Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏମ୍‌ସ ଭୁବନେଶ୍ୱରରେ ଜଣେ ରୋଗୀର ଦୁଇ ଆଣ୍ଠୁ ଓ ଦୁଇ ନିତମ୍ବ ଗଣ୍ଠିର ସଫଳ ପ୍ରତିରୋପଣ
ବିଶେଷ ଖବର

ଏମ୍‌ସ ଭୁବନେଶ୍ୱରରେ ଜଣେ ରୋଗୀର ଦୁଇ ଆଣ୍ଠୁ ଓ ଦୁଇ ନିତମ୍ବ ଗଣ୍ଠିର ସଫଳ ପ୍ରତିରୋପଣ

February 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏମ୍‌ସ ଭୁବନେଶ୍ୱରରେ ଜଣେ ରୋଗୀର ଦୁଇ ଆଣ୍ଠୁ ଓ ଦୁଇ ନିତମ୍ବ ଗଣ୍ଠିର ସଫଳ ପ୍ରତିରୋପଣ

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ବରର ପ୍ରଥମ ଦଶନ୍ଧିର ସ୍ବର୍ଣ୍ଣିମ ଯାତ୍ରାରେ ଯୋଡ଼ିହୋଇଛି ଆଉ ଏକ ସଫଳ ଫର୍ଦ୍ଦ। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଜଣେ ପଙ୍ଗୁପ୍ରାୟ ମହିଳା ରୋଗୀଙ୍କର ଏକକାଳୀନ ଦୁଇ ଆଣ୍ଠୁ ଓ ଦୁଇ ହିପ୍‌(ନିତମ୍ବ ଗଣ୍ଠି)ର ସଫଳ ପ୍ରତିରୋପଣ କରିଛନ୍ତି ଡାକ୍ତରୀଦଳ। ଯାହାକି ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ହୋଇଥିବା ବେଳେ ଓଡ଼ିଶାରେ ଏପରି ପ୍ରତିରୋପଣ ପ୍ରଥମ ହେବାର ଗୌରବ ଲାଭ କରିଛି।

କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ର ଜଣେ ୩୭ ବର୍ଷୀୟ ମହିଳା ଆଣ୍ଠୁଗଣ୍ଠି ବାତ ରୋଗରେ ପିଡ଼ୀତ ହୋଇ ପଙ୍ଗୁପ୍ରାୟ ଅବସ୍ଥାରେ ବଞ୍ଚୁଥିଲେ। ସ୍ବାଭାବିକ ଭାବେ ଚାଲିବା ବଦଳରେ ଉକ୍ତ ମହିଳା ଜଣଙ୍କ ଗୁରୁଣ୍ଡିବା ସ୍ଥିତିକୁ ଆସିଯାଇଥିଲେ। ଦୈନନ୍ଦିନ ଜୀବରେ ଭୀଷଣ ଯନ୍ତ୍ରଣା ଭୋଗୁଥିବା ମହିଳା ରୋଗୀଜଣଙ୍କ ବିନା କୌଣସି ଉପକରଣ ସାହାଯ୍ୟରେ ଛିଡ଼ା ମଧ୍ୟ ହୋଇପାରୁନଥିଲେ କିମ୍ବା କୌଣସି କାମ କରିପାରୁନଥିଲେ। ଏପରି ଅବସ୍ଥାରେ ଥାଇ ଉକ୍ତ ମହିଳାଜଣଙ୍କ ଏମ୍‌ସ ଭୁବନେଶ୍ବରର ଅସ୍ଥିଶଲ୍ୟ(ଅର୍ଥୋପେଡିକ୍‌) ବିଭାଗକୁ ଚିକିତ୍ସା ପାଇଁ ଆସିଥିଲେ। ମହିଳାଙ୍କର ଉଭୟ ଆଣ୍ଠୁ ଏବଂ ଦୁଇ ନିତମ୍ବ ଗଣ୍ଠି(ହିପ୍‌)ର ପ୍ରତିରୋପଣ ଆବଶ୍ୟକ ଥିବା ପରୀକ୍ଷାନିରୀକ୍ଷା ପରେ ଅସ୍ଥିଶଲ୍ୟ ଡାକ୍ତରମାନେ ମତ ଦେଇଥିଲେ।

