Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡିର ‘ଶଙ୍ଖ ମୋ ଗର୍ବ’ ପରେ ଏବେ ‘ଜୟ ଜଗନ୍ନାଥ’ ସ୍ଲୋଗାନ, ହେଲେ ଏମିତି କାହିଁକି ?
ଜାତୀୟ ଖବର

ବିଜେଡିର ‘ଶଙ୍ଖ ମୋ ଗର୍ବ’ ପରେ ଏବେ ‘ଜୟ ଜଗନ୍ନାଥ’ ସ୍ଲୋଗାନ, ହେଲେ ଏମିତି କାହିଁକି ?

March 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
BobbyDas
ବିଜେଡିର 'ଶଙ୍ଖ ମୋ ଗର୍ବ' ପରେ ଏବେ 'ଜୟ ଜଗନ୍ନାଥ' ସ୍ଲୋଗାନ, ହେଲେ ଏମିତି କାହିଁକି ?

ଭୁବନେଶ୍ବର: ବିଜୁ ଜନତା ଦଳ କେତେବେଳେ କଣ କରୁଛି ତାହା କାହାକୁ ଜଣା ନ ଥାଏ। କାରଣ ଦଳ ଲୋକଙ୍କ ନିକଟତର ହେବା ପାଇଁ ଜନହୀତକର କାର୍ଯ୍ୟ ସହିତ ପ୍ରଚାରର ନୂଆ ନୂଆ ମାଧ୍ୟମ ମଧ୍ୟ ଆପଣେଇବାରେ ଲାଗିଛି। ଯାହା ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ଖୋରାକ ଯୋଗାଉଛି।

ନିକଟରେ ବିଜେଡି ଦଳ ତରଫରୁ ‘ଶଙ୍ଖ ମୋ ଗର୍ବ’ କହି ସବୁ ନେତା ସମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟିଂ କରିଥିଲେ। ଉଚ୍ଚ ସ୍ତରୀୟ ନେତାଙ୍କଠାରୁ ଆରମ୍ଭ କରି ତଳ ସ୍ତରର ନେତା ପର୍ଯ୍ୟନ୍ତ ସମସ୍ତେ ଏହି ସ୍ଲୋଗାନ ଦେଇ ଭିଡିଓ ପୋଷ୍ଟିଂ କଲେ। ଏପରି ହେଲା ଯେ, ବିରୋଧୀ ତାହାକୁ ବିରୋଧ ନ କରି ଆଉ ଧର୍ଯ୍ୟ ଧରି ରହି ପାରିଲେ ନାହିଁ।

‘ଶଙ୍ଖ ମୋ ଗର୍ବ’ କହିବାର କିଛି ସମୟ ମଧ୍ୟରେ ବିରୋଧୀ ଏହାକୁ ବିରୋଧ କରିବା ଆରମ୍ଭ କଲେ। କେତେକ ‘ବାପାମା ମୋ ଗର୍ବ’ କହି ଭିଡିଓ ପୋଷ୍ଟିଂ କଲେ। ସେହିପରି କେତେକ ‘ଓଡିଶା ମୋ ଗର୍ବ’ କହି ବିଜେଡିକୁ ପରୋକ୍ଷରେ ସମାଲୋଚନା କଲେ। ହେଲେ ଏସବୁକୁ ସମାଲୋଚନା ନେଇ ବିଜେଡି ନେତା ଚୁପଚାପ। ସେମାନେ ନା ଏହାକୁ ନେଇ କୌଣସି ଭିଡିଓ ପୋଷ୍ଟିଂ କଲେ ନା କିଛି ଉତ୍ତର ଦେଲେ।

ଏହି ‘ଶଙ୍ଖ ମୋ ଗର୍ବ’ କିଛିଦିନ ଚାଲିବା ପରେ ସମସ୍ତେ ଚୁପଚାପ ହେଲେ। ଏବେ ପୁଣି ହଠାତ ବିଜେଡି ନୂଆ ନାରା ନେଇ ସାମାଜିକ ଗଣମାଧ୍ୟମ ଆଗକୁ ଆସିଛି। ଏଥର ନାରା ହେଲା ‘ଜୟ ଜଗନ୍ନାଥ’। ପୂର୍ବପରି ସବୁ ନେତା ମନ୍ତ୍ରୀ, ବିଧାୟକ ସାଂସଦ ଏହି ଜୟ ଜଗନ୍ନାଥ ନାରା ଦେଇ ଭିଡିଓ ପୋଷ୍ଟିଂ କରିବାରେ ଲାଗିଛନ୍ତି। ଏହି ସ୍ଲୋଗାନ ମଧ୍ୟ ପୂର୍ବ ପରି ଗାଁ ଗଣ୍ଡାକୁ ବ୍ୟାପିବାରେ ଲାଗିଛି। ଜଗନ୍ନାଥ ଫଟୋ କିମ୍ବା ମୂର୍ତ୍ତି ଆଗରେ ଛିଡା ହୋଇ ଏହି ସ୍ଲୋଗାନ ଦିଆଯାଉଛି।

ତେବେ ବିଜେଡି ଏଥର ଏକ ନୂଆ ତରିକା ଆପଣେଇଛି, ଯେପରି ବିରୋଧୀ କିଛି କହିବାକୁ ବା ସମାଲୋଚନା କରିବାକୁ ରାସ୍ତା ପାଇବେ ନାହିଁ। କାରଣ ‘ଜୟ ଜଗନ୍ନାଥ’ ସ୍ଲୋଗାନକୁ ନେଇ କେହି କିଛି କହିପାରିବେ ନାହିଁ। ଏହା ଦ୍ବାରା ବିଜେଡି ଦୁଇଟି ଫାଇଦା ହାସଲ କରିବାକୁ ଯାଉଛି। ଜୟ ଜଗନ୍ନାଥ କହି ବିରୋଧୀଙ୍କ ବିରୋଧକୁ ଚୁପ କରାଇଥିବା ବେଳେ, ଅନ୍ୟପଟେ ଏହି ସ୍ଲୋଗାନ ଦ୍ବାରା ଧର୍ମିକ ସୂତାରେ ଲୋକଙ୍କୁ ବାନ୍ଧି ରଖିବାରେ ସାହାଯ୍ୟ କରିଛି।

ତେବେ ବର୍ତ୍ତମାନ ରାମ ନବମୀର ସମୟ ଥିବାରୁ କେତେକ ବିରୋଧି, ବିଜେଡିର ଏହି ନାରାକୁ ମୁକାବିଲା କରିବା ପାଇଁ ‘ଜୟ ଶ୍ରୀରାମ’ କହି ଭିଡିଓ ପୋଷ୍ଟିଂ କରିବାରେ ଲାଗିଛନ୍ତି। ତେବେ ସେ ଯାହା ହେଲେ ମଧ୍ୟ ବିଜେଡି ପ୍ରଥମେ କିଛି ନୂଆ କରି ଦେଖାଇବା ପରେ ବିରୋଧୀ ବିରୋଧ କରିବା ଆରମ୍ଭ କରୁଛନ୍ତି। ଲାଗୁଛି ସତେ ଯେପରି ବିରୋଧୀଙ୍କୁ ଉସକାଇବା ପାଇଁ ବିଜେଡି ଏପରି ନୂଆ ନୂଆ ତରିକା ବଜାରକୁ ଛାଡୁଛି।

ଜୟ ଜଗନ୍ନାଥ ବିଜୁ ଜନତା ଦଳ ବିଜେଡି ଶଙ୍ଖ ମୋ ଗର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.