Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବଜେଟ୍ -୨୦୨୩ ଉପରେ ଗଣମାଧ୍ୟମ ଏବଂ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ
ଜାତୀୟ ଖବର

ବଜେଟ୍ -୨୦୨୩ ଉପରେ ଗଣମାଧ୍ୟମ ଏବଂ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 17, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଛନ୍ତି ଯେ ଏମଜିଏନଆରଇଜିଏ ପାଇଁ ପାଣ୍ଠି ଆବଣ୍ଟନ ହ୍ରାସ  ହୋଇନାହିଁ। ଭୁବନେଶ୍ୱର ଠାରେ ଗଣମାଧ୍ୟମ ସହିତ ବଜେଟ୍ ପରବର୍ତ୍ତୀ ଆଲୋଚନା ସମୟରେ ବିଭିନ୍ନ ପ୍ରଶ୍ନର ଉତ୍ତରରେ ସେ ଆଜି କହିଛନ୍ତି ଯେ ଏମଜିଏନଆରଇଜିଏ ଏକ ଚାହିଦାଭିତ୍ତିକ ଯୋଜନା ହୋଇଥିବାରୁ ସରକାର ସେହି ଅନୁଯାୟୀ ବ୍ୟବସ୍ଥା ଜାରି ରଖିବେ। ସେ କହିଛନ୍ତି ଯେ ସରକାରଙ୍କ ଧ୍ୟାନ କେବଳ ପାଣ୍ଠି ଆବଣ୍ଟନ କରିବା ନୁହେଁ ବରଂ ଏହି ଯୋଜନା ପାଇଁ ଆବଣ୍ଟିତ ପାଣ୍ଠିର ସମ୍ପୂର୍ଣ୍ଣ ଉପଯୋଗକୁ ସୁନିଶ୍ଚିତ କରିବା। ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ସଂଗ୍ରହ ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ କୃଷକମାନଙ୍କଠାରୁ କିଣାଯାଇଥିବା ଖାଦ୍ୟ ଶସ୍ୟର ପରିମାଣ ଗତ ଆଠ ବର୍ଷ ମଧ୍ୟରେ ବଢିଛି ଏବଂ ଏଥିସହିତ ପ୍ରଦାନ କରାଯାଇଥିବା ଏମଏସପି ପରିମାଣ ମଧ୍ୟ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ଏହା ମଧ୍ୟ ସୁନିଶ୍ଚିତ ହୋଇଛି ଯେ ସମୁଦାୟ ପରିମାଣର ଏମଏସପି ଚାଷୀଙ୍କ ଆକାଉଣ୍ଟକୁ ଯିବ ଏବଂ ଏହାଦ୍ୱାରା ଯେକୌଣସି ଚୋରା କାରବାର ଏବଂ ମଧ୍ୟସ୍ଥିଙ୍କ ସମ୍ପୃକ୍ତି ଦୂର ହୋଇପାରିବ। ପେଟ୍ରୋଲ ଓ ଡିଜେଲକୁ ଜିଏସ୍‍ଟିରେ ଅର୍ନ୍ତଭୁକ୍ତ ପାଇଁ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହା ଉପରେ ନିଷ୍ପତ୍ତି ନେବା ଜିଏସଟି ପରିଷଦର ଡୋମେନରେ ରହିଛି। ନୂତନ ବ୍ୟବସ୍ଥାରେ ଆୟକର ହାରକୁ ହ୍ରାସ କରାଯାଇଛି ବୋଲି ଦର୍ଶାଇ ସେ କହିଛନ୍ତି ଯେ ପୁରୁଣା ବ୍ୟବସ୍ଥା ଅଧୀନରେ ପୂର୍ବପରି ୮୦ ସି ଏବଂ ୮୦ ଡି ଭଳି ସେକ୍ସନ ଅଧୀନରେ ଥିବା ସୁବିଧା ଉପଲବ୍ଧ ରହିବ। ଓଡିଶାକୁ ସ୍ୱତନ୍ତ୍ର ପାହ୍ୟାର ରାଜ୍ୟ ମାନ୍ୟତା ପ୍ରଦାନ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଅର୍ଥ କମିଶନ ଆଉ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି।

