ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ: ଏକାଡେମିକ ବ୍ଲକ ଓ ଭାସ୍କର୍ଯ୍ୟ ଉଦ୍ୟାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ

Published: Jan 4, 2023, 8:32 pm IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ବିଶ୍ବବିଦ୍ୟାଳୟର ୩ଟି ନୂତନ ଏକାଡେମିକ୍‌ ବ୍ଲକ୍‌କୁ ଲୋକାର୍ପିତ ମଧ୍ୟ କରିଛନ୍ତି।

ଏହି ଅବସରରେ ବିଶ୍ବବିଦ୍ୟାଳୟ ପରିସରରେ ନିର୍ମିତ ହୋଇଥିବା ନୂତନ ଭାସ୍କର୍ଯ୍ୟ ଉଦ୍ୟାନକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ଶିଳ୍ପୀ ମାନଙ୍କର କଳାକୃତୀର ଉଚ୍ଚପ୍ରଶଂସା କରିଥିଲେ। ରାଜ୍ୟ ସଂଗ୍ରହାଳୟ ଦ୍ବାରା ପ୍ରକାଶିତ ଦୁଇଟି କାଳଜୟୀ ପୁସ୍ତକ Illustrated Palmleaf Manuscript ଓ Timeless Tales ପୁସ୍ତକ ଲୋକାର୍ପଣ କରିଥିଲେ। ଏହାସହିତ ସେ ବିଶ୍ବବିଦ୍ୟାଳୟର ଦୃଶ୍ୟକଳା ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ବୁଲି ଦେଖିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ ଦାଶ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts