Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି
ଜାତୀୟ ଖବର

ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

March 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଳା କ୍ଷେତ୍ରକୁ ଯୋଗଦାନ ନିମନ୍ତେ ଓଡ଼ିଶାର ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି।

ପୁରସ୍କାର ବିଜେତାଙ୍କ ଜୀବନ ଓ କାର୍ଯ୍ୟ ବିଷୟରେ ବିସ୍ତୃତ ବିବରଣୀ –

୧. ମାଗୁଣି ଚରଣ କୁଅଁରଙ୍କୁ କଳା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।

ଶ୍ରୀ ମାଗୁଣି ଚରଣ କୁଅଁର

୧. କେନ୍ଦୁଝରର ପ୍ରସିଦ୍ଧ କଣ୍ଢେଇ ନାଚ କଳାକାର ମାଗୁଣି ଚରଣ କୁଅଁର ନିଜର ଅଦ୍ଭୂତ କଣ୍ଢେଇ ନାଚ କଳା ପାଇଁ ଓଡ଼ିଶା ଓ ଓଡ଼ିଶା ବାହାରେ ପ୍ରସିଦ୍ଧି ହାସଲ କରିଛନ୍ତି। ସେ ମାତ୍ର ୧୫ ବର୍ଷ ବୟସରେ ନିଜର ଗୁରୁ ମକରଧ୍ୱଜ ବେହେରାଙ୍କ ଠାରୁ ଏହି କଳା ସଫଳତା ପୂର୍ବକ ଶିଖିଥିଲେ ଏବଂ କଣ୍ଢେଇ ନାଚ ପାଇଁ ‘ଉତ୍କଳ ବିଶ୍ୱକର୍ମା କଳାକୁଞ୍ଜ’ ନାମକ ଏକ ସାଂସ୍କୃତିକ ଦଳ ଗଢ଼ିଥିଲେ ଓ ସାରା ଦେଶରେ କଣ୍ଢେଇ ନାଚ ପରିବେଷଣ କରିଥିଲେ।

୨. ୧୨ ଫେବୃଆରୀ ୧୯୩୭ ମସିହାରେ ଜନ୍ମିତ ଶ୍ରୀ କୁଅଁର ସାରା ଜୀବନ କାଳ ଆର୍ଥିକ ସମେତ ଅନ୍ୟାନ୍ୟ ପ୍ରତିବନ୍ଧର ସମ୍ମୁଖିନ ହୋଇଛନ୍ତି । କଣ୍ଢେଇ ନାଚ ଦଳ ଗଢ଼ି କାମ କରୁଥିବା କାରଣରୁ ସେ ହୃଦରୋଗରେ ପୀଡ଼ିତ ନିଜ ପତ୍ନୀଙ୍କୁ ଠିକ୍‌ ଭାବେ ଔଷଧ ଓ ଚିକିତ୍ସା ଯୋଗାଇ ଦେଇପାରି ନଥିଲେ। ଏହି କଳାକୁ ବଞ୍ଚାଇ ରଖିବା ପାଇଁ ସେ ନାନା ସମସ୍ୟାର ସମ୍ମୁଖିନ ହୋଇଛନ୍ତି ଏବଂ ଅନେକ ବଳିଦାନ ଦେଇଛନ୍ତି।

