Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ଉପରେ ଜାତୀୟ ସମ୍ମିଳନୀକୁ ଉଦଘାଟନ କଲେ ଉପରାଷ୍ଟ୍ରପତି
ବିଶେଷ ଖବର

ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ଉପରେ ଜାତୀୟ ସମ୍ମିଳନୀକୁ ଉଦଘାଟନ କଲେ ଉପରାଷ୍ଟ୍ରପତି

April 26, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ନୂଆଦିଲ୍ଲୀ ଠାରେ ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ଉପରେ ଆୟୋଜିତ ଦିନିକିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ଦେଶର ୧୦୦ କୋଟି ଲୋକଙ୍କ ନିକଟରେ ପହଞ୍ଚିବା ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଥିଲେ ଯେ, ୨୦୧୪ରେ ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟର ଆରମ୍ଭ ହୋଇଥିଲା ଯାହାକି ଦେଶର ଭାଗ୍ୟ ବଦଳାଇ ଦେଇଥିଲା। ଏହି ପର୍ଯ୍ୟାୟ ଦେଶକୁ ନିରନ୍ତର ବିକାଶ ଏବଂ ଅବିରାମ ପ୍ରଗତି ପଥରେ ଆଗେଇ ନେଇଥିଲା। ମେଣ୍ଟ ସରକାରକୁ ବିକାଶ ପାଇଁ ଏକ ବାଧକ ବୋଲି ଅଭିହିତ କରି ଶ୍ରୀ ଧନଖଡ଼ କହିଥିଲେ ଯେ, ୨୦୧୪ରେ ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଭାରତରେ ଏକ ସ୍ଥିର ସରକାର ପ୍ରତିଷ୍ଠା ହୋଇଥିଲା। ସଂସଦରେ ଗୋଟିଏ ଦଳକୁ ସଂଖ୍ୟାଗରିଷ୍ଠତା ମିଳିଥିଲା। ସେ ଆହୁରି କହିଥିଲେ ଯେ ୨୦୧୪ରେ ପ୍ରଧାନମନ୍ତ୍ରୀ ମନ କୀ ବାତ ଜରିଆରେ ଜନସାଧାରଣଙ୍କ ସହିତ ବ୍ୟକ୍ତିଗତ ଭାବେ ମତବିନିମୟ କରିବା ଲାଗି ଏକ ପ୍ରୟୋଗ କରିଥିଲେ। ଏହି ପ୍ରୟୋଗର ଆଉ ଏକ ପରିଣାମ ମିଳିଥିଲା, ତାହା ହେଉଛି ଯୋଗାଯୋଗର ପୁରାତନ ମାଧ୍ୟମ ରେଡିଓ ପୁଣିଥରେ ଲୋକଲୋଚନକୁ ଆସିପାରିଥିଲା।

ସମ୍ପୂର୍ଣ୍ଣ ଭାବେ ଅଣରାଜନୈତିକ ହୋଇଥିବାରୁ ଏହି ମାସିକ ରେଡିଓ କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏପରି କାର୍ଯ୍ୟକ୍ରମ ୧୦୦ ଅଧ୍ୟାୟ ପୂରଣ କରିବା ବାସ୍ତବରେ ପ୍ରଶଂସନୀୟ। ସେ ମନ କୀ ବାତକୁ ଆମ ସଭ୍ୟତାଗତ ଆଦର୍ଶର ଏକ ପ୍ରତିଫଳନ ଭାବେ ଅଭିହିତ କରିଥିଲେ।

