Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆରମ୍ଭ ହେଲା ପଶ୍ଚିମ ଓଡ଼ିଶା କୃଷି ମେଳା-୨୦୨୩
ବିଶେଷ ଖବର

ଆରମ୍ଭ ହେଲା ପଶ୍ଚିମ ଓଡ଼ିଶା କୃଷି ମେଳା-୨୦୨୩

January 28, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆରମ୍ଭ ହେଲା ପଶ୍ଚିମ ଓଡ଼ିଶା କୃଷି ମେଳା-୨୦୨୩

ଭୁବନେଶ୍ବର: କୃଷି ଯାନ୍ତ୍ରିକୀକରଣ ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସମ୍ବଲପୁରଠାରେ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ପଶ୍ଚିମ ଓଡ଼ିଶା କୃଷିମେଳାର ଉଦ୍‌ଘାଟନୀ ଉତ୍ସବରେ ଭିଡ଼ିଓ ବାର୍ତ୍ତାରେ କୃଷକମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର କୃଷି ଓ କୃଷକ ସମାଜର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସଂପୂର୍ଣ୍ଣ ପ୍ରତିବଦ୍ଧ ଏବଂ ଏହା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ।

ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟ ସରକାର ‘କାଳିଆ’ ଓ ‘ବଳରାମ’ ଯୋଜନା ଏବଂ ମଲେଟ୍‌ ମିଶନ ପରି ଯୋଜନା ପ୍ରଣୟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କୃଷକମାନଙ୍କର ଉଦ୍ୟମକୁ ପ୍ରଶଂସା କରି କହିଛନ୍ତି ଯେ ସେମାନଙ୍କର ମୂଲ୍ୟବାନ ଅବଦାନ ଯୋଗୁ ଓଡ଼ିଶାକୁ ନିୟମିତ ବ୍ୟବଧାନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ମିଳିଛି ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ପ୍ରତି ଦୃଷ୍ଟିଭଙ୍ଗୀ କେନ୍ଦ୍ରୀଭୂତ କରାଯାଇଛି । ବିଗତ ୨୦ ବର୍ଷରେ ରାଜ୍ୟ କୃଷି ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରାଜ୍ୟ ମାଛ, ପ୍ରାଣୀପାଳନ ଓ ଅଣ୍ଡା ଉତ୍ପାଦନରେ ପ୍ରାୟ ଆତ୍ମନିର୍ଭର ହୋଇପାରିଛି । ୨୦୦୦-୦୧ରେ ଖାଦ୍ୟଶସ୍ୟ ଉତ୍ପାଦନ ୫୫.୩୫ ଲକ୍ଷ ମେଟି୍ରକ୍‌ ଟନରୁ ୧୬୦ ପ୍ରତିଶତ ବୃଦ୍ଧି ପାଇ ୨୦୨-୨୧ ବର୍ଷରେ ୧୩୦.୨୯ ଲକ୍ଷ ମେଟି୍ରକ୍‌ ଟନରେ ପହଞ୍ଚିଛି ।

ସେହିପରି ତୈଳବୀଜ ୫୮ ପ୍ରତିଶତ, ଡାଲିଜାତୀୟ ଶସ୍ୟ ୬୬ ପ୍ରତିଶତ ଏବଂ ପନିପରିବା ଉତ୍ପାଦନ ୬୭ ପ୍ରତିଶତ ବୃଦ୍ଧି ପାଇଛି । ମାଛ ଉତ୍ପାଦନ ଗତ ୨୦ ବର୍ଷରେ ୯ ଲକ୍ଷ ୯୦ ହଜାର ମେଟି୍ରକ୍‌ ଟନକୁ ବୃଦ୍ଧି ପାଇଛି । ଦେଶରେ ମାଛ ଉତ୍ପାଦନରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ରାଜ୍ୟ ସରକାର ଚାଷ ଜମି ଉପରେ ବନ୍ୟାର ପ୍ରଭାବକୁ ହ୍ରାସ କରିବା ପାଇଁ ୨୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି ଏବଂ ପଶ୍ଚିମ ଓଡ଼ିଶା ଏଥିରୁ ବହୁଳ ଭାବେ ଲାଭବାନ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଉତ୍ସବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତି୍ରପାଠୀ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ କୃଷକ ମେଳା ଆୟୋଜନ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ କୃଷି ମେଳା ସମ୍ବଲପୁରଠାରେ ଆୟୋଜିତ ହେଉଛି ।