ଉଜ୍ୱଳା ଯୋଜନାକୁ ଏକ ଭଲ ଯୋଜନା ଭାବରେ ପ୍ରଶଂସା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହାକୁ ବିଶେଷ କରି ଗରିବ ଲୋକ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ଗରିବଙ୍କ ଉପରେ ଆର୍ନ୍ତଜାତୀୟ ମୂଲ୍ୟ ବୃଦ୍ଧିର ବୋଝ ନଲଦିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ସରକାର ସିଲିଣ୍ଡର ପିଛା ଦୁଇଶହ ଟଙ୍କା ସବସିଡି ଦେଉଛନ୍ତି ଯାହା ଦ୍ୱାରା ଗରିବମାନେ ସେମାନଙ୍କ ଗ୍ୟାସ ସିଲିଣ୍ଡର ନିୟମିତ ଭାବେ ଭରି ପାରିବେ। ସେ କହିଛନ୍ତି ଯେ ଆମଦାନୀ ହୋଇଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧିର ପ୍ରଭାବ ଲୋକମାନେ ବୁଝନ୍ତି ଏବଂ ସେହି ଅନୁଯାୟୀ ସେମାନଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତି।

ବଜେଟରେ ଘୋଷଣା ହୋଇଥିବା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ (ପିଏମ୍‍-ବିକାଶ) ଯୋଜନା ଉପରେ ଆଲୋକପାତ କରି ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଏହା ଓଡ଼ିଶାର କାରିଗର ବିଶେଷକରି ଯେଉଁମାନେ ପଟ୍ଟଚିତ୍ର ଏବଂ ପଥର କାମ ଇତ୍ୟାଦି କରୁଛନ୍ତି ସେମାନଙ୍କ ପାଇଁ ବହୁତ ଲାଭଦାୟକ ହେବ।

ଏହା ପୂର୍ବରୁ ଭୁବନେଶ୍ୱର ଠାରେ ହିତାଧିକାରୀଙ୍କ ସହ ବଜେଟ୍ ପରବର୍ତ୍ତୀ ଆଲୋଚନାରେ ଅଂଶଗ୍ରହଣ କରି ମନ୍ତ୍ରୀ କହିଛନ୍ତି ଯେ ଅର୍ଥନୀତିର ଅଭିବୃଦ୍ଧି ବଜାୟ ରଖିବା ପାଇଁ ବଜେଟ୍ କେବଳ ପୁଞ୍ଜି ବ୍ୟୟ ପାଇଁ ୧୦ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିନାହାନ୍ତି ବରଂ ସେମାନଙ୍କର ମୂଳ ପୁଞ୍ଜି ଗଠନ ପାଇଁ ରାଜ୍ୟଗୁଡିକ ଲାଗି ଅଧିକ ପାଣ୍ଠି ଆବଣ୍ଟନ କରିଛନ୍ତି। ବଜେଟର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ବିକାଶ ଯାତ୍ରାରେ ପଛୁଆ ତଥା ଆଦିମ ଲୋକମାନଙ୍କ ପରି ବଞ୍ଚିତ ଜନସଂଖ୍ୟାର ବିଭିନ୍ନ ବିଭାଗକୁ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ତର୍ଭୁକ୍ତି ପ୍ରକ୍ରିୟାରେ ‘ସଂତୃପ୍ତି’ ପ୍ରମୁଖ ଶବ୍ଦ ବୋଲି ଦର୍ଶାଇ ସେ କହିଥଲେ ଯେ ବିକାଶର ମୌଳିକ ଲାଭ ପହଞ୍ଚିବା ପରିପ୍ରେକ୍ଷୀରେ ସଂତୃପ୍ତି ହାସଲ କରାଯିବା ଆବଶ୍ୟକ। ଏହାକୁ ଆଧାର କରି ସରକାର ବର୍ତ୍ତମାନର ୧୧୪ ଟି ଆକାଂକ୍ଷୀ ଜିଲ୍ଲା ବ୍ୟତୀତ ଦେଶରେ ଆଉ ୫୦୦ ଟି ଆକାଂକ୍ଷୀ ବ୍ଲକ ଚିହ୍ନଟ କରିବାକୁ ଚିନ୍ତା କରିଛନ୍ତି। ଅର୍ଥମନ୍ତ୍ରୀ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମଧ୍ୟ ସୂଚନା ଦେଇଛନ୍ତି ଯେପରିକି ଏମଏସଏମଇର, ଯୁବକ ଏବଂ ଶ୍ରମିକଙ୍କ ଦକ୍ଷତା ଏବଂ ଭବିଷ୍ୟତକୁ ପ୍ରସ୍ତୁତ କରିବା ଏବଂ ସବୁଜ ଶକ୍ତି ଉପରେ ଗୁରୁତ୍ୱ ଦେବା।

କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଛନ୍ତି ଯେ କେନ୍ଦ୍ର ବଜେଟ୍ ୨୦୨୩-୨୪ ନିଶ୍ଚିତ କରିଛି ଯେ ଅର୍ଥନୀତି ପୂର୍ବରୁ ହାସଲ କରିଥିବା ଅଭିବୃଦ୍ଧି ହ୍ରାସ ପାଇବ ନାହିଁ।

କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍ ୨୦୨୩ ଭୁବନେଶ୍ୱର ର୍ନିମଳା ସୀତାରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.