Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚିଲିକାରେ ବିଧାୟକ ପ୍ରାର୍ଥି ହେବାକୁ ବିଜେଡିର ଆଶାୟୀ ମାଳମାଳ, ହେଲେ ରହୁନି ତାଳମେଳ
ବିଶେଷ ଖବର

ଚିଲିକାରେ ବିଧାୟକ ପ୍ରାର୍ଥି ହେବାକୁ ବିଜେଡିର ଆଶାୟୀ ମାଳମାଳ, ହେଲେ ରହୁନି ତାଳମେଳ

March 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକାରେ ବିଧାୟକ ପ୍ରାର୍ଥି ହେବାକୁ ବିଜେଡିର ଆଶାୟୀ ମାଳମାଳ, ହେଲେ ରହୁନି ତାଳମେଳ

ଭୁବନେଶ୍ବର: ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀର ସବୁଠାରୁ ବଡ ଚର୍ଚ୍ଚା ହେଉଛି, ଆଗାମୀ ନିର୍ବାଚନରେ ବିଜେଡିରୁ ବିଧାୟକ ପ୍ରାର୍ଥୀ କିଏ ହେବ। କାରଣ ସମସ୍ତେ ଭାବି ନେଇଛନ୍ତି ଯେ, ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆଉ ଟିକେଟ ମିଳିବ ନାହିଁ। ଯେହେତୁ ସେ ବର୍ତ୍ତମାନ ସୁଦ୍ଧା ଦଳରେ ସାମିଲ ହୋଇ ନାହାଁନ୍ତି, ସେଥିପାଇଁ ଏହି ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି।

ଏପରି ପରିସ୍ଥିତିକୁ ଦେଖି କେତେକ ନୂଆ ପୁରୁଣା ନେତା ବର୍ତ୍ତମାନ ବିଧାୟକ ପ୍ରାର୍ଥୀ ହେବେ ବୋଲି ଆଶା ବାନ୍ଧି ବସିଛନ୍ତି। ସେମାନେ ନିଜ ନିଜ ଚିହ୍ନା ପରିଚୟ ମାଧ୍ୟମରେ ଲବି ମଧ୍ୟ କରୁଥିବାର ଜଣାପଡିଛି। ସବୁଠାରୁ ବଡ ଆଶା ଯିଏ ବାନ୍ଧିଛନ୍ତି ସେ ହେଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ। ସେ ଟିକେଟ ପାଇବେ ବୋଲି ଗୋଡ ଟେକି ବସିଛନ୍ତି। ସେପଟେ ଏହି ଅଞ୍ଚଳର ମାନସ ମଙ୍ଗରାଜ ଯେ କି ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି ସେ ମଧ୍ୟ କୁଆଡେ ଚିଲିକାରୁ ଛିଡା ହେବେ ବୋଲି ଚର୍ଚ୍ଚା ଚାଲିଛି।

ତେବେ ଏହି ତାଲିକା ଛୋଟ ନୁହେଁ କିମ୍ବା ଦୁଇ ବା ତିନି ଜଣ ଭିତରେ ମଧ୍ୟ ସୀମିତ ନାହିଁ। ଏହା ତାଲିକା ଲମ୍ବିବାରେ ଲାଗିଛି। ଆଶ୍ଚର୍ଯ୍ୟର କଥା ନିର୍ବାଚନ ସମୟ ଯେତିକି ଯେତିକି ପାଖେଇ ଆସୁଛି ଏହି ଆଶାୟୀ ତାଲିକା ସେତିକି ବଢିବାରେ ଲାଗିଛି। ତେବେ ଚର୍ଚ୍ଚା ଅନୁସାରେ ଚିଲିକାରେ ବର୍ତ୍ତମାନ ଯେଉଁମାନଙ୍କର ନାମ ବେଶୀ ଆଲୋଚନା ହେଉଛି ସେମାନେ ହେଲେ..