ତେବେ ଦୁଇ ଆଣ୍ଠୁ ଏବଂ ଦୁଇ ହିପ୍‌ର ପ୍ରତିରୋପଣ ଏକକାଳୀନ କରାଯିବାର ଆବଶ୍ୟକତା ଥିବା ଡାକ୍ତରୀ ଦଳ ଅନୁଭବ କରିଥିଲେ। ନଚେତ୍ ରୋଗୀ ଜଣଙ୍କ ପ୍ରତିରୋପଣର କୌଣସି ଲାଭ ନେଇପାରିନଥାଆନ୍ତେ। ଏପରି ବିରଳ ପ୍ରତିରୋପଣ ନିମନ୍ତେ କିନ୍ତୁ ଡାକ୍ତରୀ ଦଳ ଆଗରେ ଅନେକ ଆହ୍ବାନ ଥିଲା। ତେବେ ବିଭିନ୍ନ ଡାକ୍ତରୀ ଅବସ୍ଥାକୁ ତର୍ଜମା କରିବା ସହିତ ଅତ୍ୟନ୍ତ ସତର୍କତାର ସହିତ ଡାକ୍ତରୀ ଦଳ ପ୍ରଥମେ ମହିଳାଜଣଙ୍କର ଦୁଇ ନିତମ୍ବ ଗଣ୍ଠି(ହିପ୍‌)ର ପ୍ରତିରୋପଣ ପରେ ଦୁଇ ଆଣ୍ଠୁର ପ୍ରତିରୋପଣ କରିଥିଲେ। ଏହି ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ସମୟ ନେଇଥିଲା।

ରୋଗୀଙ୍କୁ ଦୁଇ ଦିନ ପାଇଁ ଆଇସିୟୁରେ ରଖାଯାଇଥିଲା। ପରେ ଅନେକାଂଶରେ ଯନ୍ତ୍ରଣା କମିଥିଲା ଏବଂ ମହିଳାଜଣଙ୍କ ତୃତୀୟ ଦିନରେ ହିଁ ଚାଲିବା ଆରମ୍ଭ କରିଥିଲେ। ଏମ୍‌ସ ଭୁବନେଶ୍ବର ଅସ୍ଥିଶଲ୍ୟ ବିଭାଗର ଡ. ସୁଜିତ କୁମାର ତ୍ରିପାଠୀ ଏବଂ ଡ. ମଣ୍ଟୁ ଜୈନଙ୍କ ନେତୃତ୍ବରେ ଏକ ଯୁବ ଓ ଦକ୍ଷ ଡାକ୍ତରୀ ଦଳ ଏହି ବିରଳ ପ୍ରତିରୋପଣକୁ ସଫଳତାର ସହିତ ସମ୍ପନ୍ନ କରିଥିଲେ। ଡ. ଶ୍ରୀତମ ସ୍ବରୂପ ଜେନା ନିଶ୍ଚେତକ ବିଭାଗର ନେତୃତ୍ବ ନେଇଥିବା ବେଳେ ଡ. ସ୍ବାଗତା ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ରୋଗୀଙ୍କୁ ଆଇସିୟୁ ସୁବିଧା ଯୋଗାଇଦିଆଯାଇଥିଲା। ପ୍ରତିରୋପଣ ଏବଂ ଅସ୍ତ୍ରୋପଚାର ସରକାରୀ ଯୋଜନାରେ ମାଗଣାରେ ହୋଇଥିଲା।

