Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବର ରାଉରକେଲା ବିମାନର ଶୁଭାରମ୍ଭ ବେଳେ କାହିଁକି କ୍ଷୋଭ କଲେ ଧର୍ମେନ୍ଦ୍ର
ଜାତୀୟ ଖବର

ଭୁବନେଶ୍ବର ରାଉରକେଲା ବିମାନର ଶୁଭାରମ୍ଭ ବେଳେ କାହିଁକି କ୍ଷୋଭ କଲେ ଧର୍ମେନ୍ଦ୍ର

January 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Rourkela
ଭୁବନେଶ୍ବର ରାଉରକେଲା ବିମାନର ଶୁଭାରମ୍ଭ ବେଳେ କାହିଁକି କ୍ଷୋଭ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ଆଜି ଭୁବନେଶ୍ବର ବିମାନ ବନ୍ଦରରେ ଭୁବନେଶ୍ବର ରାଉରକେଲାକୁ ବିମାନ ସେବାର ଶୁଭାରମ୍ଭ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ଦୁଇମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଟୁକୁନି ସାହୁ ଏବଂ ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଯୋଗ ଦେଇଥିଲା।

ତେବେ ତା ପୂର୍ବରୁ ବିମାନ ବନ୍ଦର ହଲରେ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଥିରେ ଓଡିଶାର ଏହି ଦୁଇ ମନ୍ତ୍ରୀ ଯୋଗ ଦେଇଥିଲେ। ଏଥିରେ ଧର୍ମେନ୍ଦ୍ର ଭାଷଣ ଆରମ୍ଭ କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ। ହେଲେ ଶେଷ ଆଡକୁ ସେ କ୍ଷୋଭ ପ୍ରକାଶ କରିଥିଲେ।

ଧର୍ମେନ୍ଦ୍ର ଏହି ବୈଠକରେ କହିଥିଲେ ଯେ, ଆଜି ସେ ବିଭିନ୍ନ ଖବରକାଗଜରେ ଏକ ବିଜ୍ଞାପନ ଦେଖିଲେ। ସେଥିରେ ଭୁବନେଶ୍ବର ରାଉରକେଲାକୁ ବିମାନ ଚଳାଚଳ କରିବ ବୋଲି ବିଜ୍ଞାପନ ଦିଆଯାଇଛି। ହେଲେ ଦୁଃଖର କଥା ସେହି ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋଟିଏ ଦିଆଯାଇ ନାହିଁ। ଏହି ବିମାନ ଉଡାଣ ପ୍ରଧାନମନ୍ତ୍ରୀଙ୍କ ଯୋଗୁଁ ସମ୍ଭବ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କର ଫଟୋଟିଏ ଦେଇ ନାହାଁନ୍ତି।

ଓଡିଶାର ଦୁଇମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଟୁକୁନି ସାହୁଙ୍କୁ ଲକ୍ଷ୍ୟ କରି ସେ କହିଥିଲେ ଯେ ଆପଣମାନେ ଏହା ଉପରେ ଚିନ୍ତା କରନ୍ତୁ। ଆପଣ ବିଜେଡି ଆମେ ବିଜେପି, ହେଲେ ଓଡିଶାର ଉନ୍ନତି କଥା ଆସିବା ବେଳେ ସମସ୍ତେ ଏକାଠି ହେବା ଉଚିତ। ମୁଖ୍ୟମନ୍ତ୍ରୀ ହକି ପାଇଁ ସର୍ବଦଳୀୟ ବୈଠକ କଲେ। ତାହାକୁ ଆମେ ସ୍ବାଗତ କରିଛୁ। ହେଲେ ଏହି ଉଦଘାଟନ ବେଳେ କଣ ପାଇଁ ଏପରି ପାତର ଅନ୍ତର କରାଯାଉଛି।

ତେବେ ଏପରି ପ୍ରଶ୍ନ ଉଠାଇ ଧର୍ମେନ୍ଦ୍ର ପ୍ରକୃତରେ କଣ କହିବାକୁ ଚାହୁଁଛନ୍ତି ତାହା କେହି ବୁଝିପାରିଲେ ନାହିଁ। କାରଣ ସେହି ବିଜ୍ଞାପନ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପ୍ରକାଶ କରିଛି। ସେହି ରାଜ୍ୟ ସରକାରଙ୍କ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କିପରି ଲାଗିବ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

ପୂର୍ବରୁ ଓଡିଶାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ବେଳେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରଖି କେନ୍ଦ୍ର ସରକାର ବିଜ୍ଞାପନ ଦେଇଛନ୍ତି। ହେଲେ ସେଥିରେ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଇ ନ ଥିଲା। ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗିବ ବୋଲି ଧର୍ମେନ୍ଦ୍ର କିପିରି ଆଶା କଲେ ତାହା ଆଶ୍ଚର୍ଯ୍ୟ କରିଛି।

ଆଉ ଏକ ବଡ ଆଶ୍ଚର୍ଯ୍ୟ ହେଉଛି ବିମାନ ବନ୍ଦର ଭିତରେ ଯେଉଁ କାର୍ଯ୍ୟକ୍ରମ କରାଯାଇଥିଲା ତାହା ଖୋଦ କେନ୍ଦ୍ର ସରକାରଙ୍କର ଥିଲା। ହେଲେ କାହିଁ ସେଥିରେ ମଧ୍ୟ ସେମାନେ ପ୍ରଧାନମନ୍ତ୍ରୀଙ୍କର କିମ୍ବା ଧର୍ମେନ୍ଦ୍ରଙ୍କର ଫଟୋ ଲଗାଇ ନାହାଁନ୍ତି। ସେଠାରେ କାହାର ଭୁଲ ବୋଲି ଧର୍ମେନ୍ଦ୍ର କହିବେ।

ତେବେ ଏହାର ଉତ୍ତର ଦେବା ପାଇଁ ମନ୍ତ୍ରୀ ଅଶୋକ ପଣ୍ଡା ମାଇକ ମାଗୁଥିବା ବେଳେ ଧର୍ମେନ୍ଦ୍ର ନାହିଁ କରି ମାଇକ ଧରି ପଳାଇଲେ। ତେବେ ସେଠାରେ ଥିବା କେତେକ ଅତିଥୀ ମଜାରେ କଥା ହେଉଥିଲେ ଯେ, ଧର୍ମେନ୍ଦ୍ରଙ୍କର କେଉଁଠି ଫଟୋଟିଏ ଲାଗି ନ ଥିବାରୁ ସେ କୁଆଡେ ମନେ ମନେ ରାଗିଯାଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ରାଉରକେଲା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026

ଆଇଏନଏସ ଚିଲିକାରେ ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତ୍ୟୁ

April 9, 2026

ହଠାତ୍ ସନ୍ଧ୍ୟାରେ ହ୍ରାସ ପାଇଲା ସୁନା ଏବଂ ରୂପାରେ ମୂଲ୍ୟ: ଜାଣନ୍ତୁ କେତେ?

April 9, 2026
Latest News

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026

ଆଇଏନଏସ ଚିଲିକାରେ ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତ୍ୟୁ

April 9, 2026

ହଠାତ୍ ସନ୍ଧ୍ୟାରେ ହ୍ରାସ ପାଇଲା ସୁନା ଏବଂ ରୂପାରେ ମୂଲ୍ୟ: ଜାଣନ୍ତୁ କେତେ?

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.