ରାଜ୍ୟ ଅର୍ଥନୀତିର ୨୦ ପ୍ରତିଶତ କୃଷି କ୍ଷେତ୍ରର ଅବଦାନ । ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକ କୃଷି ଉପରେ ନିର୍ଭରଶୀଳ । କୃଷକମାନଙ୍କର ଆୟବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି । କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଅଧିକ ବ୍ୟବସାୟିକରଣ ଏବଂ ବଜାର ସଂଯୋଗ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଶ୍ରୀ ତି୍ରପାଠୀ କହିଥିଲେ ।

ଏଥି ସହିତ ସେମାନେ କୃଷି କ୍ଷେତ୍ରରେ ଉଦ୍ୟମିତାକୁ ଆପଣାଇବାର ଆବଶ୍ୟକତା ରହିଛି । କୃଷକ ସମାଜର ଅନେକ ଯୁବକ କୃଷି ବ୍ୟବସାୟ ପ୍ରତି ଆଗ୍ରହ ପ୍ରଦର୍ଶନ କରୁଛନ୍ତି । ରାଜ୍ୟ ସରକାର ଯନ୍ତ୍ରପାତି କ୍ରୟରେ ୭୫ ପ୍ରତିଶତ ସବ୍‌ସିଡ଼ି ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ ଚାଷୀମାନେ ଏହି ଯୋଜନାର ଲାଭ ଉଠାଇବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, କୁଚିଣ୍ଡା ବିଧାୟକ ଶ୍ରୀ କିଶୋର ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀମତୀ କୁମୁଦିନୀ ନାୟକଙ୍କ ସମେତ ବହୁ ଚାଷୀ ଏବଂ ଶିଳ୍ପାନୁଷ୍ଠାନର ପ୍ରତିନିଧି ଯୋଗଦେଇଥିଲେ ।

କୃଷି ମେଳାରେ କୃଷି ଯନ୍ତ୍ରପାତି, ମିଲେଟସ୍‌, ହସ୍ତତନ୍ତ, ହସ୍ତଶିଳ୍ପର ୧୦୦ରୁ ଊଦ୍ଧ୍ୱର୍ ଷ୍ଟଲ ଖୋଲାଯାଇଛି । ଏଥି ସହିତ ଭାରି ଯନ୍ତ୍ରପାତିର କାର୍ଯ୍ୟକାରିତାର ଲାଇଭ ପ୍ରଦର୍ଶନ କରାଯାଉଛି । ଉତ୍ସବରେ ପଶ୍ଚିମ ଓଡ଼ିଶାର ୫ ଜଣ ଅଗ୍ରଣୀ ଚାଷୀଙ୍କୁ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଗ୍ରଣୀ ଚାଷୀଙ୍କୁ କମ୍ବାଇନ୍‌ ହାରଭେଷ୍ଟର, ଟ୍ରାକଫର ଏବଂ ମୁଢ଼ି ତିଆରି ମେସିନ୍‌ର ଚାବି ହସ୍ତାନ୍ତର କରିଥିଲେ ।

