Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାଂଲାଦେଶ ମୈତ୍ରୀ ପାଇପ ଲାଇନକୁ ମିଳିତ ଭାବେ ଉଦ୍ଘାଟନ କଲେ ଭାରତ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ବାଂଲାଦେଶ ମୈତ୍ରୀ ପାଇପ ଲାଇନକୁ ମିଳିତ ଭାବେ ଉଦ୍ଘାଟନ କଲେ ଭାରତ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ

March 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମିଳିତ ଭାବେ ଭାରତ -ବାଂଲାଦେଶ ମୈତ୍ରୀ ପାଇପ ଲାଇନ (ଆଇବିଏଫପି)କୁ ଆଜି (୧୮.୩.୨୦୨୩) ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେପ୍ଟେମ୍ବର ୨୦୧୮ରେ ଏହି ପାଇପଲାଇନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୨୦୧୫ ମସିହାଠାରୁ ନୁମାଲିଗଡ ବିଶୋଧନାଗାର ଲିମିଟେଡ ବାଂଲାଦେଶକୁ ପେଟ୍ରୋଲଜାତ ସାମଗ୍ରୀ ଯୋଗାଇ ଆସୁଛି। ଭାରତ ଓ ଏହାର ପଡୋଶୀଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ସୀମାପାର ଶକ୍ତି ପାଇପ ଲାଇନ।

ଭାରତ-ବାଂଲାଦେଶ ସମ୍ପର୍କରେ ଶକ୍ତି କ୍ଷେତ୍ରରେ ସହଯୋଗ ଏକ ନିବିଡ ସମ୍ପର୍କର ସେତୁ ହୋଇ ଉଠିଛି। ଆଇବିପିଏଫ ହେଉଛି ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ସୀମାପାର ପାଇପଲାଇନ ଯାହାଦ୍ୱାରା ଭାରତରୁ ବାଂଲାଦେଶକୁ ବାର୍ଷିକ ଏକ ନିୟୁତ ମେଟ୍ରିକ ଟନ୍ ହାଇସ୍ପିଡ୍ ଡିଜେଲ ପରିବହନ କରାଯାଇଥାଏ। ସଂଯୋଗୀକରଣ ବୃଦ୍ଧି ଦ୍ୱାରା ଏହା ଦୁଇଦେଶର ଜନସାଧାରଣଙ୍କ ମଧ୍ୟରେ ସହଯୋଗକୁ ମଧ୍ୟ ମଜବୁତ କରିବ।

ବାଂଲାଦେଶ ହେଉଛି ଭାରତର ଅଗ୍ରଣୀ ବିକାଶ ଅଂଶୀଦାର ଓ ଅଞ୍ଚଳର ସବୁଠାରୁ ବଡ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର। ଏହି ମୈତ୍ରୀ ପାଇପଲାଇନ କାର୍ଯ୍ୟକାରୀ ହେବା ଦ୍ୱାରା ଦୁଇ ଦେଶ ମଧ୍ୟରେ ପ୍ରଚଳିତ ଶକ୍ତି ସଂଯୋଗ ବୃଦ୍ଧି ପାଇବା ସହ ବିଶେଷକରି କୃଷି କ୍ଷେତ୍ରରେ ମଧ୍ୟ ଏହା ସୁଦୃଢ ହେବ।

ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରକଳ୍ପ ପାଇଁ ତାଙ୍କର ନିରବଚ୍ଛିନ୍ନ ମାର୍ଗଦର୍ଶନ ନିମନ୍ତେ ଧନ୍ୟବାଦ ଦେବା ସହ ଏହା ଦୁଇଦେଶର ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ବଳବତ୍ତର ରଖିôବାକୁ ଇଚ୍ଛା ପ୍ରକଟ କରିଛନ୍ତି।

ନରେନ୍ଦ୍ର ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତ ଶେଖ ହସିନା
Share. Facebook Twitter LinkedIn Email WhatsApp Copy Link

Related Posts

ଏଣିକି ଆଦିବାସୀ ଗ୍ରାମ୍ୟ ପୂଜକଙ୍କୁ ମିଳିବ ଭତ୍ତା, ପୂଜାସ୍ଥଳୀର ହେବ ବିକାଶ, ପରିଷଦ ବୈଠକରେ ପ୍ରସ୍ତାବ

December 24, 2025

ଶ୍ରମିକମାନଙ୍କୁ ଭୟଭୀତ କରିବା ଏବଂ ଭୁଲ ସୂଚନା ପ୍ରସାର ପାଇଁ କରାଯାଉଛି ଷଡ଼ଯନ୍ତ୍ର: କେନ୍ଦ୍ର କୃଷିମନ୍ତ୍ରୀ

December 24, 2025

ଏସ୍‌ସିବିରେ ହେବ ୧୭ ମହଲା ପାର୍କିଂ, ରାଜ୍ୟର ୭ଟି ମେଡିକାଲ କଲେଜରେ ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ

December 23, 2025

BSFରେ ଦଶମ ଶ୍ରେଣୀ ପାସ୍ ପ୍ରାର୍ଥୀଙ୍କ ପାଇଁ ବଡ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

December 23, 2025
Latest News

ରେଳ ଟ୍ରାକରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ଏଆଇ-ଆଧାରିତ ବ୍ୟବସ୍ଥା

December 24, 2025

‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ 

December 24, 2025

ନବୀନ ପଟ୍ଟନାୟକଙ୍କୁ କାହିଁକି ସାକ୍ଷାତ କଲେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ

December 24, 2025

ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଚତୁର୍ଥ ତଟବର୍ତ୍ତୀ ସୁରକ୍ଷା ସମୟ ସମିତି ସମ୍ପର୍କିତ ଉଚ୍ଚ ସ୍ତରୀୟ ବୈଠକ

December 24, 2025

ଏଣିକି ଆଦିବାସୀ ଗ୍ରାମ୍ୟ ପୂଜକଙ୍କୁ ମିଳିବ ଭତ୍ତା, ପୂଜାସ୍ଥଳୀର ହେବ ବିକାଶ, ପରିଷଦ ବୈଠକରେ ପ୍ରସ୍ତାବ

December 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.