିବ।  ଲକ୍ଷ ଲକ୍ଷ ଲୋକ ସାଧାରଣତଃ ଏହି ସମୟରେ ପରିବାର ସହିତ ଛୁଟି କାଟିବା ପାଇଁ ଯାତ୍ରା କରିଥାନ୍ତି।

ତୃତୀୟ ତରଙ୍ଗ ଫେବୃଆରୀ ଶେଷରୁ ମାର୍ଚ୍ଚ ମଧ୍ୟଭାଗ ପର‌୍ୟ୍ୟନ୍ତ ଚାଲିବ କାରଣ ଲୋକମାନେ ଛୁଟି ପରେ କାମକୁ ଫେରିବେ ବୋଲି ଡ. ୱୁ ଜୁନିୟୋ କହିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ବର୍ତ୍ତମାନର ଟୀକାକରଣ ସ୍ତର ବୃଦ୍ଧିରୁ ଏକ ନିର୍ଦ୍ଦିଷ୍ଟ ସ୍ତରର ସୁରକ୍ଷା ପ୍ରଦାନ କରିଛି ଏବଂ ଏହା ଦ୍ୱାରା ଗୁରୁତର ରୋଗ ସଂଖ୍ୟା ହ୍ରାସ ପାଇଛି।

ଆମେରିକାର ଏକ ପ୍ରତିଷ୍ଠିତ ଅନୁସନ୍ଧାନ ପ୍ରତିଷ୍ଠାନ ଏହି ସପ୍ତାହ ପୂର୍ବରୁ ରିପୋର୍ଟ କରିବା ପରେ ଡ ୱୁଙ୍କ ମନ୍ତବ୍ୟ ଆସିଛି। ଏହା ମଧ୍ୟ ଅନୁମାନ କରାଯାଇଛି ଯେ ୨୦୨୩ ମସିହାରେ କୋଭିଡ ଦ୍ବାରା ଚୀନରେ ଏକ ମିଲିୟନରୁ ଅଧିକ ଲୋକ ମୃତ୍ୟୁବରଣ କରିପାରନ୍ତି। ଯଦିଓ ସରକାର ଏହି ମାସର ୭ ତାରିଖରୁ କୈଣସି କୋଭିଡ ମୃତ୍ୟୁ ବିଷୟରେ ଆନୁଷ୍ଠାନିକ ଭାବେ ଜଣାଇ ନାହାଁନ୍ତି, ତଥାପି ବେଜିଂରେ ବହୁ ଆକ୍ରାନ୍ତଙ୍କ ମୃୃତ୍ୟୁ ହୋଇଛି ବୋଲି କୁହାଯାଇଛି।

Corona Return କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

ଧୂଆଁ ଧୂଆଁ ହେଲା ମଧ୍ୟପ୍ରାଚ୍ୟ: କୁୱେତ, ବହରିନ ଏବଂ ଜୋର୍ଡାନ ଉପରେ କ୍ଷେପଣାସ୍ତ୍ର କଲା ଇରାନ

July 13, 2026

ବ୍ରହ୍ମପୁରରେ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପ୍ରଦୀପ ପାଣିଗ୍ରାହୀ

July 13, 2026

ଇଣ୍ଡିଆ ମେଣ୍ଟରେ ଫାଟ!: କଂଗ୍ରେସକୁ ଝଟକା ଦେଲେ ଷ୍ଟାଲିନ, ତାମିଲନାଡୁରେ କେରଳ-ବଙ୍ଗଳା ମଡେଲକୁ ନାଁ

July 13, 2026

ସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ

July 13, 2026
Latest News

ଧୂଆଁ ଧୂଆଁ ହେଲା ମଧ୍ୟପ୍ରାଚ୍ୟ: କୁୱେତ, ବହରିନ ଏବଂ ଜୋର୍ଡାନ ଉପରେ କ୍ଷେପଣାସ୍ତ୍ର କଲା ଇରାନ

July 13, 2026

ବ୍ରହ୍ମପୁରରେ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପ୍ରଦୀପ ପାଣିଗ୍ରାହୀ

July 13, 2026

ଇଣ୍ଡିଆ ମେଣ୍ଟରେ ଫାଟ!: କଂଗ୍ରେସକୁ ଝଟକା ଦେଲେ ଷ୍ଟାଲିନ, ତାମିଲନାଡୁରେ କେରଳ-ବଙ୍ଗଳା ମଡେଲକୁ ନାଁ

July 13, 2026

ଶେଷ ପର୍ଯ୍ୟାୟରେ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ

July 13, 2026

ଇସ୍କନ ରଥଯାତ୍ରାକୁ ନେଇ ମୁହଁ ଖୋଲିଲେ ଗଜପତି ମହାରାଜ: ଜାଣନ୍ତୁ କ’ଣ କହିଲେ?

July 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.