Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନବ ଦାସଙ୍କ ହତ୍ୟାର ଅଧିକ ତଥ୍ୟ ପାଇଁ ଆମେରିକା ସଂସ୍ଥାର ନିଆଯିବ ସାହାଯ୍ୟ: ଗୃହରେ ନବୀନଙ୍କ ବିବୃତି
ଜାତୀୟ ଖବର

ନବ ଦାସଙ୍କ ହତ୍ୟାର ଅଧିକ ତଥ୍ୟ ପାଇଁ ଆମେରିକା ସଂସ୍ଥାର ନିଆଯିବ ସାହାଯ୍ୟ: ଗୃହରେ ନବୀନଙ୍କ ବିବୃତି

February 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Naveen

ଭୁବନେଶ୍ବର: ଆଜି ନବ ଦାସ ହତ୍ୟାକାଣ୍ଡ ଉପରେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଏ ସଂପର୍କରେ ଏବଂ ଘଟଣା ସଂପର୍କରେ ବିସ୍ତୁତ ତଥ୍ୟ ଗୃହରେ ଉପସ୍ଥାପିତ କରିଛନ୍ତି। ଏହାର ତଦନ୍ତ ଦିଗ କେଉଁ ପର୍ଯ୍ୟନ୍ତ ଯାଇଛି ସେ ନେଇ ନବୀନ ବିଧାନସଭାକୁ ଜଣାଇଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ଗୃହକୁ ଏକ ନୂଆ ସୂଚନା ପ୍ରଦାନ କରିଛନ୍ତି। ତାହା ହେଲା ନବ ଦାସ ହତ୍ୟାକାଣ୍ଡର ଅଧିକ ତଥ୍ୟ ସଂଗ୍ରହ ପାଇଁ ଆମେରିକା ତଦନ୍ତ ସଂସ୍ଥାର ସାହାଯ୍ୟ ନିଆଯିବ। ସେ ଗୃହରେ କହିଥିଲେ ଯେ, ଆମେରିକାରେ ଥିବା ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ସଂସ୍ଥାର ସାହାଯ୍ୟ ନିଆଯିବ।

ସେଥିପାଇଁ ରାଜ୍ୟ କ୍ରାଇମ ବ୍ରାଞ୍ଚ କେନ୍ଦ୍ର ସରକାରଙ୍କ ଗୃହ ବିଭାଗକୁ ଅବଗତ କରାଇଛି। ସେମାନେ ଏ ନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ତଦନ୍ତ ଯେପରି ସ୍ବଚ୍ଛ ଏବଂ ନିରପେକ୍ଷ ହେବ ସେ ନେଇ ରାଜ୍ୟ କ୍ରାଇମ ବ୍ରାଞ୍ଚ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

ପୂର୍ବରୁ କ୍ରାଇମ ବ୍ରାଞ୍ଚ ଦେଶର ଶ୍ରେଷ୍ଠ ନାର୍କୋ ଆନାଲିସିସ ସଂସ୍ଥା ଗୁଜୁରାଟ ଫର୍ନେସିକ ଲାବ୍ରୋଟୋରୀ ର ମଧ୍ୟ ସହାୟତା ନିଆଯାଇଛି। ସେଠାରେ ମଧ୍ୟ ତାହାର ମାନସିକ ସ୍ଥିତି ସଂପର୍କରେ ପରୀକ୍ଷା କରାଯାଇଛି। ସେହିପରି ତାହାର ଲେୟାରଡ ଭଏସ ଟେଷ୍ଟ ପାଇଁ ମଧ୍ୟ ନୂଆଦିଲ୍ଲୀ ସଂସ୍ଥାର ସହାୟତା ନିଆଯାଇଛି। ସେଠାକାର ବିଶେଷଜ୍ଞମାନେ ଆସି ପରୀକ୍ଷା କରିଛନ୍ତି।

ନବୀନ ଆହୁରି କହିଛନ୍ତି ଯେ, ତଦନ୍ତ ଯେପରି ନିରପେକ୍ଷ ରହିବ ସେଥିପାଇଁ ରାଜ୍ୟ, ରାଜ୍ୟ ବାହାର ଏପରି କି ବିଦେଶୀ ସଂସ୍ଥାର ମଧ୍ୟ ସହାୟତା ନିଆଯାଉଛି। ଏବେ ବାଙ୍ଗୁଲୁରରେ ତାହାର ମାନସିକ ସ୍ଥିତି ଜାଣିବା ପାଇଁ କ୍ରାଇମ ବ୍ରାଞ୍ଚ ପଦକ୍ଷେପ ଗ୍ରହଣ କରିଛି।

