Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘କୃଷି ଓଡ଼ିଶା ୨୦୨୩’: ଜଳବାୟୁ ଉପଯୋଗୀ ଚାଷ ଉପରେ ଗୁରୁତ୍ବ
ବିଶେଷ ଖବର

‘କୃଷି ଓଡ଼ିଶା ୨୦୨୩’: ଜଳବାୟୁ ଉପଯୋଗୀ ଚାଷ ଉପରେ ଗୁରୁତ୍ବ

February 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପାରମ୍ପରିକ କୃଷି କାର୍ଯ୍ୟରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଫସଲର ବିବିଧିକରଣ ଓ ଜଳବାୟୁ ସହନଶୀଳ ଚାଷକାର୍ଯ୍ୟ ଦ୍ୱାରା ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ଚାହିଦା ପୂରଣ କରିହେବ ବୋଲି ବିଜ୍ଞାନ ଓ କାରଗରୀ, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

ଗତକାଲି କୃଷି ଓଡ଼ିଶା ୨୦୨୩ର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ସମନ୍ୱିତ କୃଷି କାର୍ଯ୍ୟ ଫଳରେ କୃଷକମାନଙ୍କର ରୋଜଗାର ବୃଦ୍ଧି ପାଇବ। କୃଷି ସହିତ ଉଦ୍ୟାନ କୃଷି, ଗୋପାଳନ, କୁକୁଡ଼ା ପାଳନ ଓ ମତ୍ସ୍ୟଚାଷ ଆଦି ଆନୁଷଙ୍ଗିକ କାର୍ଯ୍ୟ ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧିରେ ସହାୟକ ହୋଇଥାଏ। ଏଥି ସହିତ କୃଷି ଯାନ୍ତ୍ରିକୀକରଣ ବର୍ତ୍ତମାନ ସମୟର ଆବଶ୍ୟକତା ହୋଇଥିବାବେଳେ ଯାନ୍ତ୍ରିକୀକରଣ ଫଳରେ ଚାଷୀମାନଙ୍କର ଜୀବନରେ ଅନେକ ପରିବର୍ତ୍ତନ ଆସିପାରିଛି ବୋଲି କହିଥିଲେ।

ସବୁଜ ବିପ୍ଳବ ସମୟରେ କୃଷି କାର୍ଯ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଥିବାବେଳେ କୃଷି ଯାନ୍ତ୍ରିକୀକରଣ ଫଳରେ କୃଷି କାର୍ଯ୍ୟ ଏକ ନୂତନ ମୋଡ଼ ନେବାକୁ ଯାଉଛି । ଛୋଟ ଛୋଟ କୃଷି ଯନ୍ତ୍ରପାତି ବ୍ୟବହାର ଫଳରେ ମଧ୍ୟ କୃଷି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟୁଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ। ସଂପ୍ରତି ଚାଷୀମାନେ ଅନେକ ବିଦେଶୀ ଫଳ ଓଡ଼ିଶାରେ ଚାଷ କରିବା ସହିତ ଉଚ୍ଚ ମୂଲ୍ୟର ଫସଲ ମଧ୍ୟ ଚାଷ କରୁଛନ୍ତି। କୃଷି ଓଡ଼ିଶାର ଆୟୋଜନ ମାଧ୍ୟମରେ ରାଜ୍ୟର ଚାଷୀମାନେ ନୂତନ ଜ୍ଞାନକୌଶଳ, ଯନ୍ତ୍ରପାତି, ଫସଲ କିସମ ଆଦି ବିଷୟରେ ସହଜରେ ଜାଣିବାର ସୁଯୋଗ ପାଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଲେ ଯେ କୃଷି ରାଜ୍ୟ ଜିଡ଼ିିପିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବାବେଳେ ୭୦ ପ୍ରତିଶତ କୃଷି ଶ୍ରମିକ ମହିଳା ଅଟନ୍ତି। ମହିଳାମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦ୍ୱାରା ମହିଳା ସଶକ୍ତିକରଣ ସମ୍ଭବ ହେବ ବୋଲି ଶ୍ରୀମତୀ ଦାସ କହିଥିଲେ। ଏଥି ସହିତ ଅଣଧାନ ଚାଷ ସମେତ କୁକୁଡ଼ା ଓ ମତ୍ସ୍ୟଚାଷ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଥି ସହିତ ବିଗତ ୨୦ ବର୍ଷ ମଧ୍ୟରେ ଉପଯୁକ୍ତ କୃଷି ନୀତି ଯୋଗୁ ରାଜ୍ୟ ଚାଉଳ ଉତ୍ପାଦନରେ ଏକ ନିଅଣ୍ଟିଆ ରାଜ୍ୟରୁ ଆଜି ବଳକା ରାଜ୍ୟରେ ପରିଣତ ହୋଇପାରିଛି ବୋଲି ଶ୍ରୀମତୀ ଦାସ କହିଥିଲେ।

