Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅପରାଧୀ ନେତାଙ୍କୁ ସମର୍ଥନ ଦେଇ ବିଜେପି ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି: ବିଜେଡି
ବିଶେଷ ଖବର

ଅପରାଧୀ ନେତାଙ୍କୁ ସମର୍ଥନ ଦେଇ ବିଜେପି ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି: ବିଜେଡି

April 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJD
ଅପରାଧୀ ନେତାଙ୍କୁ ସମର୍ଥନ ଦେଇ ବିଜେପି ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି: ବିଜେଡି

ଭୁବନେଶ୍ୱର: ଜେଲ ଫେରନ୍ତା ଅଭ୍ୟାସଗତ ଅପରାଧୀ ଓ ହତ୍ୟା ଅଭିଯୁକ୍ତ ଈରାଶିଷ ଆଚାର‌୍ୟ୍ୟଙ୍କୁ ଭାରତୀୟ ଜନତା ପାର୍ଟିର ନେତାମାନେ ଶୋଭାଯାତ୍ରାରେ ବୁଲାଇ ସ୍ଵାଗତ ସମ୍ବର୍ଦ୍ଧନା ଦେଉଛନ୍ତି। ସଂଗୀନ ଅପରାଧରେ ଜଡ଼ିତ ବାହୁବଳି ନେତାଙ୍କୁ ଏଭଳି ପ୍ରୋତ୍ସାହନ କେବଳ ୟୁପି, ବିହାରରେ ଦେଖିବାକୁ ମିଳେ।

ଓଡ଼ିଶାରେ ଏଭଳି କରି ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କୁ ବିଜେପି କି ବାର୍ତ୍ତା ଦେବାକୁ ଚାହୁଁଛି ? ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ବିଜେପିକୁ ତୀବ୍ର ସମାଲୋଚନା କରାଯିବା ସହ ଏଭଳି ପ୍ରଶ୍ନ ପଚରାଯାଇଛି।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଲେ ଯେ ଈରାଶିଷଙ୍କ ନାଁରେ ଏକାଧିକ ସଂଗିନ ଅପରାଧିକ ମାମଲା ରହିଛି। ବିଜେପି ନେତାମାନଙ୍କ ଛତ୍ରଛାୟା ତଳେ ରହି ବିଭିନ୍ନ ଅପରାଧ ଘଟାଇ ଆତଙ୍କ ସୃଷ୍ଟି କରୁଥିବା ଈରାଶିଷଙ୍କୁ ଏହି କାରଣରୁ ଓଡ଼ିଶା ବିଜେପି ରାଜ୍ୟ ଯୁବମୋର୍ଚ୍ଚାର ସଭାପତି କରିଛି । ଏକଥା ଦଳ ଭିତରେ ଓ ଦଳ ବାହାରେ ସମସ୍ତେ ଜାଣନ୍ତି।

ଈରାଶିଷଙ୍କ ଅପରାଧିକ ପୃଷ୍ଠଭୂମିର ଅବତାରଣା କରି ଶ୍ରୀ ଦାସ କହିଲେ, ଜୁନ୍ ୨୦୧୮ରେ ଭଟଲିରେ ଥିବା ତାଙ୍କ ଘର ସାମ୍ନାରେ ଥିବା ବିଜେପି ଅଫିସରେ ଜଣେ ଯୁବକକୁ ଗୁଳି କରି ହତ୍ୟା ମାମଲାର ଅଭିଯୁକ୍ତ ଈରାଶିଷ ଗିରଫ ହୋଇ ଜେଲ ଯାଇଥିଲେ ଏବଂ ଦୀର୍ଘ ଦିନ ଜେଲରେ ରହିବା ପରେ ଜାମିନରେ ମୁକୁଳିଥିଲେ।

ଗତ ଫେବୃୟାରୀ ୨୮ ତାରିଖରେ ଈରାଶିଷ ଓ ତାଙ୍କର ଗୁଣ୍ଡା ବାହିନୀ ବିକ୍ଷୋଭ ନାଁରେ ରାଜଧାନୀ ଭୁବନେଶ୍ଵରର ଛାତି ଉପରେ କିପରି ହିଂସା ଓ ଆତଙ୍କ ସୃଷ୍ଟି କରିଥିଲେ, ତାହା ଓଡ଼ିଶାବାସୀ ଦେଖିଛନ୍ତି। ସେଦିନ ସେମାନଙ୍କ ବର୍ବର ଆକ୍ରମଣରେ ୨୧ ପୁଲିସ ଆହତ ହୋଇଥିଲେ। କେବଳ ସେତିକି ନୁହେଁ, ସେମାନେ ପେଟ୍ରୋଲ ବମ୍ ଫିଙ୍ଗି ପୁଲିସ ଗାଡ଼ି ପୋଡ଼ିବାକୁ ବି ଉଦ୍ୟମ କରିଥିଲେ। ଏହି ମାମଲାରେ ଗିରଫ ହୋଇ ଈରାଶିଷ ପ୍ରାୟ ଦେଢ଼ ମାସ କାଳ ଜେଲରେ ରହିବା ପରେ ନିକଟରେ ଜାମିନରେ ବାହାରିଛନ୍ତି।

