Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚୌଦ୍ବାର ଜେଲରେ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ, କେମିତି ହୋଇଛି ସୁରକ୍ଷା ?
ଅପରାଧ

ଚୌଦ୍ବାର ଜେଲରେ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ, କେମିତି ହୋଇଛି ସୁରକ୍ଷା ?

February 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Gopal Das
ଚୌଦ୍ବାର ଜେଲରେ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ, କେମିତି ହୋଇଛି ସୁରକ୍ଷା ?

କଟକ: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ସ୍ଥାନାନ୍ତରିତ କରାଯାଇଛି। ତାକୁ ଝାରସୁଗୁଡା ଉପକାରାଗାରରୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତରିତ କରାଯାଇଛି। ଗତକାଲି ରାତିରେ ଗୋପାଳକୁ ଏକ ସ୍ବତନ୍ତ୍ର ସୁରକ୍ଷା ଦଳ ସହିତ ଏହି ସ୍ଥାନାନ୍ତରିତ ପକ୍ରିୟା କରାଯାଇଥିଲା।

ଗୋପାଳ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବାରୁ ସେ ଝାରସୁଗୁଡା ଉପକାରାଗାରରେ ସୁରକ୍ଷିତ ମନେ କରି ନ ଥିଲା।  ଫଳରେ ଜେଲ ବିଭାଗ ମାଧ୍ୟମରେ ସ୍ଥାନାନ୍ତରିତ କରିବା ପାଇଁ ସେ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଗତକାଲି ଅନୁମତି ଦେବା ପରେ ତାକୁ କଡା ସୁରକ୍ଷା ବଳୟ ମଧ୍ୟରେ ସ୍ଥାନାନ୍ତିତ କରାଯାଇଛି।

ଗୋପାଳ ବର୍ତ୍ତମାନ ଚୌଦ୍ବାର ଜେଲର ସେଲ ନମ୍ବର 3 ରେ ରଖାଯାଇଛି। ତାକୁ ଚୌଦ୍ବାର ଜେଲ ଭିତରକୁ ଯିବା ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଦୁଇ ଜଣିଆ ଡାକ୍ତରୀ ଦଳ ତାହାର ସ୍ବାସ୍ଥ୍ୟ ପରୀକ୍ଷା କରି ଠିକ ଥିବାର କହିବା ପରେ ଜେଲକୁ ନିଆଯାଇଥିଲା। ସେ ତିନି ନମ୍ବର ସେଲରେ ଏକା ରହିବ। କେବଳ କେହି ସାକ୍ଷାତ କରିବାକୁ ଆସିଲେ ତାକୁ ସେଲରୁ ବାହାର କରାଯିବ।

ଏହି ସେଲରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି। ସେଠାରେ ସିସି କ୍ୟାମେରା ଚବିଶ ଘଣ୍ଟା ଲାଗି ରହିବ। ଯାହାକୁ ଜେଲ ଅଧିକ୍ଷକ ନୀରିକ୍ଷଣ କରିବେ। ସେହିପରି ସେଲ୍ ସମ୍ମୁଖରେ ଆଠ ଘଣ୍ଟିଆ ଡିୟୁଟି ରେ ତିନୋଟି ସିଫ୍ଟରେ ଜେଲ ଅଧିକାରୀ ଜଗି ରହିବେ। ପ୍ରତି ପର୍ଯ୍ୟାୟରେ ଜଣେ ଏଏସଆଇ ଅଧିକାରୀ ତାହାର ସୁରକ୍ଷା ଅନୁଧ୍ୟାନ କରିବାକୁ ବନ୍ଦୋବସ୍ତ କରାଯାଇଛି।

ପ୍ରତି ପର୍ଯ୍ୟାୟର ଅଧିକାରୀ ଗୋପାଳର ହାବଭାବ ଏବଂ ମାନସିକ ସ୍ଥିତି ସଂପର୍କରେ ଜେଲ ଅଧିକ୍ଷକଙ୍କୁ ରିପୋର୍ଟ ଦେବେ। ସେହି ରିପୋର୍ଟ ଜେଲ ଅଧିକ୍ଷକ ଡିଜିଙ୍କୁ ଅବଗତ କରାଇବେ ବୋଲି ବ୍ୟବସ୍ଥା କରାଯାଇଛି। ସେହିପରି ପ୍ରତିଦିନ ଗୋପାଳର ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯାଇ ରିପୋର୍ଟ ପ୍ରଦାନ କରାଯିବ।

ତେବେ ତାହାର ମାମଲା ପାଇଁ ତାକୁ ବାରମ୍ବାର ଝାରସୁଗୁଡା ଜେଏମଏଫସି କୋର୍ଟକୁ ନେବା ଆଣିବା କରିବାକୁ ପଡିବ ନାହିଁ। ତାର ମାମଲା ପରିଚାଳନା ପାଇଁ ସେ ଭିଡିଓ କନଫ୍ରେସିଂ ମାଧ୍ୟମରେ ହାଜର ହେବା ପାଇଁ ବନ୍ଦୋବସ୍ତ କରାଯାଇଛି। ସେ ଚୌଦ୍ବାର ଜେଲରେ ରହି ମାମଲା ପାଇଁ ହାଜର ହେବ।

ଗୋପାଳ ଦାସ ନବ ଦାସ ନବ ଦାସ ହତ୍ୟାକାଣ଼୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ଭାରତୀୟ ରେଳପଥରେ ଅଗ୍ରଣୀ ପୂର୍ବତଟ ରେଳପଥ

October 11, 2026

ASSOCHAM’s O-LEAD 2026: କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଶିକ୍ଷା, ଶିଳ୍ପ ଓ ଷ୍ଟାର୍ଟଅପ୍ ଉପରେ ଗୁରୁତ୍ବ

October 11, 2026

ଶସ୍ତା ହେବ କି ଡିଜେଲ?: ଅନ୍ତର୍ଜାତୀୟ ବଜାରରେ ହଇଚଇ ସୃଷ୍ଟି ରୁଷର ନୂତନ ନିଷ୍ପତ୍ତି

October 11, 2026

ପାରାଦୀପ ବନ୍ଦରର ନୂଆ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ

October 11, 2026
Latest News

ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ଭାରତୀୟ ରେଳପଥରେ ଅଗ୍ରଣୀ ପୂର୍ବତଟ ରେଳପଥ

October 11, 2026

RBI ର ବଡ଼ ପଦକ୍ଷେପ: ଡଲାର ତୁଳନାରେ ମଜବୁତ ହେବ କି ଟଙ୍କା?

October 11, 2026

ASSOCHAM’s O-LEAD 2026: କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଶିକ୍ଷା, ଶିଳ୍ପ ଓ ଷ୍ଟାର୍ଟଅପ୍ ଉପରେ ଗୁରୁତ୍ବ

October 11, 2026

ଶସ୍ତା ହେବ କି ଡିଜେଲ?: ଅନ୍ତର୍ଜାତୀୟ ବଜାରରେ ହଇଚଇ ସୃଷ୍ଟି ରୁଷର ନୂତନ ନିଷ୍ପତ୍ତି

October 11, 2026

ପାରାଦୀପ ବନ୍ଦରର ନୂଆ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.