Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତକୁ ବୃହତ୍ ସଫଳତା: ୪୧ସେଟ୍ ଦେଶୀ ମଡ୍ୟୁଲାର ବ୍ରିଜ କିଣିବାକୁ ଚୁକ୍ତି ସାକ୍ଷର
ବିଶେଷ ଖବର

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତକୁ ବୃହତ୍ ସଫଳତା: ୪୧ସେଟ୍ ଦେଶୀ ମଡ୍ୟୁଲାର ବ୍ରିଜ କିଣିବାକୁ ଚୁକ୍ତି ସାକ୍ଷର

February 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଅସ୍ତ୍ରଶସ୍ତ୍ର ଓ ଉପକରଣକୁ ଅଧିକରୁ ଅଧିକ ଦେଶୀ କାରିଗରୀ ଜ୍ଞାନ କୌଶଳରେ ନିର୍ମାଣ କରିବାକୁ ଆରମ୍ଭ ହୋଇଥିବା ପ୍ରୟାସକୁ ଆଉ ଏକ ବଡ ସଫଳତା ମିଳିଛି। ଲାର୍ସନ ଓ ଟୁବ୍ରୋ (ଏଲ୍ ଆଣ୍ଡ ଟି) ଘରୋଇ କମ୍ପାନୀଠାରୁ ୪୧ଟି ସେଟ୍ ଦେଶୀ କାରିଗରୀ ଜ୍ଞାନ କୌଶଳରେ ନିର୍ମିତ ମଡ୍ୟୁଲାର ବ୍ରିଜ (ସେତୁ) କିଣିବା ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିବା ପରେ ଏଥି ପାଇଁ ସମ୍ପୃକ୍ତ କମ୍ପାନୀ ସହିତ ଏକ ବୁଝମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଲ୍ ଆଣ୍ଡ ଟି ପ୍ରତିରକ୍ଷା ବାହିନୀକୁ ୨୫୮୫ କୋଟି ଟଙ୍କାର ଊର୍ଦ୍ଧ୍ୱ ମୂଲ୍ୟର ଏହି ବ୍ରିଜ୍ ଯୋଗାଇଦେବ। ଏହାକୁ ଭାରତୀୟ ପ୍ରତିରକ୍ଷା ବାହିନୀର ଇଞ୍ଜିନିୟରିଂ ବିଭାଗ ବ୍ୟବହାର  କରିବ। ପ୍ରତିକୂଳ ପରିସ୍ଥିତିରେ ସେତୁ ନିର୍ମାଣ ପାଇଁ ମଡ୍ୟୁଲାର ସେତୁକୁ ବ୍ୟବହାର କରାଯାଏ। ସେନାର ଇଞ୍ଜିନିୟିରିଂ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାକୁ ସମର୍ଥ ଏହି ବ୍ରିଜଗୁଡିକର ଡିଜାଇନ ଓ ବିକାଶକାମ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା ଡିଆରଡିଓ ପକ୍ଷରୁ କରାଯାଇଛି। ଏହାକୁ ଲାର୍ସନ ଓ ଟୁବ୍ରୋ ଡିଆରଡିଓର ମନୋନୀତ ଉତ୍ପାଦନାକରୀ ସଂସ୍ଥା ଭାବେ ଉତ୍ପାଦନ କରିବ।

