Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅବକାରୀ ନୀତିର ମାଷ୍ଟରମାଇଣ୍ଡ ସଞ୍ଜୟ ସିଂ: କୋର୍ଟରେ ଯୁକ୍ତି ଉପସ୍ଥାପନ କଲା ଇଡି

ନୂଆଦିଲ୍ଲୀ: ସଞ୍ଜୟ ସିଂଙ୍କ ଜାମିନ ଆବେଦନ ଆଜି ରାଉସ୍ ଆଭେନ୍ୟୁ କୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ, ଇଡି ଆବେଦନ ଉପରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲା। ସଞ୍ଜୟ ସିଂଙ୍କ ବିରୋଧରେ ଏହାର ଅନେକ ସାକ୍ଷୀ ଥିବା ଇଡି କୋର୍ଟରେ କହିଛି। ଅନୁସନ୍ଧାନକାରୀ ଏଜେନ୍ସି ତାଙ୍କୁ ଅବକାରୀ ନୀତିର ମାଷ୍ଟରମାଇଣ୍ଡ ବୋଲି ବର୍ଣ୍ଣନା କରିଛି।

ଇଡି କୋର୍ଟଙ୍କୁ କହିଛି ଯେ, ଆମ୍ ଆଦମୀ ପାର୍ଟି ସାଂସଦଙ୍କ ନିର୍ଦ୍ଦେଶରେ ସର୍ବେଶ ମିଶ୍ର କେବଳ ପଞ୍ଜାବର ମଦ ବ୍ୟବସାୟୀଙ୍କଠାରୁ ଟଙ୍କା ନେଇଛନ୍ତି। ଅବକାରୀ ନୀତି ପ୍ରସ୍ତୁତ କରିବା ଏବଂ ଏହାର ପ୍ରତିବଦଳରେ ଲାଭ ଉଠାଇବା ପାଇଁ ସଞ୍ଜୟ ହେଉଛି ମାଷ୍ଟରମାଇଣ୍ଡ। ଆମର ନଗଦ କାରବାରର ମଧ୍ୟ ପ୍ରମାଣ ଅଛି, ଯାହା କଲ୍ ଡିଟେଲ୍ ରେକର୍ଡ (CDR) ଦ୍ୱାରା ପ୍ରମାଣିତ।

ଏଜେନ୍ସି କହିଛି ଯେ, ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ସମୀର ମହେନ୍ଦ୍ର ମଧ୍ୟ ତାଙ୍କୁ ୩ କୋଟି ଟଙ୍କା ଦେଇଛନ୍ତି। ଏହି ମାମଲାର ଅନ୍ୟ ଅଭିଯୁକ୍ତ ଦୀନେଶ ଆରୋରା ମଧ୍ୟ ଏହା ସ୍ୱୀକାର କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଘଟଣାରେ ରେଷ୍ଟୁରାଣ୍ଟ ବ୍ୟବସାୟୀ ଦୀନେଶ ଜଣେ ସରକାରୀ ସାକ୍ଷୀ ହୋଇଛନ୍ତି। ଏଜେନ୍ସି କହିଛି ଯେ, କେବଳ ଏଫଆଇଆର ନାମ ଏବଂ ସାକ୍ଷୀଙ୍କ ବିବୃତ୍ତି ଆଧାରରେ ଗିରଫକୁ ଭୁଲ ବୋଲି କହିବା ଠିକ ନୁହେଁ।

‘ସାକ୍ଷୀ ପ୍ରଥମେ ତାଙ୍କ ନାମ ନେଇ ନଥିଲେ’:

ତଦନ୍ତକାରୀ ସଂସ୍ଥା କୋର୍ଟଙ୍କୁ କହିଛି ଯେ, ଗୌତମ ମାଲହୋତ୍ରା, ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କ ନାମ ପ୍ରଥମେ ଏହି ମାମଲାରେ ଆସି ନଥିଲା କାରଣ ଏହି ତିନି ଜଣ ବ୍ୟକ୍ତି ବହୁତ ପ୍ରଭାବଶାଳୀ ଥିଲେ। ତେଣୁ, ସାକ୍ଷୀ ଭୟ ହେତୁ ପୂର୍ବରୁ ସେମାନଙ୍କ ନାମ ନେଇ ନଥିଲେ, କିନ୍ତୁ ପରେ ନିଜ ସୁରକ୍ଷା ବିଷୟରେ ନିଶ୍ଚିତ ହେବା ପରେ ସେ ସେମାନଙ୍କ ନାମ ନେଇଥିଲେ।

ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୨ ରେ ହେବ:

ଏହା ବ୍ୟତୀତ, ସର୍ଚ୍ଚ ଅପରେସନ୍ ସମୟରେ ଇଡି ତାଙ୍କ ଘରୁ କିଛି ଗୋପନୀୟ ଦଲିଲ ମଧ୍ୟ ପାଇଥିଲେ, ଯାହା ଜଣାପଡୁଛି ଯେ ସଞ୍ଜୟ ସିଂ କିଛି ଇଡି କର୍ମଚାରୀଙ୍କ ମାଧ୍ୟମରେ ତାଙ୍କ ଅନୁସନ୍ଧାନ ଉପରେ ନଜର ରଖିଥିଲେ। ବର୍ତ୍ତମାନ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୨ ତାରିଖରେ ହେବ ଏବଂ ସେହି ଦିନ ସଞ୍ଜୟ ସିଂଙ୍କ ଓକିଲ ଇଡି ଯୁକ୍ତିର ଉତ୍ତର ଦେବେ।

Categories
ଆଜିର ଖବର ଜାତୀୟ ଖବର

ସାଂସଦ ସଞ୍ଜୟ ସିଂଙ୍କୁ ପାଞ୍ଚ ଦିନ ପାଇଁ ଇଡି ରିମାଣ୍ଡରେ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଆଜି ରାଉସ୍ ଆଭେନ୍ୟୁ କୋର୍ଟ ଇଡି ରିମାଣ୍ଡରେ ପଠାଇଛନ୍ତି। ଇଡି ଦଶ ଦିନର ରିମାଣ୍ଡ ମାଗିଥିଲା, କିନ୍ତୁ ପାଞ୍ଚ ଦିନର ରିମାଣ୍ଡ ଦିଆଯାଇଛି।

ନର୍ଥ ଏଭେନ୍ୟୁରେ ଥିବା ତାଙ୍କ ସରକାରୀ ବାସଭବନରେ ଅନେକ ଘଣ୍ଟା ଧରି ଚଢାଉ ଓ ପଚରାଉଚରା ପରେ ସିଂଙ୍କୁ ବୁଧବାର ଦିନ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଗିରଫ କରିଥିଲା। ପ୍ରକୃତରେ, ଇଡି ଅଭିଯୋଗ କରିଛି ଯେ, କିଛି ଡିଲରଙ୍କ ସୁବିଧା ପାଇଁ ଲାଞ୍ଚ ନିଆଯାଇଛି।

କେଉଁ ଯୁକ୍ତି ଦିଆଗଲା?:

ଏହି ମାମଲାର ଶୁଣାଣି ସମୟରେ AAP ନେତା ସଞ୍ଜୟ ସିଂ କୋର୍ଟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନରେ ​​ହାରୁଛନ୍ତି। ଏହି କାରଣରୁ ଏହି ଲୋକମାନେ ଏହା କରୁଛନ୍ତି। ଶ୍ରୀ ସିଂଙ୍କ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ମୋହିତ ମଥୁର କହିଛନ୍ତି ଯେ, କେଉଁ ଆଧାରରେ ଗିରଫ କରାଯାଇଥିଲା ତାହା ଜଣାଇବା ଉଚିତ୍। ଆମକୁ ରିମାଣ୍ଡ ପେପର ଦିଆଯିବା ଉଚିତ୍ |

ସିଂଙ୍କ ଓକିଲଙ୍କ ଯୁକ୍ତି ଉପରେ ତୁରନ୍ତ ତାଙ୍କୁ ରିମାଣ୍ଡ ପେପର ଦିଆଯାଇଥିଲା।

ଇଡି କ’ଣ କହିଲା?:

ଇଡିର ଓକିଲ କୋର୍ଟରେ ଦାବି କରିଛନ୍ତି ଯେ, ଦୁଇଟି ଅଲଗା କାରବାର ହୋଇଛି। ଏଥିରେ ମୋଟ ୨ କୋଟି ଟଙ୍କାର କାରବାର ହୋଇଛି। ଦୀନେଶ ଆରୋରାଙ୍କ ବିବୃତ୍ତି ଅନୁଯାୟୀ ସେ ଫୋନ୍ ମାଧ୍ୟମରେ ଏହି କାରବାରକୁ ଗ୍ରହଣ କରିଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ରିମାଣ୍ଡ ପେପରରେ ସଞ୍ଜୟ ସିଂଙ୍କ ଘରେ ଟଙ୍କା କାରବାର ବିଷୟରେ ଉଲ୍ଲେଖ ରହିଛି। ସଞ୍ଜୟ ସିଂଙ୍କ ଘରେ ପ୍ରଥମ କିସ୍ତିରେ ୧ କୋଟି ଏବଂ ଦ୍ୱିତୀୟ କିସ୍ତିରେ ୧ କୋଟି ଟଙ୍କା କାରବାର ହୋଇଥିବା କୁହାଯାଇଛି।

ଇଡିର ରିମାଣ୍ଡ ପେପରରେ ଇଣ୍ଡୋ ସ୍ପ୍ରିଟ୍ ମାଧ୍ୟମରେ ଟଙ୍କା କାରବାର ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏଜେନ୍ସି କହିଛି ଯେ, ସଞ୍ଜୟ ସିଂଙ୍କ କର୍ମଚାରୀ ସର୍ବେଶଙ୍କୁ ତାଙ୍କ (ସଞ୍ଜୟ ସିଂଙ୍କ) ଘରେ ଟଙ୍କା ଦିଆଯାଇଥିଲା। ଦୀନେଶ ଆରୋରା ଏହା ନିଶ୍ଚିତ କରିଛନ୍ତି।

ଇଡି କହିଛି ଯେ, ସଞ୍ଜୟ ସିଂଙ୍କ ଘରେ ୨ କୋଟି ଟଙ୍କା ଦିଆଯାଇଥିବା ଦୀନେଶ ଆରୋରାଙ୍କ କର୍ମଚାରୀ କହିଛନ୍ତି। ଏହା ବ୍ୟତୀତ ଇଣ୍ଡୋ ସ୍ପ୍ରିଟ୍ ଅଫିସରୁ ସିଂଙ୍କ ଘରକୁ ମଧ୍ୟ ୧କୋଟି ଟଙ୍କା ଦିଆଯାଇଥିଲା। ଗତକାଲି କରାଯାଇଥିବା ସନ୍ଧାନରେ ମିଳିଥିବା ଡିଜିଟାଲ ପ୍ରମାଣ ବିଷୟରେ ଜେରା କରାଯିବ। ଆମେ ସିଂଙ୍କ ଫୋନ୍ ଜବତ କରିଛୁ। କିଛି ଯୋଗାଯୋଗ ନମ୍ବର ମିଳିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କୋଇଲା ବ୍ଲକ ଆବଣ୍ଟନ ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଛତିଶଗଡରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ଦର୍ଡାଙ୍କୁ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କ ପୁଅ ଦେବେନ୍ଦର ଦର୍ଡା ଏବଂ ଏମଏସ ଜେଏଲଡି ୟଭତମାଲ ଏନର୍ଜି ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ମନୋଜ କୁମାର ଜୟଶ୍ଵାଲଙ୍କୁ ମଧ୍ୟ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଏହି ମାମଲାରେ କୋର୍ଟ ପୂର୍ବତନ କୋଇଲା ସଚିବ ଏଚ୍.ସି ଗୁପ୍ତା, ଦୁଇ ବରିଷ୍ଠ ସରକାରୀ କର୍ମଚାରୀ କେ.ଏସ୍ କ୍ରୋଫା ଏବଂ କେସି ସମରିଆଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ପୂର୍ବତନ କଂଗ୍ରେସ ରାଜ୍ୟସଭା ସାଂସଦ ବିଜୟ ଦର୍ଡା ଏବଂ ତାଙ୍କ ପୁଅ ଦେବେନ୍ଦ୍ର ଦର୍ଡାଙ୍କ ଉପରେ ରାଉସ୍ ଆଭେନ୍ୟୁ କୋର୍ଟ ମଧ୍ୟ ୧୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ମନୋଜ କୁମାର ଜୟଶ୍ଵାଲଙ୍କ ଉପରେ ୧୫ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ପୂର୍ବତନ କୋଇଲା ସଚିବ ଏଚ୍.ସି ଗୁପ୍ତାଙ୍କୁ ତିନି ବର୍ଷ ଜେଲଦଣ୍ଡ ବ୍ୟତୀତ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଏହି ମାମଲାରେ ଦୋଷୀଙ୍କୁ ସର୍ବାଧିକ ଦଣ୍ଡ ଦେବାକୁ ସିବିଆଇ ଦାବି କରିଛି।