ଏହି ଉପଲକ୍ଷେ ଆୟୋଜିତ ୫ ଦିନିଆ କର୍ମଶାଳାରେ ଧାନଭିତ୍ତିକ ଫସଲ ପଦ୍ଧତିର ପୁନରୁଦ୍ଧାର, ଉଦ୍ୟାନ କୃଷି ମାଧ୍ୟମରେ ଚାଷୀଙ୍କ ଆୟବୃଦ୍ଧି, ଜଳବାୟୁ ସହନଶୀଳ କୃଷିକାର୍ଯ୍ୟ, କୃଷିଜାତ ଦ୍ରବ୍ୟର ରପ୍ତାନୀକୁ ପ୍ରୋତ୍ସାହନ, ମତ୍ସ୍ୟଚାଷ ଦ୍ୱାରା ଆୟବୃଦ୍ଧି, ପ୍ରାଣୀପାଳନ ମାଧ୍ୟମରେ ଆୟବୃଦ୍ଧି, ଏଗ୍ରିବିଜିନେସ୍‌-ସମୃଦ୍ଧ କୃଷି ଉଦ୍ୟୋଗ ଆଦି ସ୍ଥାନ ପାଇଛି ।

କୃଷି ଯାନ୍ତ୍ରିକୀକରଣରେ ମହିଳାମାନଙ୍କର ଅଂଶଗ୍ରହଣ, କେଜ କଲଚର ଓ ବାୟୋଫ୍ଲକ୍‌ ମାଧ୍ୟମରେ ମତ୍ସ୍ୟଚାଷ, ସମନ୍ୱିତ କୃଷି ବ୍ୟବସ୍ଥା, ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ, ମିଲେଟ୍‌ ଚାଷର ଉପକାରିତା ଓ ସୁବିଧାସୁଯୋଗ, ଅଣଋତୁରେ ପନିପରିବା ଚାଷ ଏବଂ ବିଦେଶୀ ଫଳ ଚାଷର ସମସ୍ୟା ଓ ସମ୍ଭାବନା, ଅଣୁ ଜଳସେଚନ ଏବଂ ସଂରକ୍ଷିତ ଚାଷର ଉପଯୋଗିତା ଓ ଆହ୍ୱାନ ଆଦି ପ୍ରସଙ୍ଗରେ କୃଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭୟଙ୍କର ଉତ୍ତେଜନା, ବିସିଜେଡି ଓ ଏବିଭିପି ଛାତ୍ରଗୋଷ୍ଠୀ ମୁହାଁମୁହିଁ

October 14, 2026

ନବୀନଙ୍କୁ ବିଜେପିର ପାଲଟା ଜବାବ: ଚବିଶ ବର୍ଷର ଶାସନରେ ଓଡ଼ିଶାର ଅର୍ଥନୀତି ତଳକୁ ଖସିଥିଲା

October 14, 2026

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବିରଳ ଯୋଡାମୁଣ୍ଡ ଶିଶୁ ଜନ୍ମ

October 14, 2026

‘ଯଦି ଅମ୍ପାୟାର ନିରପେକ୍ଷ ନୁହଁନ୍ତି, ତେବେ…’: ECI କୁ ଏଭଳି ପରାମର୍ଶ ଦେଲେ ପୂର୍ବତନ ନିର୍ବାଚନ କମିଶନର

October 14, 2026
Latest News

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭୟଙ୍କର ଉତ୍ତେଜନା, ବିସିଜେଡି ଓ ଏବିଭିପି ଛାତ୍ରଗୋଷ୍ଠୀ ମୁହାଁମୁହିଁ

October 14, 2026

ନବୀନଙ୍କୁ ବିଜେପିର ପାଲଟା ଜବାବ: ଚବିଶ ବର୍ଷର ଶାସନରେ ଓଡ଼ିଶାର ଅର୍ଥନୀତି ତଳକୁ ଖସିଥିଲା

October 14, 2026

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବିରଳ ଯୋଡାମୁଣ୍ଡ ଶିଶୁ ଜନ୍ମ

October 14, 2026

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଜୟପୁରରେ ଜରୁରୀ ଅବତରଣ

October 14, 2026

ପାଲଘରରେ ଭୟାବହ ଅଗ୍ନିକାଣ୍ଡ: ଦୁଇ ମହିଳା ମୃତ, ୬ ଗୁରୁତର

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.