Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିର ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ନେଇ ଏମିତି ଟିପ୍ପଣୀ ଦେଲେ ବିଜେଡି ନେତ୍ରୀ
ବିଶେଷ ଖବର

ବିଜେପିର ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ନେଇ ଏମିତି ଟିପ୍ପଣୀ ଦେଲେ ବିଜେଡି ନେତ୍ରୀ

February 19, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
IpisitaSahoo
ବିଜେପିର ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ନେଇ ଏମିତି ଟିପ୍ପଣୀ ଦେଲେ ବିଜେଡି ନେତ୍ରୀ

ଭୁବନେଶ୍ୱର: ଓଡିଶା ବିଜେପି ମୁଖପାତ୍ର ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ୨୦୧୪ ରେ ଖୋଲାଖୋଲି ଭାବେ ନବୀନ ନିବାସକୁ ଆସି ୨୦୧୪ ନିର୍ବାଚନ ପାଇଁ ବିଜେଡି ଟିକେଟ ମାଗିଥିଲେ। ୨୦୧୯ ରେ ସେ ପୁନର୍ବାର ଲୁଚିଛପି ନବୀନ ନିବାସ ଆସି ବିଜେଡି ପାର୍ଟି ଟିକେଟ ମାଗିଥିଲେ। ଆମେ ଜାଣୁ ସେ ପୁଣି ୨୦୨୪ ରେ ଲୁଚିଛପି ଆସି ବିଜେଡି ପାର୍ଟି ଟିକେଟ ମାଗିବେ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବରେ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ଲେଖାଶ୍ରୀ ଜଣେ ଆତ୍ମ-ଘୋଷିତ ତଦନ୍ତକାରୀ ଅଧିକାରୀ ଏବଂ ଫରେନସିକ୍ ବିଶେଷଜ୍ଞ ଯାହାଙ୍କୁ ତାଙ୍କ ଦଳର କିଛି ଲୋକ ମାମଲାର ତଦନ୍ତ ଉପରେ ଆଲୋଚନା କରିବାକୁ ନିୟୋଜିତ କରିଛନ୍ତି। ସେ ଘଟଣା ସଂକ୍ରାନ୍ତରେ କିଛି ନବୁଝି ନସୁଝି ମତ ରଖନ୍ତି। ତେଣୁ ସେ ଲୋକଙ୍କ ଆଖିରେ ସବୁବେଳେ ଜୋକର ହୋଇଥାନ୍ତି।

ଜଣେ ମହିଳା ଭାବରେ ତାଙ୍କୁ କ’ଣ ତାଙ୍କ ବରିଷ୍ଠ ଦଳର ବିଧାୟକ ତଥା ବିରୋଧୀ ଦଳର ନେତା ଶ୍ରୀ ଜୟନାରାୟଣ ମିଶ୍ର ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଯେଭଳି ମାଡ ମାରିଲେ ତାହା ଦିଶୁ ନାହିଁ କି ବୋଲି ସୁଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି। ସେ ଏ ବିଷୟରେ ଚୁପ୍ ରହିଛନ୍ତି କାରଣ ସେ ଭୟ କରୁଛନ୍ତି ଯେ ତାଙ୍କୁ ମଧ୍ୟ ଶ୍ରୀ ଜୟ ନାରାୟଣ ମିଶ୍ର ଚପଲରେ ମାରି ପାରନ୍ତି ଯେପରି ସେ ଓଡିଶା ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ମାରିଥିଲେ।

ଗଣମାଧ୍ୟମ ଆଗରେ ଏପରି ପୂର୍ବ ପ୍ରସ୍ତୁତ କାହାଣୀ ଉପସ୍ଥାପନ କରିବା ପୂର୍ବରୁ ଆମେ ତାଙ୍କୁ ପୋଲିସର କିଛି ତଦନ୍ତ ଏବଂ ଫରେନସିକ୍ ପାଠ୍ୟକ୍ରମ ପଢିବା ଲାଗି ଅନୁରୋଧ ସହିତ ପୋଲିସକୁ ତାହାର ତଦନ୍ତ ଏବଂ ନ୍ୟାୟପାଳିକାକୁ ସେମାନଙ୍କର କାର୍ଯ୍ୟ କରିବାକୁ ଅନୁମତି ଦିଅନ୍ତୁ ବୋଲି ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି।

ଇପ୍ସିତା ସାହୁ ବିଜେଡି ଲେଖାଶ୍ରୀ ସାମନ୍ତସିଂହାର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.