Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହରିଶ୍ଚନ୍ଦ୍ର ସହାୟତା ରାଶିରେ ବୃଦ୍ଧି: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ କୋଟି ମଞ୍ଜୁର
ବିଶେଷ ଖବର

ହରିଶ୍ଚନ୍ଦ୍ର ସହାୟତା ରାଶିରେ ବୃଦ୍ଧି: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ କୋଟି ମଞ୍ଜୁର

April 13, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା। ଏହି ଯୋଜନାରେ ଅନ୍ତେଷ୍ଟି ପାଇଁ ଗ୍ରାମାଞ୍ଚଳରେ ଦୁଇ ହଜାର ଟଙ୍କା ଓ ସହରାଞ୍ଚଳରେ ତିନି ହଜାର ଟଙ୍କା ସହାୟତା ମିଳୁଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହା ସହାୟତାକୁ ଗ୍ରାମାଞ୍ଚଳ ପାଇଁ ଦୁଇ ହଜାରରୁ ତିନି ହଜାର ଟଙ୍କା ଏବଂ ସହରାଞ୍ଚଳ ଓ ପୁରୀ ସ୍ବର୍ଗଦ୍ବାର ପାଇଁ ତିନି ହଜାରରୁ ଚାରି ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିନିମନ୍ତେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଏକ ରିଭଲଭିଂ ଫଣ୍ଡ ଖୋଲାଯାଇ ଏଥିପାଇଁ ୧୫ ହଜାର ଟଙ୍କା ଲେଖାଏ ଅର୍ଥ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ ହରିଶ୍ଚନ୍ଦ୍ର ସହାୟତା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯାଉଛି। ସାରା ରାଜ୍ୟର ସମସ୍ତ ପଞ୍ଚାୟତର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ୧୯ ଲକ୍ଷ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି।

ଏହି ନୂତନ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଗ୍ରାମ ପଞ୍ଚାୟତ ଏକ୍‌ସଟେନସନ୍‌ ଅଫିସର କିମ୍ବା ଅନ୍ୟ କୌଣସି ବ୍ଲକସ୍ତରୀୟ ଏକ୍‌ସଟେନସନ୍‌ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି। ବର୍ଦ୍ଧିତ ସହାୟତା ପାଇଁ ଯୋଜନାର ସଫ୍ଟୱାରରେ ଆବଶ୍ୟକ ପରିବର୍ତ୍ତନ କରାଯିବା ସହିତ ଜିଲ୍ଲାୱାରୀ ଗ୍ରାମପଞ୍ଚାୟତ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇସାରିଛି।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି
Share. Facebook Twitter LinkedIn Email WhatsApp Copy Link

Related Posts

ପିଏସ୍‌ୟୁ କର୍ମଚାରୀଙ୍କୁ ଦଶହରା ଭେଟି, ୨% ବଢିଲା ମହଙ୍ଗା ଭତ୍ତା

September 20, 2026

ନୂଆଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ, କ୍ଲିନ୍ ଏନର୍ଜି ଉତ୍ପାଦନ ଦିଗରେ ଓଡ଼ିଶା ଅଗ୍ରସର

September 20, 2026

କୋଟି କୋଟି LPG ଗ୍ରାହକଙ୍କ ପାଇଁ ବଡ଼ ଖବର: ଅକ୍ଟୋବର 1 ରୁ ପରିବର୍ତ୍ତନ ହେବ  ଏହି ନିୟମ 

September 20, 2026

“ପରିବେଶ ଓ ଜଳବାୟୁ ଗତିଶୀଳତାର ଭବିଷ୍ୟତ” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

September 19, 2026
Latest News

ଟ୍ରେନ୍‌ରେ କାହିଁକି ଏବଂ କେଉଁ ସ୍ଥାନରେ ବାଜିଥାଏ ୧୧ ପ୍ରକାର ହର୍ଣ୍ଣ

September 20, 2026

ଆସନ୍ତୁ ଜାଣିବା ଲାଲ ଅଙ୍ଗୁର ଆମ ଦେହ ପାଇଁ କେତେ ଉପକାରୀ

September 20, 2026

ଟ୍ରକକୁ ପିଟିଲା ଟ୍ରକ : ୨ ମୃତ 

September 20, 2026

ମହଙ୍ଗା ପଡ଼ିଲା ଜେଲ ଭିତରେ ମୋବାଇଲ ଦେବା ଘଟଣା: ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ସସ୍‌ପେଣ୍ଡ

September 20, 2026

ଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.