ଉଦଘାଟନୀ କାର୍ଯ୍ୟକ୍ରମ ପରେ ଆୟୋଜିତ ଅଧ୍ୟାୟଗୁଡ଼ିକ ବିଷରେ ଆଲୋଚନା କରି ଉପରାଷ୍ଟ୍ରପତି କହିଥିଲେ ଯେ, ବର୍ତ୍ତମାନ ନାରୀ ଶକ୍ତିଙ୍କ ପାଇଁ ସବୁଠୁ ଶ୍ରେଷ୍ଠ ସମୟ ଏବଂ ମହିଳାମାନେ ସଫଳତାର ନୂଆ ଶିଖର ଛୁଇଁପାରୁଛନ୍ତି। ଆମର ରାଷ୍ଟ୍ରପତି ଜଣେ ଅସାଧାରଣ ପ୍ରତିଭାସମ୍ପନ୍ନ ଆଦିବାସୀ ମହିଳା। ସାଂସ୍କୃତିକ ଭାବେ ସମୃଦ୍ଧ ଦେଶ ନିଜର ଯୋଗଦାନକୁ ଭୁଲି ଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ନିଜର ମନ କୀ ବାତ୍‌ କାର୍ଯ୍ୟକ୍ରମ ଜରିଆରେ ପୁଣିଥରେ ସେହି ଭାବନାକୁ ଜାଗ୍ରତ କରିବା ପ୍ରଶଂସାଯୋଗ୍ୟ ବୋଲି ଉପରାଷ୍ଟ୍ରପତି କହିଥିଲେ।

ଶ୍ରୀ ଧନଖଡ଼ କହିଥିଲେ ଯେ ୨୦୪୭ରେ ଭାରତ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ ସେହି ସମୟରେ ଭାରତ@୧୦୦ର ସ୍ଥିତି କ’ଣ ହେବ ସେଥିପାଇଁ ମନ କୀ ବାତ୍‌ @୧୦୦ ଜରିଆରେ ଏକ ଦୃଢ଼ ମୂଳଦୁଆ ପ୍ରତିଷ୍ଠା କରାଯାଇଛି। ଦେଶରୁ ନକାରାତ୍ମକ ଭାବନା ଦୂର କରିବା ଓ ସକାରାତ୍ମକତା ଜାଗ୍ରତ କରିବାରେ ଏହି କାର୍ଯ୍ୟକ୍ରମର ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏପରି ସମୟ ଥିଲା ଭାରତ ଆଶା ହରାଇଥିଲା ଏବଂ ବିଶ୍ୱବ୍ୟାପୀ ଆମର ଛବି ମଳିନ ପଡ଼ିଯାଇଥିଲା, କିନ୍ତୁ ଏବେ ଭାରତ କିଭଳି ଶୀର୍ଷ ଛୁଇଁପାରିଛି ତାହା ଆମେ ସମସ୍ତେ ଦେଖିପାରୁଛୁ।

ଅତି କମ ସମୟ ମଧ୍ୟରେ ମନ କୀ ବାତ୍‌ କାର୍ଯ୍ୟକ୍ରମ ସ୍ଥାନୀୟ କାରୀଗର, ପ୍ରତିଭା ଓ କୌଶଳକୁ ପ୍ରସିଦ୍ଧି ଦେଇଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଭାଜିତ ଦେଶ ନିଜ ପ୍ରତିଭାକୁ ଉପଯୋଗ କରିବାକୁ ସକ୍ଷମ ହେନଥିବା ସମୟରେ ଏହି କାର୍ଯ୍ୟକ୍ରମ ଦେଶର ବିବିଧତା ମଧ୍ୟରେ ଏକତା ଭାବନାକୁ ଜାଗ୍ରତ କରିପାରିଛି। ଏହା ଜନଆନ୍ଦୋଳନର ଏକ ଅଗ୍ରଦୂତ ଯାହାର ଉଦାହରଣ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଆହ୍ୱାନ ସମୟରେ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଆମ ଜନସାଧାରଣଙ୍କ ମଧ୍ୟରେ ଆଶାଆକାଂକ୍ଷା ଜାଗ୍ରତ କରିବା ସହିତ ସେମାନଙ୍କୁ ଆଗକୁ ବଢ଼ିବା ଲାଗି ଅନୁପ୍ରାଣିତ କରିଥିବା ଉପରାଷ୍ଟ୍ରପତି କହିଥିଲେ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ମନ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ନେଇ ପ୍ରସ୍ତୁତ ହୋଇଛି। ଏହି କାର୍ଯ୍ୟକ୍ରମ ଭାରତର ସାଧାରଣ ଜନତାଙ୍କ ସଫଳତାକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏବଂ ଏଥିପାଇଁ ଚୟନ କରାଯାଇଥିବା ମାଧ୍ୟମ ପ୍ରକୃତରେ ଏକ ଗଣମାଧ୍ୟମ।