ଏମ୍‌ସ ଭୁବନେଶ୍ୱର କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ବାସ ପ୍ରତିରୋପଣ ହୋଇଥିବା ମହିଳାଙ୍କୁ ଭେଟିବା ସହିତ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏଭଳି ଜଟିଳ ମାମଲା ସଫଳତାର ସହିତ ପରିଚାଳନା କରି ରୋଗୀଙ୍କୁ ପୁନର୍ବାର ଚାଲିବାର ସୁଯୋଗ ଦେଇଥିବାରୁ ଡାକ୍ତରୀ ଦଳକୁ ଡ. ବିଶ୍ବାସ ଅଭିନନ୍ଦନ ଜଣାଇଛନ୍ତି। ଏଭଳି ଅସ୍ତ୍ରୋପଚାର ବିରଳ ଏବଂ ଅତ୍ୟଧିକ ସତର୍କତାର ସହିତ କରାଯିବା ଆବଶ୍ୟକ। ଏମ୍‌ସ ଭୁବନେଶ୍ବରରେ ଏପରି ପ୍ରତିରୋପଣ ଜନସେବା ପ୍ରତି ଥିବା ଏହି ଅନୁଷ୍ଠାନର ପ୍ରତିବଦ୍ଧତାକୁ ଦର୍ଶାଉଥିବା ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି। ଏପରି ପ୍ରତିରୋପଣ ଜଣେ ବ୍ୟକ୍ତିର ଜୀବନଚଳନୀରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛି। ତେଣୁ ଏପରି ସଫଳତା ପାଇଁ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ଏମ୍‌ସ ଭୁବନେଶ୍ବର ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା।

ଉଲ୍ଲେଖଯୋଗ୍ୟଯେ ଏକକାଳୀନ ଏପରି ଚାରିଟି ପ୍ରତିରୋପଣ ପୂର୍ବରୁ ଏମ୍‌ସ ଦିଲ୍ଲୀରେ ଜଣେ ଓଡ଼ିଆ ରୋଗୀଙ୍କର ହୋଇଥିଲା। ଏମ୍‌ସ ଭୁବନେଶ୍ବରରେ ହୋଇଥିବା ଏହି ପ୍ରତିରୋପଣ କିନ୍ତୁ ଓଡ଼ିଶାରେ ପ୍ରଥମ ହେବା ସହିତ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ହେବାର ସୌଭାଗ୍ୟ ଲାଭ କରିଛି। ଉଲ୍ଲେଖଯୋଗ୍ୟଯେ ଏହିପରି ଜଣେ ପଙ୍ଗୁପ୍ରାୟ ରୋଗୀଙ୍କ ପାଇଁ ସମାନ ସେଟିଂରେ ଏକାଧିକ ଗଣ୍ଠି ସ୍ଥାନାନ୍ତର ବିଷୟରେ ବିଚାର କରିବା ଜରୁରୀ ଅଟେ। କାରଣ ଗୋଟିଏ କିମ୍ବା ଦୁଇଟି ଗଣ୍ଠି ବଦଳ ରୋଗୀଙ୍କୁ ଚାଲିବାକୁ ସୁଯୋଗ ଦେଇପାରିବ ନାହିଁ।

ଆଣ୍ଠୁ ଗଣ୍ଠି ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ଘରୋଇ ବସ ଭଡା ବଢିଲା

May 15, 2026

ସ୍କର୍ପିଓ ଧକ୍କାରେ ଦୁଇ ମୃତ

May 15, 2026
Latest News

ସପ୍ତାହରେ ଦୁଇଥର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯିବ : ସୁପ୍ରିମକୋର୍ଟ

May 16, 2026

ସାଇବର ଠକଙ୍କ ପାଇଁ ଆସିଗଲା CBI ABHAY, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ 

May 16, 2026

ଆଜି ୧୬ ତାରିଖ ଶନିବାରରେ ଏହି ତିନୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

May 16, 2026

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.