Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୈଡିଲା ଘୋଡା ଉପରେ ବୋଝ ଲଦି ଦେଲେ ନବୀନ, କେମିତି ଖେଳିବେ ବବି ଦାସ
ବିଶେଷ ଖବର

ଦୈଡିଲା ଘୋଡା ଉପରେ ବୋଝ ଲଦି ଦେଲେ ନବୀନ, କେମିତି ଖେଳିବେ ବବି ଦାସ

March 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bobby
ଦୈଡିଲା ଘୋଡା ଉପରେ ବୋଝ ଲଦି ଦେଲେ ନବୀନ, କେମିତି ଖେଳିବେ ବବି ଦାସ

ଭୁବନେଶ୍ବର: ବବି ଦାସ ବା ପ୍ରଣବ ପ୍ରକାଶ ଦାସ। ବିଜୁ ଜନତା ଦଳର ଜଣେ ଦୈଡିବା ଘୋଡା। ଦଳ ପାଇଁ ରାତିଦିନ ନିଜକୁ ସମର୍ପିତ କରିଛନ୍ତି। ହେଲେ ସେହି ଦୈଡିବା ଘୋଡା ଉପରେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଲଦି ଦେଇଛନ୍ତି ବୋଝ ଉପରେ ବୋଝ। କାରଣ ବର୍ତ୍ତମାନ ଦଳର ନୂଆ ପର୍ଯ୍ୟବେକ୍ଷକ ତାଲିକାରେ ସେ ଏକାଥରେ ଚାରୋଟି ଜିଲ୍ଲାର ଦାୟିତ୍ବରେ ରହିବେ।

ତେବେ ଏତେ ସଂଖ୍ୟକ ଜିଲ୍ଲା ବୁଝିବା ତାଙ୍କ ପାଇଁ ଅସୁବିଧା ନାହିଁ, ହେଲେ ଯେଉଁ ଚାରୋଟିର ସେ ଦାୟିତ୍ବ ନେବେ ତାହା ଆସନ୍ତା ନିର୍ବାଚନ ପାଇଁ ବଡ ଗୁରୁତ୍ବ ବହନ କରେ। ସେ ପର୍ଯ୍ୟବେକ୍ଷକ ହେବାକୁ ଥିବା ଜିଲ୍ଲା ଚାରୋଟି ହେଲା ଢେଙ୍କାନାଳ, ଅନୁଗୁଳ, କେଉଁଝର ଏବଂ ସମ୍ବଲପୁର। ଏହି ଚାରୋଟିର ନିର୍ବାଚନ ଭବିଷ୍ୟତ ଗୁରୁତ୍ବକୁ ଉପଲବ୍ଧି କରି ନବୀନ ତାଙ୍କ ଉପରେ ବୋଝ ଲଦିଦେଇଛନ୍ତି।

ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଆସନ୍ତା ନିର୍ବାଚନ ପାଇଁ ଏଇଥି ପାଇଁ ଗୁରୁତ୍ବପୂର୍ଣ୍ଣ ହେବ କାରଣ ସେଠାରୁ ବିଜେପିର ଲୋକସଭା ପ୍ରାର୍ଥୀ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଥିପାଇଁ ସେ ମାସାଧିକ କାଳ ଢେଙ୍କାନାଳ ଅନୁଗୁଳ ଜିଲ୍ଲା ଗସ୍ତରେ ଯାଉଛନ୍ତି। ସେଠାରେ ନିଜର ପତିୟାରା ସୃଷ୍ଟି କରିବା ପାଇଁ ଚେଷ୍ଠା କରୁଛନ୍ତି। ଅନ୍ୟପକ୍ଷରେ ଢେଙ୍କାନାଳର ବର୍ତ୍ତମାନ ସାଂସଦ ମହେଶ ସାହୁଙ୍କ ଉପରେ ବିଜେଡି ଆଉ ଭରସା କରିପାରୁ ନାହିଁ। ସେଥିପାଇଁ ଏହି ଆସନଟି ବିଜେଡି ପାଇଁ ବଡ ଗୁରୁତ୍ବ ବହନ କରେ।

