Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯାଜପୁର ହେବ ଓଡିଶାର ଏକ ନମ୍ବର ଜିଲ୍ଲା: ମୁଖ୍ୟମନ୍ତ୍ରୀ ନବୀନ
ବିଶେଷ ଖବର

ଯାଜପୁର ହେବ ଓଡିଶାର ଏକ ନମ୍ବର ଜିଲ୍ଲା: ମୁଖ୍ୟମନ୍ତ୍ରୀ ନବୀନ

February 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଯାଜପୁର ଜିଲ୍ଲା ମହୋତ୍ସବ ୨୦୨୩ ଉଦ୍‌ଘାଟନ କରିଛନ୍ତି। ଏହି ଜିଲ୍ଲା ମହୋତ୍ସବ ୬ ଦିନ ପର୍ଯ୍ୟନ୍ତ ଚାଲିବ।

ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନେକ ଧର୍ମ, ଆଧ୍ୟାତ୍ମକ ଓ ଦର୍ଶନ ତତ୍ତ୍ବର ସଂଗମ ସ୍ଥଳ ହେଉଛି ଯାଜପୁର। ଯାଜପୁରର ସଂସ୍କୃତିରେ ବିଭିନ୍ନ ତତ୍ତ୍ବର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଯାଜପୁର ଦିନେ ଓଡିଶାର ରାଜଧାନୀ ଥିଲା। ଧର୍ମ, ସାହିତ୍ୟ ଓ ସଂସ୍କୃତିର କେନ୍ଦ୍ର ଥିଲା। ହିନ୍ଦୁ ଧର୍ମ ପରି ବୌଦ୍ଧ ଧର୍ମର ମଧ୍ୟ ବିକାଶ ହୋଇଥିଲା। ରତ୍ନଗିରି, ଲଳିତଗିରି ଓ ଉଦୟଗିରି ଏବେ ସାରା ବିଶ୍ବର ବୌଦ୍ଧ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମା ବିରଜାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାଜପୁର ହେଉଛି ଶକ୍ତି ପୀଠ। ଏହାର ଗୌରବମୟ ଇତିହାସ ରହିଛି। ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି କଳା, ସାହିତ୍ୟ, ସଂସ୍କୃତି, କୃଷି, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଯାଜପୁରର ସ୍ବତନ୍ତ୍ର ପରିଚୟ ରହିଛି। ଯାଜପୁର ତାର ଐତିହ୍ୟକୁ ସାଥିରେ ନେଇ ଆଜି ବିକାଶ ପଥରେ ଆଗେଇ ଚାଲିଛି। ଶିଳ୍ପ, ନିଯୁକ୍ତି ଓ ଭିତ୍ତିଭୂମି ଆଜି ଯାଜପୁରର ନୂଆ ପରିଚୟ ହୋଇଛି। ମୋର ଦୃଢ ବିଶ୍ବାସ, ଯାଜପୁର ରାଜ୍ୟର ଏକ ନମ୍ବର ଜିଲ୍ଲା ହୋଇ ସମସ୍ତଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ବିଧାୟକ ସୁନନ୍ଦା ଦାସ ପ୍ରମୁଖ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜର ଅଭିଭାଷଣ ରଖି କହିଥିଲେ ଯେ ଯାଜପୁର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଆଶୀର୍ବାଦ ଓ ଭଲପାଇବା ଅଛି। ଯାଜପୁର ଆଜି ବିକାଶ କ୍ଷେତ୍ରରେ ସୁନାମ କରିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଯାଜପୁରରେ କଳିଙ୍ଗ ନଗର ଷ୍ଟିଲ କମ୍ପ୍ଲେକ୍‌ସ ଓ ମେଡିକାଲ କଲେଜ ହେବା ସହିତ ଯୋଗାଯୋଗ କ୍ଷେତ୍ରରେ ଯାଜପୁରର ଦ୍ରୁତ ବିକାଶ ହୋଇପାରିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡାଇ, ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ଅଶୋକ ବଳ ପ୍ରମୁଖ ଯୋଗ ଦେଇଥିଲେ।

ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ।

ଭି.କେ ପାଣ୍ଡିଆନ ଭିଡିଓ କନ୍‌ଫରେନ୍‌ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

“ଆମେରିକା ହାତରେ ଦେଶ…,” ଟ୍ରମ୍ପଙ୍କ ଟାରିଫ୍ ବିଲ୍ ଉପରେ କେଜରିୱାଲ୍ ଙ୍କ ଟାର୍ଗେଟ

August 8, 2026

ପାକ୍-ସାଉଦି-ତୁର୍କୀ ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି: ଭାରତର ଆସିଲା ପ୍ରତିକ୍ରିୟା

August 8, 2026

ନୂଆଦିଲ୍ଲୀରେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଭିଜନ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ

August 7, 2026

FCRA ଉପରେ ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ଆପତ୍ତି: ଭାରତ ଦେଲା କଡ଼ା ଜବାବ

August 7, 2026
Latest News

ଶିମିଳିପାଳରେ ବାଘୁଣୀର ମୃତ୍ୟୁ

August 8, 2026

ଏହି ବ୍ୟାଙ୍କଗୁଡ଼ିକ ପାଇଁ ନିୟମ ପରିବର୍ତ୍ତନ କରୁଛି RBI: ଗୃହ ଋଣରେ ରିହାତି ପ୍ରଦାନ ବ୍ୟବସ୍ଥା

August 8, 2026

ଘରେ ପଶି ସଙ୍ଘବଦ୍ଧ ଆକ୍ରମଣ

August 8, 2026

ନଭେମ୍ବର ୬ ରେ ନୁହେଁ, ଏହି ଦିନ ମୁକ୍ତିଲାଭ କରିବ ‘ରାମାୟଣ’: ନିଶ୍ଚିତ କଲେ ପ୍ରଯୋଜକ

August 8, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ରାଘବ ଚଢା: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.