Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିର କିଏ ହେବ ଝାରସୁଗୁଡା ପ୍ରାର୍ଥୀ, ଦୁଇ ଜଣଙ୍କୁ ନେଇ ଦୁଇ ଗୋଷ୍ଠୀର ଚାଲିଛି ବଳକଷା
ବିଶେଷ ଖବର

ବିଜେପିର କିଏ ହେବ ଝାରସୁଗୁଡା ପ୍ରାର୍ଥୀ, ଦୁଇ ଜଣଙ୍କୁ ନେଇ ଦୁଇ ଗୋଷ୍ଠୀର ଚାଲିଛି ବଳକଷା

April 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

Warning: Trying to access array offset on false in /home/thesamikhsya/htdocs/thesamikhsya.com/odia/wp-content/themes/smart-mag/partials/single/featured.php on line 78

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଖେଲାଣି। ଯଥେଷ୍ଠ ପୂର୍ବରୁ ବିଜେଡି ତାହାର ପ୍ରାର୍ଥୀ ଘୋଷଣା କରି ସାରିଛି। ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳ ଦାସ ହୋଇଛନ୍ତି ପ୍ରାର୍ଥୀ। ତେବେ ଏ ପର୍ଯ୍ୟନ୍ତ ପ୍ରମୁଖ ବିରୋଧୀ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ କିଛି ନିଷ୍ପତି ହୋଇପାରୁ ନାହିଁ। ଫଳରେ ପ୍ରାର୍ଥୀ ଘୋଷଣା ଲଟକି ରହିଛି।

ଖବର ଅନୁସାରେ ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପିର ଦୁଇଜଣ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି। ସେମାନେ ହେଲେ ପୂର୍ବଥର ବିଜେପିର ପ୍ରାର୍ଥୀ ହୋଇଥିବା ଦୀନେଶ ଜୈନ ଏବଂ ଯୁବ ନେତା ତଥା ବିଜେପିର ସାଧାରଣ ସଂପାଦକ ଟଙ୍କଧର ତ୍ରିପାଠୀ। ତେବେ ଏହି ଦୁଇଜଣଙ୍କ ମଧ୍ୟରେ ଟଙ୍କଧରଙ୍କ ନାମ କୁଆଡେ ଆଗରେ ଅଛି ବୋଲି ଆଲୋଚନା ହେଉଛି।

କାରଣ ହେଲା ତାଙ୍କ ପାଇଁ ବିଜେପିର ଏକ ଶକ୍ତିଶାଳି ଗୋଷ୍ଠୀ ଲବି କରୁଛନ୍ତି। ସେ ପ୍ରାର୍ଥୀ ହୁଅନ୍ତୁ ବୋଲି ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କ ଉପରେ ଚାପ ପ୍ରୟୋଗ ମଧ୍ୟ କରୁଛନ୍ତି। ସେହି ଗୋଷ୍ଠୀର ଦିଲ୍ଲୀରେ ରହିଛି ବେଶ ଦବଦବା। ସେଥିପାଇଁ ଅନେକ ଭାବି ନେଇଛନ୍ତି ଯେ ବୋଧହୁଏ ଟଙ୍କଙ୍କ ପଲା ଭାରୀ ହେବ।

ସେହିପରି ଦୀନେଶଙ୍କ ପାଇଁ ପଶ୍ଚିମ ଓଡିଶା ଏବଂ ରାଜ୍ୟର ବହୁ ବିଜେପି ନେତା ଲବି କରୁଛନ୍ତି। ସେ ପ୍ରାର୍ଥୀ ହୁଅନ୍ତୁ ବୋଲି ସେମାନେ ଦିଲ୍ଲୀରେ ବିଭିନ୍ନ ଯୁକ୍ତି ବାଢିବାରେ ଲାଗିଛନ୍ତି। ଏମାନେ ମଧ୍ୟ ବିଭିନ୍ନ ନେତାଙ୍କୁ ଭେଟି ତାଙ୍କ ପାଇଁ ଚାପ ସୃଷ୍ଟି କରୁଛନ୍ତି। ହେଲେ ଶକ୍ତିଶାଳି ଗୋଷ୍ଠୀର ଦବଦବା ଯୋଗୁଁ ଦୀନେଶଙ୍କ ଭାଗ୍ୟ ଏ ପର୍ଯ୍ୟନ୍ତ ଫିଟିପାରୁ ନାହିଁ।

