Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଥର ଏମଏସଏମଇ ପାଇଁ ରାଜ୍ୟ ସରକାର ଦେଲେ ୫୭୦ କୋଟି ଟଙ୍କା
ବିଶେଷ ଖବର

ଏଥର ଏମଏସଏମଇ ପାଇଁ ରାଜ୍ୟ ସରକାର ଦେଲେ ୫୭୦ କୋଟି ଟଙ୍କା

March 21, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଏଥର ଏମଏସଏମଇ ପାଇଁ ରାଜ୍ୟ ସରକାର ଦେଲେ ୫୭୦ କୋଟି ଟଙ୍କା

ଭୁବନେଶ୍ୱର: ଏମ୍‌ଏସ୍‌ଏମ୍‌ଇ ଦ୍ୱାରା ଅଧିକ ନିଯୁକ୍ତି, ଆତ୍ମନିଯୁକ୍ତି ସୃଷ୍ଟି କରାଯାଇପାରିବ ବୋଲି ଅନୁଭବ କରି ଖଦୀ ଗ୍ରାମୋଦ୍ୟୋଗ ଓ କତାଶିଳ୍ପ ସହିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉନ୍ନତି ନିମନ୍ତେ ୨୦୧୧ ମସିହାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ଶିଳ୍ପ ବିଭାଗରୁ ପୃଥକ କରାଗଲା। ଆର୍ଥିକ ବର୍ଷ ୨୦୧୭-୧୮ ର ବଜେଟ ୯୬ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୩-୨୪ ରେ ୫୭୦ କୋଟିରେ ପହଞ୍ଚିବା ବିଭାଗର ଗୁରୁତ୍ୱ ଦର୍ଶାଉଛି ବୋଲି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି।

ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍‌ ୨୦୨୩-୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ କୃଷି ପରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏମ୍‌ଏସ୍‌ଏମ୍‌ଇ ରାଜ୍ୟରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ଏଥି ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ଏମ୍‌ଏସ୍‌ଏମ୍‌ଇ ଡେଭଲପମେଣ୍ଟ ଯୋଜନା ଅନ୍ତର୍ଗତ ସବସିଡି ଚଳିତ ଆର୍ଥିକ ବର୍ଷରେ ୯୮ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକୁ ୨୦ କୋଟି ଟଙ୍କାର ସବସିଡି ଦିଆଯାଇଛି।

ଓଡିଶା ଫୁଡ ପ୍ରୋସେସିଂ ପଲିସି ଅନ୍ତର୍ଗତ ସବସିଡି ୨୦୨୨-୨୩ ଆର୍ଥିକ ବର୍ଷରେ ୬୯ଟି ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥାକୁ ୧୯ କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଛି। ଶିଳ୍ପ ନୀତି ଅନ୍ତର୍ଗତ ପ୍ରୋତ୍ସାହନ ଯୋଜନାରେ ଲୋନ ସବସିଡି, ଏସ୍‌ଜିଏସ୍‌ଟି ରିଇମ୍‌ବର୍ସମେଣ୍ଟ (SGST Reimbursement) ଇତ୍ୟାଦିରେ ୨୭୨ଟି ଯୋଗ୍ୟ ସଂସ୍ଥାଙ୍କୁ ୧୦.୮୭ କୋଟି ଟଙ୍କା ବଣ୍ଟନ କରାଯାଇଛି।

ଅଣୁ ଏବଂ କ୍ଷୁଦ୍ର ଉତ୍ପାଦନକାରୀ ଉଦ୍ୟୋଗଗୁଡିକ ଦ୍ୱାରା ରପ୍ତାନି ପାଇଁ କାର୍ଯ୍ୟ କରୁଥିବା ପୁଞ୍ଜି ସମେତ ବ୍ୟାଙ୍କଗୁଡିକରୁ ପ୍ରାପ୍ତ କାର୍ଯ୍ୟର ପୁଞ୍ଜି ଋଣର ସୁଧ ଭାର ହ୍ରାସ କରିବାକୁ, ‘ଏମ୍‌ଏସ୍‌ଏମ୍‌ଇ ଏବଂ ରପ୍ତାନିକାରୀଙ୍କ ପାଇଁ ୱାର୍କିଂ କ୍ୟାପିଟାଲ୍‌ ଉପରେ ସୁଧ ସବଭେନ୍ସନ୍‌’ ନାମରେ ନୂତନ ଯୋଜନା ପ୍ରସ୍ତାବ ଦିଆଯାଇଛି।

