Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ନବୀନ ପଟ୍ଟନାୟକ ଜିନ୍ଦାବାଦ’ ବୋଲି କାହିଁକି କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି
ବିଶେଷ ଖବର

‘ନବୀନ ପଟ୍ଟନାୟକ ଜିନ୍ଦାବାଦ’ ବୋଲି କାହିଁକି କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

February 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Tara Bahinipati
'ନବୀନ ପଟ୍ଟନାୟକ ଜିନ୍ଦାବାଦ' ବୋଲି କାହିଁକି କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

ଭୁବନେଶ୍ବର: ନବୀନ ପଟ୍ଟନାୟକ ଜିନ୍ଦାବାଦ……, ନବୀନ ପଟ୍ଟନାୟକ ସ୍ବାଗତଂ…………, କୋରାପଟକୁ ସ୍ବାଗତଂ……..। ଏହିପରି ନାରା ଦେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀ ପତି। ଯଦି ବିଜେଡି ନେତା ବା ବିଧାୟକଙ୍କ ମୁହଁରେ ଏହା ହୋଇଥାଆନ୍ତା ତେବେ ତାହା କୌଣସି ବଡ କଥା ନୁହେଁ। ହେଲେ ବିରୋଧୀ ଦଳର ବିଧାୟକ ତାରାଙ୍କ ମୁହଁରେ ନବୀନ ଜିନ୍ଦାବାଦକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି।

ଆଜି କୋରାପୁଟ ଜୟପୁରସ୍ଥିତ ବିକ୍ରମ ଦେବ କଲେଜର ପ୍ଲାଟିନିୟମ ଜୁବୁଲି ଉତ୍ସବ ଥିଲା। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ତାରା ସ୍ଥାନୀୟ ବିଧାୟକ ତଥା କଲେଜ କମିଟ ସଭାପତି ଭାବେ ସେହି ସଭାର ଆୟୋଜକ ଭାବେ ମଞ୍ଚରେ ବସିଥିଲେ। ହେଲେ ସେ ଯେତେବେଳେ ଭାଷଣ ଦେଲେ ସେତେବେଳେ ‘ନବୀନ ପଟ୍ଟନାୟକ ଜିନ୍ଦାବାଦ’ ବଡ ପାଟିରେ କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

କେବଳ ସେତିକି ନୁହେଁ, ତାରାଙ୍କର ବିଜେଡି ପ୍ରତି ଆହୁରି ବହୁ ଭକ୍ତି ଭାବ ସେହି ମଞ୍ଚରେ ଉକୁଟି ଉଠିଥିଲା। ତାହା ହେଲେ ସେ ସେହି ଭାଷଣରେ ବବି ବାବୁଙ୍କ ମଧ୍ୟ ଧନ୍ୟବାଦ ଦେବାକୁ ଭୁଲି ନ ଥିଲେ। ସେ ମଞ୍ଚ ଉପରେ ବସି ନ ଥିଲେ ମଧ୍ୟ ତାଙ୍କୁ ଧନ୍ୟବାଦ ଦେବା ଏବଂ ତାଙ୍କ ନାମ ବାରମ୍ବାର ନେବାକୁ ମଧ୍ୟ ଭୁଲି ନ ଥିଲେ ତାରାପ୍ରସାଦ। ଯାହାକୁ ନେଇ ତାରାଙ୍କ ରାଜନୈତିକ ଭବିଷ୍ୟତ ନେଇ ଏକ ସନ୍ଦେହ ସୃଷ୍ଟି ହୋଇଛି।

ଜିନ୍ଦାବାଦ କରିବା ସହ ଏହି ବୈଠକରେ ତାରାପ୍ରସାଦ ନବୀନ ପଟ୍ଟନାୟକଙ୍କୁ ଯେପରି ପ୍ରସଂଶା କଲେ ତାହା ହୁଏତ କୌଣସି ବିଜେଡି ମନ୍ତ୍ରୀଙ୍କଠାରୁ ଇଣା ନୁହେଁ। ସେଠାରେ ବିଜେଡି ମନ୍ତ୍ରୀ ବିଧାୟକମାନେ ମଧ୍ୟ ମଞ୍ଚରେ ଥିଲେ ଆଉ ଭାଷଣ ମଧ୍ୟ ଦେଇଥିଲେ। ହେଲେ ତାରାପ୍ରସାଦଙ୍କ ପ୍ରଶଂସା ସବୁଠାରୁ ଅଧିକ ତଥା ଶକ୍ତିଶାଳୀ ଥିଲା। ସେ ଯେପରି ଯାତ୍ରା ଡାଇଲଗ ପରି କହୁଥିଲେ ତାହା ସମସ୍ତଙ୍କ ପ୍ରଶଂସାଠାରୁ ବଳେଇ ଯାଇଥିଲା।

ଯେତେବେଳେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରକୁ ଆସିଲେ ସେତେବେଳେ ତାରାପ୍ରସାଦ ତାଙ୍କୁ ଏକ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ସେତିକିରେ ରହିଥିଲେ କେହି ଆଲୋଚନା କରି ନ ଥାଆନ୍ତେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଥିବା 5ଟି ସଚିବ ଭି କେ ପାଣ୍ଡିଆନଙ୍କୁ ମଧ୍ୟ ସେ ଏକ ଉତ୍ତରୀୟ ଦେଇ ସ୍ବାଗତ କଲେ। ଯାହା ପୂର୍ବରୁ କେହି କେବେ କରି ନ ଥିଲେ। ତେଣୁ ତାରାଙ୍କ ଏପରି ବ୍ୟବହାର ତାଙ୍କ ସମର୍ଥକ ତଥା ବିଜେଡି କର୍ମିଙ୍କ ମହଲରେ ବେଶ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି।

ବିଗତ ବର୍ଷରେ ସ୍ବର୍ଗତ ନବ ଦାସ ଯେତେବେଳେ କଂଗ୍ରେସରେ ଥିଲେ ସେତେବେଳେ ଝାରସୁଗୁଡା ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ମଧ୍ୟ ସେ କରିଥିଲେ। ସେ ମଧ୍ୟ ନବୀନଙ୍କୁ ସେତେବେଳେ ପ୍ରଶଂସାରେ ପୋତି ଦେଇଥିଲେ। ପରବର୍ତ୍ତି ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ। ଏବେ ଠିକ୍ ସେହିପରି ବିଧାୟକ ତାରା ବାହିନୀପତିଙ୍କ କ୍ଷେତ୍ରରେ ସେପରି ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ତାରା ବିଜେଡି ମୁହାଁ ହେବାର ସମ୍ଭାବନା ଅଧିକ ରହିଛି। କାରଣ ସେ ବର୍ତ୍ତମାନର କଂଗ୍ରେସକୁ ନେଇ ଖୁସି ନାହାଁନ୍ତି। କଂଗ୍ରେସରେ ସେ ସଭାପତି ହେବାର ଆଶା ରଖିଥିଲେ, ଯାହା ହୋଇପାରିଲା ନାହିଁ। ଏପରିକି ଅବିଭକ୍ତ କୋରାପୁଟର କଂଗ୍ରେସ ସଂଗଠନକୁ ନେଇ ତାରା ମଧ୍ୟ ସନ୍ତୁଷ୍ଠ ନାହାଁନ୍ତି। ଦଳ ତାଙ୍କୁ ଯେପରି ଗୁରୁତ୍ବ ଦେବା କଥା ତାହା ଦେଉ ନାହିଁ ବୋଲି ସେ ଅନୁଭବ କରି ସାରିଲେଣି। ଫଳରେ ସେ ଏବେ ବିଜେଡି ମୁହାଁ ହେଉଛନ୍ତି ବୋଲି ଏହି ସଭାରୁ ସ୍ପଷ୍ଟ ପ୍ରତିୟମାନ ହୋଇଛି।

କୋରାପୁଟରେ ନବୀନ ତାରା ପ୍ରସାଦ ବାହିନୀପତି ତାରା ବାହିନୀପତି ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ମହାନଦୀରେ ସଂଗୃହିତ ଜଳରାଶି ସମ୍ପର୍କିତ ତଥ୍ୟ ବିଭ୍ରାନ୍ତିକର: ମହାନଦୀ ବଞ୍ଚାଓ ଆନ୍ଦୋଳନ

May 7, 2026

ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

May 7, 2026

ବିହାରରେ ସମ୍ରାଟଙ୍କ କ୍ୟାବିନେଟ୍ ବିସ୍ତାର: ମନ୍ତ୍ରୀ ହେଲେ ନୀତିଶଙ୍କ ପୁଅ

May 7, 2026

ଜୀବନ ହାରିଲେ ନିଟ ପରୀକ୍ଷାର୍ଥୀ

May 7, 2026
Latest News

ଝଡ଼ରେ ଫସିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ସୁରକ୍ଷିତ ବାହାର କଲେ ପାଇଲଟ୍

May 7, 2026

ନିଟ୍ ୟୁଜି-୨୦୨୬: ଏହି ଚାରୋଟି ରାଜ୍ୟରୁ ପୂରଣ ହେଲା ୪୧% ରୁ ଅଧିକ ଫର୍ମ

May 7, 2026

ମହାନଦୀରେ ସଂଗୃହିତ ଜଳରାଶି ସମ୍ପର୍କିତ ତଥ୍ୟ ବିଭ୍ରାନ୍ତିକର: ମହାନଦୀ ବଞ୍ଚାଓ ଆନ୍ଦୋଳନ

May 7, 2026

ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଦିନିକିଆ ସିରିଜ: IPL ଛାଡିବେ କି କଙ୍ଗାରୁ ଖେଳାଳି?, ଜାଣନ୍ତୁ ଅପଡେଟ୍

May 7, 2026

ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.