Categories
ବିଶେଷ ଖବର

ମନୀଷ ସିସୋଦିଆଙ୍କ ବଢିପାରେ ସମସ୍ୟା, ଅବକାରୀ ନୀତି ମାମଲାରେ ପ୍ରଥମ ଥର ପାଇଁ ଚାର୍ଜସିଟରେ ଆସିଲା ନାମ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ମାମଲାରେ ସିବିଆଇ ଆଜି ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ବୁଚି ବାବୁ, ଅର୍ଜୁନ ପାଣ୍ଡେ ଏବଂ ଅମନଦୀପ ଢଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହାପୂର୍ବରୁ, ସିସୋଦିଆଙ୍କ ନାମ କୌଣସି ଚାର୍ଜସିଟରେ ନଥିଲା। ଚାର୍ଜସିଟର ପ୍ରତ୍ୟେକ ବିନ୍ଦୁ ଉପରେ ଯୁକ୍ତି ପାଇଁ କୋର୍ଟ ମଇ ୧୨ ତାରିଖକୁ ସ୍ଥିର କରିଛନ୍ତି।

ବାସ୍ତବରେ ଅବକାରେ ନୀତିରେ ହୋଇଥିବା ଅନିୟମିତତାକୁ ସିବିଆଇ ଯାଞ୍ଚ କରୁଛି। ଏ ସମ୍ପର୍କରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଫେବୃଆରୀ ୨୬ ତାରିଖରେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଗିରଫ କରିଥିଲା। ଆବାକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ସିସୋଦିଆଙ୍କୁ ଜେରା କରିବା ବେଳେ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତିର ମୁଖ୍ୟ ଷଡଯନ୍ତ୍ରକାରୀ ମନୀଷ ସିସୋଦିଆ ବୋଲି ଇଡି କହିଛି।

ଅଭିଯୋଗ ହୋଇଛି ଯେ, ୨୦୨୧-୨୨ ପାଇଁ ଦିଲ୍ଲୀ ସରକାରଙ୍କ ଏକ୍ସାଇଜ୍ ପଲିସିରେ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ କରିବା ଦ୍ଵାରା କିଛି ଡିଲର ଉପକୃତ ହୋଇଥିଲେ। ଏଥିପାଇଁ ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଛି। ଗତ ସପ୍ତାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ପ୍ରସଙ୍ଗରେ ପ୍ରାୟ ନଅ ଘଣ୍ଟା ଧରି ସିବିଆଇ ପଚରାଉଚରା କରିଥିଲା। ମଦ ନୀତି ପ୍ରସଙ୍ଗକୁ ମିଥ୍ୟା ବୋଲି ବର୍ଣ୍ଣନା କରି କେଜ୍ରିୱାଲ ଏକ ଜାତୀୟ ଦଳ ହୋଇଥିବାରୁ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରୁଛନ୍ତି ବୋଲି କହିଥିଲେ।

ସେପଟେ ମନୀଷ ସିସୋଦିଆ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ତାଙ୍କ ଜାମିନ ଆବେଦନ ବେଳେ କୋର୍ଟରେ କହିଛନ୍ତି ଯେ, ତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର କୌଣସି ପ୍ରମାଣ ନାହିଁ। ଏହି ମାମଲାରେ ସମୁଦାୟ ୧୦ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ସିସୋଦିଆ ବ୍ୟତୀତ ସମସ୍ତେ ଜାମିନରେ ଅଛନ୍ତି। ଏଥି ସହ ବିଆରଏସ ନେତା ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ପଚରାଉଚରା କରାଯାଇଛି।

