Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ଏଣିକି କେନ୍ଦ୍ରର ଇଚ୍ଛାରେ ହେବନି ନିର୍ବାଚନ ଆୟୋଗରେ ନିଯୁକ୍ତି
ବିଶେଷ ଖବର

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ଏଣିକି କେନ୍ଦ୍ରର ଇଚ୍ଛାରେ ହେବନି ନିର୍ବାଚନ ଆୟୋଗରେ ନିଯୁକ୍ତି

March 2, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର କାର୍ଯ୍ୟରେ ଅଧିକ ବିଶ୍ୱସନୀୟତା ଆଣିବାକୁ ସୁପ୍ରିମକୋର୍ଟ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଅଦାଲତ କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଆଉ କେନ୍ଦ୍ର ସରକାର ସିଧାସଳଖ କରିବେ ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳର ନେତା ତଥା ଭାରତର ପ୍ରଧାନ ବିଚାରପତିଙ୍କୁ ନେଇ ଏକ କମିଟି ଦ୍ୱାରା ସୁପାରିଶ କରାଯିବ। ଯଦି ଲୋକସଭାରେ ବିରୋଧୀଦଳର ନେତା ପଦ ଖାଲି ହୁଏ, ତେବେ ସର୍ବ ବୃହତ ବିରୋଧୀ ଦଳର ନେତା ଏହି କମିଟିର ସଦସ୍ୟ ହେବେ। ରାଷ୍ଟ୍ରପତି ଏହି କମିଟି ଦ୍ୱାରା ମନୋନୀତ ବ୍ୟକ୍ତିଙ୍କୁ ଏହି ପଦରେ ନିଯୁକ୍ତ କରିବେ। ସଂସଦ ଦ୍ୱାରା ଏ ବାବଦରେ ଏକ ଆଇନ ପ୍ରଣୟନ ନହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ କେଏମ ଜୋସେଫଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ କହିଛନ୍ତି ଯେ, ଗଣତନ୍ତ୍ର ଉପରେ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ଆବଶ୍ୟକ। ସେତେବେଳେ ଏହା ହୋଇପାରିବ, ଯେତେବେଳେ ସେମାନେ ନିର୍ବାଚନ ଆୟୋଗର କାର୍ଯ୍ୟକୁ ବିଶ୍ୱସନୀୟ ମନେ କରନ୍ତି। ଏହି ବେଞ୍ଚର ଅବଶିଷ୍ଟ ୪ ଜଣ ସଦସ୍ୟ ଥିଲେ ଜଷ୍ଟିସ୍ ଅଜୟ ରସ୍ତୋଗୀ, ଅନିରୁଦ୍ଧ ବୋଷ, ଋଷିକେଶ ରାୟ ଏବଂ ସିଟି ରବିକୁମାର। ଏପରିକି ମାମଲାର ଶୁଣାଣି ସମୟରେ ମଧ୍ୟ ସୁପ୍ରିମକୋର୍ଟ ସରକାରଙ୍କ ଦ୍ୱାରା ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ଭୁଲ ବୋଲି କହିଥିଲେ। କୋର୍ଟ କହିଛନ୍ତି ଯେ, ଏଭଳି ବ୍ୟକ୍ତି ମୁଖ୍ୟ ନିର୍ବାଚନ କମିଶନର ପଦରେ ବସିବା ଉଚିତ୍, ଯଦି ଆବଶ୍ୟକ ହୁଏ ତେବେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଙ୍କୋଚ କରିବେ ନାହିଁ।

କେନ୍ଦ୍ର ସରକାର ନିଯୁକ୍ତି ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.