Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମନୀଷ ସିସୋଦିଆଙ୍କ ବଢିପାରେ ସମସ୍ୟା, ଅବକାରୀ ନୀତି ମାମଲାରେ ପ୍ରଥମ ଥର ପାଇଁ ଚାର୍ଜସିଟରେ ଆସିଲା ନାମ
ବିଶେଷ ଖବର

ମନୀଷ ସିସୋଦିଆଙ୍କ ବଢିପାରେ ସମସ୍ୟା, ଅବକାରୀ ନୀତି ମାମଲାରେ ପ୍ରଥମ ଥର ପାଇଁ ଚାର୍ଜସିଟରେ ଆସିଲା ନାମ

April 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ମାମଲାରେ ସିବିଆଇ ଆଜି ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ବୁଚି ବାବୁ, ଅର୍ଜୁନ ପାଣ୍ଡେ ଏବଂ ଅମନଦୀପ ଢଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହାପୂର୍ବରୁ, ସିସୋଦିଆଙ୍କ ନାମ କୌଣସି ଚାର୍ଜସିଟରେ ନଥିଲା। ଚାର୍ଜସିଟର ପ୍ରତ୍ୟେକ ବିନ୍ଦୁ ଉପରେ ଯୁକ୍ତି ପାଇଁ କୋର୍ଟ ମଇ ୧୨ ତାରିଖକୁ ସ୍ଥିର କରିଛନ୍ତି।

ବାସ୍ତବରେ ଅବକାରେ ନୀତିରେ ହୋଇଥିବା ଅନିୟମିତତାକୁ ସିବିଆଇ ଯାଞ୍ଚ କରୁଛି। ଏ ସମ୍ପର୍କରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଫେବୃଆରୀ ୨୬ ତାରିଖରେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଗିରଫ କରିଥିଲା। ଆବାକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ସିସୋଦିଆଙ୍କୁ ଜେରା କରିବା ବେଳେ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତିର ମୁଖ୍ୟ ଷଡଯନ୍ତ୍ରକାରୀ ମନୀଷ ସିସୋଦିଆ ବୋଲି ଇଡି କହିଛି।

ଅଭିଯୋଗ ହୋଇଛି ଯେ, ୨୦୨୧-୨୨ ପାଇଁ ଦିଲ୍ଲୀ ସରକାରଙ୍କ ଏକ୍ସାଇଜ୍ ପଲିସିରେ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ କରିବା ଦ୍ଵାରା କିଛି ଡିଲର ଉପକୃତ ହୋଇଥିଲେ। ଏଥିପାଇଁ ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଛି। ଗତ ସପ୍ତାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ପ୍ରସଙ୍ଗରେ ପ୍ରାୟ ନଅ ଘଣ୍ଟା ଧରି ସିବିଆଇ ପଚରାଉଚରା କରିଥିଲା। ମଦ ନୀତି ପ୍ରସଙ୍ଗକୁ ମିଥ୍ୟା ବୋଲି ବର୍ଣ୍ଣନା କରି କେଜ୍ରିୱାଲ ଏକ ଜାତୀୟ ଦଳ ହୋଇଥିବାରୁ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରୁଛନ୍ତି ବୋଲି କହିଥିଲେ।

ସେପଟେ ମନୀଷ ସିସୋଦିଆ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ତାଙ୍କ ଜାମିନ ଆବେଦନ ବେଳେ କୋର୍ଟରେ କହିଛନ୍ତି ଯେ, ତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର କୌଣସି ପ୍ରମାଣ ନାହିଁ। ଏହି ମାମଲାରେ ସମୁଦାୟ ୧୦ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ସିସୋଦିଆ ବ୍ୟତୀତ ସମସ୍ତେ ଜାମିନରେ ଅଛନ୍ତି। ଏଥି ସହ ବିଆରଏସ ନେତା ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ପଚରାଉଚରା କରାଯାଇଛି।

ସେପଟେ ମନୀଷ ସିସୋଦିଆଙ୍କ ପତ୍ନୀଙ୍କୁ ମଙ୍ଗଳବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଅଟୋମ୍ୟୁମ୍ୟୁନ ବ୍ୟାଧିରେ ପୀଡିତ। ମନୀଷ ସିସୋଦିଆଙ୍କ ଗିରଫ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ମୁଖ୍ୟ ଭାଭଗବନ୍ତ ମନ ସିସୋଦିଆଙ୍କ ବାସଭବନରେ ତାଙ୍କ ପତ୍ନୀଙ୍କୁ ଭେଟି ସମସ୍ତ ସାହାଯ୍ୟର ଆଶ୍ୱାସନା ଦେଇଥିଲେ। କେଜ୍ରିୱାଲ କହିଥିଲେ ଯେ, ସୀମା ସିସୋଦିଆ ଏକ ଗୁରୁତର ରୋଗରେ ପୀଡିତ।

ଅବକାରୀ ନୀତି ମାମଲା ବଢିପାରେ ସମସ୍ୟା ମନୀଷ ସିସୋଦିଆ ରାଉସ୍ ଆଭେନ୍ୟୁ କୋର୍ଟ ସିବିଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି

July 12, 2026

୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ

July 12, 2026

“ଆମ ଦଳକୁ ବିଭାଜିତ କରିବାକୁ ଚେଷ୍ଟା, ବିଧାୟକଙ୍କୁ ୩୦ କୋଟି ଅଫର”: ଓମାର ଅବଦୁଲ୍ଲାଙ୍କ ଦାବି

July 11, 2026
Latest News

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ଶ୍ରେଷ୍ଠତା ସଂପର୍କରେ ଜାଣିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ବତାଇଛନ୍ତି ପାଞ୍ଚୋଟି ପ୍ରସଂଗ

July 12, 2026

ସରକାରଙ୍କ ବିଭିନ୍ନ ସଫଳତାର ଗାଥାକୁ ନେଇ ପ୍ରକାଶିତ ଦୁଇଟି ବିଶେଷ ପୁସ୍ତକ ବାଣ୍ଟିଲେ ଉପ ମୁଖ୍ୟମନ୍ତ୍ରୀ

July 12, 2026

ଡିଜିଟାଲ ବ୍ୟବସାୟ ଜରିଆରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରୁଛି ଇ-ସରସ ଅନଲାଇନ୍‌ ବଜାର ଓ ମେଳା

July 12, 2026

ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.