Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଦୁଇଟି ବିଧାନସଭା ଆସନ ପାଇଁ ଘୋଷଣା କଲା ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ବିଜୁ ଜନତା ଦଳ ଦୁଇଟି ବିଧାନସଭା ଆସନ ପାଇଁ ନୂଆ ପର୍ଯ୍ୟବେକ୍ଷକ ଘୋଷଣା କରିଛି। ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ଦଳ ବିଧାନସଭା ସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରି ସଂଗଠନକୁ ସୁଦୃଢ କରିବାକୁ ନିଷ୍ପତି କରିଛି।

ସେହି ଅନୁସାରେ ବରଗଡ ଜିଲ୍ଲା ଅତାବିରା ଏବଂ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ନୂଆ ପର୍ଯ୍ୟବେକ୍ଷକ ଘୋଷଣା କରିଛି। ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ଘୋଷଣା କରାଯାଇଛି। ଯାହାକୁ ନିଯୁକ୍ତି କରାଯାଇଛି ସେ ହେଉଛନ୍ତି ଡି ବିଶ୍ବନାଥ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା କିଛି ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ବିଜୁ ଜନତା ଦଳ କେତେକ ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ସେହି ଅନୁସାରେ ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ଲୋକସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେହିପରି ସୌଭାଗ୍ୟ ନାୟକଙ୍କୁ ରେଙ୍ଗାଲି ଓ ସମ୍ବଲପୁର ବିଧାନସଭା ଆସନର ପର୍ଯ୍ୟବେକ୍ଷକ ଭାବେ ଘୋଷଣା କରାଯାଇଛି।

ସେହିପରି ଗୌତମ ବୁଦ୍ଧ ଦାସଙ୍କୁ ଦେଓଗଡ ଏବଂ ଅମରେଶ ଜେନାଙ୍କୁ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ନୂଆ ପର୍ଯ୍ୟବେକ୍ଷକ ତାଲିକା, ଜାଣନ୍ତୁ କେଉଁ ନିର୍ବାଚନ ମଣ୍ଡଳୀ ପାଇଁ କିଏ

ଭୁବନେଶ୍ବର: ଆଜି ବିଜେଡି ପୁଣି ଥରେ ନୂଆ ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ କରିଛି। ପୂର୍ବରୁ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଥିଲା। ଏବେ ପ୍ରାରମ୍ଭକ ପର୍ଯ୍ୟାୟରେ କେତେକ ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି।

ଯେଉଁମାନେ ଏହି ତାଲିକାରେ ଅଛନ୍ତି ସେମାନେ ହେଲେ

ବ୍ରହ୍ମପୁର ଲୋକସଭା ଆସନ ପର୍ଯ୍ୟବେକ୍ଷକ- ମାନସ ମଙ୍ଗରାଜ

ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା ପର୍ଯ୍ୟବେକ୍ଷକ- ସୁଶାନ୍ତ ରାଉତ

ତେଲକୋଇ ବିଧାନସଭା ପର୍ଯ୍ୟବେକ୍ଷକ- ଅଶୋକ ବଳ

ଭୁବନେଶ୍ବର ଲୋକସଭା ପର୍ଯ୍ୟବେକ୍ଷକ- ଶ୍ରୀମୟୀ ମିଶ୍ର

ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ- କୁନ ବିହାରୀ ଦାସ

ପରଜଙ୍ଗ ଏବଂ କାମାକ୍ଷାନଗର ବିଧାନସଭା ପର୍ଯ୍ୟବେକ୍ଷକ- ଆସୀଶ ଚକ୍ରବର୍ତ୍ତି

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ତାଲିକା ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଘୋଷଣା କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଦୈଡିଲା ଘୋଡା ଉପରେ ବୋଝ ଲଦି ଦେଲେ ନବୀନ, କେମିତି ଖେଳିବେ ବବି ଦାସ

