Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ୧୨ ନେତାଙ୍କୁ ମିଳିଲା ନୂଆ ଦାୟିତ୍ବ, ଡେରା ପକାଇଲେ ବବି
ବିଶେଷ ଖବର

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ୧୨ ନେତାଙ୍କୁ ମିଳିଲା ନୂଆ ଦାୟିତ୍ବ, ଡେରା ପକାଇଲେ ବବି

April 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବିଜେଡି ଆରମ୍ଭ କରିଦେଇଛି ତାହାର ରଣ ନୀତି। ଅନ୍ୟ ପ୍ରମୁଖ ଦଳ ଏ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରି ନାହାଁନ୍ତି। ହେଲେ ସବୁବେଳେ ଆଗୁଆ ନିଷ୍ପତି ନେଉଥିବା ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା ସହିତ ଦଳିୟ ପର୍ଯ୍ୟବେକ୍ଷକଙ୍କ ନାମ ମଧ୍ୟ ଘୋଷଣା କରିସାରିଛି।

ସେହିପରି ପ୍ରେକ୍ଷୀରେ ଆଜି ବିଜେଡି ଝାରସୁଗୁଡା ବ୍ଲକ ଏବଂ ମ୍ୟୁନିସପାଲିଟ ସମ୍ଭାଳିବା ପାଇଁ ନୂଆ ୧୨ ଜଣ ନେତାଙ୍କ ନାମ ଘୋଷଣା କରିଛି। ସେହି ଅନୁସାରେ କିରିମିରା ବ୍ଲକ ଦାୟିତ୍ବରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ମନ୍ତ୍ରୀ ଟୁକୁନି ସାହୁ। ସେହିପରି କୋଲାବିରା ବ୍ଲକ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ସରୋଜ ମେହେର। ଝାରସୁଗୁଡା ପାଇଁ ପଦ୍ମନାଭ ବେହେରେ ଏବଂ ଅରୁଣ ସାହୁ, ଲାଇକେରା ପାଇଁ ମନ୍ତ୍ରୀ ପ୍ରତାପ ଦେବ ଏବଂ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର ଅଛନ୍ତି।

ସେହିପରି ଝାରସୁଗୁଡା ମ୍ୟୁନିସପାଲଟି ପାଇଁ ଚାରିଜଣଙ୍କୁ ବିଜେଡି ଦାୟିତ୍ବ ଦେଇଛି। ସେମାନେ ହେଲେ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ, ସ୍ନେହାଙ୍ଗିନ ଛୁରିଆ ଏବଂ ରିତା ସାହୁଙ୍କୁ ଦଳ ନିଯୁକ୍ତି କରିଛି। ଏହି ୧୨ ଜଣ ନେତା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତ କରିବେ। ଏ ନେଇ ବିଜେଡି ତରଫରୁ ସଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗତକାଲି ରାତିରେ ବିଜେଡି ସଂଗଠାନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଝାରସୁଗୁଡାରେ ପହଞ୍ଚିସାରିଛନ୍ତି। ସେହିପରି ଏହି ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ ଏବଂ ସାରଦା ନାୟକ ମଧ୍ୟ ଝାରସୁଗୁଡାରେ ପହଞ୍ଚିଛନ୍ତି।

ଆଜି ସାଂଗଠାନିକ ସଂପାଦକ ପ୍ରଣବ ଦାସଙ୍କ ସହିତ ଏହି ତିନି ପର୍ଯ୍ୟବେକ୍ଷକ ଋଦ୍ଧ ଦ୍ବାରା ବୈଠକ କରି ରଣନୀତି ପ୍ରସ୍ତୁତ କରିଛନ୍ତି। ଏହାପରେ ସେଠାରେ ବାରମ୍ବାର ବୈଠକ କରି ପୁରା ନିର୍ବାଚନ ମଣ୍ଡଳୀରେ ଜାଲ ବିଛାଇବା ପାଇଁ ପ୍ରଣବ ପ୍ରକାଶ ଯୋଜନା ପ୍ରସ୍ତୁତ କରିଛନ୍ତି।

ଆଶ୍ଚର୍ଯ୍ୟର କଥା ବିଜେଡି ବର୍ତ୍ତମାନ ଆଗୁଆ ପ୍ରାର୍ଥୀ ଘୋଷଣା କରି ସେଠାରେ ନିଜର ରଣନୀତି ଆରମ୍ଭ କରିସାରିିଥିଲେ ମଧ୍ୟ ଅନ୍ୟଦଳ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରି ନାହାଁନ୍ତି। କଂଗ୍ରସର ଏକ ଦଳ ଝାରସୁଗୁଡା ଗସ୍ତ କରି କିଏ ପ୍ରାର୍ଥୀ ହେବ ତାହା ଖୋଜୁଛନ୍ତି। ସେହିପରି ବିଜେପିର ଏକ ଦଳ ସେଠାକୁ ଯାଇଥିବାର ସୂଚନା ମିଳିଛି।

ଝାରସୁଗୁଡା ଝାରସୁଗୁଡା ଉପନିର୍ବାଚନ ଦୀପାଳି ଦାସ ବବି ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଭିବି-ଜି ରାମ ଜି ଆଇନ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କଲେ ଗ୍ରାମୀଣ ବିକାଶ ସଚିବ

May 24, 2026

ଆଥଲେଟିକ୍ସ ଫେଡେରେସନ କପରେ ଓଡ଼ିଶାର ଆନିମେଶ କୁଜୁରଙ୍କ ସଫଳତା: ଉପ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

May 24, 2026

‘ଦି ଭଏସ୍: କନକ୍ଲେଭ୍ ଅଫ୍ ଆଇଡିଆଜ୍’ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

May 24, 2026

“ଭାରତ ନେଟ୍ ପରିଯୋଜନା” ଫେଜ୍-୩ ର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା

May 24, 2026
Latest News

CJP କୁ ନେଇ ପ୍ରଶାନ୍ତ କିଶୋର କଣ କହିଲେ

May 24, 2026

ଭିବି-ଜି ରାମ ଜି ଆଇନ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କଲେ ଗ୍ରାମୀଣ ବିକାଶ ସଚିବ

May 24, 2026

ଆଥଲେଟିକ୍ସ ଫେଡେରେସନ କପରେ ଓଡ଼ିଶାର ଆନିମେଶ କୁଜୁରଙ୍କ ସଫଳତା: ଉପ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

May 24, 2026

ଭାରତ ବିଶ୍ୱର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ହେବ – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

May 24, 2026

‘ଦି ଭଏସ୍: କନକ୍ଲେଭ୍ ଅଫ୍ ଆଇଡିଆଜ୍’ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.