Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବି.ଏସ୍.କେ.ୱାଇ ର କ୍ଷେତ୍ରସ୍ତରୀୟ କାର୍ଯ୍ୟାୟନ ସମୀକ୍ଷା: ଅନୁବନ୍ଧିତ ହସ୍ପିଟାଲ୍ ସଂଖ୍ୟା ୬୨୬ କୁ ବୃଦ୍ଧି
ବିଶେଷ ଖବର

ବି.ଏସ୍.କେ.ୱାଇ ର କ୍ଷେତ୍ରସ୍ତରୀୟ କାର୍ଯ୍ୟାୟନ ସମୀକ୍ଷା: ଅନୁବନ୍ଧିତ ହସ୍ପିଟାଲ୍ ସଂଖ୍ୟା ୬୨୬ କୁ ବୃଦ୍ଧି

March 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ)ର ଦୃତବର୍ଦ୍ଧିଷ୍ଣୁ ପ୍ରସାର ଓ ଲୋକପ୍ରିୟତାକୁ ଲକ୍ଷ୍ୟ କରି ଏହାର ସଠିକ କ୍ଷେତ୍ରସ୍ତରୀୟ କାର୍ଯ୍ୟାୟନ ଉପରେ ସରକାର ଗୁରୁତ୍ୱ ଆରୋପ କରିଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଇତି ମଧ୍ୟରେ ଯୋଜନାର କ୍ଷେତ୍ରସ୍ତରୀୟ ରୂପାୟନ ସମ୍ବନ୍ଧିତ ବିଷୟ ସମୀକ୍ଷା କରି ଅନୁବନ୍ଧିତ ହସ୍ପିଟାଲ୍ ଗୁଡିକର ଅଧିକାରୀ ଜିଲ୍ଲା ସଂଯୋଜକ ଓ ସ୍ୱାସ୍ଥ୍ୟମିତ୍ର ଆଦି ତୃଣମୂଳସ୍ତରୀୟ ଅଧିକାରୀମାନଙ୍କ ନିମନ୍ତେ ନିୟମିତ ତାଲିମ ଓ ଅନୁପ୍ରେରଣା ଶିବିରମାନ ଆୟୋଜନ କରିବା ପାଇଁ ରାଜ୍ୟସ୍ତରୀୟ ଟିମ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟି ସଭାଗୃହଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ଡି. ବୃନ୍ଦା ଯୋଜନା କାର୍ଯ୍ୟାୟନର ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ଜିଲ୍ଲାସ୍ତରରେ ଜିଲ୍ଲା ସଂଯୋଜକ କାର୍ଯ୍ୟାଳୟଗୁଡ଼ିକୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ଶାସନ ସଚିବ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ଭିତ୍ତିଭୂମି, କମ୍ପ୍ୟୁଟର୍, ଇଣ୍ଟରନେଟ୍ ସୁବିଧା ଆଦି ଯୋଗାଇ ଦିଆଯିବ। ସେ କହିଥିଲେ ଯେ ସ୍ୱାସ୍ଥ୍ୟମିତ୍ର ଏବଂ ଜିଲ୍ଲା ସଂଯୋଜକମାନଙ୍କ ଦକ୍ଷତା ବୃଦ୍ଧି କରାଗଲେ ତୃଣମୂଳ ସ୍ତରରେ ଲୋକମାନଙ୍କୁ ବାସ୍ତବ ସହାୟତା ଯୋଗାଯାଇ ପାରିବ; ଏବଂ ତାଲିକାଭୂକ୍ତ ହସ୍ପିଟାଲ ସ୍ତରରେ ଲୋକମାନଙ୍କର ଚିକିତ୍ସା ସମ୍ବନ୍ଧିତ ଅଭିଯୋଗର ଆଶୁ ସମାଧାନ ହୋଇପାରିବ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ବି.ଏସ୍.କେ.ୱାଇ ରେ ଉଚ୍ଚ ଗୁଣାତ୍ମକ ମାନର ଚିକିତ୍ସା ନିମନ୍ତେ ବର୍ତ୍ତମାନ ସୁଦ୍ଧା ଉଭୟ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରର ଥିବା ୬୨୬ ଟି ସୁପର ସ୍ପେସାଲିଟି ଘରୋଇ ହସ୍ପିଟାଲ୍କୁ ଅନୁବନ୍ଧିତ କରାଯାଇଛି। ‘ମୋ ସରକାର’ମାଧ୍ୟମରେ ସଂଗ୍ରହ ହେଉଥିବା ଲୋକମତ, ୧୦୪ କଲ୍ ସେଣ୍ଟର୍, ଅଭିଯୋଗ ଶୁଣାଣି, ଇ-ଅଭିଯୋଗ ଓ ଗଣମାଧ୍ୟମ ଆଦି ସୂତ୍ରରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଅଭିଯୋଗ ଓ ମତାମତ ମଧ୍ୟରୁ ଶତକଡ଼ା ୯୫ ଭାଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେସବୁର ସମାଧାନ କରାଯାଇଛି। ଆଗାମି ବର୍ଷ ପାଇଁ ହସ୍ପିଟାଲ୍ମାନଙ୍କୁ ଅନୁବନ୍ଧିତ ବା ତାଲିକା-ଅନ୍ତର କଲାବେଳେ ସଂଗୃହୀତ ଲୋକମତ, ସଂପୃକ୍ତ ହସ୍ପିଟାଲ୍ରେ ଉପଲବ୍ଧ ରୋଗୀ-କୈନ୍ଦ୍ରିକ ସୁବିଧା ଓ ଆଧୁନିକ ଚିକିତ୍ସା ଉପକରଣ, ହସ୍ପିଟାଲ୍ର ନିଜସ୍ୱ ଅଭିଜ୍ଞ ଡାକ୍ତର ଆଦି ବିଷୟକୁ ବିଶେଷ ଗୁରୁତ୍ୱ ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା।

କ୍ଷେତ୍ରସ୍ତରରେ ସୂଚନା, ଅନୁ ପ୍ରେରଣା ଓ ସଂଯୋଜନା କାର୍ଯ୍ୟକୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ ସ୍ଥିର କରିବା ନିମନ୍ତେ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଥିଲେ। ଅନୁବନ୍ଧିତ ହସ୍ପିଟାଲମାନଙ୍କରେ ସୁଦୃଶ୍ୟ ଭାବେ ବି.ଏସ୍.କେ.ୱାଇ ବୋର୍ଡ ଲଗାଇବା, ଲୋକମାନଙ୍କ ପାଇଁ ସୁବିଧା ଜନକ ସ୍ଥାନରେ କାଉଣ୍ଟର ଖୋଲିବା, ତ୍ୱରିତ ଆଡ୍ମିଶନ୍, ଡିସ୍ଚାର୍ଜ ଓ ବିଲ୍ ପୈଠ ପାଇଁ ସପ୍ଟୱେୟାର ନବୀକରଣ କରିବା, ଇଣ୍ଟରନେଟ୍ ସ୍ପିଡ୍ ବଢ଼ାଇବା ଆଦି ବଷୟରେ ସବିଶେଷ ସମୀକ୍ଷା ହୋଇଥିଲା।

ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଡି. ବୃନ୍ଦା, ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର, ଯୁଗ୍ମ କାର୍ଯ୍ୟନିର୍ବାହୀ (ଅର୍ଥ) ଅରବିନ୍ଦ୍ ରାଉତରାୟ, ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିଷ୍ଣୁ ପ୍ରସାଦ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ବି.ଏସ୍.କେ.ୱାଇ. ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ମୋ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026
Latest News

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.