ଏହି ମଡ୍ୟୁଲାର ବ୍ରିଜ ପାଇଁ ୨୦୨୩ ଫେବୃୟାରୀ ଆଠ ତାରିଖ ଅର୍ଥାତ୍ ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଏଲ ଆଣ୍ଡି ଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରତ୍ୟେକ ସେଟ୍ ମଡ୍ୟୁଲାର ବ୍ରିଜ ସାତଟି ବାହକ ଯାନକୁ ନେଇ ଗଠିତ। ଏଥିର  ୮ଙ୍ଘ୮ ହେବି ମୋବିଲିଟି ଭେଇକିଲ୍  ‌୧୦X୧୦ର ଦୁଇଟି ଲଞ୍ଚର ହେବି ଭେଇକିଲ ସମ୍ପୃକ୍ତ। ପ୍ରତ୍ୟେକ ସେଟ୍ ମଡ୍ୟୁଲାର ବ୍ରିଜ୍ ଏକ ସିଙ୍ଗଲ ସ୍ପାନ୍ ବିଶିଷ୍ଟ  ସମ୍ପୂର୍ଣ୍ଣଭାବେ ସଜ୍ଜିତ ୪୬ ମିଟରର ଆସଲ୍ଟ ବ୍ରିଜ ତିଆରି କରିବାକୁ ଯାନ୍ତ୍ରିକ ଦୃଷ୍ଟିରୁ ସମର୍ଥ। ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଖାଇ ଓ ନାଳ ଆଦି ଉପରେ  ସହଜରେ ସେତୁ ନିର୍ମାଣ ପାଇଁ ଏହି ମଡ୍ୟୁଲାର ବ୍ରିଜ ସକ୍ଷମ। ଏହା ଏକ ଅତ୍ୟାଧୁନିକ ସେତୁ ନିର୍ମାଣ ଉପକରଣ ଏବଂ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ନେଇ ହେବ।

ଏବେ ଭାରତୀୟ ସେନା ଯେଉଁ ମଣିଷ-ଚାଳିତ ମିଡିୟମ ଗାର୍ଡର ବ୍ରିଜ ତିଆରି କରୁଛି  ମଡ୍ୟୁଲାର ବ୍ରିଜ ତାହାର ସ୍ଥାନ ନେବ। ମିଡିୟମ ଗାର୍ଡର ବ୍ରିଜ ଟେକେ୍‌ନୋଲୋଜି ତୁଳନାରେ ମଡ୍ୟୁଲାର ବ୍ରିଜର ସୁବିଧା ସୁଯୋଗ ଯଥେଷ୍ଟ ଅଧିକ। ଏଥିରେ ସ୍ପାନର ଦୈର୍ଘ୍ୟ ବୃଦ୍ଧି, କମ୍ ସମୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ଏବଂ ଜରୁରୀ ପରିସ୍ଥିତିରେ ତଳକୁ ଖସି ପଡିଥିବା ଉପକରଣକୁ ଉଦ୍ଧାର କରିବା ସହଜ। ଏହା ଦେଶୀ କାରିଗର ଜ୍ଞାନ କୌଶଳରେ ନିର୍ମିତ ହୋଇଥିବାରୁ ଏହାର ସୁବିଧା ସୁଯୋଗ ଅଧିକ।

ଦେଶର ପଶ୍ଚିମ ସୀମାନ୍ତରେ ଭାରତୀୟ ସେନା ଯେଉଁ ସବୁ ସଡକ ଓ ସେତୁ ନିର୍ମାଣ କରୁଛି ଏହି ମଡ୍ୟୁଲାର ବ୍ରିଜ ସେହି ପ୍ରକ୍ରିୟାକୁ ତ୍ୱରାନ୍ୱିତ ଏବଂ ସହଜ କରିବ। ଏହା ମଧ୍ୟ ଉନ୍ନତ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ଭାରତର ଶ୍ରେଷ୍ଠତ୍ୱକୁ ବିଶ୍ୱକୁ ପ୍ରଦର୍ଶିତ କରି ବନ୍ଧୁରାଷ୍ଟ୍ରମାନଙ୍କୁ ଏହି ଯନ୍ତ୍ରପାତି ଓ ଜ୍ଞାନ କୌଶଳ ଯୋଗାଇବା ପଥ ଉନ୍ମୁକ୍ତ କରିବ।

ଆତ୍ମନିର୍ଭର ଭାରତ ପ୍ରତିରକ୍ଷା ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026
Latest News

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.