ବ୍ୟାଙ୍କଗୁଡିକରୁ ପ୍ରାପ୍ତ ପୁଞ୍ଜି ଋଣ ଯେଉଁଠାରେ ନଗଦ କ୍ରେଡିଟ୍‌ (ରପ୍ତାନି କ୍ଷେତ୍ରରେ ପ୍ରାକ୍‌ – ଶିପମେଣ୍ଟ / ପ୍ୟାକିଂ କ୍ରେଡିଟ୍‌) ୧୦ ଲକ୍ଷ ଟଙ୍କା ସୀମା ପର୍ଯ୍ୟନ୍ତ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଫେରସ୍ତ କରାଯିବ ଏବଂ ଯେଉଁଠାରେ ରପ୍ତାନି କ୍ଷେତ୍ରରେ ନଗଦ କ୍ରେଡିଟ୍‌ (ରପ୍ତାନି କ୍ଷେତ୍ରରେ ପ୍ରାକ – ଶିପମେଣ୍ଟ / ପ୍ୟାକିଂ କ୍ରେଡିଟ୍‌) ୧୦ ଲକ୍ଷ ଟଙ୍କାରୁ ୩ କୋଟି ଟଙ୍କା ସୀମା ପର୍ଯନ୍ତ , ୨୫% ହାରରେ ଫେରସ୍ତ କରାଯିବ।

ଏହି ନୂତନ ଯୋଜନା ଅନ୍ତର୍ଗତ ବାର୍ଷିକ ଖର୍ଚ୍ଚ ୨୦୦ କୋଟି ହେବ। କ୍ଷତିପୂରଣ ରାଶି ହିତାଧିକାରୀ ଶିଳ୍ପ ୟୁନିଟଗୁଡିକର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଡିବିଟି ମୋଡରେ ଅଧା ବର୍ଷରେ କ୍ରେଡିଟ୍‌ ହେବ। ଏହି ଯୋଜନା ନିମନ୍ତେ ଖର୍ଚ୍ଚ ଆକଳନ ୧୫୦-୨୦୦ କୋଟି ଟଙ୍କା ମଧ୍ୟରେ କରାଯାଇଛି। ଆର୍ଥିକ ବର୍ଷ ୨୩-୨୪ ରେ ଏଥି ନିମନ୍ତେ ୧୦ କୋଟି ର ବ୍ୟୟ ଅଟକଳ କରାଯାଇଛି। ଅବଶିଷ୍ଟ ପାଣ୍ଠି ପାଇଁ ବ୍ୟବସ୍ଥା ଅତିରିକ୍ତ ବଜେଟ ମାଧ୍ୟମରେ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷରେ ଷ୍ଟାର୍ଟଅପ୍‌ ପଲିସି ଅନ୍ତର୍ଗତ ଆର୍ଥିକ ସହାୟତା ଯୋଜନାରେ ୧୦.୯୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସମୁଦାୟ ୩୧୧ ଟି ଷ୍ଟାର୍ଟଅପ୍‌ ଚିହ୍ନଟ କରାଯାଇ ୫୪ ଟି ଚିହ୍ନିତ ଷ୍ଟାର୍ଟଅପ୍‌କୁ ମାସିକ ଭତ୍ତା ଦିଆଯାଇଛି। ୨୦ଟି ଷ୍ଟାର୍ଟଅପ୍‌କୁ ପିଡିଏମ୍‌ଏ (PDMA) ଅନୁଦାନ ଏବଂ ୨ଟି କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଇଛି।

