Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ମୋଦୀ, ଆସିଲେନି ମୁଖ୍ୟମନ୍ତ୍ରୀ, ଚାଲିଛି ଶୀତଳ ଯୁଦ୍ଧ
ଜାତୀୟ ଖବର

ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ମୋଦୀ, ଆସିଲେନି ମୁଖ୍ୟମନ୍ତ୍ରୀ, ଚାଲିଛି ଶୀତଳ ଯୁଦ୍ଧ

April 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବା କେସିଆର ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି। ଏପରିକି ପ୍ରୋଟକଲ ଭାଙ୍ଗି ସେ ବିମାନବନ୍ଦରକୁ ମଧ୍ୟ ସ୍ବାଗତ କରିବା ପାଇଁ ଗଲେ ନାହିଁ। ପୂର୍ବରୁ ମଧ୍ୟ କେସିଆର ଏହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେଇ ଚର୍ଚ୍ଚାରେ ଅଛନ୍ତି।

ଶନିବାର ଦିନ ତେଲେଙ୍ଗାନା ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି। ସେଥିପାଇଁ ପ୍ରୋଟୋକଲ ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କେସିଆର ଯୋଗଦେବା କଥା। ହେଲେ ତାହା ସେ କଲେ ନାହିଁ। କେନ୍ଦ୍ର ସରାକରଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ସରକାରୀ ନିମନ୍ତ୍ରଣ ପଠାଯାଇଥିଲା। ହେଲେ ମଧ୍ୟ କେସିଆର ପ୍ରଧାନମନ୍ତ୍ରୀଙ୍କ ସାଥୀରେ ରହିଲେ ନାହିଁ।

ପ୍ରଧାନମନ୍ତ୍ରୀ ଶନିବାର ସକାଳେ ହାଇଦ୍ରାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରଂଜନ, କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ, ରାଜ୍ୟ ବିଜେପି ସଭାପତି ବନ୍ଦି ସଂଜୟ କୁମାର ସ୍ବାଗତ କରିଥିଲେ। ତେବେ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ କେସିଆର ନ ଆସି ତାଙ୍କ ବଦଳରେ ମନ୍ତ୍ରୀ ତାଲାସାନ ଶ୍ରୀନିବାସ ଯାଦବ ସ୍ବାଗତ କରିଥିଲେ।

ତେବେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମାଲୋଚନା କରିଛି। ଦଳ କହିଛି ଯେ, ତେଲେଙ୍ଗାନା ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈମାତୃକ ମନୋଭାବ ରହିଛି। ଏକ ଟୁଇଟ କରି ଦଳ କହିଛି  “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ତେଲେଙ୍ଗାନା ରାଜ୍ୟ ବିରୋଧରେ କାହିଁକି ପକ୍ଷପାତ ନୀତି ଅବଲମ୍ବନ କରୁଛନ୍ତି। ସେଥିପାଇଁ ତେଲେଙ୍ଗାନାବାସୀ ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦା କରୁଛନ୍ତି। ”

ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ପହଞ୍ଚିବା ପରେ ସେଠାରୁ ସେ ସିକନ୍ଦରାବାଦ ରେଳ ଷ୍ଟେସନ ଯାଇଥିଲେ। ସେଠାରେ ସେ ଷ୍ଟେସନର ନବୀକରଣକୁ ଉଦଘାଟନ କରିବା ସହିତ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦେଖି ରାଜ୍ୟ ବିଜେପି ତରଫରୁ ହାଇଦ୍ରାବାଦଠାରୁ ସିକନ୍ଦରାବାଦ ରାସ୍ତାରେ ଦଳୀୟ ପତାକା ସହିତ ମୋଦୀଙ୍କ ପୋଷ୍ଟର ଲଗାଇଛନ୍ତି। ତାହାକୁ ଲକ୍ଷ୍ୟ କରି ବିଆରଏସ ମଧ୍ୟ ତାଙ୍କର ଦଳୀୟ ପତାକା ଏବଂ କେସିଆରଙ୍କ ଫଟୋ ଥିବା ପୋଷ୍ଟର ଛାଇ ଦେଇଛନ୍ତି।

ଆସନ୍ତା ବର୍ଷ ତେଲେଙ୍ଗାନା ରାଜ୍ୟର ବିଧାନସଭା ଏବଂ ଲୋକସଭା ନିର୍ବାଚନ ହେବ। ଯେଉଁଥିରେ କେସିଆରଙ୍କ ବିଆରଏସ ସହିତ ବିଜେପିର କଡା ମୁକାବିଲା ହେବ। ଜାତୀୟ ସ୍ତରରେ ରାଜନୀତି କରିବା ପାଇଁ କେସିଆର ନିଜର ଦଳକୁ ଆଞ୍ଚଳିକ ନାମରୁ ଜାତୀୟ ନାମକରଣ କରିଛନ୍ତି। ପୂର୍ବରୁ ଟିଆରଏସ ରୁ ଦଳର ନୂଆ ନାମ ବିଆରଏସ ବା ଭାରତ ରାଷ୍ଟ୍ର ସମିତି କରାଯାଇଛି। ଆସନ୍ତା ବର୍ଷର ନିର୍ବାଚନ ଯୁଦ୍ଧକୁ ଦୃଷ୍ଟିରେ ରଖି କେସିଆର ଏବେଠାରୁ ବିଜେପି ସହିତ ଶୀତଳ ଯୁଦ୍ଧ ଆରମ୍ଭ କରିଛନ୍ତି।

କେସିଆର ତେଲେଙ୍ଗାନା ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ବିଆରଏସ ଭାରତ ରାଷ୍ଟ୍ର ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026
Latest News

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ବଢିଲା ଇସ୍ରାଏଲ – ଲେବାନନ ଅସ୍ତ୍ରବିରତି ଅବଧି

April 24, 2026

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ପାଖ ମାଡିବନି ଲୁ

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.