Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡିର ନୂଆ ପର୍ଯ୍ୟବେକ୍ଷକ ତାଲିକାରୁ ସ୍ପଷ୍ଟ ଯେ, ନବୀନ କାହାକୁ କଲେ ବିଶ୍ବାସ କାହାକୁ ନୁହେଁ
ବିଶେଷ ଖବର

ବିଜେଡିର ନୂଆ ପର୍ଯ୍ୟବେକ୍ଷକ ତାଲିକାରୁ ସ୍ପଷ୍ଟ ଯେ, ନବୀନ କାହାକୁ କଲେ ବିଶ୍ବାସ କାହାକୁ ନୁହେଁ

June 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିର ନୂଆ ପର୍ଯ୍ୟବେକ୍ଷକ ତାଲିକାରୁ ସ୍ପଷ୍ଟ ଯେ, ନବୀନ କାହାକୁ କଲେ ବିଶ୍ବାସ କାହାକୁ ନୁହେଁ

ଭୁବନେଶ୍ବର, ବିଜେଡିର ୩୦ଟି ଜିଲ୍ଲା ପାଇଁ ୩୦ ଜଣ ନୂଆ ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ ପାଇଛି। ଏଥିସହିତ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ତାଲିକା ମଧ୍ୟ ଆସିଛି। ଏହାକୁ ତର୍ଯ୍ୟମା କଲେ ସ୍ପଷ୍ଟ ଜଣାପଡୁଛି ଯେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବେଶ୍ ମାପିଚୁପି ନିଷ୍ପତି ଗ୍ରହଣ କରିଛନ୍ତି। କାରଣ ଏହି ପର‌୍ୟ୍ୟବେକ୍ଷକମାନେ ଆଗାମୀ ପଞ୍ଚାୟତ ତଥା ପୌର ନିର୍ବାଚନର ମୁଖ୍ୟ କର୍ଣ୍ଣଧାର ସାଜିବେ। ସେଥିପାଇଁ ଦଳ ତରଫରୁ ପୁରୁଣା ପର‌୍ୟ୍ୟବେକ୍ଷକଙ୍କୁ ହଟାଇ ନୂଆ ଟିମ ଗଠନ କରିଛନ୍ତି।

ନୂଆ ତାଲିକାରେ କାହାକୁ ବେଶୀ ଭରସାକୁ ନେଲେ ନବୀନ

ନୂଆ ପର୍ଯ୍ୟବେକ୍ଷକ ତାଲିକୁ ଅନୁଧ୍ୟାନ କଲେ ଜଣାପଡିଛି ନବୀନ ପୂର୍ବପରି ଯାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଉପରେ ବିଶ୍ବାସ ରଖିଛନ୍ତି। ପ୍ରଣବଙ୍କୁ ଦୁଇଟି ବିବାଦୀୟ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ସେ ଦୁଇଟି ହେଲା ମୟୁରଭଂଜ ଏବଂ କେଉଁଝର। ଦଳର ସଂଗଠନ ସଂପାଦକ ଥିବା ପ୍ରଣବ ପୂର୍ବପରି ନିଜର ସ୍ଥିତି ଜାହିର କରିବାରେ ସକ୍ଷମ ହୋଇଛନ୍ତି।

ସେହିପରି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଉପରେ ନବୀନ ଭରସା କରିଛନ୍ତି। ସୌମ୍ୟ ବିଧାୟକ ହୋଇ ଆସିବା ପରେ ତାଙ୍କୁ ସେପରି ଦଳୀୟ କାର୍ଯ୍ୟରେ ନିୟୋଜିତ କରାଯାଉ ନ ଥିଲା। ହେଲେ ଏଥର ତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ତାଙ୍କ ହାତରେ ରହିଛି ସାତୋଟି ଜିଲ୍ଲା।

ବିଜେଡିର ନୂଆ ପର୍ଯ୍ୟବେକ୍ଷଙ୍କ ପୁରା ତାଲିକା ପଢିବା ପାଇଁ ଏହାକୁ କ୍ଲିକ କରନ୍ତୁ

ସେହିପରି ପୁରୀରୁ ହାରିଥିବା ବିଜେଡି ନେତା ମହେଶ୍ବର ମହାନ୍ତିଙ୍କୁ ମଧ୍ୟ ଏଥର ଦଳୀୟ ପଦବୀ ମିଳିଛି। ପ୍ରଣବ ପ୍ରକାଶ ଦାସ ଯେଉଁ ଦୁଇ ଜିଲ୍ଲାର ପର୍ଯ୍ୟବେକ୍ଷକ ଅଛନ୍ତି, ମହେଶ୍ବରଙ୍କୁ ସେହି ଦୁଇ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ଅନ୍ୟପକ୍ଷରେ ବୌଦ୍ଧ ପାଇଁ ସୌଭାଗ୍ୟ ନାୟକ,  ଢେଙ୍କାନାଳ ପାଇଁ ବିଜୟ ନାୟକ, କେନ୍ଦ୍ରାପଡା ପାଇଁ ଦେବାଶିଷ ସାମନ୍ତରାୟ, ସମ୍ବଲପୁର ପାଇଁ ନଳିନୀକାନ୍ତ ପ୍ରଧାନ ଏବଂ ସୁନ୍ଦରଗଡ ପାଇଁ ପ୍ରୀତିରଂଜନ ଘଢାଇଙ୍କୁ ମିଳିଛି ଦଳୀୟ କ୍ଷମତା।