ଦୀନେଶ ଜୈନଙ୍କ ଗୋଷ୍ଠୀର ଦାବୀ ହେଲା ଯେ, ସେ ଗତ ନିର୍ବାଚନରେ ଭଲ ଭୋଟ ହାସଲ କରିଥିଲେ। ଏଥିସହିତ ସେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ନେତା। ହେଲେ ଟଙ୍କଧର ସୁନ୍ଦରଗଡ ଜିଲ୍ଲାର ହୋଇଥିବାରୁ ତାଙ୍କୁ ଟିକେଟ ଦିଆ ନ ଯାଉ ବୋଲି ସେମାନେ କହୁଛନ୍ତି। ଫଳରେ ଦୁଇ ଗୋଷ୍ଠୀର ଏପରି ବଳ କଷାକଷି ଭିତରେ ଦିଲ୍ଲୀ ନେତାମାନେ କିଛି ନିଷ୍ପତି ନେବା କଷ୍ଟକର ବ୍ୟାପାର ହୋଇପଡିଲାଣି।

ପ୍ରକୃତରେ ଦେଖିବାକୁ ଗଲେ ଗତ ବିଧାନସଭା ନିର୍ବାଚନରେ ଦୀନେଶ ଜୈନ ନବ ଦାସଙ୍କଠାରୁ ହାରିଥିଲେ ସତ ହେଲେ ଭଲ ଭୋଟ ପାଇଥିଲେ। ନବ ଦାସଙ୍କୁ ୯୮ ହଜାର ୬୨୦ ଖଣ୍ଡ ଭୋଟ ମିଳିଥିବା ବେଳେ ଦୀନେଶ ଜୈନ ପାଇଥିଲେ ୫୨ ହଜାର ୯୨୨ ଖଣ୍ଡ ଭୋଟ। ଅର୍ଥାତ ଦୀନେଶ ୪୫ ହଜାର ୬୯୮ ଖଣ୍ଡ ଭୋଟରେ ହାରିଥିଲେ। ସେତେବେଳେ କଂଗ୍ରେସର ମହେନ୍ଦ୍ର ନାୟକ ପାଇଥିଲେ ୧୮ ହଜାର ୮୨୩ ଖଣ୍ଡ ଭୋଟ। ତେଣୁ ଦୀନେଶଙ୍କ ଗୋଷ୍ଠୀର ଯୁକ୍ତ ଯଥାର୍ତତା ରହିଛି।

ତେବେ ସବୁଠାରୁ ଯାହା ବଡ କଥା ହେବ ତାହା ହେଲା ଏହି ଝାରସୁଗୁଡା ଉପନିର୍ବାଚନ ବିଜେପି ସଭାପତି ମନମୋହନ ସାମଲଙ୍କ ପାଇଁ ପ୍ରଥମ ଯୁଦ୍ଧ। କାରଣ ନିକଟରେ ସେ ସଭାପତି ହେବା ପରେ ଏହି ଉପନିର୍ବାଚନ ତାଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ ଲଢାଯିବ। ହେଲେ ଘରେ ନ ପଶୁଣୁ, ଚାଳ ବାଜିଲା ପରି ବର୍ତ୍ତମାନ ପ୍ରାର୍ଥୀ ଚୟନ ନେଇ ମନମୋହନ କୁଆଡେ ଲହୁଲୁହାଣ ହୋଇ ସାରିଲେଣି ବୋଲି ଚର୍ଚ୍ଚା ଚାଲିଛି।

ଝାରସୁଗୁଡା ଉପନିର୍ବାଚନ ଟଙ୍କଧର ତ୍ରିପାଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟର ୧୮ ଜିଲ୍ଲାରେ ଚାଲିଛି ମ୍ୟାଙ୍ଗୋ ଫେଷ୍ଟିଭାଲ: ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମେଳା

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026

ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା

June 2, 2026
Latest News

୧୪୫ ନିୟୁତ ଟନ୍ ମାଲ ପରିବହନ ଲକ୍ଷ୍ୟ ହାସଲ କଲା ଭାରତୀୟ ରେଳବାଇ

June 2, 2026

ଚଳିତ ଆଇପିଏଲରେ କିଏ ରହିଲେ ଦମଦାର ଆଉ କିଏ ହେଲେ ଫ୍ଲପ?

June 2, 2026

ରାଜ୍ୟର ୧୮ ଜିଲ୍ଲାରେ ଚାଲିଛି ମ୍ୟାଙ୍ଗୋ ଫେଷ୍ଟିଭାଲ: ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମେଳା

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.