Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏସସିଓ ଯୁବ ପରିଷଦର ୧୬ ତମ ବୈଠକକୁ ଉଦଘାଟନ କଲେ ଅନୁରାଗ ସିଂହ ଠାକୁର
ବିଶେଷ ଖବର

ଏସସିଓ ଯୁବ ପରିଷଦର ୧୬ ତମ ବୈଠକକୁ ଉଦଘାଟନ କଲେ ଅନୁରାଗ ସିଂହ ଠାକୁର

March 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀ ଠାରେ ହାଇବ୍ରିଡ୍ ମୋଡରେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ଯୁବ ପରିଷଦର ୧୬ତମ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏସସିଓ ଯୁବ ପରିଷଦ ବୈଠକକୁ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଉଦଘାଟନ କରିଛନ୍ତି। ଯୁବ ବ୍ୟାପାର ବିଭାଗ ସଚିବ ମିତା ରାଜୀବଲୋଚନ୍ ମୁଖ୍ୟ ଅତିଥି ଏବଂ ଏସସିଓ ସଦସ୍ୟ ରାଷ୍ଟ୍ରର ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ କରିଥିଲେ।

ଏହି ବୈଠକରେ ଭାରତ ସରକାରଙ୍କ ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ନୀତେଶ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଦଳଗୁଡିକ ୨୦୨୨-୨୦୨୩ ରେ ଏସସିଓ ଯୁବ ପରିଷଦର ଜାତୀୟ କାର୍ଯ୍ୟକଳାପ ବିଷୟରେ ସୂଚନା ସେୟାର କରିଥିଲେ। ୧୩ ମାର୍ଚ୍ଚ, ୨୦୨୩ ରେ ଭର୍ଚୁଆଲ୍ ମୋଡରେ ଆୟୋଜିତ ହୋଇଥିବା ଏସସିଓ ଯୁବ ସମ୍ମିଳନୀ ଉପରେ ପ୍ରସ୍ତୁତ ରିପୋର୍ଟ “ପ୍ରଭାବଶାଳୀ ଗୋଷ୍ଠି ବିକାଶ କାର୍ଯ୍ୟକଳାପ”ର ବିଷୟବସ୍ତୁ ସମସ୍ତ ଏସ୍‍ସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ଅବଗତ ପାଇଁ ପ୍ରଦାନ କରାଯାଇଥିଲା।

ସମ୍ମିଳନୀରେ ଅବସରରେ ଅନୁଷ୍ଠିତ ଆଲୋଚନାରେ ଏସସିଓ ସଦସ୍ୟ ରାଷ୍ଟ୍ରର ଯୁବ ପ୍ରତିନିଧୀଙ୍କ ଦ୍ୱାରା ଅଂଶଗ୍ରହଣର ଉଚ୍ଚ ସ୍ତରୀୟ ଆଗ୍ରହ ଥିବା ଦର୍ଶାଯାଇଛି। ଯୁବ ପ୍ରତିନିଧୀମାନେ ସମାଜର ଉନ୍ନତି ପାଇଁ ଗୋଷ୍ଠି ବିକାଶ କାର୍ଯ୍ୟକଳାପରେ ନିୟୋଜିତ ହେବା ଲାଗି ଦେଖାଇଥିବା ଉତ୍ସାହକୁ ମଧ୍ୟ ଦଳମାନେ ଉଲ୍ଲେଖ କରିଛନ୍ତି।

ଏହି ସମୟ ମଧ୍ୟରେ ଭାରତର ଏସସିଓ ଯୁବ ପରିଷଦର ଜାତୀୟ କାର୍ଯ୍ୟକୁ ଦଳମାନେ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ନୂଆଦିଲ୍ଲୀରେ ଅନୁଷ୍ଠିତ ଏସସିଓ ଯୁବ ସମ୍ମିଳନୀ ଏବଂ ଏସସିଓ ଯୁବ ପରିଷଦ ବୈଠକର ଆତିଥ୍ୟ ତଥା ଉଚ୍ଚ ସ୍ତରୀୟ ଆୟୋଜନ ପାଇଁ ଭାରତୀୟ ଦଳକୁ କୃତଜ୍ଞତା ଜଣାଇଥିଲେ।

୧୪ ମାର୍ଚ୍ଚ, ୨୦୨୩ ରେ ନୂଆଦିଲ୍ଲୀ ଠାରେ ଋଷ ଏବଂ ଚୀନ ଭାଷାରେ ଆଠଟି କପିରେ ଏହି ପ୍ରୋଟୋକଲ୍ ସ୍ୱାକ୍ଷରିତ ହୋଇଥିଲା।

ଏସସିଓ ହେଉଛି ଏକ ସ୍ଥାୟୀ ଆନ୍ତଃ ସରକାରୀ ସଂଗଠନ ଯାହାକି ୨୦୦୧ ରେ ପ୍ରତିଷ୍ଠିତ ହୋଇଥିଲା। ଏସ୍‍ସିଓରେ ଆଠଟି ସଦସ୍ୟ ରାଷ୍ଟ୍ର ରହିଛନ୍ତି ଯଥା ଭାରତ, କାଜାଗସ୍ତାନ, ଚୀନ୍‍, କିର୍ଗିଜିସ୍ତାନ, ପାକିସ୍ତାନ, ଋଷ, ତାଜାଗିସ୍ତାନ ଏବଂ ଉଜବେକିସ୍ତାନ। ୯ ଜୁନ୍‌, ୨୦୧୭ ରେ ଭାରତ ଏସ୍‍ସିଓ ର ପୂର୍ଣ୍ଣ ସଦସ୍ୟ ହୋଇଥିଲା। ଚାରୋଟି ପର୍ଯ୍ୟବେକ୍ଷକ ରାଷ୍ଟ୍ର ଆଫଗାନିସ୍ତାନ, ବେଲାଋଷ, ଇରାନ ଏବଂ ମୋଙ୍ଗୋଲିଆ ଅଛନ୍ତି। ଏସ୍‍ସିଓ ର ସରକାରୀ କାର୍ଯ୍ୟ ଭାଷା ହେଉଛି ଚାଇନିଜ୍ ଏବଂ ଋଷିଆନ୍‍।

ଅନୁରାଗ ସିଂହ ଠାକୁର ଏସସିଓ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026
Latest News

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.