ଭୁବନେଶ୍ବର: ବବି ଦାସ ବା ପ୍ରଣବ ପ୍ରକାଶ ଦାସ। ବିଜୁ ଜନତା ଦଳର ଜଣେ ଦୈଡିବା ଘୋଡା। ଦଳ ପାଇଁ ରାତିଦିନ ନିଜକୁ ସମର୍ପିତ କରିଛନ୍ତି। ହେଲେ ସେହି ଦୈଡିବା ଘୋଡା ଉପରେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଲଦି ଦେଇଛନ୍ତି ବୋଝ ଉପରେ ବୋଝ। କାରଣ ବର୍ତ୍ତମାନ ଦଳର ନୂଆ ପର୍ଯ୍ୟବେକ୍ଷକ ତାଲିକାରେ ସେ ଏକାଥରେ ଚାରୋଟି ଜିଲ୍ଲାର ଦାୟିତ୍ବରେ ରହିବେ।

ତେବେ ଏତେ ସଂଖ୍ୟକ ଜିଲ୍ଲା ବୁଝିବା ତାଙ୍କ ପାଇଁ ଅସୁବିଧା ନାହିଁ, ହେଲେ ଯେଉଁ ଚାରୋଟିର ସେ ଦାୟିତ୍ବ ନେବେ ତାହା ଆସନ୍ତା ନିର୍ବାଚନ ପାଇଁ ବଡ ଗୁରୁତ୍ବ ବହନ କରେ। ସେ ପର୍ଯ୍ୟବେକ୍ଷକ ହେବାକୁ ଥିବା ଜିଲ୍ଲା ଚାରୋଟି ହେଲା ଢେଙ୍କାନାଳ, ଅନୁଗୁଳ, କେଉଁଝର ଏବଂ ସମ୍ବଲପୁର। ଏହି ଚାରୋଟିର ନିର୍ବାଚନ ଭବିଷ୍ୟତ ଗୁରୁତ୍ବକୁ ଉପଲବ୍ଧି କରି ନବୀନ ତାଙ୍କ ଉପରେ ବୋଝ ଲଦିଦେଇଛନ୍ତି।

ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଆସନ୍ତା ନିର୍ବାଚନ ପାଇଁ ଏଇଥି ପାଇଁ ଗୁରୁତ୍ବପୂର୍ଣ୍ଣ ହେବ କାରଣ ସେଠାରୁ ବିଜେପିର ଲୋକସଭା ପ୍ରାର୍ଥୀ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଥିପାଇଁ ସେ ମାସାଧିକ କାଳ ଢେଙ୍କାନାଳ ଅନୁଗୁଳ ଜିଲ୍ଲା ଗସ୍ତରେ ଯାଉଛନ୍ତି। ସେଠାରେ ନିଜର ପତିୟାରା ସୃଷ୍ଟି କରିବା ପାଇଁ ଚେଷ୍ଠା କରୁଛନ୍ତି। ଅନ୍ୟପକ୍ଷରେ ଢେଙ୍କାନାଳର ବର୍ତ୍ତମାନ ସାଂସଦ ମହେଶ ସାହୁଙ୍କ ଉପରେ ବିଜେଡି ଆଉ ଭରସା କରିପାରୁ ନାହିଁ। ସେଥିପାଇଁ ଏହି ଆସନଟି ବିଜେଡି ପାଇଁ ବଡ ଗୁରୁତ୍ବ ବହନ କରେ।

ଅନ୍ୟପକ୍ଷରେ ବିଜେଡି ଜାଣିଛି, ଯଦି କୌଣସି କାରଣରୁ ଧର୍ମେନ୍ଦ୍ରଙ୍କର ଢେଙ୍କାନାଳ ଅସୁବିଧା ହୁଏ ତେବେ ସେ ଆଉ ଏକ ସଂସଦୀୟ କ୍ଷେତ୍ରକୁ ହାତରେ ରଖିଛନ୍ତି। ତାହା ହେଲା ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ। ପଶ୍ଚିମ ଓଡିଶାରେ ବିଜେପିର ଭଲ ସଂଗଠନ ଅଛି ଏବଂ ବର୍ତ୍ତମାନ ସେଠାରେ ଥିବା ବିଜେପି ସାଂସଦ ନୀତିଶ ଗଂଗଦେବଙ୍କ ପ୍ରତି ଲୋକଙ୍କର ଆଉ ଭରସା ନାହିଁ। ସେଥିପାଇଁ ସେହି ନିର୍ବାଚନ ମଣ୍ଡଳୀ ଉପଯୁକ୍ତ ହେବ ବୋଲି ଧର୍ମେନ୍ଦ୍ର ସମ୍ବଲପୁରକୁ ମଧ୍ୟ ହାତରେ ରଖିଛନ୍ତି। ଅନ୍ୟପକ୍ଷରେ ଏହି ଆସନରୁ ବୈଜୟନ୍ତ ପଣ୍ଡା ମଧ୍ୟ ଲଢିବାର ସମ୍ଭାବନା ରହିଛି।