ଓଡିଶାର ମାନସିକ ବିଶେଷଜ୍ଞଙ୍କୁ ନେଇ ଏକ ଟିମ ଗଠନ କରି ସେମାନେ ତାହାର ସ୍ଥିତି ପରୀକ୍ଷା କରିଛନ୍ତି। ତଥାପି କ୍ରାଇମ ବ୍ରାଞ୍ଚ ରାଜ୍ୟ ବାହାରର ସଂସ୍ଥାରେ ତାହାର ପରୀକ୍ଷା କରି ଏଥିରେ ସ୍ବଚ୍ଛତା ଆଣିବାକୁ ପ୍ରୟାସ କରାଯାଉଛି।

ଶେଷରେ ନବୀନ କହିଲେ ଯେ, ଆମେ ଓଡିଶାର ବିଭିନ୍ନ ପ୍ରସଂଗ ଉପରେ ଆଲୋଚନା କରିବା ଉଚିତ। ହେଲେ ରାଜ୍ୟର ଏପରି ଏକ ସ୍ପର୍ଶକାତର ଘଟଣା ଉପରେ ରାଜନୀତି ନ କରିବା ଉଚିତ। ଓଡିଶାର ଜନ ସାଧାରଣ ଆମ ଉପରେ ବିଶ୍ବାସ ରଖିଛନ୍ତି। ମୋ ସରକାର ନିରପେକ୍ଷ ଏବଂ ସଠିକ ତଥ୍ୟ ପରିପ୍ରକାଶ କରିବାକୁ ସବୁବେଳେ ଚେଷ୍ଠା କରିଛି।ଏହି ଘଟଣାରେ ନିଶ୍ଚିତ ଭାବେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ।

ମୋ ଉପରେ ଓଡିଶାର ଲୋକେ ବିଶ୍ବାସ ରଖିଛନ୍ତି। ସେହି ବିଶ୍ବାସକୁ ସବୁଦିନ ଅତୁଟ ରଖିବା ପାଇଁ ମୁଁ ପ୍ରୟାସ ଜାରୀ ରଖିଛି। ସେଥିପାଇଁ ବିନା ଦ୍ବିଧା, ବିନା ଭୟ, ବିନା ସଙ୍କୋଚରେ ମୁଁ କାମ କରିଚାଲିବି ବୋଲି ନବୀନ ତାଙ୍କର ଅଭିଭାଷଣରେ କହିଥିଲେ।

କ୍ରାଇମ ବ୍ରାଞ୍ଚ ନବ ଦାସ ହତ୍ୟାକାଣ଼୍ଡ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଗତ ତିନି ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ପାର ହେଲା କେତେ ଭାରତୀୟ ଜାହାଜ?: ଜାଣନ୍ତୁ ସଂଖ୍ୟା

June 28, 2026

ଡେଡ୍‌ଲାଇନ୍‌ ପରେ ବି ଶେଷ ହୋଇନି ଏସ୍‌ସିବି ପ୍ରକଳ୍ପ, ସ୍ଥିତି ସ୍ପଷ୍ଟ କଲେ ମନ୍ତ୍ରୀ

June 28, 2026

ମଟନ ପାଇଁ କଟିଲା ବେକ

June 28, 2026

ପନିକିରେ ଶାଶୁଙ୍କୁ ହାଣିଲେ ବୋହୂ

June 28, 2026
Latest News

ଗତ ତିନି ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ପାର ହେଲା କେତେ ଭାରତୀୟ ଜାହାଜ?: ଜାଣନ୍ତୁ ସଂଖ୍ୟା

June 28, 2026

ଡେଡ୍‌ଲାଇନ୍‌ ପରେ ବି ଶେଷ ହୋଇନି ଏସ୍‌ସିବି ପ୍ରକଳ୍ପ, ସ୍ଥିତି ସ୍ପଷ୍ଟ କଲେ ମନ୍ତ୍ରୀ

June 28, 2026

ମଟନ ପାଇଁ କଟିଲା ବେକ

June 28, 2026

ପନିକିରେ ଶାଶୁଙ୍କୁ ହାଣିଲେ ବୋହୂ

June 28, 2026

ନିଜ ଶାବକମାନଙ୍କ ସହ ଜଙ୍ଗଲରେ ଘୁରି ବୁଲୁଛି ବାଘୁଣୀ ଜିନତ: କ୍ୟାମେରାରେ କଏଦ ହେଲା ଦୃଶ୍ୟ

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.