ସେପଟେ ମନୀଷ ସିସୋଦିଆଙ୍କ ପତ୍ନୀଙ୍କୁ ମଙ୍ଗଳବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଅଟୋମ୍ୟୁମ୍ୟୁନ ବ୍ୟାଧିରେ ପୀଡିତ। ମନୀଷ ସିସୋଦିଆଙ୍କ ଗିରଫ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ମୁଖ୍ୟ ଭାଭଗବନ୍ତ ମନ ସିସୋଦିଆଙ୍କ ବାସଭବନରେ ତାଙ୍କ ପତ୍ନୀଙ୍କୁ ଭେଟି ସମସ୍ତ ସାହାଯ୍ୟର ଆଶ୍ୱାସନା ଦେଇଥିଲେ। କେଜ୍ରିୱାଲ କହିଥିଲେ ଯେ, ସୀମା ସିସୋଦିଆ ଏକ ଗୁରୁତର ରୋଗରେ ପୀଡିତ।

Categories
ଆଜିର ଖବର ଜାତୀୟ ଖବର

ତୃତୀୟ ଚାର୍ଜସିଟରେ ମଧ୍ୟ ମନୀଷ ସିସୋଦିଆଙ୍କ ନାମ ନାହିଁ: ଆମ୍ ଆଦମୀ ପାର୍ଟିର ଦୃଢୋକ୍ତି

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଆଜି ଇଡି ଏକ ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍ ରାଜେଶ ଯୋଶୀ, ରାଘବ ମଗୁଣ୍ଟା ଏବଂ ଗୌତମ ମାଲହୋତ୍ରାଙ୍କ ବିରୋଧରେ ଦାଖଲ କରାଯାଇଛି। ଏହି ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (AAP) ଏକ ବଡ ଦାବି କରିଛି ଯେ, ଇଡିର ତୃତୀୟ ଚାର୍ଜସିଟରେ ମଧ୍ୟ ମନୀଷ ସିସୋଦିଆଙ୍କ ନାମ ନାହିଁ। ସିସୋଦିଆଙ୍କ ନାମ ପ୍ରଥମ ଏବଂ ଦ୍ୱିତୀୟ ଚାର୍ଜସିଟରେ ମଧ୍ୟ ନଥିଲା।

ଏପ୍ରିଲ୍ ୧୪ ତାରିଖରେ ରାଉସ୍ ଆଭେନ୍ୟୁ କୋର୍ଟ ଚାର୍ଜସିଟ୍ ଶୁଣାଣି କରିବେ। ଇଡି କୋର୍ଟଙ୍କୁ କହିଛନ୍ତି ଯେ, ଫେବୃଆରୀ ୭ ତାରିଖରେ ମାଲହୋତ୍ରା, ଫେବୃଆରୀ ୮ ତାରିଖରେ ରାଜେଶ ଏବଂ ଫେବୃଆରୀ ୧୦ ତାରିଖରେ ରାଘବ ମଗୁଣ୍ଟା ଗିରଫ ହୋଇଥିଲେ। ଅନ୍ୟପକ୍ଷରେ, ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛି ଏବଂ ଏଥିରେ ସମ୍ପୃକ୍ତ ଥିବା ନେଇ ନୂତନ ପ୍ରମାଣ ମିଳିଛି ବୋଲି କୋର୍ଟଙ୍କୁ ଇଡି କହିଛି।

ଏହି ସମୟରେ ସିସୋଦିଆ ପକ୍ଷରୁ ହାଜର ହୋଇଥିବା ଓକିଲ କହିଥିଲେ ଯେ, ଏ ବିଷୟରେ କୌଣସି ପ୍ରମାଣ ନାହିଁ। ସେମାନେ ସବୁକିଛି ଯାଞ୍ଚ କରି ଘରେ ଚଢାଉ କରିଥିଲେ ମଧ୍ୟ କିଛି ପାଇଲେ ନାହିଁ। ତାଙ୍କର କିମ୍ବା ପରିବାରର କୌଣସି ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନାହିଁ।

ପ୍ରକାଶ ଥାଉ ଯେ, ଅବକାରୀ ନୀତି ୨୦୨୧-୨୨ର ରୂପରେଖ ଏବଂ କାର୍ଯ୍ୟାନ୍ୱୟନରେ ଦୁର୍ନୀତି ଅଭିଯୋଗରେ ସିସୋଦିଆଙ୍କୁ ଫେବୃଆରୀ ୨୬ ତାରିଖରେ ଗିରଫ କରାଯାଇଥିଲା। ସେବେଠାରୁ ଆପ କେନ୍ଦ୍ର ସରକାର ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ଅଭିଯୋଗ କରିଆସୁଛି।