Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାରୁ ସେହି ଦୁଇ ମନ୍ତ୍ରୀ, ଧର୍ମେନ୍ଦ୍ର କ୍ୟାବିନେଟ, ପ୍ରତାପ ଷଡଙ୍ଗୀ ରାଷ୍ଟ୍ରମନ୍ତ୍ରୀ, ଦୁଇଦିନ ଧରି ଜାତୀୟ ମିଡିଆର ଚର୍ଚ୍ଚାରେ ଥିଲେ ପ୍ରତାପ
ବିଶେଷ ଖବର

ଓଡିଶାରୁ ସେହି ଦୁଇ ମନ୍ତ୍ରୀ, ଧର୍ମେନ୍ଦ୍ର କ୍ୟାବିନେଟ, ପ୍ରତାପ ଷଡଙ୍ଗୀ ରାଷ୍ଟ୍ରମନ୍ତ୍ରୀ, ଦୁଇଦିନ ଧରି ଜାତୀୟ ମିଡିଆର ଚର୍ଚ୍ଚାରେ ଥିଲେ ପ୍ରତାପ

May 30, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Pratap Sarangi takes oath as minister
Pratap Sarangi takes oath as minister

ସମୀକ୍ଷା ବ୍ୟୁରୋ

ଓଡିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଯେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ଆଜି ମୋଦି ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ପଦ ଓ ଗୋପନୀୟତା ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶପଥ ଗ୍ରହଣ ଠିକ ଏକ ଘଣ୍ଟା ପୂର୍ବରୁ ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ହେଉଛନ୍ତି ବୋଲି ଜଣାପଡିଥିଲା। ଏହାପରେ ଧର୍ମେନ୍ଦ୍ର ତାଙ୍କୁ ସାଥୀରେ ନେଇ ଯେତେବେଳେ ରାଷ୍ଟପତି ଭବନର ଶପଥ ଗ୍ରହଣ ଉତ୍ସବକୁ ଆସିଥିଲେ ସେତେବେଳେ ଏହା ସତ ବୋଲି ଜଣାପଡିଥିଲା।

ପ୍ରତାପ ଷଡଙ୍ଗୀଙ୍କୁ ନେଇ ଗତ ଦୁଇ ଦିନ ଧରି ଜାତୀୟ ତଥା ବିଭିନ୍ନ ରାଜ୍ୟ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଥିଲା। କାରଣ ତାଙ୍କର ନିରାଡମ୍ବର ଚାଳିଚଳନ ଏବଂ ବ୍ୟବହାର ସମସ୍ତଙ୍କୁ ଆକୃଷ୍ଠ କରିଥିଲା। ଏପରିକି ଗାଁ ରେ କିପରି ରୁହନ୍ତି କିପରି କମ ଖର୍ଚ୍ଚରେ ନିର୍ବାଚନରେ ବିଜୟ ହାସଲ କରିଥିଲେ ତାହାକୁ ମିଡିଆ ଉପସ୍ଥାପିତ କରିଥିଲା। ଏପରିକି ସେ ଦୁଇ ଜଣ କୋଟିପତିଙ୍କୁ କିପରି ତାଙ୍କର ସାଧନା ଓ ବ୍ୟବହାର ବଳରେ ହରାଇ ଦେଇଥିଲେ ତାହା ମଧ୍ୟ ମିଡିଆ ଦେଖାଇଥିଲା। ଦୁଇଦିନ ଧରି ମିଡିଆରେ ଏପରି ପ୍ରଚାରରୁ ଓଡିଶାବାସୀ ଜାଣିସାରିଥିଲେ ଯେ ପ୍ରତାପଙ୍କୁ ମନ୍ତ୍ରୀପଦ ମିଳିବାର ସମ୍ଭାବନା ରହିଛି।

ତେବେ ଏହି ଶପଥ ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ପୂର୍ବରୁ ମୋଦି ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଫଳରେ ପ୍ରଧାନମନ୍ତ୍ରୀ ଧର୍ମେନ୍ଦ୍ର ଉପରେ ପୁଣିଥରେ ଆସ୍ଥା ପ୍ରକଟ କରି ମନ୍ତ୍ରୀ ପଦ ଦେଇଛନ୍ତି। ସେ ବର୍ତ୍ତମାନ ମଧ୍ୟ ପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ମୁଖ୍ୟତଃ ଧର୍ମେନ୍ଦ୍ର ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଉଜ୍ଜଳା ଯୋଜନାକୁ ସାରା ଦେଶରେ ବେଶ୍ ଲୋକପ୍ରିୟତା କରାଇପାରିଥିଲେ।

ଏଥର ରାଜ୍ୟର ବରିଷ୍ଠ ସାଂସଦ ଜୁଏଲ ଓରାମଙ୍କୁ ନିରାଶ ହେବାକୁ ପଡିଛି। ସେ ପୂର୍ବ ସରକାରରେ ଏକମାତ୍ର ସାଂସଦ ଭାବେ ଜିତି ମନ୍ତ୍ରୀ ହୋଇଥିଲେ। ହେଲେ ଏଥର ମୋଦି ତାଙ୍କ ଉପରେ ଆସ୍ଥା ପ୍ରକଟ କରିପାରି ନାହାଁନ୍ତି। ତେବେ ଏଥର ଓଡିଶାରୁ 8 ଜଣ ସାଂସଦ ବିଜେପି ଦେଇଥିବା ବେଳେ ଅଧିକ ମନ୍ତ୍ରୀ ଆଶା କରାଯାଉଥିଲା। ହେଲେ ତାହା ଫସର ଫାଟିଯାଇଛି। ଏହି ମନ୍ତ୍ରୀ ପଦରେ ସୁରେଶ ପୂଜାରୀ ଏବଂ ଅପରାଜିତା ଷଡଙ୍ଗୀଙ୍କ ନାମ ଶୁଣାଯାଉଥିଲା। ହେଲେ ମୋଦି ଓଡିଶାର ମନ୍ତ୍ରୀ ସଂଖ୍ୟା ସେହି ଦୁଇରେ ସୀମିତ ରଖିଛନ୍ତି।

pratapsarangi
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

April 12, 2026

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ କେନ୍ଦ୍ରର ବଡ଼ ପଦକ୍ଷେପ: ମୁମ୍ବାଇରୁ ହାଓଡ଼ାକୁ ଚାଲିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍

April 12, 2026

ବଙ୍ଗଳା ନିର୍ବାଚନ ପୂର୍ବରୁ ୪୩ ଟିଏମସି ନେତାଙ୍କୁ ନୋଟିସ ଜାରି କଲା NIA

April 12, 2026

ନିଯୁକ୍ତି ସନ୍ଧାନକାରୀ ନୁହେଁ, ନିଯୁକ୍ତି ସୃଷ୍ଟିକାରୀ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

April 12, 2026
Latest News

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.