ତେବେ କେନ୍ଦୁଝର ଜିଲ୍ଲା ସମୀକରଣ ଭିନ୍ନ ରହିଛି। ପୂର୍ବରୁ ବବି ଦାସ ମୟୁରଭଂଜ ପର୍ଯ୍ୟବେକ୍ଷକ ରହି ସେଠାରେ ଥିବା ଦଳୀୟ ବିବାଦୀୟ ସ୍ଥିତିକୁ ସୁଧାରି ପାରିଥିଲେ। ହେଲେ ପ୍ରଶ୍ନ ଉଠୁଛି ବବିଙ୍କୁ କେନ୍ଦୁଝର ଜିଲ୍ଲା କଣ ପାଇଁ ଦିଆଗଲା। ବିଜେଡି ପାଖରେ ଯାହା ଖବର ଅଛି ତାହା ହେଲା ସେହି ଜିଲ୍ଲାରୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇ ଯିବା ପରେ ବିଜେପି କିଛି ଫାଇଦା ହାସଲ କରିବା ପାଇଁ ଚାହୁଛି। ଫଳରେ ତାହାକୁ ପ୍ରତିହତ କରିବା ପାଇଁ ନବୀନ ବବିଙ୍କ ଉପରେ ଏହି ଦାୟିତ୍ବ ଲଦି ଦେଇଛନ୍ତି।

ଓଡିଶା ରାଜନୀତିରେ ଆସନ୍ତା ନିର୍ବାଚନ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଥିବା ଏହି ଚାରି ଜିଲ୍ଲା ବବିଙ୍କ ପାଇଁ ବେଶ ଚ୍ୟାଲେଞ୍ଜ ହେବ ଏଥିରେ ସନ୍ଦେହ ନାହିଁ। ହେଲେ ପୂର୍ବରୁ ସେ ଏହିପରି ଚ୍ୟାଲେଞ୍ଜକୁ ସାମନା କରି ସଫଳତା ହାସଲ କରି ଥିବାରୁ ଏଥର ମଧ୍ୟ ତାହା ହେବ ବୋଲି ନବୀନ ଆଶା ରଖିଛନ୍ତି। ହେଲେ ବବିଙ୍କୁ ଏହି ଚାରୋଟି ଜିଲ୍ଲା ରାଜନୀତି ପଡିଆରେ କେମିତି ଖେଳିବେ, କୁଆଡେ ବଲ ଗଡାଇବେ ତାହାକୁ ଅପେକ୍ଷା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BREAKING: ବିଜେଡି ନିଯୁକ୍ତି ଦେଲା ନୂଆ ପର୍ଯ୍ୟବେକ୍ଷକ, ଜାଣନ୍ତୁ କେଉଁ ଜିଲ୍ଲାରୁ କିଏ

ଭୁବନେଶ୍ବର: ଆଜି ବିଜେଡି ତରଫରୁ ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ କରାଯାଇଛି। ସେଥିରେ ଦଳ ସାଂଗଠାନିକ ଜିଲ୍ଲାଗୁଡିକରେ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ଜାରୀ କରାଯାଇଛି। ସେହି ଅନୁସାରେ ଯେଉଁ ଜିଲ୍ଲା ପାଇଁ ଯେଉଁମାନେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ସେମାନେ ହେଲେ

ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ପୂର୍ବରୁ ଯେଉଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ତାହାକୁ ରଦ୍ଦ କରାଯାଇ ଏହି ନୂଆ ତାଲିକା ଲାଗୁ କରାଗଲା।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ନୂଆ ପର୍ଯ୍ୟବେକ୍ଷକ ତାଲିକାରୁ ସ୍ପଷ୍ଟ ଯେ, ନବୀନ କାହାକୁ କଲେ ବିଶ୍ବାସ କାହାକୁ ନୁହେଁ

ଭୁବନେଶ୍ବର, ବିଜେଡିର ୩୦ଟି ଜିଲ୍ଲା ପାଇଁ ୩୦ ଜଣ ନୂଆ ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ ପାଇଛି। ଏଥିସହିତ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ତାଲିକା ମଧ୍ୟ ଆସିଛି। ଏହାକୁ ତର୍ଯ୍ୟମା କଲେ ସ୍ପଷ୍ଟ ଜଣାପଡୁଛି ଯେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବେଶ୍ ମାପିଚୁପି ନିଷ୍ପତି ଗ୍ରହଣ କରିଛନ୍ତି। କାରଣ ଏହି ପର‌୍ୟ୍ୟବେକ୍ଷକମାନେ ଆଗାମୀ ପଞ୍ଚାୟତ ତଥା ପୌର ନିର୍ବାଚନର ମୁଖ୍ୟ କର୍ଣ୍ଣଧାର ସାଜିବେ। ସେଥିପାଇଁ ଦଳ ତରଫରୁ ପୁରୁଣା ପର‌୍ୟ୍ୟବେକ୍ଷକଙ୍କୁ ହଟାଇ ନୂଆ ଟିମ ଗଠନ କରିଛନ୍ତି।

ନୂଆ ତାଲିକାରେ କାହାକୁ ବେଶୀ ଭରସାକୁ ନେଲେ ନବୀନ

ନୂଆ ପର୍ଯ୍ୟବେକ୍ଷକ ତାଲିକୁ ଅନୁଧ୍ୟାନ କଲେ ଜଣାପଡିଛି ନବୀନ ପୂର୍ବପରି ଯାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଉପରେ ବିଶ୍ବାସ ରଖିଛନ୍ତି। ପ୍ରଣବଙ୍କୁ ଦୁଇଟି ବିବାଦୀୟ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ସେ ଦୁଇଟି ହେଲା ମୟୁରଭଂଜ ଏବଂ କେଉଁଝର। ଦଳର ସଂଗଠନ ସଂପାଦକ ଥିବା ପ୍ରଣବ ପୂର୍ବପରି ନିଜର ସ୍ଥିତି ଜାହିର କରିବାରେ ସକ୍ଷମ ହୋଇଛନ୍ତି।

ସେହିପରି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଉପରେ ନବୀନ ଭରସା କରିଛନ୍ତି। ସୌମ୍ୟ ବିଧାୟକ ହୋଇ ଆସିବା ପରେ ତାଙ୍କୁ ସେପରି ଦଳୀୟ କାର୍ଯ୍ୟରେ ନିୟୋଜିତ କରାଯାଉ ନ ଥିଲା। ହେଲେ ଏଥର ତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ତାଙ୍କ ହାତରେ ରହିଛି ସାତୋଟି ଜିଲ୍ଲା।