ଏହି ତାଲିକାରେ ନବୀନ କାହାକୁ ବିଶ୍ବାସକୁ ନେଲେ ନାହିଁ

ଏହି ନୂଆ ପର୍ଯ୍ୟବେକ୍ଷକ ତାଲିକାକୁ ତର୍ଯ୍ୟମା କଲେ ଏକ ଆଶ୍ଚର୍ଯ୍ୟ ଜନକ କଥା ଦେଖିବାକୁ ମିଳିଛି। ତାହା ହେଲା ନବୀନ ଏଥର ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କୁ କୌଣସି ଜିଲ୍ଲା କିମ୍ବା ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନେଇ ନାହାଁନ୍ତି। ଏହି ଦୁଇ ନେତା ନବୀନଙ୍କ ବେଶ ପାଖ ହୋଇଥିଲେ ମଧ୍ୟ ଦଳୀୟ କାର୍ଯ୍ୟରୁ ଏହି ଦୁଇଜଣଙ୍କୁ ଅନ୍ତର କରିଛନ୍ତି। ପୂର୍ବରୁ ପିପିଲି ଉପନିର୍ବାଚନରେ ସଂଜୟଙ୍କୁ ମଧ୍ୟ ଦାୟିତ୍ବ ମିଳି ନ ଥିଲା। ହେଲେ ପରବର୍ତ୍ତି ସମୟରେ ତାଙ୍କୁ ସାମିଲ କରାଯାଇଥିଲା।

ସେହିପରି ପୁଷ୍ପେନ୍ଦ୍ର ସିଂହଦେଓ ଏବଂ କଳିକେଶ ସିଂହଦେଓଙ୍କୁ ମଧ୍ୟ କୌଣସି ଦାୟିତ୍ବ ଦିଆଯାଇ ନାହିଁ। ଦଳର ପ୍ରମୁଖ ପ୍ରଚାର ଆକର୍ଷଣ ସାଜିଥିବା ଅନୁଭବ ମହାନ୍ତି ଦଳ କେବେଠାରୁ ଅନ୍ତର କରିସାରିଛି। ପୂର୍ବରୁ ତିନୋଟି ଉପନିର୍ବାଚନରେ ମଧ୍ୟ ଅନୁଭବଙ୍କ ନାମ ନ ଥିଲା। ଏଥର ମଧ୍ୟ ସେ ବାଦ ପଡିଛନ୍ତି। ବିଜେଡି ସାଂସଦ ହିସାବରେ ନବୀନ କେବଳ ସୁବାସ ସିଂ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ଭରସା କରିଛନ୍ତି। ଆଉ କାହାକୁ ଏହି ଦଳୀୟ କାର୍ଯ୍ୟରେ ନିୟୋଜିତ କରି ନାହାଁନ୍ତି।

ଦଳର ଭିତିରିଆ ଖବର ଅନୁସାରେ ଏହି ପର୍ଯ୍ୟବେକ୍ଷକଙ୍କୁ କୁଆଡେ ଅଖଣ୍ଡ କ୍ଷମତା ପ୍ରଦାନ କରାଯିବ। ଯେପରି ସେମାନେ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଭଲ ଭାବେ ମୁକାବିଲା କରିପାରିବେ।

ନବୀନ ପଟ୍ଟନାୟକ ବିଜେଡି ବିଜେଡି ପର୍ଯ୍ୟବେକ୍ଷକ
Share. Facebook Twitter LinkedIn Email WhatsApp Copy Link

Related Posts

ତ୍ରିରଙ୍ଗା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲା କଂଗ୍ରେସ

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ: ୧୯ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କଲା ପୋଲିସ

August 11, 2026

ଆକ୍ସନ୍‌ ମୋଡ୍‌ରେ BMC-BDA : ମାଟିରେ ମିଶିବ ୩୩୦ରୁ ଅଧିକ ଘର

August 11, 2026
Latest News

ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ: ମଦ ଦୁର୍ନୀତିରେ କଂଗ୍ରେସ ନେତା ରାମ ଗୋପାଳ ଅଗ୍ରୱାଲ ଗିରଫ

August 11, 2026

ବଙ୍ଗଳାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

August 11, 2026

ତ୍ରିରଙ୍ଗା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲା କଂଗ୍ରେସ

August 11, 2026

Ram Nath Kovind: ପୂର୍ବତନ ରାଷ୍ଟ୍ରପତିଙ୍କ ଆତ୍ମଜୀବନୀ ପୁସ୍ତକକୁ ଉନମୋଚନ କରିବେ ପ୍ରଧାନମନ୍ତ୍ରୀ

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.