ମନ କୀ ବାତର ବିଭିନ୍ନ ଅଧ୍ୟାୟରେ ଉଲ୍ଲେଖ କରାଯାଇଥିବା ୧୦୬ ଜଣ ଅତିଥିମାନଙ୍କର ଉପସ୍ଥିତି ପାଇଁ କେନ୍ଦ୍ର ମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ। ସେ ଆହୁରି କହିଥିଲେ ଯେ ମନ କୀ ବାତର ୯୯ଟି ଅଧ୍ୟାୟରେ ୭୦୦ରୁ ଅଧିକ ଲୋକ ଏବଂ ସଂଗଠନର ସଫଳତା ବିଷୟରେ ଉଲ୍ଲେଖ କରାଯାଇଛି। ସରକାର ଖେଲୋ ଇଣ୍ଡିଆ ଅଭିଯାନ ଜରିଆରେ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ଲାଗି ଚେଷ୍ଟା କରିଥିବା ବେଳେ ମନ କୀ ବାତ୍‌ ସେମାନଙ୍କର ସଫଳତାକୁ ଦେଶର ଘରେ ଘରେ ପହଞ୍ଚାଇ ପାରିଛି।

ମନ କୀ ବାତ୍‌ ଜନସାଧାରଣଙ୍କ ବ୍ୟବହାରକୁ ପ୍ରଭାବିତ କରିବା ଲାଗି ଏକ ବ୍ୟବସ୍ଥା ଭାବେ କାମ କରିଛି ବୋଲି ଆଇଆଇଏମ ରୋହତକର ସର୍ବେକ୍ଷଣରୁ ଜଣାପଡ଼ିଛି। ଏହାର ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ନିଜ ଛୋଟ ଝିଅର ଅଙ୍ଗଦାନ କରିଥିବା ଏକ ଦମ୍ପତିଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ନିଜର ମନ କୀ ବାତ କାର୍ଯ୍ୟକ୍ରମରେ ଉଲ୍ଲେଖ କରିଥିଲେ ଯାହାକି ଦେଶର ପ୍ରତ୍ୟେକ ପରିବାରକୁ ପ୍ରଭାବିତ କରିଥିଲା।

ଶ୍ରୀ ଠାକୁର କହିଥିଲେ ଯେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରିବା ସମୟରେ ଆମେ ଦେଶର ଛୋଟ ଛୋଟ ସ୍ଥାନରେ ପ୍ରସ୍ତୁତ ଉପହାର ବିଦେଶୀ ଅତିଥିମାନଙ୍କୁ ଦେଇଥାନ୍ତି, ଏହା ଭାରତର କୋଣଅନୁକୋଣରେ ପ୍ରସ୍ତୁତ ଉତ୍ପାଦକୁ ବିଶ୍ୱସ୍ତରରେ ପରିଚିତି ଓ ପ୍ରସିଦ୍ଧି ଦେଇଥାଏ। ବିଶ୍ୱବ୍ୟାପୀ କରାଯାଇଥିବା ଏକାଧିକ ସର୍ବେକ୍ଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଭାବେ ମାନ୍ୟତା ମିଳିଛି, ଏହା କେବଳ ମନ କୀ ବାତ୍‌ ଭଳି କାର୍ଯ୍ୟକ୍ରମ କାରଣରୁ ହୋଇପାରିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ନିକଟରେ ଆପ୍‌ଲ୍‌ ସିଇଓ ଟିମ୍‌ କୁକ୍‌ ଭାରତ ଗସ୍ତରେ ଆସିଥିବା ସମ୍ପର୍କରେ ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଆଜି ସାରା ବିଶ୍ୱ ଭାରତକୁ ଆଶାପୂର୍ଣ୍ଣ ଦୃଷ୍ଟିରେ ଚାହୁଁଛି ଏବଂ ଏହାର ଅର୍ଥବ୍ୟବସ୍ଥା ବୈଶ୍ୱିକ ନିରାଶା ସମୟରେ ଆଶାର ଏକ ଆଲୋକବର୍ତ୍ତିକା ସାଜିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ରେଡିଓ କାର୍ଯକ୍ରମ ପାଇଁ ଦେଶବାସୀଙ୍କ ଠାରୁ ମତାମତ ଲୋଡ଼ିଥାନ୍ତି। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ମନ କୀ ବାତର ମାତ୍ର ୧୫ଟି ଅଧ୍ୟାୟ ପାଇଁ  ୬୧ ହଜାର ମତାମତ ମିଳିଥିଲା। ୨୦୧୭ରେ ଏହି କାର୍ଯ୍ୟକ୍ରମ ଅଧିକ ସମ୍ପ୍ରସାରିତ ହୋଇଥିଲା ଏବଂ ଏହାକୁ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ପ୍ରସାରଣ କରାଯାଇଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଆଜିର କାର୍ଯ୍ୟକ୍ରମରେ ୧୦୬ ଜଣ ସଫଳ ବ୍ୟକ୍ତିବିଶେଷ ଯୋଗ ଦେବା ପ୍ରଧାନମନ୍ତ୍ରୀଙ୍କ ସାମୁଦାୟିକ ସହଭାଗିତା ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ଯାହାକି ସାମାଜିକ ପରିବର୍ତ୍ତନର ଏକ ବାହକ। ଲୋକମାନଙ୍କୁ ଅନୁପ୍ରାଣିତ କରିବା ଓ ସଶକ୍ତ କରିବା ଲାଗି ମନ କୀ ବାତର ସାମାଜିକ ପ୍ରଭାବକୁ ସେ ପ୍ରଶଂସା କରିଥିଲେ। ଆକାଶବାଣୀର ଇତିହାସରେ ମନ କୀ ବାତ୍‌ ସବୁଠାରୁ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ହୋଇପାରିଛି ବୋଲି ସେ କହିଥିଲେ।

ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ପତ୍ନୀ ଡକ୍ଟର ସୁଦେଶ ଧନଖଡ଼, ପ୍ରସାର ଭାରତୀ ସିଇଓ ଗୌରବ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଉପରାଷ୍ଟ୍ରପତି ମନ କୀ ବାତ୍‌ର ଯାତ୍ରା ବିଷୟରେ ଉଲ୍ଲେଖ କରୁଥିବା ‘ମନ କୀ ବାତ୍‌ ଆଟ୍‌ ୧୦୦ ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଏହାଛଡ଼ା ପ୍ରସାରଣ ଭାରତୀର ପୂର୍ବତନ ସିଇଓ ଏସ.ଏସ ଭେମ୍ପତିଙ୍କ ରଚିତ ପୁସ୍ତକ ‘କଲେକ୍ଟିଭ୍‌ ସ୍ପିରିଟ୍‌, କଂକ୍ରିଟ୍‌ ଆକ୍ସନ’କୁ ମଧ୍ୟ ଉନ୍ମୋଚନ କରିଥିଲେ। ଏହି ପୁସ୍ତକରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଜନସାଧାରଣଙ୍କ ସହିତ ସାମାଜିକ, ଆର୍ଥିକ, ପରିବେଶ, ସାଂସ୍କୃତିକ, ସ୍ୱାସ୍ଥ୍ୟ ଓ ଫିଟନେସ ଭଳି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ ବିଷୟରେ ବର୍ଣ୍ଣନା କରାଯାଇଛି।

ଏହି ଦିନିକିଆ କାର୍ଯ୍ୟକ୍ରମରେ ନାରୀ ଶକ୍ତି, ବିରାସତ କା ଉଠାନ, ଜନ ସମ୍ବାଦ ସେ ଆତ୍ମନିର୍ଭରତା ଓ ଆହ୍ୱାନ ସେ ଜନ ଆନ୍ଦୋଳନ ଆଦି ବିଷୟବସ୍ତୁ ଉପରେ ଚାରିଟି ଅଧିବେଶନ ଆୟୋଜନ କରାଯାଉଛି।

ସୂଚନା ଯୋଗ ଯେ ୩୦ ଏପ୍ରିଲ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ପ୍ରସାରଣ କରାଯିବ।

ଅନୁରାଗ ସିଂ ଠାକୁର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଜାତୀୟ ସମ୍ମିଳନୀ ମନ କୀ ବାତ୍‌
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026
Latest News

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.