Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବହୁତ ଦିନ ପରେ ମୁହଁ ଖୋଲିଲେ ଚିଲିକା ବିଧାୟକ: ପୂର୍ବତନ ବିଧାୟକଙ୍କୁ କଲେ କଡା ସମାଲୋଚନା
ବିଶେଷ ଖବର

ବହୁତ ଦିନ ପରେ ମୁହଁ ଖୋଲିଲେ ଚିଲିକା ବିଧାୟକ: ପୂର୍ବତନ ବିଧାୟକଙ୍କୁ କଲେ କଡା ସମାଲୋଚନା

January 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରେ ଲୋକଙ୍କ ଉପରକୁ ଗାଡି ଚଢାଇବା ମାମଲାରେ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ବହୁତ ଦିନ ପରେ ସେ ଆଜି ମୁହଁ ଖୋଲିଛନ୍ତି। ମକର ସଂକ୍ରାନ୍ତି ଅବସରରେ ଅଟ୍ରି ହଟକେଶ୍ୱରଙ୍କ ପୀଠକୁ ବାବାଙ୍କ ଦର୍ଶନ କରିବାକୁ ଆସିବା ବେଳେ ସେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ଯେ, ମୁଁ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଷଡଯନ୍ତ୍ର ଶିକାର ହୋଇଛି। ଯାହା ଯୋଗୁଁ ମୁଁ ଦଳରୁ ନିଲମ୍ବିତ ହୋଇଛି। ହେଲେ ମୋ ଉପରୁ ନିଲମ୍ବନ ଉଠିବ। ମତେ ବିଜେଡି ରୁ ପୁଣି ଟିକେଟ ମିଳିବ ଓ ମୁଁ ନିର୍ବାଚନ ଜିତିବି।”

ସେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଧାୟକ ହେବାପାଇ ଜାଣିଶୁଣି ମୋ ବିରୁଦ୍ଧରେ ରଘୁନାଥ ସାହୁ ଷଡଯନ୍ତ୍ର କରିଥିଲେ। ରଘୁ ରାଜନୀତିକୁ ଆସିବା ପୂର୍ବରୁ ଜଣେ ଷ୍ଟୋରେଜ ଏଜେଣ୍ଟ ଥିଲେ ଏବଂ ଚାଉଳ ଚୋରି କରି ବିକୁଥିଲେ। ସେହିପରି ପାମ ଅଏଲ ଯୋଗାଣ କରୁଥିବା ବେଳେ ତେଲ ଚୋରି କରୁଥିବା ବିଧାୟକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ରଘୁ କାଠ ଚୋରି ଓ ଚୋରା ମଦ କାରବାରରେ ସମ୍ପୃକ୍ତି ଥିଲେ ବୋଲି ପ୍ରଶାନ୍ତ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ରଘୁ ନାଥ ସାହୁ ଭୋକ ବିକଳରେ ତାଟିଆ କାମୁଡୁଛନ୍ତି। ତେଣୁ ପାଗଳର ପ୍ରଳାପ ପରି ସେ ବିଧାୟକ, ସାଂସଦ, ଜିଲ୍ଲା ସଭାପତିଙ୍କୁ ଅଯୋଗ୍ୟ ବୋଲି କହୁଛନ୍ତି। ସେ ସୈତାନ ହୋଇ ତାଙ୍କ ଗୋଦମରେ ବେଦ ପାଠ କରୁଛନ୍ତି। ସେ କଂଗ୍ରେସ ଦଳରୁ ଆସି ଆମ ଦଳରେ ମିଶିଥିବା ବେଳେ ନିଜକୁ ବିଜୁ ଜନତା ଦଳର ବରିଷ୍ଠ ନେତା ବୋଲି କହୁଛନ୍ତି।

ଏହି ସମୟରେ ଚିଲିକା ବିଧାୟକ କହିଛନ୍ତି ଯେ, ଯେତେବେଳେ ମୁଁ ଚିଲିକା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢିବା ପାଇଁ ଯାଇଥିଲି, ସେତେବେଳେ ପୂର୍ବତନ ବିଧାୟକ ହିସାବରେ ରଘୁନାଥ ସାହୁଙ୍କର ବହୁତ ସ୍ଵପ୍ନ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ସମ୍ମୁଖରେ ଚିଲିକାରେ ବହୁତ କିଛି କାମ କରିବାର ବାକି ଅଛି ବୋଲି ସେ କହିଥିଲେ। ତେଣୁ ମୁଁ ତାଙ୍କୁ ରାମଚନ୍ଦ୍ର ହୋଇ ପାଖରେ ରହିବାକୁ କହିଥିଲି ଏବଂ ମୁଁ ହନୁମାନ ହୋଇ ବିକାଶର ସେତୁ ବାନ୍ଧିବା ପାଇଁ ଚେଷ୍ଟା କରିବି ବୋଲି କହିଥିଲି। ହେଲେ ସେ ରାମ ପରିବର୍ତ୍ତେ ରାବଣ ହୋଇଗଲେ, ଆଉ ମୁଁ ହନୁମାନ ହୋଇ ତାଙ୍କ ଲଙ୍କା ପୁରୀକୁ ଧ୍ଵଂସ କରିଦେଲି। ବର୍ତ୍ତମାନ ତାଙ୍କ ସଂଗଠନ ମୋ ହାତରେ ଏବଂ ତାଙ୍କର ସଂଗଠନ ଭାଙ୍ଗିଯାଇଛି।

ପ୍ରଶାନ୍ତ କହିଛନ୍ତି ଯେ, ଯେଉଁଭଳି ଭାବେ ଷଡଯନ୍ତ୍ର କରି ମୋ ଉପରେ ଆକ୍ରମଣ କରାଯାଇଛି ଏବଂ ମୋ ଦେହରୁ ୨ ଲିଟର ରକ୍ତ ଯାଇଛି, ପାଇକ ପୁଅର ରକ୍ତ କେବେ ବ୍ୟର୍ଥ ଯିବ ନାହିଁ।

ଚିଲିକା ବିଧାୟକ ପୂର୍ବତନ ବିଧାୟକ ବାଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

February 19, 2026

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026
Latest News

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.