1- ପ୍ରଶାନ୍ତ ଜଗଦ୍ଦେବ, ପୁଣି ଥରେ ଟିକେଟ ପାଇ ପାରନ୍ତି

2-ରଘୁନାଥ ସାହୁ, ପୂର୍ବତନ ବିଧାୟକ

3-ଗୋପୀ ମହାରଣା, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପସଭାପତି

4-ମାନସ ମଙ୍ଗରାଜ, ରାଜ୍ୟସଭା ସାଂସଦ

5- ପ୍ରଭାସ ସୁନ୍ଦରାୟ, ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି  ( ସ୍ତ୍ରୀ ଜିଲ୍ଲା ପରିଷଦ ସଦସ୍ୟା)

6- ସ୍ବାଗତିକା ଜଗଦ୍ଦେବ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପତ୍ନୀ

ତେବେ ଏହି ତାଲିକାର କିନ୍ତୁ ଶେଷ ନାହିଁ। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଯେଉଁମାନେ ଜିତିଛନ୍ତି ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ବଡ ଆଶାୟୀ ହୋଇ ରହିଛନ୍ତି। ଏପରିକି ଯେଉଁମାନେ ହାରିଛନ୍ତି ସେମାନଙ୍କର ଆଶା ମଧ୍ୟ ମଉଳି ନାହିଁ। ତେବେ କମ ଚର୍ଚ୍ଚାରେ ଆସୁଥିବା ନାମ ମଧ୍ୟରେ ଯେଉଁମାନେ ଅଛନ୍ତି ସେମାନେ ହେଲେ

1- ମିଟୁ ନାୟକ, ବାଣପୁର ଏନଏସି ଅଧ୍ୟକ୍ଷ

2-ମନୋଜ ପ୍ରଧାନ, ବିଧାୟକ ପ୍ରତିନିଧି ଏବଂ ପୂର୍ବତନ ସରପଞ୍ଚ

3-ଉତ୍ପଳ ପାଇକରାୟ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ

4- ସନ୍ତୋଷ କୁମାର ଦେବ, ପାରିକୂଦ ରାଜା

ଏତିକି ନୁହେଁ ଆହୁରି ଅନେକ ସରପଞ୍ଚ, ଜିଲ୍ଲାପରିଷଦ ସଦସ୍ୟ ଏହି ଆଶାୟୀ ତାଲିକାରେ ଅଛନ୍ତି, ଯାହା ସମସ୍ତଙ୍କ ନାମ ଲେଖିବା ସମ୍ଭବ ନୁହେଁ।

ହେଲେ ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ହେବ ଯେ ଏହି ନିର୍ବାଚିତ ପ୍ରତିନିଧୀମାନଙ୍କ ମଧ୍ୟରୁ ଯଦି କେହି ବିଧାୟକ ଟିକେଟ ପାଏ ତେବେ ଅନ୍ୟମାନେ ଅସନ୍ତୁଷ୍ଠ ହୋଇ ବିରୋଧ କରିବା ନିଶ୍ଚିତ। କାରଣ ଚିଲିକାରେ ବର୍ତ୍ତମାନ ଶୀର୍ଷ ନେତା କେହି ନ ଥିବାରୁ ଏମାନଙ୍କ ମଧ୍ୟରେ ତାଳମେଳ ରହୁ ନାହିଁ। ସମସ୍ତେ ଜଣେ ଜଣେ ବଡ ନେତା ବୋଲି ନିଜକୁ ଭାବୁଛନ୍ତି। ଉପରେ ଉପରେ ସମସ୍ତେ ଭଲ, ହେଲେ ଭିତର ଭିତରେ କିଏ କାହାକୁ ଦେଖିପାରୁ ନାହାଁନ୍ତି।

ତେବେ ଚିଲିକାକୁ ନେଇ ବିଜେଡି ଦଳ ତରଫରୁ ଏ ପର୍ଯ୍ୟନ୍ତ କୌଣସି ସଙ୍କେତ ବା ଆଭାସ ମିଳିପାରି ନାହିଁ। ପ୍ରକୃତରେ କିଏ ଚିଲିକାର ବିଜେଡି ମଙ୍ଗ ଧରିବା ତାହା ଏକ କୁହେଳିକା ଭିତରେ ରହିଛି। ହେଲେ ସବୁବେଳେ ମାଷ୍ଟର ଷ୍ଟ୍ରୋକ ଖେଳୁଥିବା ବିଜେଡି, ଠିକ ନିର୍ବାଚନ ସମୟରେ ଚର୍ଚ୍ଚାରେ ନ ଥିବା ବ୍ୟକ୍ତିଙ୍କୁ ଟିକେଟ ଦେବାର ସମ୍ଭାବନାକୁ ମଧ୍ୟ କେବେ ଏଡାଇ ହେବ ନାହିଁ।

ଚିଲିକା ଚିଲିକା ନିର୍ବାଚନ ମଣ୍ଡଳି ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026
Latest News

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.