ଦୁର୍ଭାଗ୍ୟର ବିଷୟ ହେଲା, ଏଭଳି ଏକାଧିକ ଜଘନ୍ୟ ମାମଲାରେ ଲିପ୍ତ ଜଣେ ଆତଙ୍କ ସୃଷ୍ଟିକାରୀ ଅଭ୍ୟାସଗତ ଅପରାଧୀକୁ ଦଳରୁ ବହିଷ୍କାର କରିବା ପରିବର୍ତ୍ତେ ରାଜ୍ୟ ବିଜେପିର କିଛି ନେତା ଈରାଶିଷଙ୍କୁ ବିଭିନ୍ନ ଅଞ୍ଚଳରେ ଶୋଭାଯାତ୍ରାରେ ବୁଲାଇ ସମ୍ବର୍ଦ୍ଧନା ଦେଉଛନ୍ତି।

ୟୁପି, ବିହାର ଭଳି ଅପରାଧପ୍ରବଣ ରାଜ୍ୟରେ ରାଜନୀତି ସହ ସଂପୃକ୍ତି ଥିବା କିଛି ବାହୁବଳି ଜଘନ୍ୟ ଅପରାଧୀ ଓ ମାଫିଆମାନେ ଜେଲରୁ ମୁକୁଳିଲେ ସେମାନଙ୍କ ଦଳ ପକ୍ଷରୁ ଏମିତି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଏ। ଅନୁରୂପ ଭାବେ ଓଡ଼ିଶାରେ ଜଣେ ଅଭ୍ୟାସଗତ ଅପରାଧୀକୁ ସ୍ୱାଗତ ଜଣାଇ ରାଜ୍ୟ ବିଜେପି ଓଡ଼ିଶାବାସୀଙ୍କୁ କ’ଣ ବାର୍ତ୍ତା ଦେବାକୁ ଚାହୁଁଛି ?

ସେ ଆହୁରି କହିଲେ ଯେ ପୂର୍ବରୁ ଅପରାଧ ପୃଷ୍ଠଭୂମି ଥିବା ଜୟନାରାୟଣ ମିଶ୍ରଙ୍କ ଭଳି ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ବାରମ୍ବାର ଆଇନକୁ ହାତକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବାବେଳେ ତାଙ୍କ ଦେଖାଦେଖି ଈରାଶିଷ ଆଚାର‌୍ୟ୍ୟଙ୍କ ଭଳି କନିଷ୍ଠ ନେତାମାନେ ମଧ୍ୟ ହତ୍ୟା, ମରଣାନ୍ତକ ଆକ୍ରମଣ ଭଳି ସଂଗିନ ଅପରାଧ ଘଟାଇ ଓଡ଼ିଶାକୁ ନିନ୍ଦିତ କରୁଛନ୍ତି।

ଏଭଳି ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ଓଲଟା ଓଡ଼ିଶା ବିଜେପି ଓଡ଼ିଶାବାସୀଙ୍କୁ ଅରାଜକ କହି ଅପମାନିତ କରୁଛି। ତେଣୁ ଆମକୁ ଲାଗୁଛି ଈରାଶିଷଙ୍କ ଭଳି ଜେଲ ଫେରନ୍ତା ଅଭ୍ୟାସଗତ ଅପରାଧୀକୁ ପ୍ରୋତ୍ସାହନ ଦେଇ ବିଜେପି ଓଡ଼ିଶାରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି।

ତେବେ ବାରମ୍ବାର ଆପରାଧ ଘଟାଉଥିବା ଏବଂ ଓଡ଼ିଶାରେ ହିଂସାକୁ ଉସୁକାଉଥିବା ରାଜ୍ୟ ବିଜେପି ନେତାମାନଙ୍କ ଏଭଳି କାର‌୍ୟ୍ୟକଳାପକୁ ସଚେତନ ଓଡ଼ିଶାବାସୀ ଆଗାମୀ ଦିନରେ କ୍ଷମା ଦେବେ ନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଓ ଇପସିତା ସାହୁ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026
Latest News

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.