ଅନ୍ୟପକ୍ଷରେ ବିଜେଡି ଜାଣିଛି, ଯଦି କୌଣସି କାରଣରୁ ଧର୍ମେନ୍ଦ୍ରଙ୍କର ଢେଙ୍କାନାଳ ଅସୁବିଧା ହୁଏ ତେବେ ସେ ଆଉ ଏକ ସଂସଦୀୟ କ୍ଷେତ୍ରକୁ ହାତରେ ରଖିଛନ୍ତି। ତାହା ହେଲା ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ। ପଶ୍ଚିମ ଓଡିଶାରେ ବିଜେପିର ଭଲ ସଂଗଠନ ଅଛି ଏବଂ ବର୍ତ୍ତମାନ ସେଠାରେ ଥିବା ବିଜେପି ସାଂସଦ ନୀତିଶ ଗଂଗଦେବଙ୍କ ପ୍ରତି ଲୋକଙ୍କର ଆଉ ଭରସା ନାହିଁ। ସେଥିପାଇଁ ସେହି ନିର୍ବାଚନ ମଣ୍ଡଳୀ ଉପଯୁକ୍ତ ହେବ ବୋଲି ଧର୍ମେନ୍ଦ୍ର ସମ୍ବଲପୁରକୁ ମଧ୍ୟ ହାତରେ ରଖିଛନ୍ତି। ଅନ୍ୟପକ୍ଷରେ ଏହି ଆସନରୁ ବୈଜୟନ୍ତ ପଣ୍ଡା ମଧ୍ୟ ଲଢିବାର ସମ୍ଭାବନା ରହିଛି।

ତେବେ କେନ୍ଦୁଝର ଜିଲ୍ଲା ସମୀକରଣ ଭିନ୍ନ ରହିଛି। ପୂର୍ବରୁ ବବି ଦାସ ମୟୁରଭଂଜ ପର୍ଯ୍ୟବେକ୍ଷକ ରହି ସେଠାରେ ଥିବା ଦଳୀୟ ବିବାଦୀୟ ସ୍ଥିତିକୁ ସୁଧାରି ପାରିଥିଲେ। ହେଲେ ପ୍ରଶ୍ନ ଉଠୁଛି ବବିଙ୍କୁ କେନ୍ଦୁଝର ଜିଲ୍ଲା କଣ ପାଇଁ ଦିଆଗଲା। ବିଜେଡି ପାଖରେ ଯାହା ଖବର ଅଛି ତାହା ହେଲା ସେହି ଜିଲ୍ଲାରୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇ ଯିବା ପରେ ବିଜେପି କିଛି ଫାଇଦା ହାସଲ କରିବା ପାଇଁ ଚାହୁଛି। ଫଳରେ ତାହାକୁ ପ୍ରତିହତ କରିବା ପାଇଁ ନବୀନ ବବିଙ୍କ ଉପରେ ଏହି ଦାୟିତ୍ବ ଲଦି ଦେଇଛନ୍ତି।

ଓଡିଶା ରାଜନୀତିରେ ଆସନ୍ତା ନିର୍ବାଚନ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଥିବା ଏହି ଚାରି ଜିଲ୍ଲା ବବିଙ୍କ ପାଇଁ ବେଶ ଚ୍ୟାଲେଞ୍ଜ ହେବ ଏଥିରେ ସନ୍ଦେହ ନାହିଁ। ହେଲେ ପୂର୍ବରୁ ସେ ଏହିପରି ଚ୍ୟାଲେଞ୍ଜକୁ ସାମନା କରି ସଫଳତା ହାସଲ କରି ଥିବାରୁ ଏଥର ମଧ୍ୟ ତାହା ହେବ ବୋଲି ନବୀନ ଆଶା ରଖିଛନ୍ତି। ହେଲେ ବବିଙ୍କୁ ଏହି ଚାରୋଟି ଜିଲ୍ଲା ରାଜନୀତି ପଡିଆରେ କେମିତି ଖେଳିବେ, କୁଆଡେ ବଲ ଗଡାଇବେ ତାହାକୁ ଅପେକ୍ଷା।

ବବି ଦାସ ବିଜେଡି ପର୍ଯ୍ୟବେକ୍ଷକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.