ଷ୍ଟାର୍ଟଅପ୍‌ଗୁଡିକର ଉନ୍ନତି ନିମନ୍ତେ ଅନେକଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଓ-ହବ୍‌ ଟାୱାର-ଏ ର ପ୍ରଥମ ପାଞ୍ଚ ମହଲା କ୍ରୟ କରିବା ନିମନ୍ତେ ୪୬.୮୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଟାୱାର ‘ଏ’ ଓ ‘ବି’ ର ସମସ୍ତ ମହଲକୁ କ୍ରୟ କରିବା ନିମନ୍ତେ ୧୫୦ କୋଟିର ବ୍ୟବସ୍ଥା ରଖାଯାଇଛି । ଷ୍ଟାର୍ଟଅପ୍‌ଗୁଡିକର ଉନ୍ନତି ନିମନ୍ତେ ଓ-ହବ୍‌ ପଥ ପ୍ରଦର୍ଶକ ହେବ।

ଏମ୍‌ଏସ୍‌ଏମ୍‌ଇ ମଲଫିପ୍ରଡକଫ ପାର୍କ (Multiproduct Park) ୩୦ ଟି ଯାକ ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇ ପାର୍କ ପ୍ରତିଷ୍ଠା ନିମନ୍ତେ ୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଅଛି ଖୋର୍ଦ୍ଧାର ଛତାବର, ସୁନ୍ଦରଗଡର ରେଉଣା, ଅନୁଗୋଳ ଜିଲ୍ଲାର ତଳମୂଳ ଶାସନ, ସମ୍ବଲପୁରର ବସନ୍ତପୁର, ଗଞ୍ଜାମର ବରପାଲି – ହିଞ୍ଜିଳି, କଳାହାଣ୍ଡିର କୁରଲୁପଡା -କେଶିଙ୍ଗା, କଟକର ରାମଦାସପୁର, ବୌଦ୍ଧର ଗାନ୍ଧୀଗ୍ରାମ, ଯାଜପୁରର କଳିଙ୍ଗନଗର ଓ ନବରଙ୍ଗପୁରର ଦାମନୀ ଠାରେ ପାର୍କ ପ୍ରତିଷ୍ଠା ନିମନ୍ତେ ଅନୁମୋଦିତ ହୋଇଛି ଏବଂ ଇଡ୍‌କୋ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି। ସୁବର୍ଣ୍ଣପୁରର ତରେଇକେଲା ନୟାଗଡର ନିରାକରପୁର, ଝାରସୁଗୁଡାର ପଞ୍ଚପଡା ଓ ବଲାଙ୍ଗିରର ସଡେଇପାଲିଠାରେ ଇଡ୍‌କୋ ମାଧ୍ୟମରେ ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି।

ଏସ୍‌ଆଇଡିବିଆଇ କ୍ଲଷ୍ଟର ((SIDBI Cluster) ଉନ୍ନୟନ ପାଣ୍ଠି ମାଲକାନାଗିରିର ତିତିବେରୁ, ମୟୂରଭଞ୍ଜର ରାଇରଙ୍ଗପୁର, ନୂଆପଡାର କୋମନା ଏବଂ ରାୟଗଡାର ଡମ୍ବସରା ବ୍ଲକରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏହି ପାଣ୍ଠିରୁ ୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ଏସ୍‌ଆଇଡିବିଆଇ (SIDBI)ର ୯୦% ଓ ଅଣୁ କ୍ଷୁଦ୍ର ଓ ମଧ୍ୟମ ବିଭାଗର ୧୦% ଯୋଗଦାନ ରହିବ। ଏହି ପ୍ରକଳ୍ପ ଗୁଡିକ ଇଡ୍‌କୋ ମାଧ୍ୟମରେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀ ଦେବ ପ୍ରକାଶ କରିଛନ୍ତି।

ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ବିଭାଗ ଦ୍ୱାରା ଓଡ଼ିଶା ଫୁଡ୍‌ ପ୍ରୋ (Odisha Food Pro))-୨୦୨୨ ଆୟୋଜିତ ହୋଇଥିଲା। ଖାଦ୍ୟପ୍ରକ୍ରିୟକରଣ ପ୍ରସାର ନିମନ୍ତେ ଅନ୍ନପୂର୍ଣ୍ଣା, ଏସ୍‌ଆଇଏଏଲ୍‌ (SIAL) -୨୦୨୨ ଭଳି କାର୍ଯ୍ୟକ୍ରମମାନ ଆୟୋଜନ କରଯାଇଥିଲା । ଏଥିରେ ୯.୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଶିଳ୍ପ ମେଳା, ପ୍ରଦର୍ଶନୀ ଇତ୍ୟାଦି ପାଇଁ ଏବଂ ୱାର୍କସପ ଇତ୍ୟାଦି ଆୟୋଜନ କରିବା ନିମନ୍ତେ ୯ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା, ସେଥିରୁ ପ୍ରାୟ ୪୫ ଲକ୍ଷ ଟଙ୍କା ଅନ୍ୟସୂତ୍ରରୁ ଯୋଗାଡ କରାଯାଇଛି ।

୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ଏଥିପାଇଁ ୧୧.୪୦ କୋଟି ଟଙ୍କାର ବ୍ୟବସ୍ଥା ରଖାଯାଇଛି । ବାଲେଶ୍ୱର ଠାରେ ଚାଉଳ ମିଲ ଓ କଟକ ଠାରେ ଇଂଜିନିୟରିଂ କ୍ଲଷ୍ଟର (Engineering Cluster) ପାଇଁ ଓଏସ୍‌ଆଇସି (OSIC) ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସହାୟତା ନେଇ କାର୍ଯ୍ୟ କରୁଛି ।
ତାଳଗୁଡ ଶିଳ୍ପର ପ୍ରସାର ୨୦୨୩-୨୪ ଆର୍ଥିକ ବର୍ଷରେ ତାଳଗୁଡର ରପ୍ତାନି ନିମନ୍ତେ ପ୍ରଶିକ୍ଷଣ କାରିଗରଙ୍କର ପ୍ରେରଣା, ପରୀକ୍ଷାଗାର ସ୍ଥାପନ ଏବଂ ପ୍ରଚାର-ପ୍ରସାର ନିମନ୍ତେ ୨ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ଉଦ୍ୟୋଗୀ ଉନ୍ନତି କରଣ କାର୍ଯ୍ୟକ୍ରମ ଅଧିନରେ ଉଦ୍ୟୋଗୀ ସପ୍ତାହ ପାଳନ ନିମନ୍ତେ ୨୦୨୨-୨୩ ଆର୍ଥିକ ବର୍ଷରେ ୨୦୨୩ ମସିହା ମାର୍ଚ୍ଚ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଓ ନୀତି ନେଇ ଆଲୋଚନା ଚକ୍ର ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ୨୦୧ ଗୋଟି ଉଦ୍ୟୋଗୀ ଉନ୍ନତିକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ରାଜ୍ୟରେ ୬୧୭୧ ଜଣ ସମ୍ଭାବ୍ୟ ଉଦ୍ୟୋଗୀ ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

କତା ଶିଳ୍ପର ପ୍ରସାର ନିମନ୍ତେ କତା ବୋର୍ଡ ସହାୟତାରେ ୨୦୨୨-୨୩ ଆର୍ଥିକ ବର୍ଷରେ ମହିଳା କତା କାରିଗରମାନଙ୍କର ୧୩ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଚାରୋଟି କ୍ଲଷ୍ଟର ମାଧ୍ୟମରେ ଦକ୍ଷତା ଉନ୍ନତି କରଣ ପ୍ରଶିକ୍ଷଣ ଦିଆଯାଇଛି। ପୁରୀ, କଟକ ଓ ଢେଙ୍କାନାଳରେ ପ୍ରଦର୍ଶନୀ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦି ପାଇଁ ୨ ଲକ୍ଷ ୧୦ ହଜାର ଟଙ୍କା ଦିଆଯାଇଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ମିଶ୍ର  କହିଛନ୍ତି।

ଏହି ସାମ୍ବାଦିକ ସମ୍ମଳନୀରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ୍‌ଙ୍କ ସମେତ ଏମ୍‌ଏସ୍‌ଏମ୍‌ଇ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏମଏସଏମଇ ପ୍ରତାପ କେଶରୀ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.