ବିଜେଡିର ନୂଆ ପର୍ଯ୍ୟବେକ୍ଷଙ୍କ ପୁରା ତାଲିକା ପଢିବା ପାଇଁ ଏହାକୁ କ୍ଲିକ କରନ୍ତୁ

ସେହିପରି ପୁରୀରୁ ହାରିଥିବା ବିଜେଡି ନେତା ମହେଶ୍ବର ମହାନ୍ତିଙ୍କୁ ମଧ୍ୟ ଏଥର ଦଳୀୟ ପଦବୀ ମିଳିଛି। ପ୍ରଣବ ପ୍ରକାଶ ଦାସ ଯେଉଁ ଦୁଇ ଜିଲ୍ଲାର ପର୍ଯ୍ୟବେକ୍ଷକ ଅଛନ୍ତି, ମହେଶ୍ବରଙ୍କୁ ସେହି ଦୁଇ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ଅନ୍ୟପକ୍ଷରେ ବୌଦ୍ଧ ପାଇଁ ସୌଭାଗ୍ୟ ନାୟକ,  ଢେଙ୍କାନାଳ ପାଇଁ ବିଜୟ ନାୟକ, କେନ୍ଦ୍ରାପଡା ପାଇଁ ଦେବାଶିଷ ସାମନ୍ତରାୟ, ସମ୍ବଲପୁର ପାଇଁ ନଳିନୀକାନ୍ତ ପ୍ରଧାନ ଏବଂ ସୁନ୍ଦରଗଡ ପାଇଁ ପ୍ରୀତିରଂଜନ ଘଢାଇଙ୍କୁ ମିଳିଛି ଦଳୀୟ କ୍ଷମତା।

ଏହି ତାଲିକାରେ ନବୀନ କାହାକୁ ବିଶ୍ବାସକୁ ନେଲେ ନାହିଁ

ଏହି ନୂଆ ପର୍ଯ୍ୟବେକ୍ଷକ ତାଲିକାକୁ ତର୍ଯ୍ୟମା କଲେ ଏକ ଆଶ୍ଚର୍ଯ୍ୟ ଜନକ କଥା ଦେଖିବାକୁ ମିଳିଛି। ତାହା ହେଲା ନବୀନ ଏଥର ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କୁ କୌଣସି ଜିଲ୍ଲା କିମ୍ବା ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନେଇ ନାହାଁନ୍ତି। ଏହି ଦୁଇ ନେତା ନବୀନଙ୍କ ବେଶ ପାଖ ହୋଇଥିଲେ ମଧ୍ୟ ଦଳୀୟ କାର୍ଯ୍ୟରୁ ଏହି ଦୁଇଜଣଙ୍କୁ ଅନ୍ତର କରିଛନ୍ତି। ପୂର୍ବରୁ ପିପିଲି ଉପନିର୍ବାଚନରେ ସଂଜୟଙ୍କୁ ମଧ୍ୟ ଦାୟିତ୍ବ ମିଳି ନ ଥିଲା। ହେଲେ ପରବର୍ତ୍ତି ସମୟରେ ତାଙ୍କୁ ସାମିଲ କରାଯାଇଥିଲା।

ସେହିପରି ପୁଷ୍ପେନ୍ଦ୍ର ସିଂହଦେଓ ଏବଂ କଳିକେଶ ସିଂହଦେଓଙ୍କୁ ମଧ୍ୟ କୌଣସି ଦାୟିତ୍ବ ଦିଆଯାଇ ନାହିଁ। ଦଳର ପ୍ରମୁଖ ପ୍ରଚାର ଆକର୍ଷଣ ସାଜିଥିବା ଅନୁଭବ ମହାନ୍ତି ଦଳ କେବେଠାରୁ ଅନ୍ତର କରିସାରିଛି। ପୂର୍ବରୁ ତିନୋଟି ଉପନିର୍ବାଚନରେ ମଧ୍ୟ ଅନୁଭବଙ୍କ ନାମ ନ ଥିଲା। ଏଥର ମଧ୍ୟ ସେ ବାଦ ପଡିଛନ୍ତି। ବିଜେଡି ସାଂସଦ ହିସାବରେ ନବୀନ କେବଳ ସୁବାସ ସିଂ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ଭରସା କରିଛନ୍ତି। ଆଉ କାହାକୁ ଏହି ଦଳୀୟ କାର୍ଯ୍ୟରେ ନିୟୋଜିତ କରି ନାହାଁନ୍ତି।

ଦଳର ଭିତିରିଆ ଖବର ଅନୁସାରେ ଏହି ପର୍ଯ୍ୟବେକ୍ଷକଙ୍କୁ କୁଆଡେ ଅଖଣ୍ଡ କ୍ଷମତା ପ୍ରଦାନ କରାଯିବ। ଯେପରି ସେମାନେ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଭଲ ଭାବେ ମୁକାବିଲା କରିପାରିବେ।