Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଭାରେ ଅନୁରୋଧ କଲେ ତାରାବାହିନୀ ପତି, ନବୀନ ଦେଖାଇ ଦେଲେ ଅନୁମତି
ବିଶେଷ ଖବର

ସଭାରେ ଅନୁରୋଧ କଲେ ତାରାବାହିନୀ ପତି, ନବୀନ ଦେଖାଇ ଦେଲେ ଅନୁମତି

February 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସଭାରେ ତାରାବାହିନୀ ପତି କଲେ ଅନୁରୋଧ, ନବୀନ କହିଲେ ନିଅ ଅନୁମତି ପତ୍ର

ଜୟପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଗସ୍ତରେ ଯାଇ ଜୟପୁରର ବିକ୍ରମଦେବ କଲେଜର ପ୍ଲାଟିନିୟମ ଜୁବୁଲି ସମାରୋହରେ ଯୋଗ ଦେଇଥିଲେ। ଏଥିରେ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକଙ୍କ ସହିତ କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ଯୋଗ ଦେଇଥିଲେ।

ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ଅତିଥି ଏବଂ ଛାତ୍ରଛାତ୍ରୀ ଜୟ ଜୟକାର କରିଥିଲେ। କାରଣ ଥିଲା ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକ୍ରମ ଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିସାରିଥିଲେ। ଫଳରେ ଏହି ଉତ୍ସବ ବେଶ ଉତ୍ସବ ମୁଖର ହୋଇ ଉଠିଥିଲା।

ନବୀନଙ୍କ ଏପରି ପଦକ୍ଷେପକୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶଂସା ନ କରି ରହିପାରିଲେ ନାହିଁ। ସେ ନବୀନ ପଟ୍ଟନାୟକ, 5ଟି ସଚିବ ଭି କେ ପାଣ୍ଡିଆନ, କୋରାପୁଟର ସମସ୍ତ ବିଧାୟକ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସେ ପ୍ରଶଂସାରେ ପୋତି ପକାଇଲେ। ଏପରିକି ସଭା ସ୍ଥଳରେ ସେ ନବୀନ ପଟ୍ଟନାୟକ ସ୍ବାଗତଂ..ସ୍ବାଗତଂ ସହିତ ନବୀନ ପଟ୍ଟନାୟକ ଜିନ୍ଦାବାଦ ବୋଲି କହିଲେ। ଏହାକୁ ନବୀନ ବେଶ ଖୁସିର ସହିତ ଉପଭୋଗ କରିଥିଲେ।

ତେବେ ତାରାବାହିନୀ ପତି ସେହି ସଭାରେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ପ୍ରଶଂସା ସହିତ ଛୋଟ ଅନୁରୋଧଟିଏ ମଧ୍ୟ କରିଥିଲେ। ତାହା ଥିଲା ଯେ, ବିକ୍ରମ ଦେବ କଲେଜରେ ଏକ ଅଡିଟୋରିୟମ ନାହିଁ। ତାହା କିପରି ହେବ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି ସେ ସେହି ସଭାରେ ନବୀନଙ୍କୁ ଅନୁରୋଧ କଲେ। ଏଥିସହିତ ସହିତ କୋରାପୁଟର ପର୍ଯ୍ୟଟନ, ଶିକ୍ଷା ସ୍ବାସ୍ଥ୍ୟ ଉପରେ ଅନେକ ସମସ୍ୟା ସଂପର୍କରେ ମଧ୍ୟ ସେ ଅବଗତ କରାଇଥିଲେ।

ହେଲେ ସେହି ସଭାରେ ନବୀନ ପଟ୍ଟନାୟକଙ୍କ ପକ୍ଷରୁ 5ଟି ସଚିବ ଭି କେ ପାଣ୍ଡିଆନ ଏକ ଘୋଷଣା କରିଥିଲେ। ସେ କହିଥିଲେ ଯେ, ଏହି କଲେଜରେ ଏକ ବଡ ଅଡିଟୋରିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁମତି ଦେଇ ସାରିଛନ୍ତି। ସେତିକି ନୁହେଁ ସେହି ଅନୁମତି ପତ୍ର ମଧ୍ୟ ସେ ସାଥୀରେ ନେଇ ଆସିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ସେହି ଅନୁମତି ପତ୍ରକୁ ସଭାରେ ଦେଖାଇଥିଲେ।

ଏହି ଅଡିଟୋରିୟମ ପାଇଁ ତିନି କୋଟି ବ୍ୟୟ ଅଟକଳ ରଖାଯାଇଛି ବୋଲି ପାଣ୍ଡିଆନ କହିଥିଲେ। ଏହି ଅନୁମତି ପତ୍ର ଜିଲ୍ଲାପାଳ ଗ୍ରହଣ କରିବା ପାଇଁ ଅନୁରୋଧ କରୁଛି। ଏହାପରେ ମୁଖ୍ୟମନ୍ତ୍ରୀ ସେହି ଅନୁମତ୍ରକୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଏପରି ପରିସ୍ଥିତି ଦେଖି ଖାଲି ତାରାବାହିନୀ ପତି ନୁହଁନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଥିଲେ। ଛାତ୍ରଛାତ୍ରୀ ସମସ୍ତେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନୀରେ ପରିବେଶକୁ ପ୍ରକମ୍ପିତ କରିଥିଲେ।

କୋରାପୁଟ ନବୀନ ପଟ୍ଟନାୟକ ବିକ୍ରମଦେବ କଲେଜ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.