Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜୀବନକୁ ବଡ ପରିବର୍ତ୍ତନ କରେ ଯୋଗ, ଏବେ ବି ମୁଁ ତାହା କରୁଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବିଶେଷ ଖବର

ଜୀବନକୁ ବଡ ପରିବର୍ତ୍ତନ କରେ ଯୋଗ, ଏବେ ବି ମୁଁ ତାହା କରୁଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
President
ଜୀବନକୁ ବଡ ପରିବର୍ତ୍ତନ କରେ ଯୋଗ, ଏବେ ବି ମୁଁ ତାହା କରୁଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର:  ଆଜି ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ସିଧା ବିମାନ ବନ୍ଦରରୁ ଆସି ଏହି ସଭାରେ ଯୋଗଦେଇ ଥିଲେ। ସେ ପ୍ରଥମେ ଜୟ ଜଗନ୍ନାଥ କହି ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ।

ସେ ଭାଷଣରେ ତାଙ୍କର ନିଜର ଅନୁଭୂତି କଥା ଉପସ୍ଥିତ ଜନତାଙ୍କ ନିକଟରେ ବାଣ୍ଟିଥିଲେ। ସେ କହିଥିଲେ ଯେ, ବାପା, ମାଆଙ୍କ ଫଟୋକୁ ପୂଜା କରିବା ନୁହେଁ ବରଂ ତାଙ୍କର ଯତ୍ନ ନେବା ହିଁ ଶ୍ରେଷ୍ଠ ଧର୍ମ । ବାପା, ମାଆ ସବୁବେଳେ ତ୍ୟାଗ, ବଳିଦାନ, ସାହସ, ସ୍ନେହ, ଶ୍ରଦ୍ଧା, ମମତାର ପ୍ରତୀକ।  ମାତୃଶକ୍ତି ଉତ୍ଥାନ ସଂସ୍ଥାରେ ପହଞ୍ଚି ମାଆଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଥିଲେ ରାଷ୍ଟ୍ରପତି।

ସେ କହିଥିଲେ ଯେ, ନାରୀ ହେଉଛି ନାରାୟଣୀ, କଲ୍ୟାଣକାରୀ, ଚିର ନମସ୍ୟା। ମାତୃଶକ୍ତି ଅନ୍ତର୍ଜ୍ୟୋତି ଜାଗ୍ରତ କରି ସୁସ୍ଥ ମାନବ ସମାଜ ଗଠନ ଲକ୍ଷ୍ୟରେ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି। ଜଣେ ଆଦର୍ଶ ଜନନୀ ପରମହଂସ ଜଗାନନ୍ଦଙ୍କ ମାଆ ଜ୍ଞାନପ୍ରଭାଙ୍କ ନାଁରେ ଅନୁଷ୍ଠାନ ନାମିତ ହେବା, ଆଧ୍ୟାତ୍ମିକ ଜଗତରେ ନାରୀ ସଂଗଠନ ପ୍ରତିଷ୍ଠା ହେବା ଗୌରବର କଥା। ମାତୃ କରୁଣା ଓ ପ୍ରେରଣା ମଣିଷକୁ ଅସାଧାରଣ ବ୍ୟକ୍ତିତ୍ବରେ ପରିଣତ କରେ।

ଏହି ଅବସରରେ ନିଜ ଜୀବନର ଅଭିଜ୍ଞତା ବାଣ୍ଟିଥିଲେ ରାଷ୍ଟ୍ରପତି। ସେ କହିଥିଲେ ଯେ, ‘ଜୀବନର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ମୁଁ ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିଲି। ଯୋଗ ସହିତ ଯୁକ୍ତ ହେବା ପରେ ଧୀରେ ଧୀରେ ମୁଁ ଶାରୀରିକ ଓ ମାନସିକ ଦୁର୍ବଳତାରୁ ମୁକ୍ତ ହେଲି । ମୋ ଭିତରେ ପୁନର୍ବାର ଜୀବନ ପ୍ରତି ଆସ୍ଥା ଓ ଆଶା ସଞ୍ଚରିତ ହେଲା।’

ସେହିପରି ସେ କହିଥିଲେ ଯେ, ଏବେ ବିଶ୍ବ ପାଇଁ ପ୍ରକୃତିର ଅସ୍ବାଭାବିକ ଆଚରଣ ବଡ଼ ବିପଦ । ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚିବାକୁ ଦିଅ । ତେଣୁ ପ୍ରକୃତି ଅନୁକୂଳ ଜୀବନଶୈଳୀ ଆପଣାଇବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ଜ୍ଞାନପ୍ରଭା ମିଶନ ବତିଖୁଣ୍ଟ ପରି ମାନବ ସମାଜକୁ ଦିଗଦର୍ଶନ ଦେବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।

ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଭୁବନେଶ୍ବର ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ।

ଉତ୍କଳ ମଣ୍ଡପ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଆଉ ଏକ ସ୍ଥାନରେ ଛୁରାମାଡ

June 5, 2026

ମମତା ବାନାର୍ଜୀଙ୍କୁ ନିଜ ଆସନ ଯାଚିଲେ ହୁମାୟୁନ୍: କହିଲେ, ଟିଏମସି ର ପରିସ୍ଥିତି ଦେଖି କଷ୍ଟ ହେଉଛି

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026

ଉତ୍ତର ପୂର୍ବ ପରିଷଦର ୭୩ତମ ପୂର୍ଣ୍ଣାଙ୍ଗ ବୈଠକର ଅଧ୍ୟକ୍ଷତା କଲେ ଅମିତ ଶାହ

June 5, 2026
Latest News

ତାମିଲନାଡୁ ବିଜେପିରେ ବଡ଼ ପରିବର୍ତ୍ତନ: କେ. ଅନ୍ନାମଲାଇଙ୍କ ଇସ୍ତଫା ଗ୍ରହଣ

June 5, 2026

OERCର ନୂଆ ସଦସ୍ୟ ହେଲେ ସୁଧାଂଶୁ ବଡପଣ୍ଡା

June 5, 2026

ଆପଣଙ୍କ ଫୋନର ବ୍ୟାଟେରୀ ଶୀଘ୍ର ଶେଷ କରିପାରେ ଏହି ଭୁଲ!: ଜାଣିବା ଜରୁରୀ

June 5, 2026

ପୁଣି ଆଉ ଏକ ସ୍ଥାନରେ ଛୁରାମାଡ

June 5, 2026

ରକ୍ଷକ ସାଜିଲା ଭକ୍ଷକ!: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ କନେଷ୍ଟବଳ ଗିରଫ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.