୩. ଅଶୀ ଦଶକରେ ଯେତେବେଳେ ସ୍ୱର୍ଗତ ଧୀରେନ ପଟ୍ଟନାୟକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଥିଲେ, ସେହି ସମୟରେ ଶ୍ରୀ କୁଅଁର ଭୁବନେଶ୍ୱରସ୍ଥିତ ରବିନ୍ଦ୍ର ମଣ୍ଡପରେ ନିଜର ପ୍ରଥମ କାର୍ଯ୍ୟକ୍ରମ ‘ରାବଣ ବଦ୍ଧ’ ପରିବେଷଣ କରିଥିଲେ। ସେବେଠାରୁ ସେ ରାଜ୍ୟ ଓ ରାଜ୍ୟ ବାହାରେ, ମୁଖ୍ୟତଃ ରାଜ୍ୟ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଅଧୀନରେ କଳା ପରିବେଷଣ କରି ଆସୁଛନ୍ତି। ଘରୋଇ କାର୍ଯ୍ୟକ୍ରମ ବ୍ୟତୀତ ସେ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ଗୌହାଟୀ, ମେଘାଳୟ, ସିକ୍କିମ, ଅଗରତାଲା, କୁଚ ବେହାର, ଭୋପାଳ, ଶାନ୍ତି ନିକେତନ ଏବଂ ଏସିଆଡ଼-୧୯୭୨, ବାଙ୍ଗାଲୋର (ଅନ୍ତର୍ଜାତୀୟ କଣ୍ଢେଇ ନାଚ କାର୍ଯ୍ୟକ୍ରମ) ଆଦି ସ୍ଥାନରେ ନିଜର କଳା ପରିବେଷଣ କରିସାରିଛନ୍ତି।

୪. ଶ୍ରୀ କୁଅଁର ଜଣେ ବହୁ ପ୍ରତିଭାଧାରୀ କଳାକାର। ସେ ବିଭିନ୍ନ ଚରିତ୍ର ଅନୁଯାୟୀ କଣ୍ଢେଇଙ୍କୁ ଗଢ଼ିଥାନ୍ତି ଏବଂ କାହାଣୀର ସଂଳାପ ଲେଖିଥାନ୍ତି। ସେ ମଧ୍ୟ ଜଣେ କାଠ ଖୋଦେଇ ଶିଳ୍ପୀ, ଚିତ୍ରକର, ସଂଳାପ ଲେଖକ, ମାଟି ମୂର୍ତ୍ତିକାର ଏବଂ ଅଭିନେତା। ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ଏବଂ ବିଶ୍ୱନାଥ ଖୁଣ୍ଟିଆଙ୍କ ରାମାୟଣ ଉପରେ ମଧ୍ୟ ସେ କଳା ପରିବେଷଣ କରିଛନ୍ତି । ଏବେ ସୁଦ୍ଧା ୮୭ ବର୍ଷ ବୟରେ ସେ ସ୍ଥାଣୁ ହୋଇ ବସି ରହିନାହାନ୍ତି। କଣ୍ଢେଇ ତିଆରି କରିବା ଛଡ଼ା, ସେ ଏବେବି ବିଭିନ୍ନ ସ୍ଥାନରେ କଣ୍ଢେଇ ନାଚ ପରିବେଷଣ କରୁଛନ୍ତି, ଏହାଦ୍ୱାରା ଲୋକମାନଙ୍କ ମନୋରଞ୍ଜନ କରୁଛନ୍ତି ଏବଂ ପାରମ୍ପରିକ କଣ୍ଢେଇ ନାଚକୁ ସମ୍ମାନର ସହିତ ବଞ୍ଚାଇ ରଖିପାରିଛନ୍ତି।

୫. ଶ୍ରୀ କୁଅଁରଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ପୁରସ୍କାର ଓ ସମ୍ମାନ ମିଳିଛି ଓ ସେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ୧୯୮୪ରେ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ। ୨୦୦୪ରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ତାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ କରିଥିଲେ।

ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ମାଗୁଣି ଚରଣ କୁଅଁର
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ପାରିତ ହେଲା ଏକ ସଂକଳ୍ପ

June 10, 2026

ଅଷ୍ଟ୍ରେଲିଆ ଗସ୍ତରେ ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି!: କ୍ରିକେଟ ପ୍ରଶଂସକଙ୍କୁ ମିଳିବ ଉପହାର

June 10, 2026

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026
Latest News

କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ପାରିତ ହେଲା ଏକ ସଂକଳ୍ପ

June 10, 2026

ଅଷ୍ଟ୍ରେଲିଆ ଗସ୍ତରେ ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି!: କ୍ରିକେଟ ପ୍ରଶଂସକଙ୍କୁ ମିଳିବ ଉପହାର

June 10, 2026

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.