Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚିଲିକାରେ ବିଜେଡି ରାଜନୀତି ସରଗରମ, ଦୁର୍ଯୋଧନ ନିଶ୍ଚିତ ମରିବ ବୋଲି କାହାକୁ କହିଲେ ବିଭୂତି
ବିଶେଷ ଖବର

ଚିଲିକାରେ ବିଜେଡି ରାଜନୀତି ସରଗରମ, ଦୁର୍ଯୋଧନ ନିଶ୍ଚିତ ମରିବ ବୋଲି କାହାକୁ କହିଲେ ବିଭୂତି

January 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Chilika BJD
ଚିଲିକା ବିଜେଡି ସରଗରମ, ଦୁର୍ଯୋଧନ ନିଶ୍ଚିତ ମରିବ ବୋଲି କାହାକୁ କହିଲେ ବିଭୂତି

ସୀତାରାମ ଅଗ୍ରୱାଲ

ଚିଲିକା: ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ରାଜନୀତି ବେଶ ସରଗରମ ହୋଇଯାଇଛି। କାରଣ ଗତକାଲି ଦଳର ପ୍ରତିଷ୍ଠା ଦିବସରେ ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟଙ୍କ ଭାଷଣ ପରେ କର୍ମିମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି। କର୍ମିମାନେ ଯାହା ଚାହୁଁଥିଲେ ବିଭୂତି ସେହି ସଭାରେ ତାହା ହିଁ କହିଲେ। ଫଳରେ ଚିଲିକାରେ ବିଜେଡି କର୍ମିଙ୍କର ମନୋବଳ ବେଶ ବଢିଯାଇଛି।

ଏହି ବୈଠକରେ ବିଭୂତି କହିଥିଲେ ଯେ, ଚିଲିକାରେ ଜଣେ ଦୁର୍ଯୋଧନ ଅଛନ୍ତି। ସେହି ଦୁର୍ଯୋଧନ ଖୁବ ଶିଘ୍ର ମରିବ। ସେତିକି ନୁହେଁ ସେ କର୍ମିମାନଙ୍କୁ ଏହା ମଧ୍ୟ ସୂଚାଇ ଦେଇଥିଲେ ଯେ, ଚିଲିକାରେ ଢୋଲ ଭିତରେ ମୂଷା ପଶି କାମ କରିବା ପରି ଜଣେ ଅଛି। ବ୍ୟସ୍ତ ହୁଅନ୍ତୁ ନାହିଁ, ଯନ୍ତା ବସି ସାରିଛି, ସେହି ମୂଷା ଖୁବ ଶିଘ୍ର ଯନ୍ତାରେ ପଡିବ।

ବିଭୂତିଙ୍କ ଏହି ବକ୍ତବ୍ୟକୁ କର୍ମିମାନେ ବେଶ ତାଳିମାରି ସ୍ବାଗତ କରିଥିଲେ। ତେବେ ବିଭୂତି ଏହି କଥା ଯାହାକୁ ଦେଖାଇ କହୁଥିଲେ ସେ ହେଉଛନ୍ତି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ। ଏ କଥା କାହାକୁ ଅଛପା ନାହିଁ। କାରଣ ବିଗତ ଦିନରେ ରଘୁନାଥ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ, ସାଂସଦ, ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ଏବଂ ବହୁ ନିର୍ବାଚତ ପ୍ରତିନିଧିଙ୍କୁ ଗାଳି କରିଥିଲେ।

ରଘୁନାଥଙ୍କ ଏପରି ସମାଲୋଚନାକୁ ନେଇ କର୍ମିମାନେ ଅସନ୍ତୋଷ ଜାହିର ରହିଥିଲେ। ହେଲେ ବିଭୂତିଙ୍କ ବକ୍ତବ୍ୟ ପରେ ଏବେ ସେମାନେ ଶାନ୍ତ ପଡିଛନ୍ତି। ତେବେ ବିଭୂତି ଏହି ସଭାରେ କହିଥିଲେ ଯେ, ଖୁବ ଶିଘ୍ର ଏପରି ଦଳ ବିରୋଧୀଙ୍କ ଉପରେ ବିଜେଡି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ରଘୁନାଥଙ୍କ ଉପରେ ଦଳ କୌଣସି ମୁହୁର୍ତ୍ତରେ କିଛି ବି ପଦକ୍ଷେପ ଗ୍ରହଣ କରିପାରେ।

ତେବେ ବିଭୂତିଙ୍କ ଏହି ବକ୍ତବ୍ୟକୁ ନେଇ ରଘୁନାଥ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ମୁଁ ସମସ୍ତଙ୍କ ନାଁ ନେଇ ସମାଲୋଚନା କରିଥିଲି। ହେଲେ ସେଠାରେ କେହି ମୋର ନାମ ନେଇ ନାହାଁନ୍ତି। ତେଣୁ ଏ ନେଇ ମୁଁ କୌଣସି ପ୍ରତିକ୍ରିୟା ରଖିବି ନାହିଁ। ତେବେ ଦଳୀୟ ସଭାରେ ଆପଣ କାହିଁକି ଯୋଗ ଦେଲେ ନାହିଁ ବୋଲି ପଚାରିବାରେ ସେ କହିଥିଲେ ଯେ, ମୋର ସେଠାକୁ ଯିବାର ନାହିଁ।

ତେବେ ରଘୁନାଥଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ କଥା ବିଭୂତି କହିବା ପରେ ଏବେ ରଘୁନାଥ ପ୍ରମାଦ ଗଣୁଥିବାର ଜଣାପଡିଛି। ବହୁ ମାସ ଧରି ରଘୁଙ୍କୁ ଚିଲିକା ବିଜେଡି କର୍ମ ଏବଂ ନିର୍ବାଚିତ ସଦସ୍ୟମାନେ ଏକ ଘରକିଆ କରି ରଖିଛନ୍ତି। ବିଭୂତିଙ୍କ ବକ୍ତବ୍ୟ ପରେ ଆଗାମୀ ଦିନରେ ଏହା ଆହୁରି ତୀବ୍ର ହେବ ବୋଲି ଅନୁମାନ କରାଯାଉଛି। ଫଳରେ ବିଜେଡିରେ ରଘୁନାଥଙ୍କ ଭବିଷ୍ୟତ କଣ ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଚିଲିକା ନିର୍ବାଚନ ମଣ୍ଡଳୀ ଚିଲିକା ବିଜେଡି ବିଭୂତି ବଳବନ୍ତରାୟ ରଘୁନାଥ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026
Latest News

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

୫୦୭୦ କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ଅଗଷ୍ଟ ୧ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ଆର୍ଥିକ ଲାଭ ସମ୍ଭାବନା

August 1, 2026

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.