ଉତ୍ସବରେ ସମବାୟ ବିଭାଗର ସଚିବ ସଂଜୀବ କୁମାର ଚଢ଼ା କହିଲେ ଯେ ଉପଯୁକ୍ତ ବିକି୍ରବଟାର ସୁବିଧା ଦ୍ୱାରା କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ପାଇଁ ଅଧିକ ମୂଲ୍ୟ ପାଉଥିବାରୁ ବଜାର ବ୍ୟବସ୍ଥାକୁ ବିଭାଗ ପକ୍ଷରୁ ସୁଦୃଢ଼ କରାଯାଉଛି। ସମବାୟ ବ୍ୟାଙ୍କ ପକ୍ଷରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କୃଷି ଋଣ ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ଚଢ଼ା କହିଥିଲେ।

ଉତ୍ସବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରଭାତ କୁମାର ରାଉଳ କହିଲେ ଯେ ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଫଳରେ ରାଜ୍ୟରେ ଆଜି କୃଷି କ୍ଷେତ୍ରରେ ବିକାଶ ସମ୍ଭବ ହୋଇପାରିଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ମହାବିଦ୍ୟାଳୟ, ଅନୁଷ୍ଠାନ ଓ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ଚାଷୀମାନଙ୍କୁ ପ୍ରଯୁକ୍ତିିବିଦ୍ୟାର ପ୍ରୟୋଗ ସଂପର୍କରେ ନିୟମିତ ପ୍ରଶିକ୍ଷଣ ଦିଆଯାଉଛି।

ଉତ୍ସବ ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିବାବେଳେ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାର ସଫଳ ଓ ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅଶୋକ ଚନ୍ଦ୍ର ପଣ୍ଡା କୃଷି ଓଡ଼ିଶା ୨୦୨୩ ଜଳବାୟୁ ପରିବର୍ତ୍ତନ ସବୁଜ ବିପ୍ଳବ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି

May 18, 2026

ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ, ଜାଣନ୍ତୁ କିଏ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026
Latest News

୧.୪୪ କୋଟିରୁ ଅଧିକ ପରିବାର ଦ୍ବାରା ସ୍ୱ-ଗଣନା ସଂପୂର୍ଣ୍ଣ

May 18, 2026

ଏଆଇବିଡି ଇଣ୍ଟରନ୍ୟାସନାଲ ମିଡିଆ ପୁରସ୍କାରରେ ସମ୍ମାନିତ ହେଲା ଆକାଶବାଣୀ ସମ୍ବଲପୁର

May 18, 2026

ବେଙ୍ଗାଲୁରୁ-ମୁମ୍ବାଇ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ

May 18, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି

May 18, 2026

ରଣପୁର ସମ୍ବାଦ ସାହିତ୍ୟ ଘରର ସ୍କୁଲ ଚାଲ ଅଭିଯାନ ପ୍ରସ୍ତୁତି ବୈଠକ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.